• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଜୟପୁରରେ ଡବଲ୍‌ ମର୍ଡର
ଜୟପୁରରେ ଡବଲ୍‌ ମର୍ଡର

ଜୟପୁର (ଟି.ଗୌରୀ ଶଙ୍କର): ଜୟପୁରରେ ଡବଲ୍‌ ମର୍ଡର। କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ମୃତ ଦମ୍ପତି ହେଲେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ସେଖ୍ ରହେମାନ୍‌ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ଆଜି ସକାଳେ ରହେମାନ୍‌ଙ୍କ ପୁଅ ଘରର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ଖୋଲି ନ ଥିଲେ। ଫଳରେ ସେ ବାଡ଼ି […]

  • Tuesday, 06 July 2021
ଆନ୍ଦୋଳନ କରିବାକୁ ଓଡ଼ିଶା ଜେଲ୍ କର୍ମଚାରୀ ସଂଘର ଚେତାବନୀ
ଆନ୍ଦୋଳନ କରିବାକୁ ଓଡ଼ିଶା ଜେଲ୍ କର୍ମଚାରୀ ସଂଘର ଚେତାବନୀ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡ଼ିଶା ଜେଲ୍ ର୍କମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ଭଳି ଦରମା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସଂଘ ଦାବି କରିଛି । ବାରମ୍ବାର ଦାବି ପରେ ବି ଅର୍ଥ ବିଭାଗରେ ଫାଇଲ୍‌ ଅଟକି ରହିଥିବା ସହ ବିଭିନ୍ନ ଭତ୍ତାରୁ ଅବହେଳିତ ହୋଇଥିବା ସଂଘ ଅଭିଯୋଗ କରିଛି। ତେଣୁ ତୁରନ୍ତ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ସଂଘର ସଭାପତି କହିଛନ୍ତି।

  • Tuesday, 06 July 2021
ସୁସ୍ମିତା ବାଗ୍‌ଚୀଙ୍କୁ ତୀରତରଙ୍ଗ ପୁରସ୍କାର
ସୁସ୍ମିତା ବାଗ୍‌ଚୀଙ୍କୁ ତୀରତରଙ୍ଗ ପୁରସ୍କାର

ଭୁବନେଶ୍ୱର: ସାହିତ୍ୟ ପତ୍ରିକା ‘ତୀରତରଙ୍ଗ’ର ସ୍ୱନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଗତକାଲି ସଂଧ୍ୟାରେ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଠ ବେଦଜ୍ଞାନ ବିଶାରଦ ଇଂ ପ୍ରିୟବ୍ରତ ଦାସ, ଇଂ ବ୍ରଜବନ୍ଧୁ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ପ୍ରଫେସର ଡ. ବିକାଶ ପଣ୍ଡାଙ୍କୁ ପ୍ରଥମ ବେଦବିଦ୍ୱାନ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ସାମଗ୍ରୀକ କୃତି ପାଇଁ ସାହିତ୍ୟିକ ସୁସ୍ମିତା ବାଗ୍‌ଚୀଙ୍କୁ ଏହି ତୀରତରଙ୍ଗ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଦୀର୍ଘ ୩୦ […]

  • Tuesday, 06 July 2021
ଚିଟ୍‌ଫଣ୍ଡ ସଂସ୍ଥାର ୩ ଅଧିକାରୀ ଗିରଫ
ଚିଟ୍‌ଫଣ୍ଡ ସଂସ୍ଥାର ୩ ଅଧିକାରୀ ଗିରଫ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଟିକରଗୁମୁରାରେ ଥିବା ଜି.ଏ.ଏଚ୍‌ ମଲ୍‌ଟି ଟ୍ରେଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଚିଟ୍‌ଫଣ୍ଡ ସଂସ୍ଥାର ୩ଜଣ ଅଧିକାରୀଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ମଧ୍ୟରେ ସଂସ୍ଥାର ଏମ୍‌ଡି ସୁବ୍ରତ ସେଠୀ ବି ଅଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ, ୨ଟି କମ୍ପ୍ୟୁଟର ଓ ବହୁ କାଗଜପତ୍ର ଜବତ କରାଯାଇଛି। ଏହି କମ୍ପାନୀ କେନ୍ଦୁଝରର ବିଭିନ୍ନ ସ୍ଥାନରେ ସଭ୍ୟ ସଂଗ୍ରହ କରି ଆକର୍ଷଣୀୟ ଅଫର ଜରିଆରେ କାୟା ବିସ୍ତାର କରିଛି। କେନ୍ଦୁଝର […]

  • Tuesday, 06 July 2021
mask
ସୁସ୍ଥ ହେଲେ ୮୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୬୪ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ୧୬, ୭୯୨ କରୋନା ଆକ୍ରାନ୍ତ ସୁସ୍ଥ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୪୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡ଼ାରୁ ୧୩୭, ବରଗଡ଼ରୁ ୩୧ ଓ ଖୋର୍ଦ୍ଧାରୁ ୨୮ ଜଣ ସୁସ୍ଥ ହୋଇଛନ୍ତି। କଟକ ଓ କେନ୍ଦୁଝରରୁ ୨୬ ଲେଖାଏଁ, ଭଦ୍ରକରୁ ୨୩ […]

  • Tuesday, 06 July 2021
ଦୁର୍ଘଟଣାରେ ପୂର୍ବତନ ବିଧାୟକ ଯୋଗେଶ ସିଂହ ଆହତ
ଦୁର୍ଘଟଣାରେ ପୂର୍ବତନ ବିଧାୟକ ଯୋଗେଶ ସିଂହ ଆହତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ। ଏକ ସଡ଼କ ଦୁର୍ଘଟଣାରେ ଯୋଗେଶ ଆହତ ହୋଇଥିବା ବେଳେ ଠିକ୍‌ ସମୟରେ ତାଙ୍କୁ ଉଦ୍ଧାର କରାଯାଇ ନ ଥିଲେ, ଆହୁରି ବଡ଼ ଅଘଟଣ ଘଟି ଯାଇ ଥାଆନ୍ତା। କାରଣ ତାଙ୍କୁ ଓ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯିବା ପରେ ପରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଜଳି ଯାଇଥିଲା। ଅନୁଗୋଳ ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଆଠଗଡ଼ […]

  • Tuesday, 06 July 2021
ambulance
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର: କେହି ଆସିଲେନି ସହାୟତା କରିବାକୁ, ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ସାଜିଲେ ଦେବଦୂତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ। ହସ୍ପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଅଭାବ ପଡ଼ିବାର ସୁମିତ୍ ଏସ୍ ନାମକ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଆଗେଇ ଆସିଥିଲେ। ସୁମିତ୍ ନିଜେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ସହ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଯାଇଥିଲେ। ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

  • Tuesday, 06 July 2021
main
ବଡ଼ ମେଡିକାଲରେ କେମିତି ଅଛନ୍ତି କରୋନା ରୋଗୀ? ଭିଡିଓ ଭାଇରାଲ

କଟକ: ମହାମାରୀ କରୋନା ବିରୋଧି ଲଢେଇରେ ଚିକିତ୍ସା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବାସ୍ତବରେ ଏହାର କେତେ ସୁଫଳ ମିଳୁଛି, ତାଙ୍କର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏସ୍‌ସିବି ଆଇସୋଲେସନ୍ ୱାର୍ଡରୁ ଆସିଛି ଅବ୍ୟବସ୍ଥାର ଏଭଳି ଚିତ୍ର। ଯାହା ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏଠାରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, କିନ୍ତୁ ସେମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନି। ଚିକିତ୍ସା କରିବାକୁ ଡାକ୍ତର ଠିକ୍ ସମୟରେ ଆସୁନାହାନ୍ତି। ରୋଗୀମାନେ […]

  • Tuesday, 06 July 2021
leak
ତାସ୍‌, କ୍ରିକେଟ୍, ଭଲିବଲ୍ ଖେଳିବା ମନା; ଦୋକାନୀଙ୍କ ପାଇଁ ୫ ନିୟମ

ଭୁବନେଶ୍ୱର: ତାସ, କ୍ରିକେଟ, ଭଲିବଲ ଖେଳିଲେ ଏତଲା ହେବ ଓ ୧୪ ଦିନିଆ କ୍ୱାରେଣ୍ଟିନ୍‌ରେ ରଖାଯିବ। ସେହିପରି ଦୋକାନୀ ୫ଟି ନମାନିଲେ ମାସେ ପାଇଁ ଦୋକାନକୁ ବନ୍ଦ କରାଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ୫ଟି ନିୟମ ମାନିବାକୁ କହିଛନ୍ତି। ଏହି  ନିୟମ ନ ମାନିଲେ ଜରିମାନା ଆଦାୟ କରାଯିବା ସହ ଏତଲା ଦିଆଯିବ। ଆବଶ୍ୟକ ସ୍ଥଳେ […]

  • Tuesday, 06 July 2021
whatsapp 1
‘ଅଭିଯୋଗ ପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି’

କଟକ: ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପି ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଜାରି ହୋଇଥିବା ନମ୍ବର ଟି ହେଲା ୮୭୬୩୦୬୮୧୬୭। ଏହି ନମ୍ବରରେ ଲୋକମାନେ ସେମାନଙ୍କର ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି। ତେବେ ଏହି ନମ୍ବରରେ କଲ୍‌ ନ କରିବା ପାଇଁ କୁହାଯାଇଛି। ଲୋକମାନେ କେବଳ ସେମାନଙ୍କର ଅଭିଯୋଗ ସମ୍ପର୍କିତ ଏସ୍‌ଏମ୍‌ଏସ୍‌, ଫଟୋ, ଭିଡିଓ ଏହି ନମ୍ବରରେ ପଠାଇପାରିବେ। […]

  • Tuesday, 06 July 2021