Advertisment

IAS Officers Will Go To Village: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

ଆଇଏଏସ୍ ଡିକେ ସିଂଙ୍କୁ ଜଗତସିଂହପୁର, ସୁରେନ୍ଦ୍ର କୁମାରଙ୍କୁ ଯାଜପୁର, ଜି. ମାଥିଭାଥନନଙ୍କୁ ବଲାଙ୍ଗୀର, ହେମନ୍ତ ଶର୍ମାଙ୍କୁ ସମ୍ବଲପୁର, ଅରବିନ୍ଦ ପାଢୀଙ୍କୁ ପୁରୀ, ଶ୍ୱାଶତ ମିଶ୍ରଙ୍କୁ ଢେଙ୍କାନାଳ, ବିଶାଲ ଦେବଙ୍କୁ ବାଲେଶ୍ୱର ଓ ଉଷା ପାଢୀଙ୍କୁ ଭଦ୍ରକ ଭଳି ୩୦ ଜିଲ୍ଲା ଗସ୍ତ ପାଇଁ ୩୦ ଆଇଏଏସଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

author-image
Manoranjan Sial
undefined

IAS Officer

ଗ୍ରାଉଣ୍ଡରେ କେତେ ପହଞ୍ଚିଛି ମୋହନ ସରକାରଙ୍କ ଯୋଜନା? କେତେ ମାତ୍ରାରେ ଲୋକ ପାଉଛନ୍ତି ଡବଲ୍ ଇଞ୍ଜିନ ସରକାରର ଉପଲବ୍ଧି? ସ୍ଥିତି ପରଖିବା ପାଇଁ ପଞ୍ଚାୟତକୁ ଯିବେ ବରିଷ୍ଠ ଆଇଏଏସ୍‌ ବାବୁ। ସେଠି ରାତିରେ ରହିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୩୦ଟି ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ଉନ୍ନୟନ କମିଶନର। ତୃଣମୂଳ ସ୍ତରରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବାକୁ ସରକାର ନେଇଛନ୍ତି ଏଭଳି ପଦକ୍ଷେପ।

Advertisment

ନିର୍ଦ୍ଦେଶରେ କୁହାଯାଇଛି, ଅତି କମରେ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଯିବେ ଅଧିକାରୀ। ଜିଲ୍ଲାରେ ଗୋଟିଏ ରାତି ବିତାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟ ନୁହେଁ, ଗ୍ରାମ ପଞ୍ଚାୟତ ବୁଲିବାକୁ କୁହାଯାଇଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ କଟଅଫ୍‌ ଏରିଆକୁ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ଗସ୍ତ ବେଳେ ସରକାରୀ ଅନୁଦାନରେ ଚାଲୁଥିବା ଖାଦ୍ୟ ଯୋଜନା ଆହାର, ମିଡ୍‌ ଡେ ମିଲ୍ କିମ୍ବା ଏସସିଏସଟି ହଷ୍ଟେଲରେ ଖାଦ୍ୟ ଖାଇବାକୁ ଅଧିକାରୀଙ୍କୁ କୁହାଯାଇଛି। ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଲୋକଙ୍କ ସହ ଆଳୋଚନା କରିବେ।

ଅଧିକ ପଢ଼ନ୍ତୁ: ୧୮ରୁ ଯୁକ୍ତ ଦୁଇ ପରୀକ୍ଷା: ୪୫ ଦିନରେ ରେଜଲଟ୍

ଆଇଏଏସ୍ ଡିକେ ସିଂଙ୍କୁ ଜଗତସିଂହପୁର, ସୁରେନ୍ଦ୍ର କୁମାରଙ୍କୁ ଯାଜପୁର, ଜି. ମାଥିଭାଥନନଙ୍କୁ ବଲାଙ୍ଗୀର, ହେମନ୍ତ ଶର୍ମାଙ୍କୁ ସମ୍ବଲପୁର, ଅରବିନ୍ଦ ପାଢୀଙ୍କୁ ପୁରୀ, ଶ୍ୱାଶତ ମିଶ୍ରଙ୍କୁ ଢେଙ୍କାନାଳ, ବିଶାଲ ଦେବଙ୍କୁ ବାଲେଶ୍ୱର ଓ ଉଷା ପାଢୀଙ୍କୁ ଭଦ୍ରକ ଭଳି ୩୦ ଜିଲ୍ଲା ଗସ୍ତ ପାଇଁ ୩୦ ଆଇଏଏସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୮ଟି ଖଣି ଜିଲ୍ଲା ଅନୁଗୋଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ରାୟଗଡା, ସୁନ୍ଦରଗଡରେ ଡିଏମଏଫ୍ ଏବଂ ଓମବାଡସିର ସମୀକ୍ଷା ସହ ଏହି ପାଣ୍ଠିରେ ହେଉଥିବା ପ୍ରକଳ୍ପଗୁଡିକୁ ମଧ୍ୟ ଭିଜିଟ କରିବାକୁ କୁହାଯାଇଛି। ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା ସହ ଲୋକଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ବୈଠକ କରିବେ। ପ୍ରତି ଦୁଇ ମାସରେ ଅତିକମ୍‌ରେ ଦୁଇ ଦିନ ଜିଲ୍ଲା ଯିବାକୁ ଦିଆଯାଇଛି ନିର୍ଦ୍ଦେଶ। ଜିଲ୍ଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ: କ୍ୟାନ୍ସର ଓ କିଡନୀ ରୋଗ ପଞ୍ଜୀକରଣ ପଇଁ ସରକାରଙ୍କ ନିଷ୍ପତ୍ତି

ମୋହନ ସରକାର ଆସିବା ପରେ ମନ୍ତ୍ରୀ ଓ ଆଇଏଏସଙ୍କ ଜିଲ୍ଲା ଗସ୍ତକୁ ଗୁରୁତ୍ୱ ଦିଆଯାଇଛି। ଯେଉଁଥି ପାଇଁ ମନ୍ତ୍ରୀମାନଙ୍କୁ ମଧ୍ୟ ଜିଲ୍ଲା ଦାୟିତ୍ୱ ବଣ୍ଟାଯାଇଛି। କିନ୍ତୁ ଜିଲ୍ଲା ଗସ୍ତରୁ ଅଧିକାରୀମାନେ କଣ ରିପୋର୍ଟ ଦେଉଛନ୍ତି ତାହା ସାର୍ବଜନୀନ ହୋଇପାରୁନି। ଯଦିଓ ପୂର୍ବରୁ ମୁଖ୍ୟ ଶାସନ ସଚିବ ସ୍ୱତନ୍ତ୍ର ୱେବସାଇଟ ମାଧ୍ୟମରେ ଫିଡବ୍ୟାକ ରଖି ଏହାର ସମାଧାନ କରିବାକୁ କହିଥିଲେ କିନ୍ତୁ ଏଯାଏଁ ଏହା ସମ୍ଭବ ହୋଇପାରୁ ନାହିଁ।

BJP Odisha Govt IAS Officer
Advertisment
Advertisment