ନୂଆଦିଲ୍ଲୀ: ୩୭ ବର୍ଷରେ ପଦାପର୍ଣ କରିଛନ୍ତି କ୍ରିକେଟର୍ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଏନେଇ କ୍ରିକେଟ୍ ଏବଂ ବଲିଉଡ୍ ଜଗତରୁ ଧୋନିଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। ଧୋନିଙ୍କ ୩୭ତମ ଜନ୍ମଦିନ ସେ ଇଂଲଣ୍ଡରେ ପାଳନ କରିଛନ୍ତି। ଝିଅ ଜିଭା ବାପା MSଙ୍କୁ ଜଣାଇଛନ୍ତି ବାର୍ଥ ଡେ’ର ଶୁଭେଚ୍ଛା । ଯାହା ଏବେ ସୋସିଆଲ୍ ମିଡିଆରେ ବେସ୍ ଟ୍ରେଣ୍ଡ କରୁଛି। Birthday Boy Mahi Blowing Out The Candles ? #HappyBirthdayMSDhoni pic.twitter.com/ma3MXmR4zf — […]
ବାଙ୍କୀ: ‘ମୁଁ ରାଉରକେଲାରେ କାମ କରୁଥିଲି। ଦେହ ଅସୁସ୍ଥ ହେବାରୁ ସେଠି କେହି ନ ପଚାରିବାରୁ ମୁଁ ଗାଁକୁ ପଳାଇ ଆସିଲି। ଭାବିଲି ଗାଁକୁ ଆସିଲେ ଭାଇବନ୍ଧୁ ପଚାରିବା ସହ ସେବା କରିବେ ବୋଲି। ହେଲେ ମୋତେ କେହି ପଚାରିଲେ ନାହିଁ। ୬ ମାସ ହେଲା ଘାଣ୍ଟି ହେଉଛି’ ଏଭଳି ଭାବରେ ନିଜ ଦୁଃଖ କଥା କହିଛନ୍ତି କଟକ ଜିଲ୍ଲା ବାଙ୍କି ବ୍ଲକ ବୋତଲମା ଗାଁର ନବ ଦେହୁରୀ। ଚିକିତ୍ସା ସୁବିଧା ପାଇ ନ ପାଇ ଯନ୍ତ୍ରଣାରେ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୮୧ରେ ପହଞ୍ଚିଛି। ଆଜି ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ପୁରୀରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର, ନୂଆପଡା, ବାଲେଶ୍ୱର, ଭୁବନେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ମଧ୍ୟ ଚିହ୍ନଟ […]
ନୂଆପଡ଼ା : ବ୍ୟାପକ ଗଛ କଟା ଯୋଗୁଁ ନଷ୍ଟ ହେଉଛି ସବୁଜିମା। ଲୋପ ପାଉଛି ଜଙ୍ଗଲ। ଗ୍ଲୋବାଲ ଓ୍ୱାର୍ମିଂ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ହେଲେ ପ୍ରକୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି ନୂଆପଡ଼ା ଜିଲ୍ଲାର ଲାଲମଣି । ପରିଣତ ବୟସରେ ନିଜ ପତ୍ନୀଙ୍କ ସହ ମିଶି ଜଙ୍ଗଲ ସୁରକ୍ଷା ପାଇଁ ଜାରି ରଖିଛନ୍ତି ସଂଘର୍ଷ। ଲାଲମଣିଙ୍କ ଏ ମହତ ପ୍ରୟାସ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ଦିନେ ଯେଉଁ ଜଙ୍ଗଲ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୨୦ତାରିଖରୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ। ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ ଏହି ଧର୍ମଘଟ ଡାକରା ଦେଇଛି। ଅସନ୍ତା ୨୦ ତାରିଖ ସକାଳ ୬ଟାରୁ ଏହି ଧର୍ମଘଟ ହେଉଥିବା ନେଇ ଅନୁଗୁଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ସେମାନଙ୍କ ଯୁକ୍ତିଯୁକ୍ତ ଦାବି ପ୍ରତି ବୈମାତୃକ ମନୋଭାବ ପୋଷଣ […]
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବ୍ଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଅନ୍ୟ ଜଣେ ସହଯୋଗୀ କ୍ଷୀରୋଦ କର। ଗତକାଲି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦକୁ ଉଠାଇ ନେଇ କ୍ରାଇମବ୍ରାଞ୍ଚ ଅଟକ ରଖିଛି। ଗତକାଲି ଟିଟୋ ଓ ତା’ର ସହଯୋଗୀଙ୍କ ଘର ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ ହୋଇଥିଲା। ଟିଟୋର ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା। ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର, ଲାପଟପ୍, ଟିପର୍ ଓ ଜେସିବି ମେସିନ ସମେତ ୨୬ଟି ଗାଡ଼ି ଆଦି […]
କେନ୍ଦୁଝର: କେନ୍ଦୁଝର ସଦର ଥାନା ଏମ୍ଏସ୍ପି ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ୧୨ ଚକିଆ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍ରେ ଥିବା ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ଟି ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର୍ଟି ସ୍ପିଡ଼୍କୁ କଣ୍ଟ୍ରୋଲ ନ କରିପାରି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବ। ୯ ତାରିଖ ଓ ୧୦ ତାରିଖ ୨ ଦିନ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି। କିନ୍ତୁ ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଗତବର୍ଷ ଜୁନ୍ ମାସରେ ରାଜ୍ୟରେ -୨ ପ୍ରତିଶତ […]
ଭୁବନେଶ୍ୱର: ଭୁବନେଶ୍ୱର CET(College of Engineering and Technology) ଇଞ୍ଜିନିୟରିଂ କଲେଜର ଜଣେ ପ୍ରଫେସରଙ୍କ ମୃତଦେହ ଭଡ଼ା ଘରୁ ମିଳିଛି। ମୃତକ ହେଲେ କୋରାପୁଟ ଜିଲ୍ଲା ସୁନାବେଡ଼ାର ଭାଗବତ ପ୍ରସାଦ ରଥ। ସେ ଘାଟିକିଆରେ ଭଡ଼ା ଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଭାଗବତ ରହୁଥିବା ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ଏହା ଜଣାପଡ଼ିବା ପରେ ପଡ଼ୋଶୀ ପୋଲିସ୍କୁ ଏସମ୍ପର୍କରେ ଖବର ଦେଇଥିଲେ। ଗତ ୪ ଦିନ ହେବ ଘର ଭିତରେ ମୃତଦେହ ବନ୍ଦ ରହିବା ଯୋଗୁ ଦୁର୍ଗନ୍ଧ […]
ଖଲ୍ଲିକୋଟ: ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ୨ ଭଉଣୀଙ୍କ ବୟସ ୮ ଓ ୧୦ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳେ ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଖରୀରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଥିବା ବୋଲି ସୂଚନା ମିଳିଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରୁ ଜଣକୁ ଉଠାଇ ନେଇଛି NIA। ନେସନାଲ ଇନ୍ଭେଷ୍ଟିଗେସନ ଏଜେନ୍ସି ଟିମ୍ ଉକ୍ତ ବ୍ୟକ୍ତିଙ୍କୁ କାହିଁକି ଉଠାଇ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୌଣସି ଘଟଣା ସହ ତାଙ୍କର ଲିଙ୍କ ଥିବା ଅନୁମାନ କରାଯାଉଛି। ତାଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରା ଉଚରା କରୁଥିବା କୁହାଯାଉଥିଲା । ହେଲେ ଅଜ୍ଞାତ ସ୍ଥାନ ନୁହେଁ, ଖଣ୍ଡଗିରି ଥନାରେ ଜେରା କରାଯାଉଥିବା ନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। […]
ବାଲେଶ୍ୱର: ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଭାଲୁ ଅାତଙ୍କ। ଧୁବସିଲା ନିକଟସ୍ଥ ଖଇରବନି ଗାଁ ଭିତରକୁ ଏକ ଭାଲୁ ପଶି ଅାସିଛି । ଗତ ରାତିରେ ହିଁ ଭାଲୁଟି ଗାଁ ଭିତରକୁ ଚାଲି ଅାସିଥିଲା। ଭାଲୁକୁ ଏଯାଏ କାବୁ କରାଯାଇ ନ ଥିବାରୁ ଗାଁ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ସେପଟେ ଭାଲୁକୁ ଉଦ୍ଧାର ପାଇଁ ଶିମିଳିପାଳରୁ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି।
ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ଟାଇମ ଲାଇନରେ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୨ ତାରିଖ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ସଂଯୋଜନାରେ OCAC ପାଖରେ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ କରାଯିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ନଭେମ୍ବର ୫ ତାରିଖ ରାତି ୧୧ ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ନିଜ କ୍ୟାରିଅର ମାର୍କ SAMS ପୋର୍ଟାଲରେ ଉପଲୋଡ କରିବେ। ନଭେମ୍ବର ୧୦ ତାରିଖରେ ରାଜ୍ୟବ୍ୟାପୀ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିସହ ନଭେମ୍ବର ୩୦ […]
ଅନୁଗୁଳ : ମିଳିଲାନି ମହାପ୍ରୟାଣ ଗାଡି। ଫଳରେ ୯ ଘଣ୍ଟା ଧରି ମେଡିକାଲ ବେଡରେ ପଡି ରହିଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ପାଲଲହଡା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ। ଗତକାଲି ଚଷାଗୁରୁଜାଙ୍ଗ ପଂଚାୟତ ଶୁସବ ଗାଁର ଅମୃତି କିସାନଙ୍କ ଝିଅ ଝରଣା ମ୍ୟାଲେରିଆ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ରାତି ୧୨ ଟା ଆଡ଼କୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ନେବା ପାଇଁ ପାଲଲହଡାରେ ଗାଡ଼ି ନ ଥିଲା। ସେପଟେ ଅର୍ଥାଭାବରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସୋସିଅାଲ୍ ମିଡିଅାରେ ଯୁବତୀଙ୍କ ଫଟୋ ଭାଇରାଲ୍ ଅଭିଯୋଗ । ବାଳକୃଷ୍ଣ ନାମକ ଜଣେ ଅଭିନେତା ନିଜ ପ୍ରେମିକାଙ୍କ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହା ସହ ସୋସିଅାଲ୍ ମିଡିଅାରେ ବିବାଦୀୟ ପ୍ରେମର ଗୁମର ବି ସେ ଖୋଲିଛନ୍ତି । ତେବେ ଘଟଣା ନେଇ ଏଯାଏଁ ପ୍ରେମିକାଙ୍କ ଅାଡୁ କୌଣସି ଏତଲା ଦିଅାଯାଇନଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଜଣେ ବ୍ୟକ୍ତିଙ୍କର ତୀର ମାଡ଼ରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ସୋମରା ଦେହୁରୀ। ପାରିବାରିକ କଳହକୁ କେନ୍ଦ୍ର କରି ଏପରି ଘଟଣା ଘଟିଥବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ସୋମରାଙ୍କ ଉପରେ ତାଙ୍କ ପଡ଼ୋଶୀ ଛୋଟରାୟ ଦେହୁରୀ ତୀରମାଡ଼ କରିଥିଲେ। ତୀର ସୋମରାଙ୍କ ଛାତିରେ ବାଜିଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ପରିବାର ଲୋକେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି […]
ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିରରେ ସେବାୟତଙ୍କ ଅାଚରଣ ଓ ଦାନ ଦକ୍ଷିଣା ପ୍ରସଙ୍ଗରେ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ଅାପତ୍ତି ଥିଲେ କୋର୍ଟଙ୍କୁ ଜଣାଇବାକୁ ମନ୍ଦିରର ପରିଚାଳନା କମିଟିକୁ କୁହାଯାଇଛି । ତେବେ ମନ୍ଦିରରେ ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ମଗାଯାଇଥିବା ରିପୋର୍ଟ ଦାଖଲ ହୋଇନାହିଁ। ରଥଯାତ୍ରା […]
ଭୁବନେଶ୍ୱର: ଜମି ଜବରଦଖଲକାରୀଙ୍କ ପାଇଁ ସରକାରଙ୍କ ଗଳାବାଟ ପ୍ରସ୍ତୁତି । ଜବରଦଖଲ ଜମିକୁ ନିୟମିତ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଅାରମ୍ଭ ହୋଇଛି। ଅାପତ୍ତିବିହୀନ ଜବରଦଖଲ ସରକାରୀ ଜାଗାକୁ ନିୟମିତ କରାଯିବ ବୋଲି ଅାଜି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଅାଯାଇଛି । ଏ ନେଇ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ ହେଉଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଏହା ହେଲେ ସଂପୃକ୍ତ ଜାଗାରେ ଘର କରିଥିବା ଲୋକଙ୍କୁ ମାଲିକାନା ସ୍ୱତ୍ତ୍ୱ ମିଳିବ। ତେବେ ଅାଜି କିଛି […]
ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲ୍ଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ ଦେଖାଦେଇଛି। ଏ ନେଇ ରାଜଭବନକୁ ରାଜ୍ୟ ସରକାରଙ୍କ କଡ଼ା ଚିଠି । ଗତ ଜୁନ୍ ୧୦ରୁ ୧୪ ପର୍ଯ୍ୟନ୍ତ ଗସ୍ତରେ ରାଜ୍ୟପାଳ ବିମାନ ଓ ହେଲିକପ୍ଟର ବ୍ୟବହାର କରିଥିଲେ। ତେବେ କେଉଁ ପରିସ୍ଥିତି ଓ କାରଣ ପାଇଁ ରାଜ୍ୟପାଳ ଗସ୍ତ କରିଥିଲେ ତାହା ଜଣାଇବାକୁ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଛି। ରାଜ୍ୟପାଳ ଭୁବନେଶ୍ୱରୁ ଦିଲ୍ଲୀ ଯାଅାସ ପାଇଁ […]
କେନ୍ଦୁଝର: ଟିକାକରଣ ପରେ ଶିଶୁର ମୃତ୍ୟୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ କୁସ୍କଳା ଗାଁରେ। ଅଭିଯୋଗ ଅନୁଯାୟୀ କୁସ୍କଳା ଗାଁର ଦାଶରଥୀ ଧାଙ୍ଗଡ଼ାଙ୍କ ଦୁଇମାସର ଶିଶୁପୁତ୍ରକୁ ଗତକାଲି ଟିକା ଦିଆଯାଇଥିଲା। ମାତ୍ର ଟିକା ଦେବାର କିଛି ଘଣ୍ଟା ପରେ ଶିଶୁକୁ ଜ୍ୱର ଆସିଥିଲା। ତାପରେ ଶିଶୁର ନାକ ଓ ଟିକା ଦିଆଯାଇଥିବା ସ୍ଥାନରୁ ରକ୍ତ ବାହାରିଥିଲା। ପରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହା ଫଳରେ ଗାଁରେ […]
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ । ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କ ଘରୁ ମିଳିଛି ୬ କୋଟି ୫୦ ଲକ୍ଷ ଟଙ୍କାର ସଂପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସଂପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗତକାଲି ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଭିଜିଲାନ୍ସ ଏସ୍ପି କହିଛନ୍ତି, ଏବେ […]
ଭୁବନେଶ୍ୱର: ଭୁବନେଶ୍ୱର ରୋଡ୍ ଏବଂ ବିଲ୍ଡିଙ୍ଗ୍ ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା ନେଇ ସୂଚନା ମିଳିଛି। ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଂଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଂଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର […]
ବାଲେଶ୍ୱର: ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ,ଏହି ଗାଁର ଏକ ପରିବାରର ୯ଜଣ ସଦସ୍ୟ ଚିଙ୍ଗୁଡି ତରକାରୀ ଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଝାଡାବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତ କାରଣରୁ ଏପରି ହୋଇଥିବା ସନ୍ଦେହ […]
ନୂଆଦିଲ୍ଲୀ : ଧାନର ସହାୟକ ମୂଲ୍ୟ ବୃଦ୍ଧି । କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାର ସମ୍ପର୍କିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସହାୟକ ମୂଲ୍ୟ ବୃଦ୍ଧି ପରେ ଧାନର ଦର କ୍ୱିଣ୍ଟାଲ ପିଛା ଦର ପାଖାପାଖି ୧୮୦୦ ଟଙ୍କାରେ ପହଞ୍ଚିଛି। ଚାଷୀମାନେ ଯେମିତି ତାଙ୍କ ଖର୍ଚ୍ଚର ଉଚିତ ମୂଲ୍ୟ ପାଇବେ ତାକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ଧାନ ସହ ଅନ୍ୟ ୧୪ଟି […]
ରାଉରକେଲା : ଏଟିଏମ୍ ଲୁଟେରାଙ୍କୁ ଧରିବାକୁ ଯାଇ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୧୦ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା, ୩ଟି କାର ଓ ପ୍ରାୟ ୫୦ଟି ଏଟିଏମ୍ କାର୍ଡ ଜବତ ହୋଇଛି। ସେମାନେ ୧୦୦ରୁ ଉର୍ଦ୍ଧ୍ୱ ଏଟିଏମ୍ ଠକେଇରେ ସଂଶ୍ଲିଷ୍ଟ ଥିବା ଓ ସେମାନଙ୍କ ନାଁରେ ୩୦ରୁ ଅଧତ୍କ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।