/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739000557.jpg)
Delhi Assembly Election
ଆପକୁ ଶକ୍ତ ଝଟକା। ହାରିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନୂଆଦିଲ୍ଲୀ ଆସନରୁ ବିଜେପି ପ୍ରାର୍ଥୀ ପରବେଶ୍ ବର୍ମାଙ୍କଠାରୁ ପରାଜୟ ବରଣ କରିଛନ୍ତି। ୩୧୮୨ ଖଣ୍ଡ ଭୋଟରେ ପରବେଶଙ୍କଠାରୁ ହାରିଛନ୍ତି କେଜ୍ରିୱାଲ ।
୨୦୧୩ରୁ ଏଠାରେ କେଜ୍ରିୱାଲ ଜିତି ଆସୁଥିବା ବେଳେ ତାଙ୍କୁ ପ୍ରଥମଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପରବେଶ ବର୍ମା ଏଠାରେ ବିଜୟୀ ହୋଇଛନ୍ତି। ପରବେଶ ବର୍ମା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ।
ଅନ୍ୟପକ୍ଷରେ ମନୀଷ ସିସୋଦିଆ ମଧ୍ୟ ଜଙ୍ଗପୁରା ଆସନରେ ହାରି ଯାଇଛନ୍ତି। ୨୦୧୩ରୁ ସେ ପତପରଗଞ୍ଜ ଆସନରୁ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ଏଥର ସେ ଜଙ୍ଗପୁରା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏଠାରେ ସେ ଜିତିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ ବିଜେପିର ତରବିନ୍ଦର ସିଂହ ମାରୱାଙ୍କ ଠାରୁ ହାରିବାକୁ ପଡ଼ିଛି। ଆପ୍ର ନମ୍ବର ୨ ସିସୋଦିଆଙ୍କ ପରାଜୟ ସହ ଦିଲ୍ଲୀ ଦଖଲର ଆଶା ମଧ୍ୟ ମଉଳି ଯାଇଛି।
ଅନ୍ୟପକ୍ଷରେ ସିସୋଦିଆଙ୍କ ପାରମ୍ପରିକ ପତପରଗଞ୍ଜରେ ଆପ୍ ଶିକ୍ଷାବିତ ଅବଧ ଓଝାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ମଧ୍ୟ ପରାସ୍ତ ହୋଇଛନ୍ତି। ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ ଶ୍ରୀ ଓଝା ପରାଜୟ ସ୍ୱୀକାର କରିଛନ୍ତି। ଏଥିସହ ସେ ୫ ବର୍ଷ ପରେ ପୁଣି ଏଠାରେ ଲଢ଼ିବେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)