ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ୟେଦ୍ଦୁରପ୍ପା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଦୁଇଟି […]
ମୁମ୍ବାଇ: ମବ୍ ଲିଞ୍ଚିଂ ପ୍ରସଙ୍ଗକୁ ନେଇ ଦୁଇ ଫାଳ ହେଲା ବଲିଉଡ୍ ଓ ବୁଦ୍ଧିଜୀବୀ ମହଲ। ଲିଞ୍ଚିଂ, ଅସହିଷ୍ଣୁତା ଓ ଜୟ ଶ୍ରୀରାମ ନାଁରେ ହିଂସା ଘଟାଯାଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ୪୯ ଜଣ ସେଲିବ୍ରିଟିଙ୍କ ଖୋଲା ଚିଠି ପରେ ସେମାନଙ୍କୁ କାଉଣ୍ଟର ଲାଗି ୬୧ ଜଣ ସିନେ କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଚିଠି ଲେଖିଛନ୍ତି। ସିବିଏଫ୍ସି ଚେୟାରମ୍ୟାନ ପ୍ରସୁନ ଯୋଶୀ, ଅଭିନେତ୍ରୀ କଙ୍ଗନା ରନାଓ୍ୱତ, ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଶୋକ ପଣ୍ଡିତ […]
ନୂଆଦିଲ୍ଲୀ: ଜାପାନର ଟୋକିଓରେ ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଶୁକ୍ରବାର ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ରାନୀ ଏବଂ ଭାଇସ୍-କ୍ୟାପଟେନ୍ ଭାବେ ସବିତାଙ୍କୁ ଟିମରେ ରଖାଯାଇଛି। ଏହି ଇଭେଣ୍ଟ ପାଇଁ ଓଡ଼ିଶାର ଦୁଇଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା ଓ ଲିଲିମା ମିଞ୍ଜ୍। ଏଫଆଇଏଚ୍ ରାଙ୍କିଙ୍ଗରେ ଦଶମ ସ୍ଥାନରେ ଥିବା ଭାରତୀୟ ମହିଳା […]
ସେଣ୍ଟ ଜନ୍ସ: ଅଗଷ୍ଟ ୮ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ସାମିଲ୍ କରାଯାଇଛି। ବାମହାତୀ ଓପ୍ନର ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍ ଏବଂ ଅଲରାଉଣ୍ଡର କୀମୋ ପଲଙ୍କୁ ୧୪ଜଣିଆ ସ୍କ୍ୱାର୍ଡରେ ସ୍ଥାନ ମିଳିଛି। ମାର୍ଚ୍ଚରେ ଇଂଲଣ୍ଡ ସିରିଜ୍ ସମୟରେ ଗେଲ୍ କହିଥିଲେ ଯେ, ବିଶ୍ୱକପରେ ସେ କ୍ରିକେଟରୁ ସନ୍ନ୍ୟାସ ନେବେ। କିନ୍ତୁ ବିଶ୍ୱକପ୍ ଚାଲିଥିବା ବେଳେ […]
ନୂଆଦିଲ୍ଲୀ: ସମାଜବାଦୀ ସାଂସଦ ଆଜମ ଖାନ୍ ଗତକାଲି ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ଏହାକୁ କେନ୍ଦ୍ର କରି ଆଜି ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ଦଳମତ ନିର୍ବିଶେଷରେ ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଥିସହ ବିଜେପି ସମେତ ଏକାଧିକ ଦଳର ସାଂସଦମାନେ ଆଜମ ଖାନ୍ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସେ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ସଂସଦରୁ […]
ହାଇଦ୍ରାବାଦ: ଏଆଇଏମ୍ଆଇଏମ୍ ବିଧାୟକ ଆକବରୁଦ୍ଦିନ୍ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି। ରବିବାର କରିମ୍ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍ଙ୍କ ହତ୍ୟା ପାଇଁ ଆରଏସ୍ଏସ୍ ଦାୟୀ। ସେ ଆହୁରି […]
ଭୁବନେଶ୍ୱର: ବିଧାନସଭା ସଦସ୍ୟ ଭାବେ ଶପଥ ନେଲେ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଓ୍ୱାଲ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ସାବିତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ବିଜେଡିର ବହୁ ମହିଳା ବିଧାୟକଙ୍କ ସହ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ। ପାଟକୁରା ନିର୍ବାଚନରେ ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ବିଜେପିର ବିଜୟ ମହାପାତ୍ରଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ମୁମ୍ବାଇ: ମୁମ୍ବାରାଠାରୁ ଗିରଫ ହୋଇଥିବା ୧୦ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମହାରାଷ୍ଟ୍ର ଏଟିଏସ୍ ହାତରେ ଲାଗିଛି। ଏହି ୧୦ ଆତଙ୍କୀଙ୍କୁ ଚଳିତ ବର୍ଷ ଜାନୁଆରୀମାନେ ମୁମ୍ବାରାରୁ ଗିରଫ କରାଯାଇଥିଲା। ଏବେ ଏଟିଏସ୍ ଏହାର ତଦନ୍ତ କରି ଚାର୍ଜଶିଟ୍ ପ୍ରସ୍ତୁତ କରିଛି। ଚାର୍ଜଶିଟ୍ ଅନୁଯାୟୀ, ଆତଙ୍କବାଦୀମାନେ ମୁମ୍ବାରା ଠାରେ ଥିବା ମନ୍ଦିରରେ ମିଳୁଥିବା ମହାପ୍ରସାଦରେ ବିଷ ମିଶାଇବାକୁ ଯୋଜନା କରୁଥିଲେ। ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ ବିବାଦୀୟ ଇସ୍ଲାମ ଧର୍ମ […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଇସ୍ଲାମାବାଦରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଥିବା ସ୍ୱୀକାର କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଇମ୍ରାନ୍ଙ୍କ ଏହି ସ୍ୱୀକାରୋକ୍ତିକୁ ନେଇ ଆଜି ଭାରତ ସରକାର ପାକିସ୍ତାନ ଉପରେ ପଞ୍ଝା କଷିଛନ୍ତି। ଆତଙ୍କବାଦୀଙ୍କ ଉପରେ ଏବେଠାରୁ ହିଁ ଇମ୍ରାନ୍ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଵୀଶ କୁମାର କହିଛନ୍ତି। ସେ କହିଛନ୍ତି, “ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀ କ୍ୟାମ୍ପ ରହିଛି। ଏଥିସହ […]
ବେଙ୍ଗାଲୁରୁ: ଆସ୍ଥା ଭୋଟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପରାସ୍ତ ହେବାର ୨ ଦିନ ପରେ ଆଜି ବାଚସ୍ପତି କେଏମ ରମେଶ କୁମାର ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରିଥିବା ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୩ ଜଣ ଯାକ ବିଧାୟକ କଂଗ୍ରେସ ଦଳର। ସେମାନେ ହେଲେ ଆର ଶଙ୍କର,ରମେଶ ଝରକିହୋଲି ଓ ମହେଶ କୁମାଥାହାଲ୍ଲି। ଏମାନଙ୍କୁ ବାଚସ୍ପତି ଦଳ ବଦଳ ଆଇନ୍ର ସେଡ୍ୟୁଲ ୧୦ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଛନ୍ତି। […]
ମୁମ୍ବାଇ: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋଶାଲ୍ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଅଭିନୟକୁ ନେଇ ସେ ପ୍ରଶଂସା ସାଉଁଟନ୍ତି ତ କେତେବେଳେ ମଜାମସ୍ତି କରି ଟ୍ରଲ୍ର ଶିକାର ହୁଅନ୍ତି। ଏବେ ପୁଣିଥରେ ଦେଶୀ ଗର୍ଲ କିଛି ଏମିତି କାରନାମା କରିଛନ୍ତି ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କୁ ଟ୍ରଲ୍ କରାଯାଉଛି। ଗତ ୧୮ତାରିଖରେ ପ୍ରିୟଙ୍କା ତାଙ୍କ ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ଏଥିପାଇଁ ସେ ପୂରା ପରିବାର ସହ ମିଆମିରେ ପହଞ୍ଚିଥିଲେ। […]