/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739194586.jpg)
ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା ।
ସୁନ୍ଦରଗଡ଼ କୋଇଡ଼ାରେ ସିଆଇଟିୟୁର ବିକ୍ଷୋଭ ବେଳେ ଉତ୍ତେଜନା ଦେଖାଦେଇଛି । ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ଏବଂ ଆନ୍ଦୋଳନକାରୀ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି । କୋଇଡା ଖଣି ମଣ୍ଡଳ ଓଡିଶା ଖଣିନିଗମ ପରିଚାଳିତ କୁମ୍ବୀତର ଖଣ୍ଡାଧାର ଲୌହ ଖଣି କାର୍ଯ୍ୟାଳୟ ଠାରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର କର୍ମୀ ବିକ୍ଷୋଭ କରିଥିଲେ ।
ବିକ୍ଷୋଭ ବେଳେ ଏଭଳି ସ୍ଥିତି ଉପୁଜିଥିଲା । ୧୨ ଦଫା ଦାବି ନେଇ CITU ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଆନ୍ଦୋଳନକାରୀମାନେ ଖଣି ଭିତରକୁ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା ।
ପାରିପାର୍ଶ୍ବିକ ଉନ୍ନତି ସହ ସମସ୍ତ ଚୁକ୍ତିନାମାକୁ ବାତିଲ୍ କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି । ଏହି ସମସ୍ୟାର ସମାଧାନ ନହେବ ଧାରଣା ଜାରି ରହିବ ଏବଂ ଆଗକୁ ଜେଏସଡବ୍ଲୁ ଖଣି, ସମସ୍ତ ରେଳ ସାଇଡ଼ିଂକୁ ସମ୍ପୁର୍ଣ୍ଣ ଠପ୍ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
ଅଧିକ ପଢନ୍ତୁ: ମହାନଗର ନିଗମ କାର୍ଯ୍ୟାଳୟରୁ ଫାଇଲ ଚୋରି, ଦୁର୍ନୀତି ଲୁଚାଇବାକୁ ଉଦ୍ୟମ
ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଆନ୍ଦୋଳନ କରୁଥିବା ଶ୍ରମିକ କହିଛନ୍ତି ଜେଏସଡବ୍ଲୁ ଶ୍ରମିକ ମାନଙ୍କୁ ମନ ଇଚ୍ଛା ଛଟେଇ କରୁଛି । ନିଜର ହକ୍ ପାଇଁ ଲଢ଼ିବା ବେଳେ ପୋଲିସ ସାମ୍ନାକୁ ଆସିବାରୁ ପୋଲିସଙ୍କ ସହ ଧସ୍ତାଧସ୍ତି ହୋଇଛି । ଅପରପକ୍ଷରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସ୍ଥାନୀୟ ବିଧାୟକ କହିଛନ୍ତି ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ । ତେବ ଏନେଇ ଜେଏସଡବ୍ଲୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)