• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଓଲଟି ପଡ଼ିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌

ମାଲକାନଗିରି: ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ NH- ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍‌ଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍‌ଟି NH- […]

  • Saturday, 03 July 2021
rainfall 11
ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା, ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର  ଓ ଏହାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅକ୍ଟୋବର ୯ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୨-୩ ଦିନ ମଧ୍ୟରେ  ଡିପ୍ରେସନରେ ପରିଣତ ହୋଇ ଏହା ଉତ୍ତରପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବାନୁମାନ ଅନୁଯାୟୀ, ଏହାର ପ୍ରଭାବରେ ଅକ୍ଟୋବର ୧୧ରୁ ୧୩ ମଧ୍ୟରେ ଓଡ଼ିଶା […]

nandankanan-cvr
ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ଖୋଲିଲା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଜି ସକାଳ ୮ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଆଜି ଛୁଟି ଦିନ ଥିବାରୁ ପର୍ଯ୍ୟଟକ ମାନେ ଆସି ଏଠାରେ ଭିଡ ଜମାଇବେ ବୋଲି ଆଶା ରଖାଯାଉଛି। ସେପଟେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହ୍ୟାଣ୍ଡ […]

  • Saturday, 03 July 2021
family-cover
ସୁନା ସଂସାରକୁ ଭାଙ୍ଗିଦେଲା କରୋନା, ଗୋଟିଏ ପରିବାରର ୪ଭାଇ ମୃତ

ଖଲିକୋଟ(ସିଲୁ ବିଶ୍ୱାଳ): ତିନି ମାସ ମଧ୍ୟରେ ଅନାଥ ହୋଇଗଲା ଏକ ବଡ଼ ଯୌଥ ପରିବାର। ମହାମାରୀ ବିପତ୍ତି ବେଳେ ମୁରବୀ ବିହିନ ହୋଇଯାଇଛି ଗଞ୍ଜାମ ବେଗୁନିଆପଡ଼ା ଅଙ୍ଗାରଗାଁର ଧବଳେଶ୍ୱର ସାହୁଙ୍କ ପରିବାର।  ଜଣ ଜଣ କରି ଚାରି ଭାଇ ଆଗ ପଛ ହୋଇ ଆରପାରିକୁ ଚାଲିଯାଇଛନ୍ତି।  ଏବେ ସଂସାର ବୋଝକୁ କେମିତି ସହିବ ପୁରୁଷ ଶୂନ୍ୟ ପରିବାର ସେ ନେଇ ଚିନ୍ତା। ପ୍ରଥମେ ସାନ ଭାଇ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ତିନିଦିନ ପରେ କରୋନା […]

  • Saturday, 03 July 2021
pradeep-moharthy
ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର

ପୁରୀ: ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ମୁଖାଗ୍ନି ଦେଇଥିବା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଥିଲା ସ୍ୱାର୍ଗଦ୍ୱାର। ବିଭିନ୍ନ ଦଳର ନେତା, ମହାରଥୀଙ୍କ ନିର୍ବାଚନମଣ୍ଡଳୀରୁ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ତାଙ୍କ […]

  • Saturday, 03 July 2021
‘ତିତ୍‌ଲି’ ପାଇଁ ଟ୍ରେନ୍‌ ବାତିଲ୍‌ !
‘ତିତ୍‌ଲି’ ପାଇଁ ଟ୍ରେନ୍‌ ବାତିଲ୍‌ !

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କେତୋଟି ଟ୍ରେନ୍‌ ଚଳାଚଳ ରଦ୍ଦ ନେଇ ନିର୍ଦ୍ଦେଶ ଜାରି ହୋଇଛି। ବାତ୍ୟା ସମ୍ଭାବନା ଥିବାରୁ ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍ ଏବଂ ଆନ୍ଧ୍ରର ବିଜୟନଗରମ୍‌ ମଧ୍ୟରେ ଟ୍ରେନ୍‌ ଚଳାଚଳ ବାତିଲ୍‌ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରେନ୍‌ ଗୁଡ଼ିକ […]

  • Saturday, 03 July 2021
heavy rainfall
୨୪ ଘଣ୍ଟାରେ ୧୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା !

ଭୁବନେଶ୍ୱର: ଆଉ ୩ ଦିନ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ୧୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ, ପୁରୀ, କନ୍ଧମାଳ ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କଟକ, ମୟୂରଭଂଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। […]

  • Saturday, 03 July 2021