ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜର ବ୍ୟାଟିଂ ଜରିଆରେ ବହୁ ରେକର୍ଡ ନିଜ ନାମରେ କରିସାରିଛନ୍ତି। କୋହଲି ସୋସିଆଲ ମେଡିଆରେ ମଧ୍ୟ ବେଶ ଲୋକପ୍ରିୟ। ସେହିପରି ନିଜ ଫିଟନେଶ ଓ ଲୁକ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିରାଟ କିଛି ବର୍ଷ ହେବ ଦାଢି ରଖିଆସୁଛନ୍ତି। ଯାହାକି କୋହଲିଙ୍କ ପ୍ରଶଂସକମାନଙ୍କୁ ଏହି ଲୁକ୍ ବହୁତ ପସନ୍ଦ ଆସିଛି। ଏହି ଦାଢିବାଲା ଲୁକ୍ ପାଇଁ ବିରାଟ ପ୍ରଶଂସକଙ୍କ ସମେତ ତାଙ୍କ ସାଥି ଖେଳାଳୀ ବି ଦାଢି […]
୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସ ଦେଖାଦେଇଥାଏ । ଏହି ବୟସ ଆପଣଙ୍କର ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାର ବୟସ। ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି […]
ମୁମ୍ବାଇ: ବଲିଉଡ଼ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ହତ୍ୟା ପାଇଁ ଚାଲିଥିଲା ଯୋଜନା। ଯାହାର ଖୁଲାସା କରିଛି ହରିୟାଣା ପୋଲିସ୍। ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ସମ୍ପତ ନେହେରାଙ୍କୁ ଗିରଫ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ନେହେରାକୁ ଜୁନ୍ ୬ରେ ହରିୟାଣା ପୋଲିସ୍ର ସ୍ପେଶାଲ୍ ଟ୍ୟାକ୍ସ ଫୋର୍ସ ଟିମ୍ ଗିରଫ କରିଥିଲା। ୨୮ ବର୍ଷୀୟ ନେହେରା ସଲମାନ୍ଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଯୋଜନା କରିଥିଲା। ଆଉ ଏହି ଯୋଜନାକୁ ସଫଳ କରିବା ପାଇଁ ସେ ମୁମ୍ବାଇ ଯାଇଥିଲେ। ସେଠାରେ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କୁପଓ୍ୱାଡ଼ା ଜିଲ୍ଲାର କେରନ୍ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଆଜିର ଏହି ଘଟଣା ପରେ ଗତ ୨ ସପ୍ତାହ ମଧ୍ୟରେ ୨୧ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାଥାଉ କି, ୨ […]
ମୁମ୍ବାଇ: ମହାରାଷ୍ଟ୍ରର ଲଗତପୁରୀ ରେଲୱେ ଷ୍ଟେସନ ନିକଟରେ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ। ମୁମ୍ବାଇ-ହାୱଡ଼ା ମେଲ୍ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରେନ୍ର S-12, S-13 ଓ ପାଣ୍ଟ୍ରି କାର୍ ବଗି ଲାଇନ୍ଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହ ଅନେକ […]
ଚୀନ: ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ ଯାଇଛନ୍ତି ମୋଦି। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ କାରବାରକୁ ନେଇ ତର୍ଜମା ହୋଇଛି। ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ କାରବାରକୁ ଏହି ବୈଠକ ନୂଆ ଦିଶା ଦେବ […]
ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ। ଆଜି ଖେଳାଯାଇଥିବା ଟି-୨୦ ଏସିଆ କପ୍ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଏକତରଫା ଭାବେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି। ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏମିତିକି ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ପାକ୍ ଟିମ୍ର ୭ ଜଣ ବ୍ୟାଟ୍ସମ୍ୟାନ […]
ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ। ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ୩ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଦଳର ସାଂଗଠାନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗତକାଲି ଓଡ଼ିଶାରୁ ଦିଲ୍ଲୀ ଯାଇଥିଲେ। ଆଲୋଚନା ପରେ ପିସିସିରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ବୈଠକରେ ପିସିସି କର୍ମକର୍ତ୍ତା ତାଲିକାରେ ମୋହର […]
ଫିଲାଡେଲଫିଆ: ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୫ ବର୍ଷ ଜେଲରେ ବିତାଇବା ପରେ ଜଣା ପଡିଲା ଯେ ସେ ନିର୍ଦ୍ଦୋଷ, ପ୍ରକୃତ ଦୋଷୀ ଆଉ କିଏ । ଆମେରିକାର ଏକ କୋର୍ଟ ଜଣେ ବ୍ୟକ୍ତି ଙ୍କୁ୧୯୯୧ରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଡିଏନ୍ଏ ଟେଷ୍ଟ ପରେ ସେ ନିର୍ଦ୍ଦୋଷରେ ଜେଲରୁ ମୁକୁଳିଛନ୍ତି । ଆଉ ଅନ୍ୟାୟ ପାଇଁ ଲଢ଼େଇ କରି ସେ ଜିତିଛନ୍ତି । ତାଙ୍କୁ ୯.୮୫ ମିଲିୟନ୍ ଆମେରିକୀୟ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦ। ଓଡ଼ିଶା-ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡସେନ ସହ MOU ସ୍ୱାକ୍ଷର ପାଇଁ ସେ ଭୁବନେଶ୍ୱର ଆସିଛନ୍ତି। କ୍ରୀଡ଼ା ବିଭାଗ ସହିତ ଆଲୋଚନା ମଧ୍ୟ କରିବେ। ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକସ ଚାମ୍ପିୟନସିପର କଫି ଟେବୁଲ ବୁକର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରିବେ ବୋଲି ଗୋପୀଚାନ୍ଦ […]
ନୂଅାଦିଲ୍ଲୀ: ବାହାର ଦେଶର ରେଷ୍ଟୁରାଣ୍ଟ ଭିଡିଓକୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ରେଳ ମନ୍ତ୍ରାଳୟକୁ ଟ୍ୟାଗ୍ କରିବା ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶବନା ଅାଜମୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ୩୦ ସେକେଣ୍ଡର ଭିଡିଓରେ ରେଳକର୍ମଚାରୀମାନେ ଅଳିଅା ପାଣିରେ ବାସନ ଧୋଉଥିବା ଶବନା ଦର୍ଶାଇଥିଲେ। ଭିଡିଓଟି ଯାଞ୍ଚ କରିବା ପରେ ରେଳ ମନ୍ତ୍ରାଳୟ ଟ୍ୱିଟ କରି ସ୍ପଷ୍ଟ କରିଥିଲା ଯେ ଏହି ଭିଡିଓଟି ମାଲେସିଅାର । କୁଆଲାଲମ୍ପୁର ବାନାନା ଲିଫ ରାଇସ୍ ରେଷ୍ଟୁରାଣ୍ଟର କର୍ମଚାରୀମାେନେ ରେଷ୍ଟୁରାଣ୍ଟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର! ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବାକୁ ଏକ ବଡ଼ ଯୋଜନା ଚାଲିଥିବା ନେଇ ପୁଣେ ପୋଲିସ୍ ହାତରେ ଏକ ବଡ଼ ସୁରାକ୍ ଲାଗିଛି। ଯାହାକୁ ନେଇ ଖୁଲାସା ହୋଇଛି। ଏ ସମ୍ପର୍କିତ ଏକ ଚିଠିକୁ ପୁଣେ ପୋଲିସ ଉଦ୍ଧାର କରିଛି। ଗତ ଜାନୁଆରୀରେ ହୋଇଥିବା ଭୀମା-କୋରେଗାଓଁ ବିସ୍ଫୋରଣ ଘଟଣାରେ ଛାନ୍ଭିନ୍ ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଣେ ପୋଲିସ। ଗିରଫ ମଧ୍ୟରେ ଜଣେ ଅଭିଯୁକ୍ତଙ୍କ ଘରୁ […]