ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ କରୋନା ସମ୍ପର୍କରେ ଅବଗତ କରିବା ସହ ଏହାକୁ ରୋକିବା ନେଇ ରୋକିବା ନେଇ ପଦକ୍ଷେପ ନେବାକୁ ସରପଞ୍ଚ ଶପଥ ପାଠ କରିଛନ୍ତି। କିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ନେବା […]
ବାରିପଦା: କରୋନା ଆଜି ମଣିଷକୁ ଯେମିତି ନୂଆ ଶିକ୍ଷା ଦେଇଛି। ନୂଆ ରାସ୍ତା ଦେଖାଇଛି। କର୍ତ୍ତବ୍ୟ କ’ଣ ଶିଖାଇଛି। ନିଜର ସୁଖ,ସ୍ୱାଚ୍ଛନ୍ଦ୍ୟ ଠାରୁ ଅନ୍ୟର ଅସୁବିଧା ବଡ଼। ପୂର୍ବରୁ ଦେଖିଥିଲୁ ଜଣେ ମହିଳା ଆଇଏଏସ ଅଫିସର ନିଜର ମାସକର ଶିଶୁସନ୍ତାନକୁ ଧରି ଅଫିସ ଆସିଥିଲେ। ସେହିପରି ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀବାଇ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ। ଏପରିକି ଦୁଇଜଣ ମହିଳା ପୋଲିସ କରୋନା ମୁକାବିଲାରେ […]
ଭୁବନେଶ୍ୱର: ୫ ଦିନ ମଧ୍ୟରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ଅଭିଭାବକଙ୍କୁ ସ୍କୁଲକୁ ଡାକି ହେଉ କିମ୍ବା ଘରକୁ ଘର ଯାଇ ହେଉ, ସମସ୍ତଙ୍କୁ ବହି ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ […]
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିବେ। ଏଠି କହିରଖିବୁ, ପୂର୍ବରୁ କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍। ଗତ ୨ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେତିକି ନୁହେଁ, ଟିକରପଡ଼ାରେ ଏବେ ବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେଉଛି। ପେଟ ବ୍ୟଥା ମଧ୍ୟ ହେଉଛି। ତା ପରେ ଭୀଷଣ ଜ୍ୱର […]
ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଗଲା ଏସଓପି । ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି । ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ । ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ । […]
ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ମ୍ୟାପ୍ରୁ ଏମାନେ ଭଦ୍ରକ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ସୋମବାର ଭଦ୍ରକ ଜିଲ୍ଲରୁ ୫ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନାସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତ ଘରୋଇ ଓ ସରକାରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗେଇ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ଏଇ ଯୋଦ୍ଧା ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। କରୋନା ଯୁଦ୍ଧର ପ୍ରକୃତ ସୈନିକ ହେଉଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ। କରୋନା ରୋଗୀଙ୍କ ଚିକିତ୍ସା ବେଳେ ଯଦି କୌଣସି ଘରୋଇ ବା ସରକାରୀ ଡାକ୍ତର କିମ୍ବା […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ରେ ଗଲେ ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର। ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି॥ ଡାକ୍ତରଙ୍କ ସହ ୧୯ ଜଣ ନର୍ସଙ୍କୁ ବି କ୍ୱାରେଣ୍ଟିନରେ ରଖାଯାଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତ କିଛି ଦିନ ପୂର୍ବେ ବିଭିନ୍ନ ହସ୍ପିଟାଲକୁ ଆସିଥିଲେ। ସେମାନେ ସେଠାରେ କିଛି ଡାକ୍ତର ଓ ନର୍ସମାନଙ୍କ ସଂସ୍ପର୍ଶରେ ଆସିଥିଲେ। […]
ଭୁବନେଶ୍ୱର: ୫ ଦିନର କଷ୍ଟ ସାଧ୍ୟ ସମୁଦ୍ର ଯାତ୍ରା। ଭୋକ, ଉପାସରେ ୫ ଦିନର ଯାତ୍ରା ପରେ ନିଜ ଗାଁରେ ଏବେ ଆସି ପହଞ୍ଚିଛନ୍ତି ୨୭ ଜଣ ମତ୍ସଜୀବୀ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଶ୍ରୀକାକୁଲ୍ଲମ୍ ଜିଲ୍ଲାର ସମୁଦ୍ରକୂଳରେ ଆସି ଲାଗିଛି ଏମାନଙ୍କ ଡଙ୍ଗା। ୨୭ ଜଣ ମତ୍ସଜୀବୀ ଚେନ୍ନାଇରୁ ଆନ୍ଧ୍ରପ୍ରଦେଶ ଆସି ପହଞ୍ଚିଛନ୍ତି। ଏହି ୨୭ ଜଣଙ୍କ ମଧ୍ୟରେ ଓଡ଼ିଶାର ୧୦ ଜଣ ମତ୍ସଜୀବୀ ରହିଛନ୍ତି। ୯ ଜଣ ଗଞ୍ଜାମ ଜିଲ୍ଲା ପାତିସୁନପୁର ଅଞ୍ଚଳର ହୋଇଥିବା ବେଳେ ଜଣେ […]
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ଦୁଇ ଦିନ ଭିତରେ ୧୮ଟି ପଜିଟିଭ୍ ବାହାରିଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ପରିସ୍ଥିତିର ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ ରାପିଡ ରେସପନ୍ସ ଟିମ ଗଠନ ହୋଇଛି । ଏହି ତିନିଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଗସ୍ତରେ ଯିବେ । ଏସସିବି ମେଡିକାଲ କଲେଜର ଟେକନିକାଲ ଟିମ୍ ଯାଜପୁର ଜିଲ୍ଲାରେ ସହାୟତା କରିବ। […]
ଭୁବନେଶ୍ୱର: ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କଲେ ପୋଲିସ କମିଶନର। ରାଜ୍ୟ ତଥା କେନ୍ଦ୍ର କର୍ମଚାରୀ ଅଫିସକୁ ଆସିବାବେଳେ ଆଇକାର୍ଡ ବାଧ୍ୟତାମୂଳକ। ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଜିଠାରୁ ରାଜ୍ୟ ସରକାର ଅଫିସ୍ ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଫିସ ଆସିବା ବେଳେ କର୍ମଚାରୀମାନେ ଆଇକାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି କହିଛନ୍ତି ପୋଲିସ କମିଶନର । ଅଫିସ ଆସିବା ସମୟରେ […]
ଭୁବନେଶ୍ୱର:ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ପାଇଁ କୋହଳ ହେଲା ନିୟମ। କଣ୍ଟେନମେଣ୍ଟ୍ ଜୋନ ସତ୍ତ୍ୱେ ରାଜଧାନୀରେ ନିର୍ମାଣ ଚାଲୁ ରଖିବା ପାଇଁ ନିୟମ କୋହଳ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ଲକଡାଉନ୍ ପିିରିୟଡ ମେ’ ୩ ତାରିଖ ଯାଏଁ ବଳବତ୍ତର ଥିଲେ ବି ନିର୍ମାଣ କାମ ପାଇଁ କିଛି ନିୟମକୁ କୋହଳ କରାଯାଇଥିବା ନେଇ ବିିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ଅନୁସାରେ ଆଜିଠୁ ରାଜଧାନୀରେ ନିର୍ମାଣ ପାଇଁ କନଷ୍ଟ୍ରକ୍ସନ ସାଇଟରେ ଥିବା ଶ୍ରମିକଙ୍କୁ […]
ଭୁବନେଶ୍ୱର: ବାଲେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଜିଲ୍ଲାରୁ ୨ ବର୍ଷର ଶିଶୁ ସମେତ ୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ପୁଣି ୫ ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ କରାଯାଇଛି। ପୂର୍ବରୁ ଆଉ ଜଣେ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୮ ଛୁଇଁଛି ଏବଂ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ସକାଳେ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା […]
ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଲା। ୨୬ ଘଣ୍ଟା ମଧ୍ୟରେ ୧୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୂଚନା ଥାଉ କି, ଗତକାଲି ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣ ଭଦ୍ରକର, ୨ ଜଣ ବାଲେଶ୍ୱରର, […]
ଯାଜପୁର: ଲକ୍ ଡାଉନ କଟକଣା ଭାଙ୍ଗି ବଡ଼ଚଣା IIC ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିବା ପ୍ରସଙ୍ଗ ଏବେ ନୂଆ ମୋଡ ନେଇଛି। ନିଲମ୍ବିତ ଆଇଆଇସି କିପରି ଶ୍ରୀମନ୍ଦିର ଯାଇଥିଲେ ସେ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନିଲମ୍ବିତ ଆଇଆଇସି ଯେଉଁ ଗାଡ଼ିରେ ପୁରୀ ଯାଇଥିଲେ ତାହା ଥିଲା ଏକ ଚୋରି ଗାଡ଼ି । IIC ପୁରୀ ଯିବା ପାଇଁ ବ୍ୟବହାର କରିଥିବା ସ୍କର୍ପିଓଟି ଗତ ମାସ ୨୦ ତାରିଖରେ ଚୋରି ହୋଇଥିବା ଅଭିଯୋଗ କରଯାଇଥିଲା। ଗାଡ଼ିର […]
ବାଲେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଅଛନ୍ତି। ଏହି ୨ ବର୍ଷର ଶିଶୁ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି। ଏ ନେଇ ବାଲେଶ୍ୱର ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର ନୀଳଗିରି ବରହମପୁର ଥାନା ଅଞ୍ଚଳରେ ବୋଲି ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୬ ତାରିଖରେ ଝିଅର ସାମ୍ପଲ୍ ନିଆଯାଇଥିଲା । ତାହାର ରିପୋର୍ଟ […]
ଭଦ୍ରକ: ଆଜି ଭଦ୍ରକରୁ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ ତନଘନା ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କର ଟ୍ରାଭେଲ ହ୍ରିଷ୍ଟ୍ରି ଖୋଜି ବାହାର କରିବା ସହ ଏମାନଙ୍କର ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେ ନେଇ ଯାଞ୍ଚ କରାଯାଉଛି। ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ ଆସିଥିବା ଖବର ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଜିଲ୍ଳାପାଳଙ୍କ କହିବା ଅନୁଯାୟୀ, […]
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଘର ରମ୍ଭା ଥାନା ଡିଆଁଡି ଗାଁରେ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ନିକଟ ଭାବନ୍ଧସ୍ଥିତ କ୍ରସରରେ କାମ କରିବାକୁ ଏହି ଶ୍ରମିକମାନେ ଆଜି ଭୋରରୁ […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ କଟକଣା ଆଜିଠାରୁ କୋହଳ ହେବ । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୃଷି କାର୍ଯ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।କୃଷିକାର୍ଯ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ । ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି। ସେମିତି […]
ଭୁବନେଶ୍ୱର: କରୋନାକୁ ନେଇ ଆଜି ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ପୁଣି ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା। ଗତକାଲି ସୁଦ୍ଧା ୧୦, ୬୪୧ ନମୂନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦, ୫୭୩ ନେଗେଟିଭ ଆସିଛି। ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଏବଂ […]
ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଆଜି ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରାଯାଇଛି। ଲକ୍ଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ଘଟଣାକୁ ଡିଜିପି ଅଭୟ […]
ଭୁବନେଶ୍ୱର: କରୋନାକୁ ନେଇ ଓଡ଼ିଶାରେ ଏକ ପ୍ରକାର ଆଶ୍ୱସ୍ତିକର ସ୍ଥିତି ସୃଷ୍ଟି ହେବାକୁ ଯାଉଥିବାବେଳେ ଆଜି ସକାଳୁ ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ […]
ଭୁବନେଶ୍ୱର: କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଫଳରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରଣୀ ପିଲାଙ୍କୁ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରୁ ଏଡୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି । ଏପ୍ରିଲ ୨୦ରୁ ମେ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ହେବ । ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ୨ […]
ଭୁବନେଶ୍ୱର:ଆସନ୍ତା ଜୁନ୍ ୨୩ ତାରିଖରେ ପଡ଼ୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏଭଳି ସ୍ଥିତିରେ ଶହ ଶହ ବର୍ଷର ପରମ୍ପରା ରଥଯାତ୍ରା ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ତେଣୁ ଏହାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏ ନେଇ ପୁରୀ ଗଜପତି ମହାରାଜା, […]