• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

amitab
୪ର୍ଥ ମହିଳା କୋଟିପତି ହେଲେ ନେହା ଶାହ

ମୁମ୍ବଇ: ଡ. ନେହା ଶାହ ହେଲେ ୪ର୍ଥ କୋଟିପତି। ଏହି ଖବର ଯେତେବେଳେ ଘୋଷଣା କରାଗଲା ପ୍ରଥମେ ତ ନିଜ କାନକୁ ବିଶ୍ୱାସ କରିପାରି ନ ଥିଲେ। ହେଲେ ପରେ ଖୁସିରେ ପାଗଳ ହୋଇଯାଇଥିଲେ । ଡା.ନେହା ଶାହ  ଟିଭି ଜଗତର ବହୁ ଚର୍ଚ୍ଚିତ ରିୟଲିଟି ଶୋ କୌନ ବନେଗା କରୋଡପତି ୧୨ ଶେଷ ସିଜନର ୪ର୍ଥ କୋଟିପତି ହୋଇଛନ୍ତି। ନେହା କୋଟିଏ ପ୍ରଶ୍ନର ଉତ୍ତର ଦେଇ ଏହି ସିଜନର ୪ର୍ଥ କୋଟିପତି  ମହିଳା ହୋଇଛନ୍ତି। ଚାନେଲ […]

4-pm-suside
ପୋଲିସ ପାଖରୁ ମିଳିଲାନି ନ୍ୟାୟ... ଥାନା ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଟାଙ୍ଗୀ: ପୋଲିସର ପାରିବା ପଣିଆ ଉପରେ ଲାଗିଛି ପ୍ରଶ୍ନବାଚୀ। ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ଟାଙ୍ଗୀ ଥାନା ପରିସରରେ ଜଣେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ଘଟଣା ମୁତାବକ, ସ୍ଥାନୀୟ କୋଟସହି ପଞ୍ଚାୟତ ବନ୍ଦାଳ ଗ୍ରାମର ଅନିଲ ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ବାଡ଼ିରେ କାଠ ହାଣୁଥିବା ସମୟରେ ତାଙ୍କର ଶ୍ୱଶୁର ବିଚିତ୍ର ଚନ୍ଦ୍ର, ବଡ ଶ୍ୱଶୁର ଭାରତ ଚନ୍ଦ୍ର, ଓ ଦେଢ଼ଶୁର ଅମରେନ୍ଦ୍ର […]

cricket
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା କ୍ରିକେଟରଙ୍କ ମୃତଦେହ

ଅଗରତାଲା: ନିକଟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାର ଝଟ୍‌କା ଦେଇଥିବାବେଳେ ଏବେ କ୍ରିକେଟ ଜଗତକୁ ଏକ ଝଟ୍‌କା ଲାଗିଛି। ତ୍ରିପୁରାର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ର ଜଣେ କ୍ରିକେଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଏହି ମହିଳା କ୍ରିକେଟର୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗବାଳ ରାତିରେ ୧୬ ବର୍ଷୀୟ ମହିଳା କ୍ରିକେଟର ଆୟନ୍ତି ରିଅଙ୍ଗଙ୍କ ମୃତଦେହ […]

propose
ଉତୁରିଗଲା ପ୍ରେମ ନିଶା.. ପ୍ରପୋଜ କରୁଥିଲେ, ହଁ କହିଲା ବେଳକୁ ୬୫୦ ଫୁଟ ତଳକୁ ଖସିପଡ଼ିଲେ

ଜୀବନର ଏକ ମହାର୍ଘ ମୁହୂର୍ତ୍ତ ହେଉଛି ପ୍ରପୋଜ କରିବା। ଏହି ମୁହୂର୍ତ୍ତକୁ ସେ ନିଆରା , ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏକଦମ୍‌ ରୋମାଣ୍ଟିକ୍‌ କରିବାକୁ  ଚାହୁଁଥିଲେ। ହେଲେ ତାଙ୍କର ପ୍ରେମ ନିଶା ଉତୁରିଗଲା। ପ୍ରେମିକା ତାଙ୍କର ପ୍ରପୋଜାଲକୁ ଗ୍ରହଣ କରିବାକୁ ଯାଉଥିଲ, ତା’ ପରେ ଯେଉଁ ଦୁଃଖଦ ଘଟଣା ଘଟିଲା ଆପଣ ଶୁଣିଲେ ଲୋକ ଟାଙ୍କୁରି ଉଠିବ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ରୋମାଣ୍ଟିକ ପ୍ରପୋଜାଲ ଜଣେ ମହିଳାଙ୍କ ପାଇଁ କିପରି ମୃତ୍ୟୁର କାରଣ […]

sushant singh rajput
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍‌, କରଣ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍‌ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ବୁଧବାର ଦିନ ଏହି ମାମଲା ରୁଜୁ ହୋଇଛି। ଜୁଲାଇ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ୮ଜଣଙ୍କ ବିରୋଧରେ ମାମଲା […]

farmer
‘ହୁଏତ ମୋ ମୃତ୍ୟୁ ପରେ ସରକାର ଶୁଣିବେ...’ଏମିତି ଭାବି ଝୁଲି ପଡ଼ିଲେ ଧାରଣାରତ ଚାଷୀ

ଗାଜିଆବାଦ: ଆଉ କେତେଦିନ ଥଣ୍ଡାରେ ବସିବୁ ? ସରକାର ତ ଶୁଣୁ ନାହାନ୍ତି। ତେଣୁ ଜୀବନ ହାରିବା ପାଇଁ ନିଷ୍ପତି ନେଇଛି। ହୁଏତ ଏହା ପରେ ସରକାର ତରଳିବେ। ସମସ୍ୟାର ସମାଧାନ କରିବେ…ଏମିତି କୋହଭରା ଚିଠି ଲେଖି ଝୁଲ ପଡ଼ିଛନ୍ତି ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ଜଣେ ଚାଷୀ। କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଚାଲିଛି। ଏତେ ଥଣ୍ଡାରେ ବି ଚାଷୀମାନେ ଏହି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବିରେ […]

police
‘ଏହା ମୋ କର୍ମର ଫଳ..’ ଏମିତି ସୁଇସାଇଡ୍‌ ନୋଟ ଲେଖି ଝୁଲି ପଡ଼ିଲେ ମହିଳା ପୋଲିସ ଅଫିସର

ବୁଲନ୍ଦସର: ୟୁପିର ବୁଲନ୍ଦସରରେ ନୂଆବର୍ଷ ପୂର୍ବଦିନ ଜଣେ ମହିଳା ପୋଲିସ ଅଫିସର ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ସବ୍‌ ଇନ୍ସପେକ୍ଟରଙ୍କ ପାଖରେ ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି। ଏହି ନୋଟରେ ମହିଳା ପୋଲିସ ଅଫିସର ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାସ୍ଥଳର ଫଟୋଗ୍ରାଫି ନେଇଛି। ଫୋରେନ୍ସିକ ଟିମ ପହଞ୍ଚି ନମୂନା ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଅନୁପସର ଥାନାର ମହିଳା ପୋଲିସ ସବ୍‌ […]

sushant 11
ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେ କାହିଁକି ଆତ୍ମହତ୍ୟା କଲେ ଯଦିଓ ଏହା ଜଣାପଡ଼ିନାହିଁ, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ହେଉଥିବା, ପାରିବାରିକବାଦ ଚାଲିଥିବା ନେଇ ଏବେ ସାମ୍ନାକୁ ଆସିଛି। ଏପରିକି ଇଣ୍ଡଷ୍ଟ୍ରିରେ ଯେଉଁମାନଙ୍କ ପାଖରେ ଟ୍ୟାଲେଣ୍ଟ୍‌ ଅଛି, ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଉନାହିଁ। ବରଂ ଏଠି ପାରିବାରିକବାଦ ଚାଲିଛି ବୋଲି […]

east
ଦିନେ ଭାରତକୁ ଶାସନ କରୁଥିଲା, ଆଜି ଭାରତୀୟଙ୍କ ହାତରେ ଇଷ୍ଟ ଇଣ୍ଡିଆ କମ୍ପାନୀ...

ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ,  ୪୨୦ ବର୍ଷ ତଳେ ଠିକ୍‌ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ।  ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ […]

delhi
ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ଆଜି ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା  ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା। ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ […]

2014
ଏହି ଦେଶରେ ଚାଲିଛି ୨୦୧୪ ମସିହା, ବର୍ଷକରେ ପଡ଼େ ୧୩ ମାସ

ନୂଆଦିଲ୍ଲୀ: ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦। ଅନେକ ଆଶା, ସମ୍ଭାବନାକୁ ନେଇ ଆସିଛି ୨୦୨୧। ନିରାଡମ୍ବର ହେଲେ ବି ଆଗ୍ରହ ଓ ଉଚ୍ଛାହର ସହ ସମସ୍ତା ସ୍ୱାଗତ କରିଛନ୍ତି ୨୦୨୧କୁ । ହେଲେ ଆପଣ ଜାଣିଛନ୍ତି, ଏମିତି ଏକ ଦେଶ ଅଛି ଯାହା ୭ ବର୍ଷ ପଛରେ ଚାଲିଛି। ଅର୍ଥାତ୍‌ ଏହି ଦେଶରେ ଏବେ ବି ୨୦୧୪ ଚାଲିଛି। ଆଫ୍ରିକାର ଇଥିଓପିୟା କ୍ୟାଲେଣ୍ଡର ପୃଥିବୀର ଅନ୍ୟ କ୍ୟାଲଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲିଛି। […]

ସୀମାରେ ଭାରତର ଭିତ୍ତିଭୂମିକୁ ଡରୁଛି କି ଚୀନ୍‌ ?

ନୂଆଦିଲ୍ଲୀ: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ପୂର୍ବ ଲଦାଖ ସୀମା ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଗତ ୬ ତାରିଖରେ କମାଣ୍ଡର ସ୍ତରରେ ବୈଠକ ହୋଇଥିଲା। ଏଥିରେ ଉତ୍ତେଜନା ହ୍ରାସ ନେଇ ଏକ ପ୍ରକାର ସହମତି ହୋଇଥିଲା। ଶୀର୍ଷ ସ୍ତରରେ […]

Total Seats 70

BJP 47
AAP 23
INC 0
OTHERS 0

Delhi Vidhan Sabha Election Result