ନୂଆଦିଲ୍ଲୀ: ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍- NUJର ଉଦବେଗ। ଓଟିଭି ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଏନ୍ୟୁଜେ ଦୃଢ଼ ନିନ୍ଦା କରିଛି। ଏନ୍ୟୁଜେର ସଭାପତି ରାସ ବିହାରୀ ଏବଂ ମହାସଚିବ ପ୍ରସନ୍ନ ମହାନ୍ତି ଏକ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା। ସେମାନଙ୍କ ଚାପର ବଶବର୍ତ୍ତୀ ହେଉନଥିବାରୁ ସରକାର ଏଭଳି ଅସହିଷ୍ଣୁତା ପ୍ରଦର୍ଶନ କରିଛନ୍ତି। ପୋଲିସ […]
ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ସୁଦ୍ଧା ୨ ଲକ୍ଷ ୪୯ ହଜାର ୫୭୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୩୯୯, କଟକ- ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼- ୧୫୪, ବାଲେଶ୍ୱର- ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀ- ୧୦୯, ସମ୍ବଲପୁର- ୧୦୭, କଳାହାଣ୍ଡି- ୧୦୧, ବରଗଡ଼- […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଶାରିରୀକ ଅସୁସ୍ଥତା କାରଣରୁ ସମୀର ଦେ ଏବେ କଟକ ସିଡିଏ ୬ନମ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ସମୀର ଦେଙ୍କ ପରଲୋକ ନେଇ ଆଜି ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କର ଏକ ଟ୍ୱିଟ୍ ଜୋରଦାର ଭାଇରାଲ୍ ହୋଇଥିଲା। ଯାହାକୁ ନେଇ କଟକବାସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆହୁରି ପଢ଼ନ୍ତୁ:ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର […]
ପାରଳାଖେମୁଣ୍ଡି: ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ । ଏ ନେଇ ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଅକ୍ଟୋବର ୧୫ରେ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିଲେ ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ । ସେମାନେ ପରୀକ୍ଷା ଦେବାକୁ ଗୋଟିଏ ବସ୍ରେ ଯାଉଥିଲେ । ବସ୍ଟି ଗଞ୍ଜାମ ଜିଲ୍ଲା ତପ୍ତପାଣି […]
ବ୍ରହ୍ମପୁର: ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି ବ୍ରହ୍ମପୁର ହରଡ଼ାଖଣ୍ଡିର ଉତ୍ତରମୁଖୀ ବସ୍ତି ଅଞ୍ଚଳ। ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ବି ଏମାନଙ୍କର ଥଇଥାନ ପାଇଁ ଏଯାଏଁ ଠୋସ୍ ପଦକ୍ଷେପ ନିଆଯାଇନାହିଁ। ବର୍ଷା ଆସିଲେ ବସ୍ତି ବାସିନ୍ଦାଙ୍କ ମନରେ ଛନକା ପସିଯାଏ। ଆଗକୁ ପ୍ରବଳ ବର୍ଷାର ପୂର୍ବାନୂମାନ କରାଯାଇଥିବା ବେଳେ ଏବେ ବସ୍ତି ବାସିନ୍ଦା ଚିନ୍ତାରେ। ସେପଟେ ବର୍ଷା ଆସିଲେ ଏଠାକାର ଲୋକମାନେ ନାଳ ନାହିଁ ପାଣି ଆସି ଘରଦ୍ୱାର ଭାଙ୍ଗୁଛି ବୋଲି କହିଛନ୍ତି। କିଛି ଲୋକ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ହସିଣା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିରୁ ଗୋଟିଏ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ୮୪ ବର୍ଷୀୟ ସ୍ୱାମୀ କାଳନ୍ଦୀ ମହାନ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଶ୍ୱେତ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାକୁ ନେଇ ଦୁହେଁ କୀଟନାଶକ ପିଇ ଦେଇଥିଲେ। […]
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍ର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନ୍ର ଆଗ ୩ଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ୍ରୁ ଆସୁଥିବା ବେଳେ ଇଞ୍ଚିନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରେଲେଓ୍ୱ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରିଥିଲେ। ତେବେ କାହିଁକି ଇଞ୍ଜିନ୍ ଲାଇନଚ୍ୟୁତ ହେଲା ଏନେଇ ତଦନ୍ତ କରାଯିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ […]
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ମାର୍କିଂରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ରେ ପରୀକ୍ଷା ହେବ। ଏଥିପାଇଁ ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲପ୍ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ…
ଯାଜପୁର: ବ୍ୟାସସରୋବର ପୀଠର ନିର୍ମାଣ କାମରେ ଦୁର୍ନୀତିର ପର୍ଦ୍ଦାଫାସ୍ ହେବା ପରେ ହରଡ଼ଘଣାରେ ବିଭାଗୀୟ ଅଧିକାରୀ ଓ ଠିକାଦାର। ତରବରିଅା ଭାବେ ପୀଠରେ ଲାଗିଥିବା ଟାଇଲ୍କୁ ଏବେ କଢ଼ାଯାଉଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା ବ୍ୟାସସରୋବର ପୀଠର ଉନ୍ନତି ଲାଗି ପର୍ଯ୍ୟଟନ ବିଭାଗ କୋଟିଏ ଟଙ୍କା ମଞ୍ଜୁର କରିଥିଲା । ଟାଇଲ ବି ଲଗାଯାଇଥିଲା, ହେଲେ ନିର୍ମାଣକୁ ୫ ମାସ ନ ପୂରୁଣୁ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୮୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଚିହ୍ନଟ ହୋଇଥିବାବେଳେ କଟକ ୧୦୧, କେନ୍ଦ୍ରାପଡା ୧୦୬, ନୂଆପଡା ୧୨୮ ଓ ସୁନ୍ଦରଗଡରେ ୧୦୦ ଜଣ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୬୮ ରେ ପହଞ୍ଚିଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଳାହାଣ୍ଡିରୁ ୩, ଭୁବନେଶ୍ୱର ଓ ନୂଆପଡାରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଭଦ୍ରକରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ […]
ଭୁବନେଶ୍ୱର: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି। ରାଜଧାନୀର ନୂଆପଲ୍ଲୀ, ନୂଆଗାଁ, ବାଲିଅନ୍ତା, ନହରକଣ୍ଟା, ୟୁନିଟ-୩ ଅଫିସ ଚାମ୍ବର ସହ କୁରୁଣ୍ଟି ସ୍ଥିତ ସମ୍ପର୍କୀୟ ଘରେ ମଧ୍ୟ ରେଡ୍ ହୋଇଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଚାଲିଛି […]
ଗଜପତି: ଦୁର୍ଘଟଣା ଯୋଗୁଁ ଓଡ଼ିଶା ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ ବୋଲି ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଅକ୍ଟୋବର ୧୫ରେ ଓଜେଇଇ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେବା ଲାଗି ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଗୋଟିଏ ବସ୍ରେ ଯାଉଥିବାବେଳେ ବସ୍ଟି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ନିକଟରେ […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡ଼ା ଗାଁରେ ବେଆଇନ ପଥର ଖାଦାନର ବିସ୍ଫୋରଣ ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଗୁଣୁପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ସେହିପରି ପଥର ଖାଦାନ ଦାୟିତ୍ୱରେ ଥିବା ଗୁଣୁପୁର ସଦର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅନୁପ କୁମାର ମାର୍ଥାଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଛି । ଏଥିସହ ଆରଆଇ ସନ୍ତୋଷ ପଣ୍ଡା ଓ […]
କଟକ: ଆଉ ଦିନ କେଇଟା ପରେ ଆସିବ ଦଶହରା। କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ସୁରକ୍ଷା ପାଇଁ ସହରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧୦୦ ଜଣ ପୋଲିସ ଅଧିକାରୀ ମଧ୍ୟ ଦାୟିତ୍ୱରେ ରହିବେ। ମୂର୍ତ୍ତି ବିସର୍ଜନ ପାଇଁ ସହରର ୧୪ଟି ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ […]
ପାରାଦୀପ: ଆଦାନୀ କମ୍ପାନୀ ଫାଟକ ଆଗରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୫୨ ଜଣ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ପରିବାରବର୍ଗଙ୍କୁ ଧରି ରାତି ତମାମ ବର୍ଷା କାକରରେ ପଡ଼ି ରହିଛନ୍ତି। କିନ୍ତୁ ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଓଲଟି ବିଳମ୍ବିତ ରାତିରେ କମ୍ପାନୀ, ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ପାଇଁ ଭଡ଼ାଟିଆ ଗୁଣ୍ଡାଙ୍କ ସାହାରା ନେଇଥିବା ଅଭିଯୋଗ ହୋଇଛି। କାଲି ଅପରାହ୍ନରେ ପ୍ରଶାସନ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିଲେ ମଧ୍ୟ କୌଣସି […]
ରାଇରଙ୍ଗପୁର: ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏକ ଦୁଃଖଦ ଘଟଣା। ଗାଧୋଇବାକୁ ଯାଇ ନଈରେ ବୁଡ଼ି ଯାଇଛନ୍ତି ଭାଇ ଭଉଣୀ । ଉଭୟ ଭାଇ ଭଉଣୀଙ୍କ ଘର ବିହାରରେ ଓ ସେମାନଙ୍କ ପରିବାର ଏଠାକୁ ଆସି ବ୍ୟବସାୟ କରୁଥିଲେ। ଖବର ମୁତାବକ, ଖଡ଼ଖାଈ ନଦୀରେ ଗାଧୋଇବା ବେଳେ ପ୍ରଥମେ ସାନ ଭାଇ ନାନୁ ଗୁଜରାତି (୧୦) ବୁଡ଼ି ଯାଇଥିଲା। ସାନ ଭାଇ ବୁଡ଼ି ଯାଉଥିବା ଦେଖି ଭଉଣୀ ହୀନା ଗୁଜରାତି (୨୮) ବି ନଦୀକୁ ଡେଇଁ […]
ଭୁବନେଶ୍ୱର: ଆଉ ଦାଦାବଟିକୁ ନା। ପୋଲିସ୍ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର। ଦାଦାବଟିକୁ ନା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ପ୍ରେସମିଟ୍ କରିଛନ୍ତି। ଦାଦାବଟି ରୋକିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି। ଏହି ହେଲ୍ପ ଲାଇନ୍ ନମ୍ବର ହେଲା- ୯୯୩୮୯୧୦୦୦୦। ଏହି ହେଲ୍ପଲାଇନ୍ ନମ୍ବର ଭୁବନେଶ୍ୱର ଓ କଟକରେ କାମ କରିବ। SMS, ମେସେଜ ମାଧ୍ୟମରେ ମଧ୍ୟ ଅଭିଯୋଗ କରିହେବ। ଅଭିଯୋଗକାରୀ ଇଚ୍ଛା କଲେ ନାମ ଗୁପ୍ତ ରଖାଯିବ ଡିଜିପି କହିଛନ୍ତି। ପ୍ରକାଶଥାଉକି […]
ରାୟଗଡ଼ା: ଲଘୁଚାପ ଜନିତ ବର୍ଷାର ମୁକାବିଲା ଲାଗି ରାୟଗଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି। ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ପ୍ରଶାସନ ତତ୍ପର ରହିଛି। ଜିଲ୍ଲାର ସମସ୍ତ ବ୍ଲକ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ସ୍ଥିତିକୁ ଦେଖି ରାୟଗଡା ଜିଲ୍ଲାର ଭାମିନି ଓ ବିଷମକଟକ ଠାରେ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ସ୍ଥଳେ ନଦୀକୁଳିଆ ଅଞ୍ଚଳ ବାସିନ୍ଦାଙ୍କୁ […]
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଏବଂ ୧୮ ସହଯୋଗୀଙ୍କ ନାଁରେ ଥିବା ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍ କରାଯାଇଛି । ତା’ସହ ବାଲିଘାଟ, ମୋରମ ବ୍ୟବସାୟ ସଂପର୍କରେ ତଥ୍ୟ ଦେବାକୁ ୭ ଜଣ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମବ୍ରାଞ୍ଚ୍ ଟିଟୋର ଜମିଜମା ସମ୍ପତ୍ତି ନେଇ ତଥ୍ୟ ମାଗିଛି। ୧୧୦ କୋଟିର ମଦର୍ ଚାଇଲ୍ଡ କେୟାର ପ୍ରୋଜେକ୍ଟର ତଥ୍ୟ ବି ମଗାଯାଇଛି। ସେହିପରି […]
ରାୟଗଡ଼ା: ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ରାୟଗଡ଼ା ବ୍ଲକ ସୁଲଭା ଗାଁର। ତାଙ୍କ ନାଁ ହେଲା ମିଶାଲ ରବି କୁମାର। ୮ ତାରିଖରୁ ସେ ଜ୍ୱରରେ ପୀଡ଼ିତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଜ୍ୱର ନ କମିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଇଥିଲା। ଦୁଇ ଦିନ ଚିକିତ୍ସା ପରେ ଗତ ରାତିରେ ରବି କୁମାରଙ୍କ ମୃତ୍ୟୁ ହୋଇଛି।
ପୁରୀ: ଆଜି ପବିତ୍ର ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଅଣସର ଗୃହରେ ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ। ଆସନ୍ତାକାଲି ଭକ୍ତମାନେ ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଅତି ସୁନ୍ଦର ଭାବେ ବନକ ଲାଗି ନୀତି କରଯାଇଥାଏ। ଜ୍ୱରରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ଏହା ପ୍ରଥମ ବନକ ଲାଗି ନୀତି ହୋଇଥିବାରୁ ଏଥିରେ ଅଧିକ ସମୟ ଲାଗିଥାଏ। ସେପଟେ […]
ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପେଟ୍ରୋଲ ପମ୍ପ ତଦନ୍ତ କରୁଛନ୍ତି।ପେଟ୍ରୋଲିୟମ ମନ୍ତ୍ରାଲୟର ଦୁଇ ଅଧିକାରୀ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି। ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ହୋଇଥିଲେ। ପୋଲିସ କମିଶନରେଟ୍ ନିଜ ଆଡୁ ଏତଲା କରିଥିଲା। ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ତା ସହିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍ […]
ଭୁବନେଶ୍ୱର:ଜୁନ୍ ୯ରୁ ଏଆଇସିସି ପକ୍ଷରୁ ଜିଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ସରିଲାଣି। ପ୍ରଥମେ ଜୁନ୍ ୧୫ ଓ ତାପରେ ଜୁନ୍ ୩୦ ସୁଦ୍ଧା ପିସିସି ଓ ଡିସିସି କମିଟି ଗଠନ ହେବ ବୋଲି କୁହାଯାଇଥିଲା। ହେଲେ ଜୁନ୍ ଯାଇ ଜୁଲାଇ ଅଧା ହେଲାଣି, ଏ ଦୁଇ କମିଟିର ନାଁ ଗନ୍ଧ ନାହିଁ। ୨୦୧୯ ସାଧାରଣ ନିର୍ବାଚନ ପାଇଁ ସଂସଦୀୟ କ୍ଷେତ୍ର ଅନୁଯାୟୀ କିଭଳି ପ୍ରସ୍ତୁତ ହୋଇଛି ଦଳ ସେ ନେଇ ବିଶଦ ବିବରଣୀ […]
ବରଗଡ଼: ଦେଢ଼ ବର୍ଷ ତଳେ ଯିଏ ମରିଯାଇଥିଲା, ସିଏ ପୁଣି ଘରକୁ ଫେରିଛି। ଘଟଣାଟି ଅଜବ ଲାଗୁଥିଲେ ବି ସତ । ପ୍ରକୃତରେ ଯୁବକ ଜଣକ ମରି ନ ଥିଲେ ବି ପୋଲିସ ରେକର୍ଡ଼ରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏକ ବଡ଼ କଥା ହେଉଛି ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଆଉ ସେମାନେ ବିନା ଦୋଷରେ ଜେଲରେ ସଢ଼ିଲେ । ଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଇକମାଲ ଥାନା ପିପିଲିପାଲି […]