ମୁମ୍ୱାଇ : ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଟ୍ରେନ୍ରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର। ମହାରାଷ୍ଟ୍ରର ବଦଳାପୁର-ୱାରଙ୍ଗଲ ରାସ୍ତା ମଝିରେ ଫସିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ରୁ ୭୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଲ୍ୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ। ଉଦ୍ଧାର କାର୍ଯ୍ୟରେ ୭ଟି ନୌସେନା ଟିମ୍, ବାୟୁସେନାର ଦୁଇଟି ହେଲିକପ୍ଟର, ୪ଟି ଏନଡିଆରଏଫ୍ ଟିମ୍, ୨ଟି ମିଲିଟାରୀ କଲମ୍ ସାମିଲ ହୋଇଥିଲେ। ଏଥିସହ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ଆଉ […]
ମୁମ୍ବାଇ: ପୁଣିଥରେ ରିଲିଜ ହେବ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’। ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଅବସରରେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ୍ କରାଯିବ। ମହାରାଷ୍ଟ୍ରର ୫୦୦ଟି ଥିଏଟରରେ ଲୋକେ ମାଗଣାରେ ଏହି ଫିଲ୍ମ ଦେଖି ପାରିବେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ନିଷ୍ପତ୍ତି ନେଇଛନ୍ତି। ‘ଉରି- ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ଆସନ୍ତାକାଲି ପୁଣି ରିଲିଜ୍ ହେଉଥିବା ନେଇ ଏହାର ପ୍ରଯୋଜକ ରୋନୀ ସ୍କ୍ରୁୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦେଶବାସୀଙ୍କୁ ଗର୍ବ […]
ନୂଆଦିଲ୍ଲୀ : ଆଜି ଲୋକସଭାରେ ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ ବିଲ୍ ଉପରେ ଆଲୋଚନା ହେବା ସଂଭାବନା ରହିଛି। ଟ୍ରିପଲ୍ ତଲାକକୁ ଅପରାଧିକ ମାମଲାରେ ଅର୍ନ୍ତଭୁକ୍ତ କରିବାକୁ ହୋଇଥିବା ସଂଶୋଧନକୁ ଆଜି ଲୋକସଭାରେ ଉପସ୍ଥାପିତ କରାଯିବ । ଟ୍ରିପଲ୍ ତଲାକରେ ଅଭିଯୁକ୍ତଙ୍କୁ କାରାଦଣ୍ଡ ଏବଂ ଜୋରିମାନା ଭଳି ଦଣ୍ଡ ଲଗାଇବା ପାଇଁ ଏହି ବିଲ୍ରେ ସଂଶୋଧନ କରାଯାଇଛି। ଯାହାକୁ କିଛି ଆଞ୍ଚଳିକ ଦଳ ବିରୋଧ କରିଥିଲେ । ଏହାପୂର୍ବରୁ ଟ୍ରିପଲ୍ ତଲାକ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ତେବେ […]
ଗାୟକ ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହ ଶୁକ୍ରବାର (ଜୁଲାଇ ୧୬) ଧୁମ୍ଧାମ୍ରେ ହୋଇଯାଇଛି। ବିବାହ ବାନ୍ଧିହେବା ପରେ ଏହି ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଏକ ବିବାହ ରିସେପ୍ସନ୍ ଭୋଜି ଦେଇଥିଲେ, ଯେଉଁଥିରେ ନିମନ୍ତ୍ରିତ ଅତିଥି ଏବଂ ସାଙ୍ଗମାନଙ୍କ ସହିତ ବର-କନ୍ୟା ବହୁତ ମସ୍ତି କରିଥିଲେ।
ଜମ୍ମୁ-କାଶ୍ମୀର : କାର୍ଗିଲ ଦିବସ ପାଳନ ପୂର୍ବରୁ ଡେୟାର ଡେଭିଲ ଶୋ ପ୍ରଦର୍ଶନ। ଭାରତୀୟ ସ୍ଥଳ ସେନା ପକ୍ଷରୁ ଦ୍ରାସ ସେକ୍ଟରରେ ଡେୟାର ଡେଭିଲ ବାଇକର ଶୋ ପ୍ରଦର୍ଶନ କରାଯାଇଛି। କାର୍ଗିଲ ଯୁଦ୍ଧର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଶୋ ପ୍ରଦର୍ଶନ କରିଛି ସେନା। ବାଇକରେ ବିଭିନ୍ନ ଷ୍ଟଣ୍ଟ ଶୋ ଦେଖାଇ ଲୋକଙ୍କ ମନ କିଣିନେଇଛନ୍ତି ବୀର ଯବାନମାନେ। ଜଳନ୍ତା ନିଆଁର ଚକ୍ରି ମଧ୍ୟରେ ବାଇକ ଚଲାଇ ଯିବା ଠାରୁ ଆରମ୍ଭ କରି ଗୋଟିଏ […]
ଗୁଜରାଟ : ଟିକ୍ଟିକ୍ ଭିଡିଓ କରିବା ନିଶା ସମସ୍ତଙ୍କୁ ଘାରିଛି । ଲୋକେ ନିଜର ଅଫିସ୍ ସମୟ ଭିତରେ କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍ଟକ୍ରେ ମାତୁଛନ୍ତି। କିଛିଦିନ ତଳେ କିଛି ଡାକ୍ତରଖାନା ନର୍ସମାନଙ୍କ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା। ଏଥିନେଇ ସଂପୃକ୍ତ କର୍ତ୍ତୃପକ୍ଷ ସାମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଥିଲେ। ଏବେ ଏମିତି ଏକ ଖବର ଆସିଛି । ଥାନାରେ ପୁଲିସ କନଷ୍ଟେବଳଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ହେଉଛି। ପୁଣି ଡ୍ୟୁଟି ଆୱାର ଭିତରେ, ବିନା ବର୍ଦ୍ଦିରେ। […]