• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

matric exam
ଘୁଞ୍ଚିବନି ମାଟ୍ରିକ୍‌ ଓ +୨ ପରୀକ୍ଷା

ଘୁଞ୍ଚିବନି ମାଟ୍ରିକ୍‌ ଓ +୨ ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା ହେବ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର କରାଯିବ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ସେନେଇ କିଛି ସ୍ଥିର ହୋଇନାହିଁ ଭୁବନେଶ୍ୱର: ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ମାଟ୍ରିକ୍‌ ଓ +୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍କୁଲ୍‌ ଓ ଗଣଶିକ୍ଷା […]

naveen patnaik
ଆଜି ଅପରାହ୍ଣ ୪ଟାରେ କ’ଣ କହିବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇପାରନ୍ତି। କରୋନା ସ୍ଥିତିକୁ ନେଇ ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍‌ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ […]

train
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ଛତିଶଗଡ଼କୁ ଟ୍ରେନ୍‌ ସେବା ବନ୍ଦ ଲାଗି ପ୍ରସ୍ତାବ

ଭୁବନେଶ୍ୱର: ଛତିଶଗଡ଼କୁ ଟ୍ରେନ୍ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ କଟକଣା ଲାଗିପାରେ। ଆସନ୍ତାକାଲିଠୁ ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସମସ୍ତ ପ୍ରକାର ଟ୍ରେନ୍ ସେବା ବନ୍ଦ ରଖିବା ନେଇ ରେଲ୍‌ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି।  ସେହିପରି ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। […]

  • Tuesday, 13 July 2021
health minister
ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ RTPCR ଟେଷ୍ଟ ବାଧ୍ୟତାମୂଳକ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୯ଶହ ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଲାଗୁ କରାଯାଇଛି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ RTPCR ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ […]

SBI
ପୁଣି ସିଲ୍‌ ହେଲା ଭୁବନେଶ୍ୱର ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ଏହା ବେକାବୁ ହେବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ପୁଣିଥରେ ଭୁବନେଶ୍ୱର ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ୪ ଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି।  […]

election in kotia
ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର

ଜୟପୁର: କୋରାପୁଟ କୋଟିଆରେ ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ ଆଜି ନିର୍ବାଚନ କରୁଥିବାରୁ ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି। କୋଟିଆର ନେରେଡିଓ୍ୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଛି। ଏଥିରେ କୋଟିଆ ଅଞ୍ଚଳରୁ କିଛି ଲୋକ ଯାଇ ଭୋଟ୍‌ ଦେଇଥିବା ସୂଚନା ମିଳିଛି। ତେବେ ତଳ ଗଞ୍ଜେଇପଦର, ଉପର ସେମ୍ବି ଓ ଧୂଳିପଦର ଲୋକେ ଏଯାଏ ଭୋଟ୍ ଦେଇ […]

coronavirus
ଓଡ଼ିଶାରେ ଦିନକରେ ୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୫୧୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୩୬୧ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୧ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୫୨୬ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୪,୮୮୮ ଥିବାବେଳେ ୩ ଲକ୍ଷ ୩୮ ହଜାର ୬୬୨ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି Covid-19 […]

gunupur giet university
ଗୁଣୁପୁର GIET ବିଶ୍ୱବିଦ୍ୟାଳୟ ୩ ଦିନ ବନ୍ଦ

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(GIET) ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ୩ ଦିନ ପାଇଁ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। ଫଳରେ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ଭିତରକୁ ଆସିପାରିବେ ନାହିଁ କି […]

night curfew
ଓଡ଼ିଶାରେ ଆହୁରି କଡ଼ାକଡ଼ି ହେବ ନାଇଟ୍‌ କର୍ଫ୍ୟୁ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ୍‌ କର୍ଫ୍ୟୁ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି। ସୀମାବର୍ତ୍ତୀ ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି, ସେମାନଙ୍କୁ ଅନୁଧ୍ୟାନ କରାଯାଉଛି। ଏହାସହ ଜିଲ୍ଲାପାଳ ଓ ପୋଲିସକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗତକାଲି […]

murder
ପରକୀୟା ପ୍ରୀତି ପାଇଁ ୪ ଜଣଙ୍କୁ ହତ୍ୟା କରି ଫେରାର ଥିଲା ସ୍ୱାମୀ, ଏବେ ଧରାପଡ଼ିଲେ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ୯ ମାସ ତଳେ ୪ ଜଣଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଉତ୍ତରପ୍ରଦେଶର ଲଲନ୍‌ରୁ ଅଭିଯୁକ୍ତ ପପୁ ସେନ୍‌ଙ୍କୁ ସେଠାକାର ପୋଲିସ୍‌ ଗିରଫ କରିଛି। ୨୦୨୦ରେ ପପୁ ନିଜ ଶାଶୁ, ଶ୍ୱଶୁର ଓ ଶାଳକଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିବା ସହ ସ୍ତ୍ରୀର ପ୍ରେମିକର ବାପାଙ୍କୁ ମଧ୍ୟ ହତ୍ୟା କରିଥିଲେ। ସ୍ତ୍ରୀର ପରକୀୟା ପ୍ରୀତି ଓ ପ୍ରେମିକ ସହ ଫେରାର […]

  • Tuesday, 13 July 2021
shop sealed
ମାନିଲେନି କୋଭିଡ୍‌ ନିୟମ, ସିଲ୍‌ ହେଲା ଦୋକାନ

କେନ୍ଦୁଝର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡା ପୌର ପ୍ରଶାସନ ପକ୍ଷରୁ ୩ଟି ଦୋକାନକୁ ସିଲ୍‌ କରାଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗୋଟିଏ ମୋବାଇଲ ଦୋକାନ, ଗୋଟିଏ ଜଳଖିଆ ଦୋକାନ ଓ ଗୋଟିଏ ସେଲୁନକୁ ଯୋଡା ପୌର ପ୍ରଶାସନ ସିଲ୍‌ କରିଛି। ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଯୋଡ଼ା ଅଞ୍ଚଳରେ ବହୁ ସ୍ଥାନରେ ଲୋକମାନେ କୋଭିଡ୍‌ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ […]

  • Tuesday, 13 July 2021
odisha
ଥାନା ଭିତରେ ପଶି ପୋଲିସ୍‌ ସାମ୍ନାରେ ସ୍ୱାମୀ, ସ୍ତ୍ରୀଙ୍କୁ ହାଣିଲେ

ବାଲେଶ୍ୱର: ଥାନା ଭିତରେ ପୋଲିସ୍‌ ସାମ୍ନାରେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆହତ ଦ୍ୱୟ ହେଲେ- ରେମୁଣା ମାଧିପୁର ଗାଁର ରଘୁନାଥ ସାହୁ ଓ ତାଙ୍କ ପତ୍ନୀ ପ୍ରମିତା ଦାସ।ଥାନା ଭିତରେ ପୋଲିସ ଉପସ୍ଥିତିରେ ପ୍ରାୟ ୧୫୦ ଜଣ ଲୋକ ଅଭିଯୋଗକାରୀଙ୍କୁ […]

  • Tuesday, 13 July 2021
allegation-against-armed-dcp
ଆର୍ମଡ ଡିସିପିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ

ଭୁବନେଶ୍ୱର: ଆର୍ମଡ କମାଣ୍ଡାଣ୍ଟ୍‌ ଡିସିପି ବିଜୟ କୁମାର ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ସିପାହୀ ନିହାର ରଞ୍ଜନ ନାୟକଙ୍କ ପତ୍ନୀ ଅଭିଯୋଗ ଆଣି କହିଛନ୍ତି, ଝିଅ ଯୋଗାଇବା ପାଇଁ ମୋ ସ୍ୱାମୀଙ୍କୁ ବାଧ୍ୟ କରାଯାଉଥିଲା। ସେ ନ ମାନିବାରୁ ତାଙ୍କୁ ଟ୍ରାନ୍ସଫର୍‌ କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା। ଚାପରେ ପଡ଼ି ୩ ଦିନ ତଳେ ନିହାର ରଞ୍ଜନ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ପତ୍ନୀ […]

  • Tuesday, 13 July 2021
odisha
କାର୍ ଭିତରୁ କଙ୍କାଳ ମିଳିବା ଘଟଣା: ପୋଲିସ୍‌ ହାତରେ ଲାଗିଲା ସୁରାକ୍‌ !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡିରେ ଜବତ ଗାଡ଼ି ଭିତରୁ କଙ୍କାଳ ମିଳିବା ଘଟଣାରେ ପୋଲିସ୍‌ ହାତରେ କିଛି ସୁରାକ୍‌ ଲାଗିଛି। ଲୋକଙ୍କ ନିକଟରୁ ପୋଲିସ୍‌କୁ କିଛି ସୁରାକ୍ ମିଳିଥିବା ସୂଚନା ମିଳିଛି। ସୁରାକ୍‌ ଆଧାରରେ ଏକ ନିର୍ଦ୍ଦିଷ୍ଟ ପରିବାରର DNA ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। କିନ୍ତୁ ସମ୍ପୃକ୍ତ ପରିବାର ସହ କଙ୍କାଳର ସମ୍ପର୍କ ରହିଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। କଙ୍କାଳ ମିଳିବା ଘଟଣାରେ ଜାତୀୟ ମାନବାଧିକାର କମିଶନ(NHRC )ହସ୍ତକ୍ଷେପ କରିଛନ୍ତି। […]

  • Tuesday, 13 July 2021
anubhav mohanty
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାକୁ ନେଇ କଟକ ଫ୍ୟାମିଲି କୋର୍ଟରେ ଆଜି ଉଭୟ ବର୍ଷା ଓ ଅନୁଭବ ହାଜର ହୋଇଛନ୍ତି। ଉଭୟଙ୍କୁ ଆଜି ହାଜର ହେବା ପାଇଁ ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଛି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି […]

  • Tuesday, 13 July 2021
college girl deadbody found
ମେଡିକାଲ୍‌ ଯିବେ ବୋଲି କହି ଘରୁ ଆସିଥିଲେ କଲେଜ ଛାତ୍ରୀ, ମିଳିଲା ମୃତଦେହ

ଢେଙ୍କାନାଳ: ମେଡିକାଲ୍‌ ଯିବେ ବୋଲି କହି ଘରୁ ଆସିଥିଲେ କଲେଜ ଛାତ୍ରୀ, ତା’ପରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଶେଷରେ ମିଳିଲା ମୃତଦେହ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ନିଖୋଜ ଥିବା ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲାରୁ ଉଦ୍ଧାର ହୋଇଛି। ସଦର ଥାନା ଅଞ୍ଚଳରୁ ପୋଲିସ୍‌ ମୃତଦେହ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତ ଗୁରୁବାର ଠାରୁ ନାବାଳିକା ଜଣକ ଘରୁ ଆସିବା ପରେ […]

  • Tuesday, 13 July 2021
admission
ଯୁକ୍ତ ଦୁଇରେ ଆଡ୍‌ମିଶନ୍‌ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର, ବଢ଼ିବ ସିଟ୍‌ ସଂଖ୍ୟା

ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

Rourkela Steel Plant
ବିଳମ୍ବିତ ରାତିରେ ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟର SMS-୨ରେ ସ୍ଲାଗ୍‌ ବଏଲର ଫାଟି ଯିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସ୍ଲାଗ୍‌ ବଏଲର କଣ୍ଟ୍ରୋଲ ରୁମ୍ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। କଣ୍ଟ୍ରୋଲ ରୁମ୍‌ରେ ଥିବା ବହୁ ଯନ୍ତ୍ରପାତି ଓ ବିଦ୍ୟୁତ୍‌ ସରଞ୍ଜାମ ନଷ୍ଟ ହୋଇଯାଇଛି। ଖବରପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଶ୍ୱସ୍ତିର କଥା, ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। […]

  • Tuesday, 13 July 2021
night curfew
ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସୋମବାର ଦିନଠୁ ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର। ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ୧୦ ଜିଲ୍ଲାରେ କଟକଣା […]

  • Tuesday, 13 July 2021
curfew in odisha
ଓଡ଼ିଶାରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୩ ଦିନ ହେବ ରାଜ୍ୟରେ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡ଼ିଛି। ଏଭଳି କିଛି ସଙ୍କେତ ଦେଇଛନ୍ତି ବାଚସ୍ପତି। ୪/୫ ଦିନ ମଧ୍ୟରେ ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ। ରାଜ୍ୟରେ କରୋନା ପରିସ୍ଥିତି ନେଇ ବାଚସ୍ପତି କହୁକହୁ […]

  • Tuesday, 13 July 2021
containment zone
ଓଡ଼ିଶାର ଏହି ଜିଲ୍ଲାର ୧୨ ସ୍ଥାନ ଘୋଷଣା ହେଲା ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍

ଝାରସୁଗୁଡ଼ା: କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ାକୁ ଫେରିଲା କମେଣ୍ଟମେଣ୍ଟ୍ ଜୋନ୍। ୧୨ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଝାରସୁଗୁଡ଼ା ପୌର ପରିଷଦର ୮ଟି ଅଞ୍ଚଳ, କିରିିମିରା ବ୍ଲକର ୩ଟି ଅଞ୍ଚଳ ସହ ଲଖନପୁରର ଗୋଟିଏ ଅଞ୍ଚଳକୁ ଝାରସୁଗୁଡ଼ା ଜିଲ୍ଲାପାଳ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି।  ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକ ହେଲା- ବେହେରାମାଲ, ସରବାହଲ, ବମ୍ବେଛକ, ଝଣ୍ଡାଛକ, ରେଳବାଇ କଲୋନୀ, କବରସ୍ତାନପଡ଼ା, ପିପିଲିମାଲ, […]

  • Tuesday, 13 July 2021
BJP MLAs Dharna
ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବିଧାନସଭାର ଗାନ୍ଧି ମୂର୍ତ୍ତି ତଳେ ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ। ଗୃହରେ ବିଲ୍ ପାରିତ ହେବା ବେଳେ ବିରୋଧୀ ଦଳ ନେତାଙ୍କୁ କହିବାର ସୁଯୋଗ ନ ଦେବା ଏବଂ ବିଜେପିର ୩ ସଦସ୍ୟଙ୍କୁ ନିଲମ୍ବିତ କରିବା ପ୍ରତିବାଦରେ ବିଧାୟକମାନେ ସାରା ରାତି ଖୋଲା ଆକାଶ ତଳେ ଧାରଣାରେ ବସି ରହିଥିଲେ। ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବେ ବିଜେପି ବିଧାୟକ। ଏଥିସହ ଏନେଇ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଅନ୍ୟପକ୍ଷେ, ଗାନ୍ଧି […]

  • Tuesday, 13 July 2021
puri
ରବିବାର ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପ୍ରତି ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଶ୍ରୀମନ୍ଦିର ସାନିଟାଇଜ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହି ଦିନ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଆଗରୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା। ରବିବାର ବ୍ୟତୀତ ସପ୍ତାହକୁ ଦୁଇଥର ରାତିରେ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ […]

  • Tuesday, 13 July 2021
rain
୨ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଓ କେନ୍ଦୁଝର। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ଗତ କିଛି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ବର୍ଷା ହେବା ପରେ ଟିକେ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। […]

  • Tuesday, 13 July 2021