Advertisment

Berhampur Municipal Corporation: ମହାନଗର ନିଗମ କାର୍ଯ୍ୟାଳୟରୁ ଫାଇଲ ଚୋରି, ଦୁର୍ନୀତି ଲୁଚାଇବାକୁ ଉଦ୍ୟମ

ସ୍ୱାସ୍ଥ୍ୟ ବିଭାଗ ଅଧୀନ ସିଟି ପ୍ରୋଗ୍ରାମିଂ କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କିଏ କେଉଁ ଉଦ୍ଦେଶ୍ୟରେ ଫାଇଲ ଚୋରି କରିନେଇଛି, ତାହା ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ଗୋଟିଏ କର୍ପୋରେଟର ଗୋଷ୍ଠୀ କହିଲେଣି ଯେ, ଦୁର୍ନୀତି ଥିବାରୁ ଫାଇଲକୁ ଜାଣିଶୁଣି ଚୋରି କରି ଦିଆଯାଇଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
Thief In CCTV Footage

Thief In CCTV Footage

ସରକାରୀ ଫାଇଲ୍ ଚୋରି ହୋଇଗଲେ ଦୁର୍ନୀତି ଲୁଚିଯିବ କି ? କଳାକାରନାମା ଆଉ ପଦାକୁ ଆସିବନି କି ? ଚୋର ମନ ମନେ ଭାବୁଥିବ, ମୁଁ ଏବେ ନିରାପଦ । ମୋତେ କେହି ଆଉ ଧରିପାରିବେନି । ଇଏ ବିଲେଇ ଆଖି ବୁଜି କ୍ଷୀର ପିଇଲା ଭଳି ଘଟଣା ହୋଇଛି ବ୍ରହ୍ମପୁର ମହାନଗର ନିଗମରେ । ବିବାଦ ପିଛା ଛାଡ଼ୁନି। ଦୁଇ କର୍ପୋରେଟର ଗୋଷ୍ଠୀର କଳିକୁ ନେଇ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାଏଁ ଉଠୁଥିବା ପଡ଼ୁଥିବା ବେଳେ ଏବେ ପୁଣି ଏକ ବିବାଦ ସୂତ୍ରପାତ ହୋଇଛି।

Advertisment

ମହାନଗର ନିଗମ ପରିସରରେ ଥିବା ସ୍ୱାସ୍ଥ୍ୟ ବିଭାଗ ଅଧୀନ ସିଟି ପ୍ରୋଗ୍ରାମିଂ କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କିଏ କେଉଁ ଉଦ୍ଦେଶ୍ୟରେ ଫାଇଲ ଚୋରି କରିନେଇଛି, ତାହା ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ଗୋଟିଏ କର୍ପୋରେଟର ଗୋଷ୍ଠୀ କହିଲେଣି ଯେ, ଦୁର୍ନୀତି ଥିବାରୁ ଫାଇଲକୁ ଜାଣିଶୁଣି ଚୋରି କରି ଦିଆଯାଇଛି।

ମହାନଗର ନିଗମରେ ବିଭିନ୍ନ ଦୁର୍ନୀତି ହେଉଥିବା କିଛି କର୍ପୋରେଟର୍ ଅଭିଯୋଗ କରୁଥିବା ବେଳେ ନିଗମ କାର୍ଯ୍ୟାଳୟରୁ ଚୋରି ହୋଇଛି ଫାଇଲ୍ । ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡ଼ୁଛି, ଜଣେ ବ୍ୟକ୍ତି ସିଟି ପ୍ରୋଗ୍ରାମିଂ କାର୍ଯ୍ୟାଳୟ ଭିତରକୁ ଆସି କିଛି ଫାଇଲ୍ ଚୋରି କରିନେଇଛନ୍ତି । ଏନେଇ ଟାଉନ ଥାନାରେ ସିଟି ପ୍ରୋଗ୍ରାମିଂ କାର୍ଯ୍ୟାଳୟ ପକ୍ଷରୁ କିଛି ନଥିପତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ କରାଯାଇଛି। କିନ୍ତୁ କେଉଁ ଫାଇଲ ଚୋରି ହୋଇଛି, ସେ ବିଷୟରେ କୌଣସି ତଥ୍ୟ ଦିଆଯାଇନାହିଁ । ତେବେ ପୋଲିସ ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି।

Advertisment

ଅଧିକ ପଢ଼ନ୍ତୁ : ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ସଂଜୟ ଦାସବର୍ମା

ତେବେ ବ୍ରହ୍ମପୁର ମହାନଗର ନିଗମରେ ଦୁର୍ନୀତି ପ୍ରବଳ ହେଉଥିବାରୁ ଫାଇଲ ବେଳେ ବେଳେ ମିଳେ ଓ ବହୁ ସମୟରେ ମିଳେ ନାହିଁ। ପୂର୍ବରୁ ବହୁ ଫାଇଲ ଚୋରି ଅଭିଯୋଗ ହୋଇଥିଲା। ଏଥର ବି କୌଣସି ଦୁର୍ନୀତିକୁ ଲୁଚାଇବା ପାଇଁ ପ୍ରାୟୋଜିତ ଭାବେ ଏହା କରାଯାଇ ଥାଇପାରେ ବୋଲି କହିଛନ୍ତି କର୍ପୋରେଟର୍ ଦୁର୍ଗା କୁମାର ନାୟକ ।

ଅନ୍ୟପକ୍ଷରେ ମହାନଗର ନିଗମରେ ଗତ କିଛି ଦିନ ପୂର୍ବେ ମଶା ତେଲ କିଣାକୁ ନେଇ RTI ରେ କିଛି ତଥ୍ୟ ମାଗିଥିଲେ ଜଣେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା । ମଶା ତେଲ ଲିଟର ପିଚ୍ଛା ୨୫୪୮ ଟଙ୍କାରେ ଖରିଦ୍‌ ହେଉଥିବା କହିଥିଲା ମହାନଗର ନିଗମ। ଏହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ କାର୍ଯ୍ୟାଳୟରୁ ଫାଇଲ ଚୋରି ଘଟଣାକୁ ନେଇ ସେ ବିଷୋଦଗାର କରିଛନ୍ତି।

ଜାଣିଶୁଣି ଦୁର୍ନୀତିକୁ ଚାପି ଦେବାକୁ ଉଦ୍ୟମ ଚାଲିଛି। ତେବେ ପୋଲିସ ତଦନ୍ତରୁ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ମଶା ତେଲ ଦୁର୍ନୀତି ଫାଇଲ ଚୋରି ନେଇ ଯେଉଁ ଅଭିଯୋଗ ହୋଇଛି, ତାହା ଭିତ୍ତିହୀନ ବୋଲି କହିଛନ୍ତି ମହାନଗର ନିଗମ କମିଶନର ଭବାନୀ ଶଙ୍କର ମିଶ୍ର ।

ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା

Police Berhampur Berhampur Municipal Corporation Theft
Advertisment
Advertisment