• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ppe-kit
‘ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁ ଗାଇଡ୍‌ଲାଇନ୍‌‌ ଅନୁସାରେ ଡିସପୋଜାଲ ହେବା ଉଚିତ’

ଭୁବନେଶ୍ୱର: ପିପିଇ କିଟ୍ ହେଉ କିମ୍ବା ମାସ୍କ କୋଭିଡ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ପରିଚାଳନା ଗାଇଡଲାଇନ ରହିଛି। ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଲାଇନ ଅନୁସାରେ ଡିସପୋଜାଲ କରାଯିବ କଥା।  ଯଦି ଏସବୁ ସଠିକ୍ ଭାବେ ଡିସପୋଜ କରାଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଆମେ ଏଡ଼ାଇ ଦେଇପାରିବା। ଏହା କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟବହୃତ ପିପିଇ କିଟ୍ ପଡ଼ିଥିବାର ଖବର ଆସୁଛି। ଗତକାଲି ଗଜପତିର ପାରଳାଖେମୁଣ୍ଡି […]

  • Monday, 05 July 2021
tito
ଡକାୟତି ଯୋଜନା ପଣ୍ଡ; ୪ଜଣଙ୍କୁ ଗିରଫ କଲା ପୁଲିସ୍

କଟକ: କଟକରେ ଡକାୟତି ଯୋଜନା ପଣ୍ଡ ହୋଇଛି। ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଗ୍ୟାଙ୍ଗର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ। ଜାତୀୟ ରାଜପଥରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫମାନଙ୍କଠାରୁ  ଗୋଟିଏ ବନ୍ଧୁକ ସହ ମାରଣାସ୍ତ୍ର, ୩ ରାଉଣ୍ଡ ଗୁଳି, ୨ଟି ମୋଟରସାଇକେଲ ଓ ମୋବାଇଲ ଜବତ କରାଯାଇଛି।  ଦୁର୍ଦ୍ଦାନ୍ତ ଅପରାଧୀ ଅଖନାର ସହଯୋଗୀ ଭାବେ ଏମାନେ ଅପରାଧ କରିଥାନ୍ତି ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ […]

  • Monday, 05 July 2021
drone
କରୋନା ହଟ୍‌ସ୍ପଟ୍ ଉପରେ ନଜର ରଖିଛି ଡ୍ରୋନ୍

ପୁରୀ: ପୁରୀ କରୋନା ହଟ୍‌ସ୍ପଟ୍ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ୍। ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି। ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି, ସେମାନଙ୍କ ଉପରେ ଡ୍ରୋନ୍ ନଜର ରଖିଛି। ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ ଲୋକମାନଙ୍କୁ ନିୟମିତ ବ୍ୟବଧାନରେ ଅଣାଯାଉଥିବା ସୂଚନା ମିଳିଛି। ସେହି ଗାଡ଼ିରେ ବେଆଇନ୍ ଦ୍ରବ୍ୟ ଏବଂ ନିଶା ଦ୍ରବ୍ୟ ଚାଲାଣ କରାଯାଉଥିବା ମଧ୍ୟ […]

  • Monday, 05 July 2021
gold
ରେକର୍ଡ ଭାଙ୍ଗିଲା ସୁନା ଦର, ଦ୍ୱିଗୁଣା ହେଲା ରୂପା

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ସୁନା ଦର।  ୧୦ ଗ୍ରାମକୁ ହେଲାଣି ୫୨ ହଜାର ଟଙ୍କା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ପ୍ରଥମ ଥର ପାଇଁ ସୁନା ଦାମ୍ ୫୨ ହଜାର ହୋଇଛି। ସାଧାରଣତଃ କମୋଡିଟି ଏକ୍ସଚେଞ୍ଜ ତୁଳନାରେ ରିଟେଲ ମାର୍କେଟରେ ସୁନା ଓ ରୂପା ଦର କମ୍ ରହିଥାଏ । ଏବେ ସାରା ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଦେଖା ଦେଇଛି। ଲୋକେ ନିଜ ସଂପତ୍ତିକୁ ସୁରକ୍ଷିତ ରଖିବାକୁ ସୁନା କିଣିଥାନ୍ତି॥ କାରଣ ପ୍ରାୟତଃ ସୁନାର […]

  • Monday, 05 July 2021
ambulance
ଆଜି ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି। କେଉଁ ଜିଲ୍ଲାରେ କେତେ ଚିହ୍ନଟ ହେଲେ  ? ଜିଲ୍ଲା ପଜିଟିଭ ଚିହ୍ନଟ ଗଜପତି ୮୯ କୋରାପୁଟ ୭୩ କଟକ ୬୦ ଜଗତସିଂହପୁର ୪୭ […]

  • Monday, 05 July 2021
cinbd
ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୩ ଜଣ। ଏଥିସହିତ ରାୟଗଡାର ୨ ଜଣ,  କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନାରେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ମୃତକ ଜଣକ […]

  • Monday, 05 July 2021
honer-kiling
ଗଛରେ ଝୁଲନ୍ତା ଅବସ୍ଥାରେ ନାବାଳିକା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ଅନର କିଲିଂକୁ ନେଇ ଚର୍ଚ୍ଚା  ହେଉଛି। ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-୨ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନର କିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ଅନ୍ୟପଟେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତେବେ ମୃତଦେହ ଜବତ ପରେ ସେଠାରେ […]

  • Monday, 05 July 2021