ଭୁବନେଶ୍ୱର: ଆପଣ ଫ୍ରୁଟ୍ ଜୁସ୍ ପିଇବା ପାଇଁ ଯେଉଁ ଛୋଟ ପାଇପ୍ ତଥା ଷ୍ଟ୍ର ବ୍ୟବହାର କରୁଛନ୍ତି, ତାହା ଯେ ସଂଗୀତ ଯନ୍ତ୍ର ହୋଇପାରିବ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନ? ଆଶ୍ଚର୍ଯ୍ୟ ହେଲେ ବି କଥାଟା କିନ୍ତୁ ସତ। ଯାହାକୁ କରିଦେଖାଇଛନ୍ତି ରାଜ୍ୟର ଜଣାଶୁଣା ସାକ୍ସୋଫୋନ୍ ଏବଂ ବଂଶୀବାଦକ ଏମ୍.ସୀମାଦ୍ରି। ଫ୍ରୁଟ୍ ଜୁସ୍ ପିଇବା ପାଇପ୍ରେ ଏମିତି ବାଦ୍ୟଯନ୍ତ୍ର ଦେଖିଛନ୍ତି କି ଆପଣ ? ଏହି ବାଦ୍ୟ ଯନ୍ତ୍ରର ନାଁ ହେଉଛି… #Odisha pic.twitter.com/5ZXH1bluaT — ଓଟିଭି […]
ଗଞ୍ଜାମ: ଗଞ୍ଜାମରେ ପ୍ରତିଦିନି ବିଗୁଡ଼ୁଛି କରୋନା ପରିସ୍ଥିତି। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ସବୁଠୁ ଅଧିକ ମୃତ୍ୟୁ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ହୋଇଛି। ଗଞ୍ଜାମରୁ ୫୬, ୫୫, ୩୯ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରୁ ୮୫ ଜଣଙ୍କ […]
ଭୁବନେଶ୍ୱର: ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀ ପ୍ରବେଶ ପାଇଁ ବାରଣ କରିଛନ୍ତି ରାଜ୍ୟ ସରକାର। ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବନି। ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ ଆସିଲେ ହିଁ ଅନୁମତି ମିଳିବ। ଏନେଇ ଆଜି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ। ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ ହେବ। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଟାଞ୍ଜିଟ୍ […]
ପାରଳାଖେମୁଣ୍ଡି: ଗଜପତିରେ ସପ୍ତାହକୁ ୪ ଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସଟ୍ଡାଉନ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ୪ ଦିନ ପାଇଁ ସଟ୍ଡାଉନ ଘୋଷଣା ହୋଇଛି। ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର NAC ମଧ୍ୟ ସଟଡାଉନ ରହିବ। ଜିଲ୍ଲାର ୩ଟି ବ୍ଲକର ୪ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ। ଏନେଇ ସମସ୍ତ ବ୍ଲକ, ପୌରାଞ୍ଚଳ, NAC କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]
ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ। ଗ୍ରାମବାସୀଙ୍କ କଥାରେ ହଁ ନମାରିବାରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। ନୟାଗଡ଼ ଜିଲ୍ଲା ରଗଡ଼ିମଡା ଗାଁ ଗୋଲାସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ଏବେ ଏହି ୧୫ ପରିବାର ଓଡ଼ଗାଁ ଥାନା ସାମ୍ନା ବସ୍ଷ୍ଟାଣ୍ଡରେ ଦିନ କାଟୁଛନ୍ତି। ରାତିରେ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଉଛନ୍ତି। ସେମାନଙ୍କୁ କିଛି ଗ୍ରାମବାସୀ ଘରେ ପଶି ମାଡ଼ ମାରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ରାଜନୈତିକ ଆକ୍ରୋଶ ରଖି ସେମାନଙ୍କୁ ବିଭିନ୍ନ ସମୟରେ ଏଭଳି ହଇରାଣ କରୁଥିବା […]
କୋରାପୁଟ: ଟ୍ୟାଙ୍କରରେ ଭର୍ତ୍ତି କରି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଦଶ କିଲୋ ନୁହେଁ କି ୫୦ କିଲୋ ନୁହେଁ, ତାପୁଣି ଶହ ଶହ କିଲୋ ଓଜନର ଗଂଜେଇ ଚାଲାଣ କରାଯାଉଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ପୀତାଗୁଡ଼ା ଅଞ୍ଚଳରୁ ଏଭଳଇ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରୁ ଆସି ଗଂଜେଇ ମାଫିଆ ଏକ ଟ୍ରାକ୍ଟରରେ ଟ୍ୟାଙ୍କର ଯୋଡ଼ି ଗଂଜେଇ ଚାଲାଣ କରୁଥିଲେ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଖବର […]
କେନ୍ଦୁଝର: ଭୁଲି ଗଲେ ସାମାଜିକ ଦୂରତା ନିୟମ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ପୋଲିସ୍ ଅଛି ହେଲେ ଚୁପ୍, ପ୍ରଶାସନ ସବୁ ଜାଣି ଯେପରି ଆଖି ବୁଜି ଦେଇଛି। କୋଭିଡ୍ ମୁକାବିଲା ପାଇଁ ଏନ୍ଏମ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା। ଯାହା ପାଇଁ ଆଜି ଇଣ୍ଟର୍ଭ୍ୟୁ ଡକାଇଥିଲେ ସିଡିଏମ୍। ଜିଲ୍ଲାର ୮୯ଟି ପଦବୀ ପାଇଁ ଶହ ଶହ ଆଶାୟୀ ଆଶି ଡାକ୍ତରଖାନାରେ ଅପେକ୍ଷା କରି ରହିଛନ୍ତି। ଆଶାୟୀମାନେ ଲମ୍ବା ଧାଡ଼ିରେ […]
ଭୁବନେଶ୍ୱର: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଗାଇଡଲାଇନ ଜାରି କରିଛନ୍ତି ପୋଲିସ ଡିଜି ଅଭୟ। ଲୋକେ କିଭଳି ଅଭିଯୋଗ କରିବେ, ଥାନା ଅଧିକାରୀ କିପରି ଅଭିଯୋଗ ବୁଝିବେ ସେନେଇ ବିସ୍ତୃତ ଭାବେ ଗାଇଡଲାଇନ ଜାରି ହୋଇଛି। ଗାଇଡ୍ଲାଇନ୍ ଅନୁସାରେ, ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବ କଣ୍ଟ୍ରୋଲ ରୁମ୍। ଟ୍ୱିଟର, ଫେସବୁକରେ ଜିଲ୍ଲା ପୋଲିସ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ। ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ। ଥାନାକୁ […]