• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Untitled-1
ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର:ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଆକାଶରେ ଚନ୍ଦ୍ର କ୍ରମାନ୍ୱୟରେ ବୃହଷ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ ପାଖରେ ରହିବ।  ଏହି ଦୃଶ୍ୟ ଆସନ୍ତାକାଲି ଅର୍ଥାତ୍‌ ୧୬, ୧୭ ଏବଂ ୨୫ ଓ ୨୭ ତାରିଖ ମଧ୍ୟ ଦୃଶ୍ୟ ହେବ। ଏହି ତିନିଟ ଗ୍ରହ ଏପ୍ରିଲ ମାସ ସାରା ପାଖାପାଖି ରହିବେ । ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର-ପୂର୍ବ ଦିଗବଳୟ ଉପରେ ଏକ ଘଣ୍ଟା ଧରି ଏହି ଦୃଶ୍ୟ ଦେଖାଯିବ।  ସେହିପରି ଶୁକ୍ରଗ୍ରହ […]

  • Monday, 12 July 2021
EFJeABQUwAEFVeY
ଏଥର ବିନା ଭକ୍ତରେ ହେବ ଚନ୍ଦନ ଯାତ

ପୁରୀ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ପରିସ୍ଥିତିକୁ ଦେଖି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୨ୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ଏହି ଗାଇଡ ଲାଇନ ଅନୁଯାୟୀ, ଧାର୍ମିକ, ସାଂସ୍କୃତିକ କାର୍ଯ ଉପରେ କଟକଣା ଜାରି କରାଯାଇଛି। ଏପରି ପରିସ୍ଥିତିରେ କାଳିଆର ଚନ୍ଦନଯାତକୁ ନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ଆସନ୍ତା ୨୬ ତାରିଖରେ ପଡ଼ୁଛି ଚନ୍ଦନ ଯାତ୍ରା […]

  • Monday, 12 July 2021
bbsr
ଭୁବନେଶ୍ୱର: କରୋନା ନିୟନ୍ତ୍ରଣ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବିଶେଷକରି କରି ଭୁବନେଶ୍ୱରରେ କରୋନା ସ୍ଥିତି ସବୁଠାରୁ ଖରାପ। ରାଜ୍ୟରେ ମୋଟ ୬୦ ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଥିବାବେଳେ କେବଳ  ଭୁବନେଶ୍ୱରରେ ଅଛନ୍ତି ୪୬। ଏହାକୁ ଦଷ୍ଟିରେ ରଖି  ଭୁବନେଶ୍ୱର ମହାନଗର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରକୁ ୩ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍‌ର ଦାୟିତ୍ୱ ୬ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି।  ବିଏମ୍‌ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏହି […]

  • Monday, 12 July 2021
oitv
ରାଜ୍ୟର ଆଉ ୨ ହସ୍‌ପିଟାଲରେ ହେବ କୋଭିଡ୍-୧୯ ପରୀକ୍ଷା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଆଉ ୨ଟି ହସ୍ପିଟାଲରେ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏହି ଦୁଇଟି ହସ୍ପିଟାଲ ହେଲା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ। ଗତକାଲିଠାରୁ ଏହି ୨ ହସ୍‌ପିଟାଲରେ କୋଭିଡ୍-୧୯ ଟେଷ୍ଟ ଆରମ୍ଭ ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ […]

  • Monday, 12 July 2021
pic_1586774388-(1)
ବାହାରେ ଛେପ ପକାଇଲେ ଗଣିବେ ଫାଇନ

ବ୍ରହ୍ମପୁର: କରୋନା ଭାଇରସର ମୁକାବିଲା ପାଇଁ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ମେ’ ୩ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ଏଥିସହିତ ଆଗାମୀ ଏକ ସପ୍ତାହ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ତେଣୁ ଘରୁ ବାହାରିବା ନିୟମ, ଲକ୍ ଡାଉନ କଟକଣାକୁ ଆହୁରି କଡ଼ାକଡି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଲକ୍‌ ଡାଉନ ନିୟମକୁ କଡାକଡି କରିଛନ୍ତି। ଏପରିକି […]

  • Monday, 12 July 2021
cm-meeting
ଭିଡିଓ କନ୍‌ଫରେନ୍ସିଂରେ କରୋନା ସ୍ଥିତି ସମୀକ୍ଷା କଲେ ନବୀନ

ଭୁବନେଶ୍ୱର:ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ  ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।  ମଙ୍ଗଳବାର ଦିନ ହୋଇଥିବା ସମୀକ୍ଷା ବୈଠକର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ପଚାରି ବୁଝିଥିଲେ । ସଂକ୍ରମଣ ନିୟନ୍ତ୍ରଣରେ […]

  • Monday, 12 July 2021
jajpur
ଯାଜପୁରରୁ ଚିହ୍ନଟ ୨ୟ କରୋନା ଆକ୍ରାନ୍ତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯିବା  ପରେ ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତଙ୍କର ପରିଚୟ ମିଳି ପାରି ନ ଥିଲା। ତେବେ ଆକ୍ରାନ୍ତଜଣକ  ଯାଜପୁର ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହାପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ […]

  • Monday, 12 July 2021
sanatana
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ପରଲୋକ ହୋଇଯାଇଛି। ସମ୍ବଲପୁର ହୀରାକୁଦ କଲୋନୀ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ସକାଳୁ ପରଲୋକ ହୋଇଯାଇଛି । ସନାତନ ୧୯୯୪ରୁ ୨୦୦୦ ମସିହା ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୦ ମସିହାରେ ବିଜେଡି ପକ୍ଷରୁ ସମ୍ବଲପୁର ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିଲେ। ଏହାପରେ ପୁଣି ୨୦୦୪ ନିର୍ବାଚନରେ ବିଧାନସଭାକୁ […]

  • Monday, 12 July 2021
nijamuddin
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୫୬ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ । ଗତକାଲି ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି।  ଏହାକୁ ମିଶାଇ  ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଲା । ତେବେ ଆକ୍ରାନ୍ତ ଜଣକ କେଉଁଠାର ତାହା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ […]

  • Monday, 12 July 2021
Untitled-1
ପରଲୋକରେ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର

ଭୁବନେଶ୍ୱର: ବରିଷ୍ଠ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ପରଲୋକ ହୋଇ ଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।  ଗତ କିଛି ଦିନ ତଳେ ହିଁ ସେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଟ୍ରେଡ ୟୁନିୟନ ସଂଗଠନ AITUCର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଗତ ୨୦୦୫ ମସିହାରୁ ଦାୟିତ୍ୱ ତୁଲାଇ ଆସୁଥିଲେ ।ସୌରୀବନ୍ଧୁ ରାଜ୍ୟରେ ଶ୍ରମିକଙ୍କ ଦାବି ନେଇ ଅନେକ ଆନ୍ଦୋଳନର ନେତୃତ୍ୱ […]

  • Monday, 12 July 2021
bbsr
ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ; ଭୁବନେଶ୍ୱରରେ କୋହଳ ହେବନି କଟକଣା

ଭୁବନେଶ୍ୱର: ଏପ୍ରିଲ ୧୪ ତାରିଖ ରାତିରେ ୨୧ ଦିନିଆ ଲକ୍‌ଡାଉନ ଅବଧି ଶେଷ ହେବା ପରେ ୧୫ରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ବେଳେ ପୂର୍ବଭଳି କଟକଣା ଜାରି ରହିଥିବା ବେଳେ କୃଷି ଓ କୃଷକମାନଙ୍କ ପାଇଁ କିଛି କୋହଳ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୀତଗୋବିନ୍ଦ ଭବନରେ ଆଜି ଆୟୋଜିତ ଏକ ପ୍ରେସମିଟ୍‌ରେ କହିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ,  ରବି […]

  • Monday, 12 July 2021
relief
୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ; ହଟିବ ଏସବୁ କଟକଣା

ଭୁବନେଶ୍ୱର: ଏପ୍ରିଲ ୧୪ ତାରିଖ ରାତିରେ ଶେଷ ହେବ ୨୧ ଦିନିଆ ଲକ୍‌ଡାଉନ ଅବଧି। ହେଲେ ତା’ ପୂର୍ବରୁ ରାଜ୍ୟ ସରକାର ଳକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ଯାଏ ପୁଣି ବଢାଇ ଦେଇଛନ୍ତି। ତେଣୁ ଏପ୍ରିଲ ୧୫ରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯିବ । ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ବେଳେ କ’ଣ ଖୋଲା ରହିବ ? କ’ଣ ବନ୍ଦ ରହିବ ସେ ନେଇ ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ […]

  • Monday, 12 July 2021
144
ମନ୍ଦିରରେ ଲାଗିଲା ୧୪୪, ଫିକା ପଡ଼ିଗଲା ମହା ବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର:ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ପ୍ରଭୁ ମହାବୀରଙ୍କ ଜୟନ୍ତୀ । ଏହି ଅବସରରେ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ହନୁମାନଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ପରମ୍ପରା ଅନୁସାରେ ହେଉଛି । କିନ୍ତୁ ଲକଡାଉନ ଜାରି ରହିଥିବାରୁ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇ ସମସ୍ତ ନୀତିକାନ୍ତି କରାଯିବ ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କରୋନା ପାଇଁ ଗଞ୍ଜାମ […]

  • Monday, 12 July 2021
kp dhalsamanta
ପରଲୋକରେ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ

ଭୁବନେଶ୍ୱର: ଆରପାରିରେ ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ। ଆଜି  ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ୭୦ ବର୍ଷ  ବୟସ୍କ ଲେଫ୍ଟନାଣ୍ଟ ଧଳସାମନ୍ତ  କିଛି ଦିନ ଧରି ଅସୁସ୍ଥ ଥିଲେ। ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲର ଡିଜି ଭାବେ ଅବସର ନେଇଥିଲେ । ସେ ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ।  ୧୯୭୧ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ଲଢ଼ିବା ସହ  ବିଭିନ୍ନ ଯୁଦ୍ଧରେ ନିଜ […]

  • Monday, 12 July 2021
bisra
ବିଶ୍ରାର ଏସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ସୁନ୍ଦରଗଡ଼; ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ କରାଯାଇଛି । ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଡରେଇକେଲା ବସ୍ ଷ୍ଟପରୁ ବିଶ୍ରା ପୁରୁଣା […]

  • Monday, 12 July 2021
ctc
କାହିଁକି ଏଠାରୁ ପ୍ରତ୍ୟାହାର କରାଗଲା କଣ୍ଟେନମେଣ୍ଟ କଟକଣା ?

କଟକ:ରାଜ୍ୟରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅନେକ ଆକ୍ରାନ୍ତଙ୍କ  ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସେମାନେ ମଧ୍ୟ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପାଇବାପରେ ଓଡ଼ିଶାବାସୀଙ୍କ ମନରେ ଥିବା କରୋନା ଜନିତ ଭୟ ସାମାନ୍ୟ ଦୂର ହୋଇଛି। କଟକ ପଟ୍ଟାପୋଲ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଜଣା […]

  • Monday, 12 July 2021
Untitled-1 copy
ଏଠି କୋହଳ ହେଲା କଣ୍ଟେନ୍‌ମେଣ୍ଟ ନିୟମ; ଆଜିଠୁ ଖୋଲିବ ଅତ୍ୟାବଶ୍ୟକ ଦୋକାନ

ଯାଜପୁର; ଓଡ଼ିଶାରେ କରୋନାସ୍ଥିତିରେ ସୁଧାର ଆସି ନ ଥିଲେ ହେଁ ଧୀରେ ଧୀରେ ଆକ୍ରାନ୍ତମାନଙ୍କ ଅବସ୍ଥା ସୁଧୁରୁଛି। ପୂର୍ବରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ପରେ ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲାର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରଲେଣି।  ଯାଜପୁର ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ଡାକ୍ତରଖାନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିବା ପରେ […]

  • Monday, 12 July 2021
korona
କରୋନାକୁ ନେଇ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କରୋନା ସଂକ୍ରମଣ ବେଳେ କିଛି ସାଇବର ଠକେଇ ହେଉଥିବା ନଜରକୁ ଆସିଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । କରୋନା ସଂପର୍କରେ କୌଣସି ଭିତ୍ତିହୀନ କିମ୍ବା ବିଭ୍ରାନ୍ତିକର ତଥ୍ୟ ଦିଆଯାଇ ପାରିବ ନାହିଁ । କରୋନା ନାଁରେ ନକଲି ଭ୍ୟାକସିନ୍, ସାନିଟାଇଜର ବିକ୍ରି କରାଯାଇ ପାରିବ ନାହିଁ। ଏପରିକି  କରୋନା ସ୍ପେଶାଲ୍ ଅଫର ନାଁରେ ଅନ୍‌ଲାଇନ ବିକ୍ରି ଉପରେ ମଧ୍ୟ କଟକଣା କରାଯାଇଛି। ସୋଶିଆଲ ମିଡିଆରେ ଭୁଲ ତଥ୍ୟ ଦେବାକୁ ମନା […]

  • Monday, 12 July 2021
school
ସ୍କୁଲ ଫି କମାଅ କିମ୍ବା ସ୍ଥଗିତ ରଖ-ଘରୋଇ ସ୍କୁଲକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍‌ ଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି। ଦୋକାନ, ବଜାର ବନ୍ଦ। କଳକାରଖାନା ବି ବନ୍ଦ। ସାରା ଦେଶର ଅର୍ଥନୀତି ଦୋହଲି ଯାଇଛି। ପରିସ୍ଥିତିକୁ ଦେଖି  ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ଫି କମାଇବା ପାଇଁ ନଚେତ  ସ୍ଥଗିତ ରଖିବା ପାଇଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ ଯୋଗେ କୁହାଯାଇଛି, କରୋନା ଯୋଗୁ ଅଭିଭାବକଙ୍କ ଆୟ ଉପରେ ପ୍ରଭାବ ପଡିଛି। ତେଣୁ ସ୍କୁଲ […]

  • Monday, 12 July 2021
petrol
ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ

ଭୁବନେଶ୍ୱର: ଏଣିକି ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ। ରାଜ୍ୟର ପେଟ୍ରୋଲିୟମ ଡିଲର ସଂଘ ଏଭଳି ନିଷ୍ପତ୍ତି ନେଇଛି । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ମାସ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ୯ ତାରିଖଠାରୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଫାଇନ ଦେବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି । ଏପରି ପରିସ୍ଥିତିରେ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍କଳ […]

  • Monday, 12 July 2021
cargo
ଭୁବନେଶ୍ୱରରେ ପହଞ୍ଚିଲା ୪୦୦୦ କରୋନା ଟେଷ୍ଟିଂ କିଟ୍‌ 

ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍‌ରେ ଲାଗି ପଡ଼ିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ କରୋନା ନମୁନା ପରୀକ୍ଷା ପାଇଁ ଅଧିକ ସଂଖ୍ୟକ କୋଭିଡ୍ -୧୯ ଟେଷ୍ଟ କିଟ୍‌ର ଆବଶ୍ୟକତା ଥିଲା। ସେହି ଅନୁସାରେ ୪୦୦୦ ଟେଷ୍ଟିଂ କିଟ୍‌  ଭୁବନେଶ୍ୱରରେ ଆସି ପହଞ୍ଚିଛି।  ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ। […]

  • Monday, 12 July 2021
mask
କଳାହାଣ୍ଡିରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଧର୍ମଗଡ: ଗତକାଲି ବିଳମ୍ବିତ ରାତିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର। ଏହା ପୂର୍ବରୁ ଜଣେ କରୋନା ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଗତକାଲି ଚିହ୍ନଟ ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏହାକୁ ମିଶାଇ କଳାହାଣ୍ଡି ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍‌ଓ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରୱାଲଙ୍କ କହିବା ଅନୁଯାୟୀ, […]

  • Monday, 12 July 2021
coid
୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟରେ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତକାଲି ପରୀକ୍ଷା ହୋଇଥିବା ୪୦୮ ନମୁନା ମଧ୍ୟରୁ ୬ଟି ପଜିଟିଭ୍ ଆସିଛି । ୪୦୨ ନମୁନା ନେଗେଟିଭ୍ ଆସିଛି। ଦିନବେଳା ୨ଟି ନମୁନା ପଜିଟିଭ ନେଇ ସୂଚନା […]

  • Monday, 12 July 2021
cv
ରାଜ୍ୟରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି। 2 new COVID-19 POSITIVE cases confirmed so far today. 1 Dhenkanal town case, female 51 years 1 patient of a Bhubaneswar based private hospital […]

  • Monday, 12 July 2021
CM-Naveen-Patnaik1
କ୍ୟାବିନେଟ ନିଷ୍ପତ୍ତି: ରାଜ୍ୟରେ ଲକ୍‌ଡାଉନ ଅବଧି ବଢିବ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ୯ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ଏପ୍ରିଲ ୧୪ ତାରିଖରେ ୨୧ଦିନିଆ ଲକ୍‌ଡାଉନ୍‌ ଅବଧି ସରୁଥିବା ବେଳେ ଏହାକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଭିଡିଓ କନ୍‌ଫରେନ୍ସିଂରେ ୫ଜଣ ମନ୍ତ୍ରୀ ଯୋଗ ଦେଇଥିଲେ ।  ଲକଡାଉନ୍ ବେଳେ […]

  • Monday, 12 July 2021