ନୂଆଦିଲ୍ଲୀ: ଫେସ୍ବୁକ୍ ଏବଂ ଟ୍ୱିଟର ପରେସ ଏବେ ୟୁଟ୍ୟୁବ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି। ୟୁଟ୍ୟୁବ୍ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ସେ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଆଗାମୀ ୭ ଦିନ ପାଇଁ […]
ଟ୍ୱିଟରରୁ ଡୋନାଲ୍ଡ ଟ୍ରମ୍ପ ବାସନ୍ଦ ହେବା ପରେ ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ସବୁଠୁ ଅଧିକ ଫଲୋୟର। ଆକାଉଣ୍ଟ ସସପେଣ୍ଡ ପୂର୍ବରୁ ଟ୍ରମ୍ପଙ୍କର ୮୮.୭ ମିଲିୟନ ଫଲୋର୍ସ ଥିଲେ। ଏବେ ଟୁଇଟର ଟ୍ରମ୍ପଙ୍କୁ ବ୍ଲକ କରିବା ପରେ ମୋଦି ହୋଇଛନ୍ତି ନମ୍ବର ୱାନ । ତେବେ ମୋଦିଙ୍କର ଫଲୋର୍ସ ସଂଖ୍ୟା କେତେ ଜାଣନ୍ତି ? ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ହେଉଛନ୍ତି ଅଧିକ ଫଲୋୟର। ଆଉ ଯାହାର କାରଣ ହେଉଛନ୍ତି ନିଜେ […]
ଭୁବନେଶ୍ୱର: ଓଡ଼ିଆ ଅଭିନେତ୍ରୀ ଦୀପା ସାହୁ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଭିନେତା ଅଖିଲ ପଟ୍ଟନାୟକଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ଆଜି ସକାଳେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଗତ ବର୍ଷେ ଧରି ସେ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି। ତେବେ ଦୁଇ-ତିନି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥିଲା। ଆଜି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଓଡ଼ିଆ […]
ନୂଆଦିଲ୍ଲୀ: ଟିକଟକ୍ ନମ୍ୱର ଓ୍ୱାନ ଆପ୍। ଭାରତରେ ବ୍ୟାନ ସତ୍ତ୍ଵେ ସବୁଠାରୁ ଅଧିକ ରୋଜଗାର କରିଥିବା ଆପ ହେଉଛି ଟିକଟକ୍। ବ୍ୟବସାୟ କ୍ଷେତ୍ରରେ ସାରା ବିଶ୍ୱରେ ଏହି ଆପ ସଫଳତା ହାସଲ କରିଛି। ୨୦୨୦ରେ ବିଶ୍ୱରେ ସର୍ବାଧିକ ଆୟ କରିଥିବା ଆପ ମଧ୍ୟରେ ସବୁଠାରୁ ଆଗରେ ରହିଛି ଟିକଟକ। କେବଳ ୨୦୨୦ ମସିହାରେ ଟିକଟକ ୫୪୦ ମିଲିୟନ ଡଲାର ରୋଜଗାର କରିଥିବା ଜଣାପଡିଛି। ଆପ ଆନାଲିଟିକସ ଫାର୍ମ ଆପଟୋପିଆର ତଥ୍ୟ ଅନୁଯାୟୀ ଟିକଟକ ପଛକୁ ରହିଛି ଡେଟିଂ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ଏହା କେବଳ ସୁଶାନ୍ତଙ୍କ ଫ୍ୟାନ୍ସ ନୁହେଁ, ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। ଏହି ଘଟଣା ପରେ ସୁଶାନ୍ତଙ୍କ ଦୀର୍ଘ ଦିନର ଅତି ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ସିଂ ଓ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍ ଅଙ୍କିତା ଲୋଖଣ୍ଡେ ପୁରାପୂରି ଦୁଃଖରେ […]
ମୁମ୍ବାଇ: ବଲିଉଡ ମେଗାଷ୍ଟାର..ବାଦ୍ଶାହ..ଅମିତାଭ ବଚ୍ଚନ। ଦର୍ଶକ ତାଙ୍କର ଯେତିକି ପ୍ରଶଂସା କରନ୍ତି, ସେତିକି ସମ୍ମାନ ବି କରନ୍ତି। ତାଙ୍କର ସ୍ୱର,ଷ୍ଟାଇଲ୍ ଏତେ ପ୍ରଭାବଶାଳୀ ଯେ, ତାଙ୍କ ସହିତ ଥଟ୍ଟାମଜ୍ଜା କରିବାକୁ କେହି ସାହାସ କରିପାରନ୍ତି ନାହିଁ। କେହି ଯଦି ତାଙ୍କ ସହ ମଜାକ କରିବାକୁ ଚିନ୍ତା ବି କରନ୍ତି, ତେବେ ୧୦ ଥର ଭାବିବାକୁ ପଡ଼ିଥାଏ। ହେଲେ ବଲିଉଡର ଏଇ ଷ୍ଟାର ତାଙ୍କ ପ୍ରାଙ୍କ କରିଥିଲେ। ଏମିତି ମେସେଜ ଦେଇଥିଲେ, ଯାହାକୁ ନେଇ ଅମିତାଭ ଖୁବ ରାଗି […]
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ […]
ମୁରେନ୍: ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଗୁରୁତର ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବୁଚ୍ଛେଦ ପାଇଁ ପଠାଇଛି। ମିଳିଥିବା ଖବର ଅନୁଯାୟୀ, ବାଗଚିନି ଥାନା ମାନପୁର ଏବଂ ସୁମାବଳି ଥାନାର ପହୱାଲି […]