ଭୁବନେଶ୍ୱର: ରାଜଧାନୀରେ ଦୁଇ ପ୍ରହରରେ ମର୍ଡର। ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର ସାମନ୍ତରାପୁରରେ। ଜଣେ ଯୁବକ ସେଠାରେ ମିଠା ଦୋକାନ କରିଥିଲେ। ସେଠାରେ ଅନ୍ୟ ଏକ ଦୋକାନୀଙ୍କ ସହ ବ୍ୟବସାୟିକ ଶତ୍ରୁତା ହୋଇଥିଲା। ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଛି। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ମାରଣାସ୍ତ୍ରରେ ହତ୍ୟା କରାଯାଇଛି। ବ୍ୟାବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରଥମେ ଆକ୍ରମଣକାରୀ ଜଣକ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୮, ଲୋକାଲ କଣ୍ଟାକ୍ଟ କେସ୍ ୨୪୫ ରହିଛି। ସେହିପରି ଆଜି ୩୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ପଟିଆ-୧୮, ଝାରପଡ଼ା- ୧୫, ନୟାପଲ୍ଲୀରୁ ୧୨, ସାମନ୍ତରାପୁର-୧୧, ଲକ୍ଷ୍ମୀସାଗର ଓ ଆଇଆରସି ଭିଲେଜରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on […]
ମାଲକାନାଗିରି: ପାହାଡ଼, ପାହାଡ଼ ଉପରେ ମଂଚା, ମଂଚା ଉପରେ ଭବିଷ୍ୟତ। ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଆଉ ଉପାୟ ବା କଣ ? ଗାଁରେ ନେଟ୍ଓ୍ୱାର୍କ ନାହିଁ, ସବୁ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଧରିବାର ସାମର୍ଥ୍ୟ ବି ନାହିଁ ଯେଉଁଠି ନେଟ୍ଓ୍ୱାର୍କ ଗୋଟିଏ ମୋବାଇଲକୁ ବେଢ଼ି ସେଇଠି ପାଠପଢ଼ା। ବର୍ଷା ନଥିଲା ବେଳେ କେନ୍ଦୁଝର ତେଲକୋଇ ବ୍ଲକ୍ର କୃଷ୍ଣପୁର ଗାଁ ପାଖ ଏ ପାହା଼ଡ଼ରେ ଏବେ ଏମିତି ଚାଲୁଛି ଅନ୍ଲାଇନ୍ କ୍ଲାସ୍। ସରକାର ନବୁଝିଲେ ନାଇଁ […]
ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସରୋଜ କୁମାର ମିଶ୍ର ହେଲେ ଜଗତସିଂହପୁରର ନୂଆ ଜିଲ୍ଲାପାଳ। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସଂଗ୍ରାମଙ୍କ ଘର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ହୋଇଥିବାରୁ କଂଗ୍ରେସ ଆପତ୍ତି ଉଠାଇଥିଲା। ତିର୍ତ୍ତୋଲରେ ଉପନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ପାଖେ କଂଗ୍ରେସ ଫେରାଦ ହୋଇଥିଲା। ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ […]
ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ୪୧୦୮ କରୋନା ଆକ୍ରାନ୍ତ। ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ ଛୁଇଁଲା। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୭୨୧, କଟକରୁ ୪୯୨, ଯାଜପୁର- ୨୧୨, ଅନୁଗୁଳ- ୧୮୬, ଝାରସୁଗୁଡ଼ାରୁ ୧୫୪, ଜଗତସିଂହପୁର- ୧୪୩, ମୟୂରଭଞ୍ଜ- ୧୩୯, ସମ୍ବଲପୁରରୁ ୧୨୮, ନୂଆପଡ଼ା- ୧୧୮, କଳାହାଣ୍ଡି ଓ କେନ୍ଦୁଝରରୁ […]
ଭୁବନେଶ୍ୱର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆରୋଗ୍ୟ କାମନା କିରଛନ୍ତି। ଏଥିପାଇଁ ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପଙ୍କ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସେବେଠାରୁ ଟ୍ରମ୍ପଙ୍କୁ ୱାଶିଂଟନ୍ର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀ ପଟ୍ଟନାୟକ ଟ୍ୱିଟରରେ ତାଙ୍କ ବାଲୁକା […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଣି ଓଟିଭି ଅଧିକାରୀଙ୍କୁ ଜେରା। ଓଟିଭି ସିଏଫ୍ଓଙ୍କୁ ମହିଳା ଥାନାକୁ ଡାକି ପଚରାଉଚରା କରିଛି ପୋଲିସ। ତାଙ୍କୁ ଆଜି ସାଢେ ୪ ଘଣ୍ଟା ଧରି ପୋଲିସ ପଚରାଉଚରା କରିଛି। ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୂର୍ବରୁ ଓଟିଭିର ବରିଷ୍ଠ ସାମ୍ବାଦିକ ଓ କର୍ମଚାରୀଙ୍କୁ ପୋଲିସ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ଜେରା କରିଛି, ମାମଲା ସହ ଯେଉଁମାନଙ୍କର କୌଣସି ସମ୍ପର୍କ ବି ନାହିଁ। ତଥାପି ଏହି ମାମଲାର ତଦନ୍ତରେ […]
ଭୁବନେଶ୍ୱର: ଆସନ୍ତା ୯ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଡ଼କୁ ମୁହାଁଇପାରେ । ପରବର୍ତ୍ତୀ ୨ରୁ ୩ ଦିନ ଭିତରେ ଏହା ଡିପ୍ରେସନରେ ପରିଣତ ହୋଇପାରେ ।ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପାଣିପାପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ରାଜ୍ୟରେ ଏବେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । […]
ଭୁବନେଶ୍ୱର: ସେପ୍ଟେମ୍ବର ୨୯ ତାରିଖ ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସଂପୃକ୍ତ ଥିବା ଡକାୟତଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସର ଉଦ୍ୟମ କରୁଛି। ସେପ୍ଟେମ୍ବର ୨୯ ତାରିଖ ଦିନ ବରୀମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ପସି ବନ୍ଧୁକ […]