• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

lockdown
ଲକ୍‌ଡାଉନ୍‌ ଫେଜ୍‌-୩: କଣ ରହିବ କଟକଣା ଓ କଣ ହେବ କୋହଳ?

ନୂଆଦିଲ୍ଲୀ: ଦେଶରେ ଆଉ ୨ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ ଅର୍ଥାତ୍ ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଗୃହ ବିଭାଗ ଏହି ନିଷ୍ପତ୍ତି ନେଇଛି। ଲକଡାଉନ୍ ବୃଦ୍ଧି ସହ ନୂଆ ଗାଇଡଲାଇନ ଘୋଷଣା କରିଛି ଗୃହ ମନ୍ତ୍ରାଳୟ। ରେଡ ଜୋନ ୧-ଗ୍ରାମାଞ୍ଚଳରେ ଥିବା ସମସ୍ତ ନିର୍ମାଣ ଓ ଶିଳ୍ପ କାମ ଯଥା ଏମଜିନରେଗା, ଖାଦ୍ୟ ଉତ୍ପାଦନ ଓ ଇଟା ଭାବି […]

train
ଆଜିଠୁ ଟ୍ରେନ୍‌ରେ ଫେରିବେ ବାହାର ରାଜ୍ୟରେ ଫସିଥିବା ଲୋକେ

ନୂଆଦିଲ୍ଲୀ: ପ୍ରବାସୀମାନେ ନିଜ ନିଜ ଅଞ୍ଚଳକୁ ଯିବା ଲାଗି ସୁବିଧା କଲେ କେନ୍ଦ୍ର ସରକାର। ଯେକୌଣସି ରାଜ୍ୟରେ ଫସିଥିବା ଲୋକେ ଆଜି ଠାରୁ ଟ୍ରେନ୍‌ ଜରିଆରେ ଫେରିପାରିବେ ବୋଲି ଯୁଗ୍ମ ସଚିବ ସଲୀଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଯେଉଁ ଯେଉଁ ରାଜ୍ୟରେ ଲକଡାଉନ୍ ପରେ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଫସି ରହିଛନ୍ତି ସେମାନଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍। କରୋନା ଅପଡେଟ ନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ […]

emp
ଜୁଲାଇ ୩୧ ପର୍ଯ୍ୟନ୍ତ ଘରୁ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଘରୁ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଆମ ସମସ୍ତଙ୍କ ପାଇଁ ନୂଆ ଚ୍ୟାଲେଂଜ ସୃଷ୍ଟି ହୋଇଛି। ତେଣୁ ଘରୁ କାମ କରିବା ପ୍ରକ୍ରିୟାକୁ ଅଧିକ ଲୋକପ୍ରିୟ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଘରୁ କାମ […]

main-quanrntine
କରୋନା ଲକ୍ଷଣ ଦେଖାଗଲେ ଘରେ କେଉଁ ସବୁ ନିୟମ ପାଳନ କରିବେ?

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଲାଗି ଜାରି ହେଲା ହୋମ୍ କ୍ୱାରେଣ୍ଟାଇନ୍‌ ଗାଇଡ୍ ଲାଇନ୍। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଛି। ଏଥିରେ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ହୋମ୍ କ୍ୱାରେଣ୍ଟିନରେ ରହିବା ଲାଗି ସୂଚନା ଦିଆଯାଇଛି। ସାମାନ୍ୟ ଲକ୍ଷଣ ଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ କ୍ୱାରେଣ୍ଟିନରେ ରହିପାରିବେ। ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ। ପରିବାର ଲୋକଙ୍କ ସଂସ୍ପର୍ଶରେ ଯେପରି ନଆସିବେ ସେଥିଲାଗି […]

arnab-goswam
ରିପବ୍ଲିକ୍‌ ଟିଭି ଏଡିଟର ଅର୍ଣ୍ଣବ ଗୌସ୍ୱାମୀଙ୍କୁ ୧୦ ଘଣ୍ଟା ଜେରା

ମୁମ୍ବାଇ: କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଟିପ୍ପଣୀ ମାମଲାରେ ରିପବ୍ଲିକ୍ ଟିଭି ଏଡିଟିର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଘଣ୍ଟା ଧରି ଜେରା। କଂଗ୍ରେସର ଅଭିଯୋଗ ଆଧାରରେ ଅର୍ଣ୍ଣବଙ୍କୁ ଆଜି ସକାଳୁ ଜେରା କରୁଛି ମୁମ୍ବାଇର ଏନଏମ୍ ଜୋଶୀ ମାର୍ଗ ପୋଲିସ। ସକାଳ ୯ଟା ୨୦ରୁ ସେ ଥାନାକୁ ଯାଇଥିବା ବେଳେ ସେବେଠୁ ପୋଲିସ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ପଲଘର ଅଞ୍ଚଳରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ […]

coronaa
କରୋନା କବଳରେ ବିଶ୍ୱ: ଜାଣନ୍ତୁ, କେଉଁ ଦେଶରେ କେତେ ଆକ୍ରାନ୍ତ?

ନ୍ୟୁୟର୍କ: ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମୃତ୍ୟୁ। ଅଦ୍ୟାବଧି ୨ ଲକ୍ଷ ୭ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ କେବଳ ଆମେରିକାରେ ୫୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି ପହଞ୍ଚିଛି। ଆମେରିକା ତଳକୁ ରହିଛି ସ୍ପେନ୍। ସ୍ପେନ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୨୯ ହଜାର ପାର ସହ ମୃତ୍ୟୁ ସଂଖ୍ୟା ୨୩ ହଜାର ୫ ଶହ ଛୁଇଁଛି। ସେହିଭଳି ଇଟାଲୀରେ […]

china
ଚୀନରୁ ଟେଷ୍ଟିଂ କିଟ୍‌ ଆଣିବାକୁ ମନା କଲା ଭାରତ

ନୂଆଦିଲ୍ଲୀ: ଚୀନର ଦୁଇ କମ୍ପାନୀ ଯୋଗାଇଥିବା ସମସ୍ତ ରାପିଡ୍ ଟେଷ୍ଟ କିଟ୍ ବାତିଲ କରିଛି କେନ୍ଦ୍ର ଭାରତକୁ ଚୀନ ତ୍ରୁଟିଯୁକ୍ତ କିଟ୍ ଯୋଗାଇଥିବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଭାରତ ସରକାରଙ୍କର ଗୋଟିଏ ବି ଟଙ୍କା ନଷ୍ଟ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ରାପିଡ୍ ଟେଷ୍ଟ କିଟ୍‌ରେ ପରୀକ୍ଷା ବନ୍ଦ ସହ ସମସ୍ତ କିଟ୍ ଫେରାଇବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। RT-PCR ଜରିଆରେ […]

patient
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮୬ ଛୁଇଁଲା

ନୂଆଦିଲ୍ଲୀ: ଆଜି ଗୋଟିଏ ଦିନରେ ୬୦ ଜଣଙ୍କ ମୃତ୍ୟୁ ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮୬ରେ ପହଞ୍ଚିଛି। ମହାରାଷ୍ଟ୍ରରେ  ସର୍ବାଧିକ ୩୪୨ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ମଧ୍ୟପ୍ରଦେଶ ମୃତ୍ୟୁ ସଂଖ୍ୟା ୧୦୬, ଗୁଜରାଟରେ ୫୧, ରାଜଧାନୀ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୫୪ ରହିଛି। ସେପଟେ ୬ ହଜାର ୩୬୧ ଜଣ ସୁସ୍ଥ ହୋଇଥିବାରୁ ଦେଶରେ ଏବେ ଆକ୍ଟିଭ୍ କେଶ୍ ୨୧ ହଜାର ୧୩୨ ରହିଛି। ଆଜି କରୋନା ଅପଡେଟ୍ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା […]

didi
ପୁଣି ରୁଷିଲେ ଦିଦି! କହିଲେ, ଆମ କଥା କେନ୍ଦ୍ର ଶୁଣୁନି

କୋଲକାତା: କରୋନା ଗାଇଡଲାଇନକୁ ନେଇ କେନ୍ଦ୍ରକୁ ସମାଲୋଚନା କଲେ ମମତା। କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ପଶ୍ଚିମବଂଗର ଆପତ୍ତି। କରୋନା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ନେବା ଆବଶ୍ୟକ ରହିଛି। ହେଲେ କେନ୍ଦ୍ର ଏଭଳି ନକରି ତରବରିଆ ନିଷ୍ପତ୍ତି ନେଉଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଗୋଟିଏ ପଟେ ଲକଡାଉନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ […]

modi33
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଲେନି ୨ ରାଜ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହୋଇଥିବା ଆଲୋଚନାରେ ଭାଗ ନେଲେନି କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ତାଲିକାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନାଁ ନଥିବା ଯୋଗୁଁ ସେ ବୈଠକରେ ଯୋଗ ଦେଇନାହାନ୍ତି। ଏନେଇ କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ରାଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କାଯର୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି […]