• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

table-tennis-og-image-cropped-1080x627
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍‌ର ଆଜି ଫାଇନାଲ ମ୍ୟାଚ୍‌

କଟକ: କଟକରେ ଆୟୋଜିତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍‌ର ଆଜି ଫାଇନାଲ ମ୍ୟାଚ୍‌।  ସମସ୍ତ ଇଭେଣ୍ଟର ଆଜି ଫାଇନାଲ ମ୍ୟାଚ ଖେଳାଯିବ। ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲିର ଏକ ମ୍ୟାଚରେ ପୁଣି ଭାରତକୁ ସଫଳତା ମିଳିଛି। ବ୍ୟକ୍ତିଗତ ଇଭେଣ୍ଟରେ ଖେଳାଯାଇଥିବା ମିକ୍ସଡ୍ ଡବଲ୍ସରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ଭାରତର ଜି. ସାଥିଆନ ଏବଂ ଅର୍ଚ୍ଚନା କାମଥ ୩-୦ ପଏଣ୍ଟରେ […]

plastic water bottle
ରେଳଷ୍ଟେସନ୍‌ରେ ଜମା କରନ୍ତୁ ପ୍ଲାଷ୍ଟିକ ବୋତଲ, ନେଇ ଯାଆନ୍ତୁ ଟଙ୍କା

ନୂଆଦିଲ୍ଲୀ: ରେଳ ଷ୍ଟେସନ ଓ ଟ୍ରେନ୍ ବଗି ଭିତରେ ଫଡ଼ିଥିବା ଖାଲି ପ୍ଲାଷ୍ଟିକ୍‌ ବୋତଲ ଏବେ ଆପଣଙ୍କ ପକେଟରେ ଟଙ୍କା ଭର୍ତ୍ତି କରିବ। ତେଣୁ ଯଦି ଖାଲି ପ୍ଲାଷ୍ଟିକ୍‌ ବୋତଲ ଦେଖୁଛନ୍ତି ତେବେ ତୁରନ୍ତ ଆଣି ଜମା କରନ୍ତୁ। ଭାରତୀୟ ରେଳ ବିଭାଗ ପକ୍ଷରୁ ଏପରି ସୁବିଧା ଉପଲବ୍ଧ କରାଯାଉଛି। ସ୍ୱଚ୍ଛତା ଏବଂ ପ୍ରଦୂଷଣ ରହିତ ପରିବେଶକୁ ଆଖିରେ ରଖି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏହି ପ୍ଲାଷ୍ଟିକ୍‌ ବୋତଲକୁ ନେଇ ରେଳ ବିଭାଗ କରିବ କ’ଣ […]

kumatswami
କର୍ଣ୍ଣାଟକ ନାଟକର ହେବ କି ଅନ୍ତ ?

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଦେଖା ଦେଇଥିବା ଅସ୍ଥିରତା ଶେଷ ରେଜଲ୍ଟ କଣ ହେବା ତାହା ଆଜି ସ୍ପଷ୍ଟ ହୋଇପାରେ। କାରଣ ଆଜି ଗୃହରେ ଆସ୍ଥା ଭୋଟ ହେବ ବୋଲି ସୂଚନା ରହିଛି। ଆସ୍ଥା ଭୋଟ ଆଜି କରାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ସ୍ୱାଧୀନ ବିଧାୟକ ଏଚ୍‌ ଲାଗେଶ ଓ ଆର୍. ଶଙ୍କର। ଅନ୍ୟପଟେ ବିଦ୍ରୋହୀଙ୍କୁ ମନାଇବାରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ସବୁ କୌଶଳ ଫେଲ୍ ମାରିଛି। କୁମାରସ୍ୱାମୀ ସରକାରଙ୍କୁ ଉଚିତ ଶିକ୍ଷା ଦେବା ଏକମାତ୍ର ଲକ୍ଷ୍ୟ ବୋଲି […]

gay
ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ଏକ ବାହାଘରର ଫଟୋ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଏକ ବାହାଘରର ଫଟୋ ଟ୍ରେଣ୍ଡ କରୁଛି। ଚାରିଆଡ଼େ ଏହି ବାହାଘରକୁ ନେଇ ଜୋର୍‌ସୋର୍‌ ଚର୍ଚ୍ଚା ମଧ୍ୟ। ଏହି ବାହାଘର କୌଣସି ସେଲେବ୍ରିଟିଙ୍କର ନୁହେଁ। ଏହି ବାହାଘର ହେଉଛି ଦୁଇ ଭାରତୀୟ ଅମିତ ଶାହ ଓ ଆଦିତ୍ୟ ମଦିରାଜୁଙ୍କର। ଏହି ସମଲିଙ୍ଗୀ କପଲ୍ ପରସ୍ପରକୁ ୧ ବର୍ଷ ଡେଟ୍‌ କରିବା ପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। View this post on Instagram A post shared by Amit Shah (@amit_aatma) […]

chnaray
ଆଜି ମହାଆକାଶକୁ ଯିବ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା: ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୨ ମହାକାଶ ଯାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍ ମହାକାଶ କେନ୍ଦ୍ରରୁ ଏହି ଉତ୍‌କ୍ଷେପଣ କରାଯିବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ରକେଟ୍‌ GSLV ମାର୍କ -3। ୬୪୦ ଟନ୍ ଓଜନର ରକେଟ୍‌ର ନାଁ ହେଉଛି ବାହୁବଳୀ। ଗତ ୧୫ ତାରିଖରେ ଏହି ମିଶନ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କ୍ରାଓଜେନିକ ଇଞ୍ଜିନରେ ତ୍ରୁଟି ଯୋଗୁ ଉତ୍‌କ୍ଷେପଣକୁ ସ୍ଥଗିତ […]

raman-singh
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅସୁସ୍ଥ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍‌ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Haryana: Former Chhattisgarh Chief Minister and BJP leader Raman Singh admitted to a hospital in Gurugram, yesterday night after he complained of chest pain. (File pic) pic.twitter.com/yxEtJ1ijRB — ANI (@ANI) July […]

mandiraa
ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ଟିଭି ହୋଷ୍ଟ ମନ୍ଦିରା ବେଦୀ ଏବେ ମାଲଦୀପଭରେ ଛୁଟି କାଟୁଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ନିଜର ଛୁଟି ଏନ୍‌ଜୟ କରୁଥିବା ମନ୍ଦିରା ମାଲଦୀଭର ସମୁଦ୍ର କୂଳରେ ଏକଦମ୍‌ ହଟ୍‌ ଅନ୍ଦାଜରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରମ ଆକାଉଣ୍ଟରେ ଶେୟାର କରିଛନ୍ତି। View this post on Instagram A post shared by Mandira Bedi (@mandirabedi) ଏହି ଫଟୋରେ ମନ୍ଦିରା ଏକ ରେଡ୍‌ କଲର୍‌ […]

tt5
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପ: ପୁରୁଷ ଡବଲ୍ସ ସେମିରେ ଭାରତର ଦୁଇ ଯୋଡ଼ି

କଟକ: ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପର ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍‌ରେ ଶରତ କମଲ-ଜି.ସାଥିଆନ୍‌ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍‌ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍‌ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍‌ ଚାମ୍ବର୍ସଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ସେମି ଫାଇନାଲ୍‌ରେ ସିଙ୍ଗାପୁରର କୋଏନ୍‌ ପାଙ୍ଗ-ସାଓ ହାନ୍‌ ଜୋସ୍‌ ଏବ˚ ଇ˚ଲଣ୍ତର ସାମୁଏଲ୍‌ ଵାକର-ଥୋମାସ ଜାର୍ଭିସ୍‌ଙ୍କ ଯୋଡି […]

susmita
ଭାଇରାଲ୍‌ ହେଉଛି ବୟଫ୍ରେଣ୍ଡଙ୍କ ସହ ସୁସ୍ମିତାଙ୍କର ଏଇ ଫଟୋ

ମୁମ୍ୱାଇ: ନିଜର ଫିଟ୍‌ନେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ । ବଲିଉଡ୍‌ର ଏହି ଅଭିନେତ୍ରୀ କେବେ ପୋଲ ଡ୍ୟାନ୍ସ୍‌ ତ କେବେ ଜିମ୍‌ରେ ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହିତ ଜିମ୍ନାଷ୍ଟିକ୍ ରିଙ୍ଗରେ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୁସ୍ମିତା, ରୋହମନ୍‌ ଓ ତାଙ୍କର ଦୁଇ ଝିଅଙ୍କ ସହିତ ଆର୍ମିନିଆରେ ଛୁଟି କାଟୁଛନ୍ତି। ଏହି ସମୟରେ ସେ ନିଜ ସୋଶାଲ ମିଡିଆରେ ଆକାଉଣ୍ଟରେ ବୟଫ୍ରେଣ୍ଡ ରୋହମନ୍‌ଙ୍କ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି […]

tt4
୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ମହିଳା ସିଙ୍ଗଲ୍ସ ସେମିରେ ଭାରତର ୩ ଖେଳାଳି

କଟକ: ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ଖେଳାଯାଇଥିବା ମ୍ୟାଚଗୁଡ଼ିକ ମଧ୍ୟରେ ମହିଳା ସିଙ୍ଗଲ୍ସରେ ଆହିକା ମୁଖାର୍ଜୀ, ଶ୍ରୀଜା ଅକୁଳ ଓ ମଧୁରିକା ପାଟକର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଆହିକା ୪-୦ (୧୧-୬, ୧୧-୬, ୧୧-୨, ୧୧-୮)ରେ ମୌସୁମୀ ପଲ୍‌ଙ୍କୁ, ଶ୍ରୀଜା ୪-୨ (୧୧-୫, ୧୧-୫, ୧୧-୯, ୧୭-୧୯, ୬-୧୧, ୧୭-୧୫)ରେ ସୁତୀର୍ଥା ମୁଖାର୍ଜୀଙ୍କୁ ଏବ˚ ମଧୁରିକା ୪-୧ (୧୧-୪, ୯-୧୧, ୧୧-୮, ୧୨-୧୦, ୧୧-୯)ରେ ସିହ୍ନା ରଏ କ୍ରିତ୍ୱିକାଙ୍କୁ […]

paan
ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ  ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ। […]

dharmasena
ଭୁଲ୍‌ ମାନିଲେ ଧର୍ମସେନା

କଲମ୍ବୋ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରଙ୍କ ସେହି ଗୋଟିଏ ଭୁଲ୍ ନିଷ୍ପତ୍ତି ପୂରା ମ୍ୟାଚର ରୂପରେଖ ବଦଳାଇ ଦେଇଥିଲା। ଶେଷ ଓଭରରେ ବେନ୍ ଷ୍ଟୋକ୍ସ ୨ ରନ୍ ନେବା ପାଇଁ ଦୌଡୁଥିବା ବେଳେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ’ ତାଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରୀକୁ ଚାଲିଯାଇଥିଲା। ଯାହା ପରେ ଅମ୍ପାୟାର ଏହାକୁ ମୋଟ ୬ ରନ୍ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା, କାରଣ ଆଇସିସି ନିୟମ ମୁତାବକ […]

धनंजय-
‘ସୁପର-୩୦’ର ଜଣେ ଛାତ୍ରଙ୍କ କାହାଣୀ: ଦୋକାନରେ କାମ କରୁଥିଲେ, ଏବେ ମାସିକ ରୋଜଗାର ଲକ୍ଷାଧିକ ଟଙ୍କା

ପାଟଣା: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନଙ୍କ ଅଭିନିତ ଫିଲ୍ମ ‘ସୁପର-୩୦’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହି ଫିଲ୍ମଟି ସଫଳ ଶିକ୍ଷାବିତ୍‌ ତଥା ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ। ଯିଏ କି ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ଫ୍ରି କୋଚିଂ ସେଣ୍ଟର୍ ଆରମ୍ଭ କରିଥିଲେ। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ […]

india
ୱେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ କ୍ରିକେଟ୍ ଦଳ ଘୋଷଣା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ରବିବାର ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ୍‌, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍‌ ବେଳେ ଆହତ ହୋଇଥିବା ଶିଖର ଧୱନ ମଧ୍ୟ ଟିମ୍‌କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍‌ରେ ସ୍ଥାନ ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଟିମରେ ଦୁଇଜଣ ନୂଆମୁହଁ ସ୍ଥାନ ପାଇଛନ୍ତି। ଏହି ଦୁଇ […]

k3v2cs2_kr-ramesh-kumar_625x300_22_July_19
ରୋଚକ ସ୍ଥିତିରେ କର୍ଣ୍ଣାଟକା ରାଜନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ଆଜି ପୁଣି ଆସ୍ଥା ଭୋଟ୍ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ଅନ୍ୟପଟେ ଆସ୍ଥା ଭୋଟ୍ ନେଇ ସୁପ୍ରିକୋର୍ଟ୍‌ରେ ଫେରାଦ୍‌ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ଅବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୃହ କାର୍ଯ୍ୟରେ ସେ ହସ୍ତକ୍ଷେପ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହିତ ତତ୍‌କ୍ଷଣାତ ଭୋଟ୍ କରାଇବା ଲାଗି କୌଣସି ପରିସ୍ଥିତିରେ ବି ବାଚସ୍ପତିଙ୍କୁ କୁହାଯାଇ ପାରିବ ନାହିଁ […]