ଭୁବନେଶ୍ୱର: ଗତ ୭ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି। ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଛି। ଏଥି ପାଇଁ ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି। ବୟସ୍କ,ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଭଲ ଲଢ଼ିବା। ଆପଣମାନଙ୍କ ତ୍ୟାଗ ବୃଥା ଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ କରି କହିଛନ୍ତି ଯେ ଓଡ଼ିଶା ୬ ମାସରେ […]
ଆସ୍କା: ଇଂରାଜୀ ମିଡିୟମ୍ ଢାଞ୍ଚାରେ ରାଜ୍ୟରେ ପିଲାଙ୍କୁ ପଢ଼ାଇ ଶିକ୍ଷାର ମାନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି ସରକାର। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖୋଲୁଛନ୍ତି ଆଦର୍ଶ ବିଦ୍ୟାଳୟ। ହେଲେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ଅଭିଯୋଗ ହୋଇଛି, ଆସ୍କା ବ୍ଲକ୍ ନିମିନା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଆଖପାଖ ସ୍କୁଲ୍ରୁ ଶିକ୍ଷକଙ୍କୁ ଡେପୁଟେସନ୍ରେ ଅଣାଯାଇ ଶିକ୍ଷାଦାନ କରାଯାଉଛି। ଖାଲି ସେତିକି ନୁହେଁ ସ୍କୁଲ୍ର ଷଷ୍ଠ ଓ ସପ୍ତମ ଶ୍ରେଣୀରେ ବହୁ ସିଟ୍ […]
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଅବଢ଼ା ମିଳିବ, ଜାଣନ୍ତୁ କେମିତି
ମୟୁରଭଞ୍ଜ: ଆଜି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ହୋଇତିବା ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୩ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ନିକଟରେ। ଗୋଟିଏ ସ୍କୁଟରରେ ୩ ଜଣ ଯାଉଥିବା ବେଳେ ମୟୂରଭଞ୍ଜ ୪୯ ନମ୍ବର ଜାତୀୟ ରାଜପଥ ପୁଲଗୋନ୍ଥା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ରାସ୍ତାରେ ଯାଉଥିବା ଏକ ସ୍କୁଟର୍କୁ ଟ୍ରକ୍ ଧକ୍କା […]
ନ୍ୟୁୟର୍କ: କ୍ୟାନ୍ସର୍ ପୀଡ଼ିତା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧିନ ଅଛନ୍ତି। ଏହି ଚିକିତ୍ସା ପ୍ରକ୍ରିୟାର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କର କେଶ କଟାଯାଉଥିବା ଦେଖିବାକୁ ମିଳୁଛି। ଆଗକୁ ଚିକିତ୍ସା ପ୍ରକ୍ରିୟା ହେବାକୁ ଥିବାରୁ ତାଙ୍କ କେଶ କଟାଯାଉଛି। ନିଜେ ସେ ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ସୋନାଲି ଏହି ଭିଡ଼ିଓ ସହ ଏକ ଭାବପ୍ରବଣତାର ବାର୍ତ୍ତା ବି ଦେଇଛନ୍ତି। ଏବେ ସେ METASTATIC CANCERରେ ପୀଡ଼ିତ ଅଛନ୍ତି। […]
ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତକାଲି ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ ଦେଖିଥିଲେ। ଏହି କୁମ୍ଭୀରଟିର ଲମ୍ବ ପାଖାପାଖି ୫ ଫୁଟ ହେବ ବୋଲି ଅନୁମାନ କରାଯାଉଛି। କୁମ୍ଭୀରଟି ବହୁ ସମୟ ଧରି ନଦୀ କୂଳରେ ରହିଥିଲା। ପରେ ଖବର ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ନଦୀ […]
ନବରଙ୍ଗପୁର: ନବରଙ୍ଗପୁରରେ ମକା ପ୍ରକ୍ରିୟାକରଣ ୟୁନିଟ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଆସିବାଥିବାବେଳେ ୬ ଜଣଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଉତ୍ତ୍ୟକ୍ତ ଲୋକେ ନବରଙ୍ଗପୁର ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଥାନା ଭିତରକୁ ଯିବାକୁ ଚେଷ୍ଟା କରିବା ବେଳେ ପୋଲିସ ସେମାନଙ୍କୁ ଫାଟକ ଠାରେ ଅଟକାଇ ଥିଲା। ହେଲେ ପୋଲିସ ସହ ସେମାନଙ୍କର […]
ନୟାଗଡ଼: ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ। ନକଲି ଟଙ୍କା ଦେଇ ଗାଡ଼ି କିଣିବା ଉଦ୍ୟମ ବେଳେ ଧରିଲା ପୋଲିସ୍। ଶୋ ରୁମ୍ରେ ୧.୨୫ ଲକ୍ଷର ୨ ଯୁବକ ନକଲି ନୋଟ୍ ଦେଇଥିଲେ। ସନ୍ଦେହ ହେବାରୁ ପୋଲିସ୍କୁ ଖବର ଦେଇଥିଲେ ସୋରୁମ୍ ମାଲିକ। ତେବେ ଟଙ୍କା ନକଲି ଜଣାପଡ଼ିବାରୁ ପୋଲିସ୍ ୨ ଜଣଙ୍କୁ ଥାନାକୁ ନେଇଥିଲା। ୨ ଜଣଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ନକଲି ଟଙ୍କା […]
କଟକ: ମରଣଯନ୍ତା ପାଲଟିଛି କଟକ ଜିଲ୍ଲା ଟାଙ୍ଗୀର ମଙ୍ଗୁଳି ଛକ। ଟ୍ରାଫିକ୍ ବ୍ୟବସ୍ଥା ନଥିବା ସହ ରାସ୍ତା କଡ଼ରେ ଶହଶହ ଟ୍ରକ୍ ଅଟକି ରହୁଛି। ରାସ୍ତାର ଦୁଇପାର୍ଶ୍ୱରେ ମଙ୍ଗୁଳିରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ରହୁଛି ଟ୍ରକ୍। ଫଳରେ ଯିବାଆସିବା କରୁଥିବା ଲୋକଙ୍କ ପାଇଁ ଅସୁବିଧା ହେଉଛି। ଏହାସହ ଭୁବନେଶ୍ୱର, ସମ୍ବଲପୁର, ଯାଜପୁର ଆଦି ଅଞ୍ଚଳରୁ ଯିବା ଆସିବା କରୁଥିବା ଯାତ୍ରୀମାନେ ବସରୁ ଓହ୍ଲାଇବା ପରେ ଜୀବନରୁ ପାଣି ଛଡ଼ାଇ ରାସ୍ତା ପାର୍ ହେଉଛନ୍ତି। ପୁଣି ରାସ୍ତା […]
ଭୁବନେଶ୍ୱର : ରାଜ୍ୟରେ ଆଗକୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯିବ । ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨ ବର୍ଷରେ ସଂପୂର୍ଣ୍ଣ ଭାବେ ବ୍ୟାନ୍ ହେବ ପଲିଥିନ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସବୁ ବର୍ଗରୁ ସ୍ୱାଗତ କରାଯାଇଛି। କିଛିଦିନ ତଳେ ମହାରାଷ୍ଟ୍ର ସରକାର ମହରାଷ୍ଟ୍ରରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ବିକ୍ରି […]
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ପ୍ରଚାର ଜୋର୍ ଧରିଲାଣି। ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେଓ୍ୱିୱେଟ୍ ନେତା। ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ୍ର ଟାର୍ଗେଟ୍ରେ ରହିଛି ବିଜେଡିା ପ୍ରଥମେ ବାଲେଶ୍ୱର ସ୍ଥିତି ଜାଣନ୍ତୁ, ଏଠାରେ ଆଜି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ। ବାଲେଶ୍ୱର ସହରର ଗୋଳା ପୋଖରୀଠାରୁ ସିନେମା ହଲ୍ ପର୍ଯ୍ୟନ୍ତ ସେମାନେ […]
ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇ, ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ଏସ୍ସିବି ନେବା ଏବଂ ସେଠାରେ ମୃତ୍ୟୁ ଘଟଣାର ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ୍। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଏସ୍ସିବି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦେଶ ଦିଆଯାଇଛି। କମିଶନ ସଦସ୍ୟ ଅମିତାଭ ଦାସଙ୍କ ଖଣ୍ଡପୀଠ ପକ୍ଷରୁ ଏହି ମାମଲାରେ ନୋଟିସ ଜାରି କରାଯାଇଛି। ଆସନ୍ତା ନଭେମ୍ବର ୧୨ ତାରିଖ ସୁଦ୍ଧା […]
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭା ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୯୭, ମୟୂରଭଞ୍ଜରୁ ୧୩୧, ସୁନ୍ଦରଗଡ଼ରୁ ୧୨୫, କଳାହାଣ୍ଡିରୁ ୧୧୮ ଓ ବଲାଙ୍ଗିରରୁ ୧୧୪ ଜଣ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ଓ ନୂଆପଡ଼ାରୁ ୯୯ ଜଣ […]
ଭୁବନେଶ୍ୱର: ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ? ବିଗତ କିଛି ଦିନ ଧରି ବଢ଼ିଚାଲିଥିବା ବେଧଡ଼କ୍ ଲୁଟ୍, ଛିନ୍ତାଇ, ହତ୍ୟା ଭଳି ଘଟଣା ଭୁବନେଶ୍ୱର ବାସିନ୍ଦାଙ୍କ ମନରେ ଏଭଳି ପ୍ରଶ୍ନକୁ ଠିଆ କରିଛି। ଲଗାତର ଘଟି ଚାଲିଥିବା ଛିନ୍ତାଇ ଘଟଣାରେ ଆଜି ଶିକାର ହୋଇଛନ୍ତି ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ବୟୋଜ୍ୟୋଷ୍ଠ ମହିଳା। ଏଭଳି ସ୍ଥିତିରେ ରାଜଧାନୀରେ ଆଇନ୍ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ବେଳେ ଡିସିପି କହିଛନ୍ତି, ଥାନାରେ ପେସାଦାର ଅପରାଧୀଙ୍କ ହାଜିରା ରେଜିଷ୍ଟରକୁ […]
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି। ମାଉସୀ ମା’ ମନ୍ଦିର ଛକରେ ‘ହେଇଯାଉ’ ନାଁରେ ଏହି ଚା’ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଚା’ର ମଜା ଉଠାଇଥିଲେ। ଏହି ଅବସରରେ ସେମାନେ ବୈଜୟନ୍ତଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ। ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ମଧ୍ୟ ଏହି ଚା’ ଖଟିରେ ଦେଖିବାକୁ […]
ଭୁବନେଶ୍ୱର: ଗରିବ ଓ ନାମମାତ୍ର ଚାଷୀଙ୍କ ଧାନରୁଆ ଯନ୍ତ୍ର କିଣାରେ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କାର ସବ୍ସିଡି ବାବଦ ଅର୍ଥ ଚଳୁ କରିଦେଲେ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକରୁ। ମିଛସତ କହି ଓ ଫୁସୁଲାଇ ଚାଷୀଙ୍କଠୁ ସବ୍ସିଡି ବାବଦ ଅର୍ଥ ହଡ଼ପ୍ କରିଛି ମେସିନ୍ ଯୋଗାଇଥିବା ସଂସ୍ଥାର ସ୍ଥାନୀୟ ଡିଲର୍ ଓ ଏଜେଣ୍ଟ। ଠକାମୀର ଶିକାର ଚାଷୀମାନେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ ହେବାବେଳେ ପଦାକୁ ଆସିଛି ଅସଲ ତଥ୍ୟ। […]
ଭୁବନେଶ୍ୱର: ଉପନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଚେଲା କୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କ ସହ ସେ ବୈଠକ କରିବେ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସେ ରଣନୀତି ପ୍ରସ୍ତୁତ କରିବେ। ଏଥିରେ କଂଗ୍ରେସର ନୂତନ ଜିଲ୍ଲା ସଭାପତି ସାମିଲ ହେବେ। ପରେ ସେ ୨୨ ଓ ୨୩ ତାରିଖରେ ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ। ୨୨ […]
ଚିତ୍ରକୋଣ୍ଡା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଲାଲ୍ବାହିନୀର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗଳା କାଟି ହତ୍ୟା କରିବା ସହ ୨ ଜଣଙ୍କୁ ନିର୍ଧୂମ ମାଡ଼ମାରି ଗୁରୁତର ଅବସ୍ଥାରେ ମାଓବାଦୀମାନେ ଛାଡ଼ି ଦେଇଥିବା ସୂଚନା ମିଳିଛି। ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଏହି ଘଟଣା ଘଟିଛି। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏପରି କରିଥିବା ସନ୍ଦେହ କରାଯାଉଛି। ସୂଚନାଥାଉ କି, ଗତକାଲି ସ୍ୱାଭିମାନ ଅଞ୍ଚଳରୁ ବିଏସ୍ଏଫ ଯବାନ ୭ଟି IED ଜବତ କରିଥିଲେ। ଟିଫିନରେ ରଖାଯାଇ […]
ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରକୁ ସତର୍କ ସୂଚନା ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡ଼ିକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା […]
ବାସୁଦେବପୁର: ଘର ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଜଣେ ଦିବ୍ୟାଙ୍ଗ ବାଳିକା ଚିଠି ଲେଖିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଇଶାଣପୁର ଗାଁର ଉପେନ୍ଦ୍ର ପାଣିଙ୍କ ଝିଅ ମଧୁମିତା ବାକ୍ ଓ ଶ୍ରବଣ ବାଧିତ। ଦିନ ମଜୁରିଆ ଭାବେ କାମ କରି ଉପେନ୍ଦ୍ର ପରିବାର ବହୁତ କଷ୍ଟରେ ଚଳାଉ ଥିବାବେଳେ ଘରର ଅବସ୍ଥା ନ କହିବା ଭଲ। ସରକାରୀ ସହାୟତାରେ ଘରଟିଏ ପାଇଁ ବହୁବାର ବିଭିନ୍ନ ଦପ୍ତର ବୁଲି […]
ପୁରୀ (ପ୍ରଦେଶ ପ୍ରତ୍ୟୁଷ ) : ଆପଣ ଅନେକ ଛୋଟ ଛୋଟ ପିଲାଙ୍କ ଅପୂର୍ବ ଧୀଶକ୍ତି ବିଷୟରେ ଶୁଣିଥିବେ ଓ ଟେଲିଭିଜନ ପରଦାରେ ସେମାନଙ୍କୁ ଦେଖିଥିବେ । ଏମିତି ଆଉ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ କୁନି ଝିଅ ହେଲେ ପରିଧି । ଏହି ଝିଅର ସ୍ମୃତିଶକ୍ତି ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ପୁରୀର ୟୁରୋକିଡ୍ସ ଇଣ୍ଟର୍ନ୍ୟାସନାଲ୍ ପ୍ଲେ ସ୍କୁଲ୍ର ୟୁ-କେଜିରେ ପଢୁଥିବା ପରିଧିଙ୍କର ବୟସ ମାତ୍ର ୪ବର୍ଷ ୬ମାସ। ହେଲେ ଏତେ କମ୍ ବୟସରେ […]
ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ଏହା ୱେଲ୍ଡ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘନୀଭୂତ ହୋଇ ଅବପାତର(ଡିପ୍ରେସନ୍) ରୂପ ନେଇପାରେ। ଏହାର ପ୍ରଭାବରେ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା […]
ଭୁବନେଶ୍ୱର: ଟୁଇଟ୍ରେ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ନିଶାନା। ନିରଞ୍ଜନ ପ୍ରଶ୍ନ କରିଛନ୍ତି, ରାଜ୍ୟପାଳଙ୍କୁ ତ ବିମାନ ଉଡ଼ାଣର ହିସାବ ମାଗିଲ, ହେଲେ ଗତ ତିନିବର୍ଷରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ବିମାନ ଉଡ଼ାଣ ବାବଦରେ ହୋଇଥିବା ୨୬ କୋଟି ୫୫ ଲକ୍ଷ ଖର୍ଚ୍ଚର ହିସାବ ଦେବେ କି? ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ ନିଜସ୍ୱ ବିମାନ ନାହିଁ। ମାସିକିଆ ଭଡ଼ା ସୂତ୍ରରେ OSS କମ୍ପାନୀଠାରୁ ବିମାନ ଆଣୁଛନ୍ତି ସରକାର। ଗତ ମେ’ରେ ମାସିକିଆ ଭଡ଼ା […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୨୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୧୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧ରେ ପହଞ୍ଚିଛି।
ନୂଆଦିଲ୍ଲୀ: ୩୭ ବର୍ଷରେ ପଦାପର୍ଣ କରିଛନ୍ତି କ୍ରିକେଟର୍ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଏନେଇ କ୍ରିକେଟ୍ ଏବଂ ବଲିଉଡ୍ ଜଗତରୁ ଧୋନିଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। ଧୋନିଙ୍କ ୩୭ତମ ଜନ୍ମଦିନ ସେ ଇଂଲଣ୍ଡରେ ପାଳନ କରିଛନ୍ତି। ଝିଅ ଜିଭା ବାପା MSଙ୍କୁ ଜଣାଇଛନ୍ତି ବାର୍ଥ ଡେ’ର ଶୁଭେଚ୍ଛା । ଯାହା ଏବେ ସୋସିଆଲ୍ ମିଡିଆରେ ବେସ୍ ଟ୍ରେଣ୍ଡ କରୁଛି। Birthday Boy Mahi Blowing Out The Candles ? #HappyBirthdayMSDhoni pic.twitter.com/ma3MXmR4zf — […]