ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୦ଆକ୍ରାନ୍ତ ହୋଇଥିବା ବେଳେ ୨୧୯ଜଣ ଲୋକାଲ କେସ୍ ରହିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଅଞ୍ଚଳରୁ କେତେ:- ଚନ୍ଦ୍ରଶେଖରପୁର- ୧୪, ପଟିଆ ଓ ନୟାପଲ୍ଲୀ ଅଞ୍ଚଳରୁ ୧୨ ଲେଖାଏଁ ମଞ୍ଚେଶ୍ୱର- ୧୧, ଓଲ୍ଡ୍ ଟାଉନ ଓ ଡୁମଡୁମାରୁ ୯ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ଆଜି ରାଜ୍ୟରୁ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮, କଟକ- ୫୨୧, ଅନୁଗୁଳ- ୨୨୫, ଯାଜପୁର- ୧୮୧, ସୁନ୍ଦରଗଡ଼- ୧୬୭, ଜଗତସିଂହପୁର ଓ ନୂଆପଡ଼ାରୁ ୧୫୨ ଲେଖାଏଁ, ଷ୍ଚେଟ୍ ପୁଲ୍- ୧୪୯, ବରଗଡ଼- […]
ବଲାଙ୍ଗିର: କୋଭିଡ୍ ମୁକାବିଲା ପାଇଁ ବ୍ୟବସ୍ଥା ଯାହା ହେବା କଥା, ବଲାଙ୍ଗିର ଜିଲ୍ଲାରେ ତାହା ନାହିଁ। ତେଣୁ ବଲାଙ୍ଗିର କୋଭିଡ ରୋଗୀଙ୍କୁ ଛତିଶଗଡ଼ ଭରସା। କୋଭିଡ୍ରେ ଆକ୍ରାନ୍ତ ନିଜ ଭାଇଙ୍କ ସହ ଘଟିଥିବା ଘଟଣାର ଅବତାରଣା କରି ଶଙ୍କରଲାଲଙ୍କ ଅଭିଯୋଗ, କୋଭିଡ୍ରେ ଆକ୍ରାନ୍ତ ହୋଇ ଅତି ଗୁରୁତର ଅବସ୍ଥାରେ ଥିବା ତାଙ୍କ ଭାଇଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ୍ ସେଣ୍ଟରକୁ ନିଆଯାଇଥିଲା। ହେଲେ ସେଠି ଭେଣ୍ଟିଲେଟର କି ଆଇସିୟୁର ସୁବିଧା ମିଳିଲାନି। ନମ୍ବର ଧରାଇ ଅପେକ୍ଷା କରିବାକୁ […]
ମାଲକାନଗିରି: ପେଶାରେ ସରକାରୀ ଚାକିରୀଆ କିନ୍ତୁ ନିଶା ତାଙ୍କର ଅଭିନୟ କରିବା। ଏଭଳି ପେଶା ଆଉ ନିଶାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରେମାନ୍ ଖରସେଲ। କାରଣ ଜଣେ ନାୟିକାଙ୍କ ସହ ଏକ ରୋମାଣ୍ଟିକ୍ ଆଲବମ୍ରେ ତାଙ୍କୁ ଆଜିକାଲି ଦେଖିବାକୁ ମିଳିଛି। ପୁରା ପୋଖତ ଅଭିନେତା ଭଳି ଅଭିନୟ ବି କରୁଛନ୍ତି ଲରେମାନ। କିନ୍ତୁ ଏହାକୁ ନେଇ ବିବାଦ ବି ଛିଡ଼ା ହୋଇଥିବା କୁହାଯାଉଛି। ଏହି ଭିଡ଼ିଓ ଆଲବମ୍ରେ ତାଙ୍କ […]