ନୂଅାଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ସୋସିଅାଲ ମିଡିଅାରେ ଏକ ଭିଡିଓ ସେଅାର କରଛନ୍ତି I ଲୋକସଭା ସାଂସଦ ତଥା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଓ କ୍ରିକେଟର୍ ବିରାଟ କୋହଲିଙ୍କ ଦ୍ୱାରା ଦିଅାଯାଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ବୁଧବାର ଦିନ ଟୁଇଟର ପେଜରେ ଏହି ଭିଡିଓ ସେୟାର କରିଛନ୍ତି I ଏଥିରେ ତାଙ୍କ ରାଜନୈତିକ ବିରୋଧି ମାନଙ୍କୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି I ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରସାଇଜ ଓ ଯୋଗ କରୁଥିବା ଦେଖାଯାଇଛି […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ଓଲଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମେନପୁରିର ଦାନହରା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବସ୍ଟିର ବେଗ ଏତେ ଜୋରରେ ଥିଲା ଯେ, ଏହା ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବସ୍ରେ ଆବଶ୍ୟକତାରୁ ଅଧିକ ଅର୍ଥାତ୍ ପ୍ରାୟ ୮୦ରୁ ୯୦ ଯାତ୍ରୀ […]
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀର ଫର୍ଟିସ ଏସକର୍ଟ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶୀଲାଙ୍କର ପରଲୋକ ହୋଇଯାଇଛି। ହୃଦରୋଗରେ ପୀଡ଼ିତ ଥିବା ଶୀଲା ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ […]
ଜାମ୍ମୁ : ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ ଜାମ୍ମୁ ଓ କାଶ୍ମୀର ସାମ୍ବା ସେରର ଚାମ୍ବଲିୟାଲ ନିକଟରେ ପାକିସ୍ତାନ ପଟୁ ଘନ ଘନ ଗୁଳି ମାଡରେ ୪ଜଣ BSF ଯବାନ ସହିଦ ହୋଇଛନ୍ତି। ଆଉ ୩ ଯବାନ ଗୁରୁତର ଆହତ ହୋଇଛନ୍ତି । ଦିନକ ତଳେ ଚୀନର କିଙ୍ଗଦାଓରେ ଅନୁଷ୍ଠିତ ସଂଘାଇ କୋପରେସନ୍ ଅର୍ଗାନାଇଜେସନ SCO ସମ୍ମିଳନୀରେ ପାକିସ୍ତାନ ରାଷ୍ଟ୍ରପତି ମମ୍ ନୁନ୍ ହୁସେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ ଏବଂ କିଛି ଦିନ […]
ଲଣ୍ଡନ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବଡ଼ ସମ୍ମାନ। ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଲେ ମାଷ୍ଟର ବ୍ଲାଷ୍ଟର । ଇଂଲଣ୍ଡରେ ଆୟୋଜିତ ହୋଇଥିବା ଆଇସିସିର ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଏହି ସମ୍ମାନ ସଚିନ୍ଙ୍କୁ ଦିଆଯାଇଛି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି। ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବାରେ ସଚିନ ତେନ୍ଦୁଲକର ହେଉଛନ୍ତି ଦେଶର ଷଷ୍ଠ କ୍ରିକେଟର। ଏହା ଆଗରୁ ରାହୁଲ ଦ୍ରାବିଡ଼, ସୁନିଲ ଗାଭସ୍କର, କପିଲ୍ […]
ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ। ଆଇସିସିର ନିୟମ ପାଳନ କରିନଥିବାରୁ ଆଇସିସି ଜିମ୍ୱାଓ୍ୱେ କ୍ରିକେଟ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ନିୟମ ଭାଙ୍ଗି ଦଣ୍ଡବିଧାନ ସ୍ୱରୂପ ଜିମ୍ୱାଓ୍ୱେ ଆଇସିସିରୁ ବାଦ୍ ପଡ଼ିଥିଲା। ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର ଏ ନେଇ କହିଛନ୍ତି ଆମେ କୌଣସି ଦେଶର ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ। ଜିମ୍ବାୱେରେ ଯାହା ହୋଇଛି, ଏହା […]
ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଛନ୍ତି I ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି I ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ଥିଲେ ଦାତି ମହାରାଜ I ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା କୁହାଯାଉଛି I ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ […]
ଇନ୍ଦୋର: ଆଧ୍ୟାତ୍ମିକ ଧର୍ମଗୁରୁ ତଥା ମଧ୍ୟପ୍ରଦେଶ ସରକାରରେ ନିକଟରେ ରାଷ୍ଟ୍ରମନ୍ତ୍ର୍ରୀ ପଦ ପାଇଥିବା ଭାୟୁଜୀ ମହାରାଜ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଚାଶ ବର୍ଷ ବୟସ୍କ ଏହି ଧର୍ମଗୁରୁ ମାନସିକ ଚାପଗ୍ରସ୍ତ ଥିଲେ ବୋଲି କୁହାଯାଉଛି ।ତାଙ୍କର ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି।ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡ ନୋଟରେ ସେ ଉଲ୍ଲେଖ କରିଛନ୍ତି । ଇନ୍ଦୋରର ମୁମ୍ବାଇ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା […]