• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

india
ଭୁବନେଶ୍ୱରରେ କରୋନା ସ୍ଥିତି; ଅଧିକାଂଶ ଆକ୍ରାନ୍ତଙ୍କର ସୂର୍ଯ୍ୟନଗର ଓ ବମିଖାଲ ଲିଙ୍କ୍‌ ରହିଛି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଭିତରୁ କେବଳ ବମିଖାଲରୁ ୧୫ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ଭୁବନେଶ୍ୱରର ସୂର୍ଯ୍ୟନଗରରେ ପ୍ରଥମ […]

  • Monday, 12 July 2021
99999999 (1)
ହାତୀ ନେଇଗଲା ୩ ଜୀବନ

ପଦମପୁର : ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରେ ହାତୀ ଆକ୍ରମଣ  ୩  ଜଣଙ୍କର ମୃତ୍ୟୁ ଘଟିଛି।  ୩ ଜଣଯାକ ଗୋଟିଏ ପରିବାରର।ମୃତକମାନେ ହେଲେ ପଦମପୁର ସହର ରଜାପଡ଼ା ସାହିର ହାତୀ ୭୫ ବର୍ଷୀୟ ବୃଦ୍ଧ ଦ୍ୱାରିକାନାଥ ପାଣ୍ଡେ, ତାଙ୍କର ବଡପୁଅ ମଲ୍ଲାଇ ପାଣ୍ଡେ (୪୫ ବର୍ଷ ) ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ। ମଲାଇ ଓ ତାଙ୍କ ପୁଅ ଚିଣ୍ଟୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ସାମ୍ନାରେ ପଡି ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ […]

  • Monday, 12 July 2021
corona
କଟକ ସହର ବି ହେବ ୪୮ ଘଣ୍ଟିଆ ଶଟ ଡାଉନ୍‌

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ ଘୋଷଣା କରାଯିବା ପରେ କଟକ ସହରକୁ  ଏଥିରେ ସାମିଲ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଏ ନେଇ  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରୁ ୬ ଟି କରୋନା ପଜିଟିଭ ମିଳିଥିବାରୁ ୪୮ ଘଣ୍ଟା ଶଟ୍ ଡାଉନ୍ ଘୋଷଣା […]

  • Monday, 12 July 2021
cv
ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତେବେ ସେ କେବେ ଦିଲ୍ଲୀରୁ ଫେରିଲେ ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ସେ କାହା କାହା […]

  • Monday, 12 July 2021
thunder
ଉପକୂଳ ଅଞ୍ଚଳରେ ହୋଇପାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ର ବଢିବାରେ ଲାଗିଛି। ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଆସନ୍ତା ୪ରୁ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉପକୂଳ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ଭାବେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ […]

  • Monday, 12 July 2021
EUqVFHrU4AAhHaR
ଶଟ୍‌ ଡାଉନ ବେଳେ କ’ଣ ବନ୍ଦ ରହିବ ?

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଲେ କଠୋର ପଦକ୍ଷେପ। ୨୧ ଦିନିଆ ଲକ୍‌ଡାଉନ ଚାଲିଥିବାବେଳେ ଆଜି ସରକାର ପୁଣି ଲାଗୁ କରିଛନ୍ତି ୪୮ ଘଣ୍ଟିଆ ଶଟ୍‌ଡାଉନ। ତେବେ କ’ଣ ଏହି ଶଟ୍‌ଡାଉନର ଅର୍ଥ ? ଏମିତି ତ ସବୁ ବନ୍ଦ ଥିଲା, ପୁଟି କ’ଣ ବନ୍ଦ ହେବ ? ଏମିତି ପ୍ରଶ୍ନ ମନକୁ ଆସୁଛି। ଲକ୍‌ଡାଉନ ଠାରୁ ଆହୁରି କଡାକଡି ହେବ ଶଟ୍‌ଡାଉନର ଗାଇଡଲାଇନ। ଲକ୍‌ଡାଉନବେଳେ ଗ୍ରୋସରୀ, ପରିବା, କ୍ଷୀର, ମାଛ, ମାଂସ ଆଦି […]

  • Monday, 12 July 2021
bandh
୪୮ ଘଣ୍ଟା ପାଇଁ ଶଟ୍‌ ଡାଉନ୍‌ ହେବ ଭୁବନେଶ୍ୱର, ଭଦ୍ରକ ସହର

ଭୁବନେଶ୍ୱର:  ଲକ୍‌ଡାଉନ୍‌ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ […]

  • Monday, 12 July 2021
lockdown-1
ଲକ୍‌ଡାଉନ୍: ଖୋଲା ହେଲା ଏସବୁ ଦୋକାନ

ଭୁବନେଶ୍ୱର: ଲକ୍‌ଡାଉନ୍ ବେଳେ କଣ କଣ ଖୋଲା ରହିବ ? କେଉଁ ସବୁ ଦୋକାନକୁ ବନ୍ଦରୁ ବାଦ୍ ଦିଆଯିବ ? ଏହାର ପୁଣି ଏକ ତାଲିକା ପ୍ରସ୍ତୁତ କଲା ପ୍ରଶାସନ। ଏ ନେଇ ପୁଣି ଥରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛନ୍ତି ଗୃହ ସଚିବ ଅଜୟ ଭଲ୍ଲା। ଏହି ତାଲିକା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଗରିବ ହିତାଧିକାରୀ, ମହିଳା ଏବଂ ଶିଶୁଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରତି ୧୫ ଦିନରେ ପହଞ୍ଚାଇବା […]

  • Monday, 12 July 2021
capital hospital
ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସିର ଖବର। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୨ୟ ବ୍ୟକ୍ତି ଦୁଇଦିନ ତଳେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବାବେଳେ ଆଜି ପ୍ରଥମ ଆକ୍ରାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଛି। ପ୍ରଥମ ଆକ୍ରାନ୍ତ ଜଣକ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନରୁ ଡିସ୍‌ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏଥିସହ ବିଭାଗ କ୍ୟାପିଟାଲ୍ ହସ୍ପିଟାଲ୍ […]

  • Monday, 12 July 2021
jail
କରୋନା ପାଇଁ ମୁକ୍ତ ହେଲେ ୧୭୭ କଏଦୀ

ଭୁବନେଶ୍ୱର: କରୋନା ପାଇଁ ମୁକ୍ତି ପାଇଲେ କଏଦୀ। ଏଥିସହିତ ଅନେକ କଏଦୀଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। କରୋନକୁ ଦୃଷ୍ଟିରେ ରଖି ଏସବୁ କରାଯାଉଛି। କାରଣ ଅନେକ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ଜେଲ୍‌ରେ ଯେପରି କରୋନା ନ ବ୍ୟାପିବ ସେଥିପାଇଁ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ସ୍ୱରୂପ ଏପରି କରିଛନ୍ତି। ଓଡ଼ିଶାରେ ବିଭିନ୍ନ ଜେଲରେ ଏବେ ଅଛନ୍ତି ୧୭ହଜାର ୫୧୯ ଜେଲ ଅନ୍ତେବାସୀ ଏମାନଙ୍କ ମଧ୍ୟରୁ ୩ ହଜାର ୭୫୩ କଏଦୀ ଏବଂ ୧୩ ହଜାର ୭୬୬ଜଣ […]

  • Monday, 12 July 2021
bmc
ପଞ୍ଚମ ଆକ୍ରାନ୍ତଙ୍କ ଘରେ ହୋଇଥିଲା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ପାଇବା ପରେ କଠୋର ପଦକ୍ଷେପ ନେଇଛି ବିଏମ୍‌ସି। ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି ବିଏମସି। ଏହାବ୍ୟତୀତ ଏକ ବଡ ଖବର ସାମ୍ନାକୁ ଆସିଛି। ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବହୁ ଲୋକ ଯୋଗ ଦେଇଥିଲେ। ମାର୍ଚ୍ଚ ୧ରୁ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ  ଆସିଥିବା ବ୍ୟକ୍ତିଙ୍କୁ […]

  • Monday, 12 July 2021
murder
ଜମିବାଡ଼ି ବିବାଦରୁ ଗଣ୍ଡଗୋଳ; ପରିବାରର ୪ ମୃତ

ସୁନ୍ଦରଗଡ଼:ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟ  ସିମଡେଗା ଜିଲ୍ଲାରେ। ଏହି ଜିଲ୍ଲା କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଦୁଇ ଭାଇଙ୍କ ମଧ୍ୟରେ ଗତ କିଛି ଦିନ ଧରି ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ସକାଳେ ବଡ଼ ଭାଇ ଓ ତାଙ୍କ […]

  • Monday, 12 July 2021
nizamiddin
ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଆଉ ୨ ଯାଜପୁରରୁ ଚିହ୍ନଟ

ଭୁବନେଶ୍ୱର:  ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଧର୍ମୀୟ ସଭାରୁ ଫେରିଥିବା ଆଉ ୨ ଜଣଙ୍କୁ ଓଡ଼ିଶାରୁ ଚିହ୍ନଟ କରାଯାଇଛି। ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା। ଆଜି ପୁଣି ଯାଜପୁର ଜିଲ୍ଲାରୁ ଆଜି ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ […]

  • Monday, 12 July 2021
dharmendra
ଲକଡାଉନକୁ ୫ ପ୍ରତିଶତ ଲୋକ ମାନୁନାହାନ୍ତି, ସେମାନଙ୍କୁ ମନାଇବା-ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର । ଅତ୍ୟାବଶ୍ୟକ  ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।  ତେବେ ଲକ୍‌ଡାଉନ୍‌ ସଫଳ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,“ ସମାଜ, ରାଜ୍ୟ ତଥା ଦେଶକୁ ସୁସ୍ଥ ରଖିବା ପାଇଁ ଏହା ଏକ ଜନ ଆନ୍ଦୋଳନ ହୋଇଛି। କରୋନାକୁ ହରାଇବା ପାଇଁ ଆଜି ସମସ୍ତେ […]

  • Monday, 12 July 2021
covid hos
କରୋନା ଚିକିତ୍ସା ପାଇଁ ୨ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ଲାଗି ୨ଟି  ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର କିମ୍‌ସ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ସ୍ୱତନ୍ତ୍ର କୋବିଡ୍ ହସ୍ପିଟାଲ ଓଡ଼ିଶା […]

  • Monday, 12 July 2021
karona song
ଗୀତ ଗାଇ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ପୋଲିସ

ବରଗଡ: କରୋନା ପାଇଁ ଲୋକଙ୍କୁ ସତର୍କ କରାଯାଉଛି। ସଚେତନତାର ବାର୍ତ୍ତା ବଣ୍ଟାଯାଉଛି। ଘରେ ରହିବା ପାଇଁ ଅନୁରୋଧ କରାଯାଉଛି। ତଥାପି ଲୋକେ ମାନୁ ନାହାନ୍ତି। ଅମାନିଆ ଲୋକଙ୍କୁ ବୁଝାଇବା ପାଇଁ  ବରଗଡ ପୋଲିସ ପକ୍ଷରୁ ଅଭିନବ ଉଦ୍ୟମ କରାଯାଇଛି। ଗୀତରେ ଗୀତରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବରଗଡ଼ ପୋଲିସ।  ପ୍ରଥମେ ଅତିରିକ୍ତ ଏସ୍‌ପି  ଅମରେନ୍ଦ୍ର ରଣା ସମ୍ବୋଧନ କରି କରୋନା ସମ୍ପର୍କରେ ଗୀତ ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତାକୁ ଉପଦେଶ ଭାବେ ମାନି ଗ୍ରହଣ କରିବାକୁ ଲୋକଙ୍କୁ […]

  • Monday, 12 July 2021
janadhana
ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଆସିବ ଟଙ୍କା

ଭୁବନେଶ୍ୱର: ଆଜିଠାରୁ ଜନଧନ ଆକାଉଣ୍ଟକୁ ଆସିବ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଟଙ୍କା ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଆସିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାଧ୍ୟମରେ ପଠାଯିବ ଏହି ଟଙ୍କା । ଓଡ଼ିଶାରେ ୩୯ ଲକ୍ଷ ୫୧ ହଜାର ଜନଧନ ଆକାଉଣ୍ଟଧାରୀ ମହିଳା ଅଛନ୍ତି। ବ୍ୟାଙ୍କକୁ ଟଙ୍କା ଯିବା ପରେ ଏସ୍ଏମଏସ ଯିବ । ପେଟ୍ରୋଲ ପମ୍ପରେ ଏସବିଆଇର ମାଇକ୍ରୋ ଏଟିଏମରେ ମଧ୍ୟ ଟଙ୍କା ଉଠାଣ ହୋଇପାରିବ । […]

  • Monday, 12 July 2021
secretariat-odisha-750x430
କରୋନା ପ୍ରଭାବ: ମନ୍ତ୍ରୀ, ବିଧାୟକ ଓ ନିଗମ ଅଧ୍ୟକ୍ଷଙ୍କୁ ମିଳିବ ମାତ୍ର ୩୦% ଦରମା

ଭୁବନେଶ୍ୱର: ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ଯୋଗୁ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଆଜି କେତେକ କଠୋର ଆର୍ଥିକ ପଦକ୍ଷେପ ନେଇଛନ୍ତି। ତତ୍କାଳ ପ୍ରଭାବରୁ ଏହି ଆର୍ଥିକ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ପାଇବାକୁ ଥିବା ଦରମାରେ ନିର୍ଦ୍ଧାରିତ ବର୍ଗର ନିର୍ବାଚିତ ପ୍ରତିନିଧି ଓ ଅଫିସରମାନଙ୍କୁ କମ୍ ଦରମା ମିଳିବ ବୋଲି ଜଣାପଡ଼ିଛି। ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, […]

  • Monday, 12 July 2021
nizamuddin
ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ୪ ଓଡ଼ିଶାରୁ ଚିହ୍ନଟ

କେନ୍ଦ୍ରାପଡ଼ା/ଜାଜପୁର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା  ତିନି ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କୁ ଚିହ୍ନଟ କରାଯାଇଛି।  କେନ୍ଦ୍ରାପଡା ଓ ଯାଜପୁରରୁ ଜଣେ ଲେଖାଏ ଏବଂ କୋରାପୁଟ ଜିଲ୍ଲାରୁ ୨ ଜଣଙ୍କ ଠାବ କରାଯାଇଛି। ଆଜି  କେନ୍ଦ୍ରାପଡ଼ାରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍‌ପିଟାଲ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ  ହୋମ୍ […]

  • Monday, 12 July 2021
hati
କାନ୍ଥ ଭାଙ୍ଗି ହାତୀ ଘରେ ପଶିଗଲା, ଦଳିଦେଲା

ସମ୍ବଲପୁର: ଘର ଭିତରେ ପଶିଗଲା ହାତୀ। ଜିନିଷ ପତ୍ର ଦଳିଚକଟି ନଷ୍ଟ କରବା ସହ  ଦଳିଦେଲା ଆଈ ଓ ନାବାଳିକା ନାତୁଣୀଙ୍କୁ। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ। ଆଜି ସକାଳୁ ସକାଳୁ ସ୍ଥାନୀୟ କୁଲଗାଁ ଭିତରକୁ ପଶି ଆସିଥିଲା ହାତୀ । ସମସ୍ତେ ଶୋଇଥିଲେ। ହଠାତ୍‌ ହାତୀଟି ଗାଁର ଉର୍ମିଳା ମିର୍ଦ୍ଧାଙ୍କ ଘରର କାନ୍ଥ ଭାଙ୍ଗି ପଶିଗଲା।  ଘର ଭିତରେ ଥିଲେ ଉର୍ମିଳା, ତାଙ୍କ ସ୍ୱାମୀ ଓ ନାବାଳିକା ନାତୁଣୀ ରଶ୍ମୀତା […]

  • Monday, 12 July 2021
exam
ଲକ୍‌ଡାଉନ୍‌ ପାଇଁ ଘୁଞ୍ଚିଲା ଜେଇଇ ମେନ୍

ଭୁବନେଶ୍ୱର: କରୋନା ପାଇଁ  ଜେଇଇ ମେନ୍‌କୁ ଘୁଞ୍ଚାଇ ଦିଆଯାଇଛି । ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌ ହୋଇଥିବାରୁ ଏପ୍ରିଲ ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି। ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ପରୀକ୍ଷା କରାଯିବା ନିମନ୍ତେ ପ୍ରସ୍ତାବ ରହିଛି। ତେବେ ପରିସ୍ଥିତି ଦେଖି ଆଗାମୀ କିଛି ସପ୍ତାହ ମଧ୍ୟରେ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି […]

  • Monday, 12 July 2021
rukuna ratha
ଆଜି ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବନି !

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ। କିନ୍ତୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି । ସରକାରଙ୍କ କୋଭିଡ୍-୧୯ ସଂପର୍କିତ ବିଜ୍ଞପ୍ତିରେ ୫ ଜଣରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ତେବେ ଶ୍ରୀ ଜିଉଙ୍କ ରଥ ପ୍ରତିଷ୍ଠା ଓ ତତ୍‌ ସଲଗ୍ନ ଅନ୍ୟ କାର୍ଯ୍ୟକ୍ରମ ପାଇଁ ୫ରୁ ଅଧିକ ସେବାକାରୀଙ୍କ ସେବା ଅନିବାର୍ଯ୍ୟ ଥିବାର ଏହା ସମ୍ଭବପର ନୁହେଁ […]

  • Monday, 12 July 2021
corona symtoms
କ୍ୱାରେଣ୍ଟାଇନ୍‌ ପରେ ବି ଆହୁରି ୨ ସପ୍ତାହ କରୋନା ଭୟ ରହିଛି

ଭୁବନେଶ୍ୱର:କରୋନା ଭୂତାଣୁକୁ ରୋକିବାକୁ ହେଲେ ଗୋଟିଏ ବାଟ ରହିଛି । ତାହା ହେଉଛି ସତର୍କତା। କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତକାଲି ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାହାରୁ ଆସିଥିବା ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି,  କରୋନାର ଲକ୍ଷଣ ନାହିଁ ବୋଲି ଭାବି ହାଲ୍‌କା ହୋଇ ଯାଆନ୍ତୁ ନାହିଁ। କାରଣ […]

  • Monday, 12 July 2021
utkal divas
ଲକ୍‌ଡାଉନ ଯୋଗୁ ଫିକା ପଡ଼ିଲା ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୮୪ ବର୍ଷ ତଳେ ଅର୍ଥାତ୍‌ ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏଥିପାଇଁ ମହାପୁରୁଷଙ୍କ ଅବଦାନକୁ ରାଜ୍ୟବାସୀ ମନେ ପକାଇବାର ଆଜି ଏକ ଅବସର। ତେବେ କରୋନା ଲକ୍‌ ଡାଉନ୍‌ ଏହି ଉତ୍ସବକୁ ଫିକା କରି ଦେଇଛି। ଲକ୍‌ ଡାଉନ ଯୋଗୁ ଆଜି ରାଜ୍ୟରେ ଅନ୍ୟବର୍ଷ ଭଳି ପାଳିତ ହେବନି ଉତ୍କଳ ଦିବସ।  ଦୀର୍ଘ ବର୍ଷର ଅବଦାନ ଓ ସଂଘର୍ଷ ପରେ ଓଡ଼ିଶା […]

  • Monday, 12 July 2021
air craft
ରାଉରକେଲା ଏୟାରପୋର୍ଟରେ ଦୁଇ ବିଦେଶୀ ବିମାନ

ରାଉରକେଲା; ରାଉରକେଲା ଏୟାରପୋର୍ଟରେ ଥିବା ଦୁଇ ବିଦେଶୀ ବିମାନକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।  ନ୍ୟୁଜିଲାଣ୍ଡର ଏହି ଦୁଇ ବିମାନ ଗତ ୧୦ ଦିନ ହେବ ବିମାନବନ୍ଦରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।  ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ,  ଓଡ଼ିଶା, ଝାରଖଣ୍ଡ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ବେକ୍ଷଣ ଲାଗି ଏକ କମ୍ପାନୀକୁ ନିଯୁକ୍ତ କରିଥିଲେ ।  ଉକ୍ତ କମ୍ପାନୀ ସର୍ଭେ ପାଇଁନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ବତନ୍ତ୍ର ବିମାନ […]

  • Monday, 12 July 2021