ଭୁବନେଶ୍ୱର: ଟିକେଟ୍ ବାତିଲ ପରେ ଟଙ୍କା ମିଳିବାକୁ ନେଇ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଟିକେଟ ଫେରସ୍ତ ପାଇଁ ନିୟମକୁ କୋହଳ କରିଛି ଭାରତୀୟ ରେଲୱେ। ମାର୍ଚ୍ଚ ୨୧ରୁ ଏପ୍ରିଲ୍ ୧୫ ଯାଏଁ ଯେଉଁ ସବୁ ଟ୍ରେନ୍ ବାତିଲ୍ ହୋଇଛି, ସେହି ଟ୍ରେନ ଯାତ୍ରୀ ଯାତ୍ରା ତାରିଖଠାରୁ ୪୫ ଦିନ ମଧ୍ୟରେ ଟିକେଟ୍ ଦାଖଲ କରି କାଉଣ୍ଟରରୁ ଟଙ୍କା ନେଇପାରିବେ। ସେହିପରି ମାର୍ଚ୍ଚ ୨୧ରୁ ଏପ୍ରିଲ୍ ୧୫ ଭିତରେ ଯେଉଁ ଟ୍ରେନ୍ ବାତିଲ୍ ହୋଇନାହିଁ, ସେହି […]
ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାମ ଯେପରି ଗଣମାଧ୍ୟମରେ ପ୍ରକାଶିତ ନହୁଏ, ଏନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ପ୍ରକାଶିତ କରାଯାଇ ପାରିବ ନାହିଁ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍ ଓ ସୋସିଆଲ ମିଡିଆ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ।କୋଭିଡ୍-୧୯ରେ ସଂକ୍ରମିତ ବ୍ୟକ୍ତି, ତାଙ୍କର ପରିବାର ବର୍ଗ, ସମ୍ପର୍କୀୟ, ତାଙ୍କୁ ଚିକିତ୍ସା […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲକ୍ ଡାଉନରୁ ମୁକ୍ତ ରହିବ। ଏହି ଲକ୍ ଡାଉନ୍ ସମୟରେ ବସ୍, ଟ୍ରେନ୍, ବିମାନସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ହୋଲସେଲ୍ ବଜାର ବି ଖୋଲା ରହିବ। ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ। ମ୍ୟୁନିସିପାଲିଟି, ପୋଲିସ, ଅଗ୍ନିଶମ […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ରାଜଧାନୀରେ ବନ୍ଦ ରହିବ ସୋ ରୁମ ଓ ଦୋକାନ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ବନ୍ଦ ରହିବ ତାହା ସ୍ପଷ୍ଟ କରିଛି ବିଏମସି। କଣ ବନ୍ଦ ରହିବ? ସୁନା ଗହଣା ଶୋରୁମ ଇଲେକ୍ଟ୍ରୋନିକ୍ସ ଶୋରୁମ ଓ ଦୋକାନ ଚାରି ଚକିଆ, ଅଟୋମୋବାଇଲ, ବାଇସାଇକେଲ ଶୋରୁମ କ୍ରୀଡ଼ା ସାମଗ୍ରୀ ଶୋରୁମ ଫର୍ଣ୍ଣିଚର ଶୋରୁମ ଗୋଦାମ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜଧାନୀରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୂଲା। ବସ, ଟ୍ୟାକ୍ସି, ଅଟୋରେ ଲାଗୁ ହେବ ଏହି ଫର୍ମୁଲା। ଏହା ଲାଗୁ ହେଲେ ସହରରେ କେବଳ ଯୁଗ୍ମ ନମ୍ବର ଓ ତା’ ପର ଦିନ କେବଳ ଅଯୁଗ୍ମ ନମ୍ବର ଗାଡ଼ି ଚଳାଚଳ କରିବ। ଏହାକୁ ଲାଗୁ କରିବା ପାଇଁ ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି। କରୋନା ମୁକାବିଲା ନେଇ ଅଣ୍ଟା ଭିଡ଼ିଛି ବିଏମସି। ଜନସମାଗମକୁ ରୋକିବାକୁ ଯାଇ ନୂଆ ପଦକ୍ଷେପ। ରାଜଧାନୀରେ ଶନିବାର ଅଡ-ଇଭିନ ଫର୍ମୁଲା ଲାଗୁ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆହୁରି ତତ୍ପର ହୋଇଛନ୍ତି। କରୋନା ପାଇଁ କଟକଣାକୁ ଆହୁରି ବଢ଼ାଇଲେ ରାଜ୍ୟ ସରକାର। ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ପରିବର୍ତ୍ତିତ ଭାବେ ଚାଲିବେ। ସବୁ ସପିଂ କଂପଲେକ୍ସ ଓ ଗାଁ ହାଟ କେବଳ ଖାଦ୍ୟ ସାମଗ୍ରୀ ବିକିବେ। […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ। ଆଜି ଅପରାହ୍ଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଠାତ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ୨ ଜଣ ଲେଖାଏଁ ମୃତ୍ୟୁ ହୋଇଛି। କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦମପୁର ପଞ୍ଚାୟତର ଚାନ୍ଦିପୋଷ ଗାଁରେ ବଜ୍ରପାତ ହେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କୁଆପଥର […]
ଭୁବନେଶ୍ୱର: ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର। ପ୍ରତି ସେଣ୍ଟରରେ ଶଯ୍ୟା, ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦିଆଯିବ। କରୋନା ସଂକ୍ରମଣ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତକୁ ଏଥିଲାଗି ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ସରକାରୀ ହାଇସ୍କୁଲରେ କ୍ୱାରେଣ୍ଟାଇନ୍ ସେଣ୍ଟର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ପୁରା ସେଣ୍ଟର […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ମଲ, ପାର୍କ, ସିନେମା ହଲ, ସୁଇମିଂ ପୁଲ, ଜିମ ସେଣ୍ଟର ଆଦି ବନ୍ଦ କରାଯାଇଛି। କିନ୍ତୁ ଦ୍ୱୈତ ନଗରୀରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡିକ ଖୋଲା ରଖିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ତେଜରାତି ଦୋକାନ, ଫଳ, କ୍ଷାର, ଔଷଧ ଦୋକାନ ଖୋଲା ରହିବ। କେବଳ ସେତିକି […]
ଭୁବନେଶ୍ୱର: ବଜାରରେ ମାସ୍କର ପ୍ରବଳ ଚାହିଦା। ଔଷଧ ଦୋକାନ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ମିଳୁଛି ମାସ୍କ। କରୋନା ସଂକ୍ରମଣ ଆଶଙ୍କାରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ଔଷଧ ଦୋକାନଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଏପରିକି ଦୋକାନ ଆଗରେ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି। ହେଲେ ଏବେ ବି ଅନେକ ଲୋକ ମାସ୍କକୁ ନେଇ ସମ୍ପୂର୍ଣ୍ଣ ଭାବେ ସଚେତନ ନାହାନ୍ତି। ଜାଣନ୍ତୁ […]
ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବ। ଶିକ୍ଷକ ଓ ଶିକ୍ଷୟତ୍ରୀ ସାନିଟାଇଜର ବ୍ୟବହାର କରିବେ ଓ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରି ଖାତା ଦେଖିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସୂଚନା ଦେଇଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ଖାତା ମୂଲ୍ୟାୟନ। ତେବେ ଖାତା ଦେଖା ବେଳେ କରୋନା ସତର୍କତା ଅବଲମ୍ବନ କରାଯିବ। ସବୁ ଡିଇଓ, ବିଇଓ ଓ ଚିଫ୍ ଏକଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ […]
ଭୁବନେଶ୍ୱର: ଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା। ଏହି ଗୀତ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତକୁ ସୋସିଆଲ୍ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଏ ନେଇ ଫେସ୍ବୁକ୍ ଟ୍ୱିଟର୍ ଭଳି ସାମାଜିକ ଗଣମାଧ୍ୟମରେ ନାନା […]
ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଭାଇରସ୍ ତଥା ‘କୋଭିଡ୍-୧୯’କୁ ନେଇ ଛାନିଆ ନହେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେବଳ ସତର୍କତାମୂଳକ ପଦକ୍ଷେପ ନେଲେ ଏହି ମହାମାରୀକୁ ଏଡାଇ ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି। ଭାରତରେ ଏହି ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ମୋଟ ୧୧୫ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେଥିରେ ଜଣେ ଓଡ଼ିଶାର ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ଯାଇ ସମଗ୍ର ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ତେବେ ଆସନ୍ତା ମାର୍ଚ୍ଚ ୨୧ରେ ଦଶାଶ୍ୱମେଧ ଘାଟ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବନ୍ଦ କରିଦିଆଯାଇଛି। ସେହିପରି ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ବାତିଲ କରିଦେଇଛି। ପ୍ରତିବର୍ଷ ଚୈତ୍ର ମାସରେ ବାରୁଣୀ ସ୍ନାନ ପଡ଼ିଥାଏ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ […]
ଭୁବନେଶ୍ୱର: କରୋନାର ପ୍ରଭାବ ଏବେ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଯେଉଁଛି ଦେଖିବ ସେଠି ଖାଁ ଖାଁ। ରାଜ୍ୟର ବଡ଼ ବଡ଼ ସହରରେ ଥିବା ମଲ ତଥା କମ୍ଲେକ୍ସକୁ ଲୋକେ ଯିବାର ନାହିଁ। ଦେଖିଲେ ଲାଗିବ, ଚାରିଆଡ଼େ କର୍ଫ୍ୟୁର ଦୃଶ୍ୟ। ଏପରି ସ୍ଥିତି ଲାଗି ରହିଲେ ରାଜ୍ୟ ଅର୍ଥନୀତିର ସ୍ଥିତି ଜଟିଳ ହେବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଆଶଙ୍କା କରିଛି। ଆଉ ଅପରପଟେ ଗରାଖ ନ ଆସିବାରୁ ଦୋକାନୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଆଜି ଥିଲା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ମୁକାବିଲା ଲାଗି ଦରକାର ୬ ମାସ ପ୍ରସ୍ତୁତି। କରୋନା ଭାଇରସକୁ ନଡ଼ରି କେବଳ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। କୋଭିଡ ୧୯ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ସିଧାସଳଖ ମନିଟରିଂ କରୁଛନ୍ତି। ସମସ୍ତେ ଶାନ୍ତ ଓ ସଚେତନ […]
ଭୁବନେଶ୍ୱର: ଏଣିକି ଗାଁ ଓ ସହରରେ କରୋନା ସନ୍ଦିଗ୍ଧଙ୍କୁ ଡାକ୍ତର କିମ୍ବା ସରକାରୀ ବାବୁମାନେ ଚିହ୍ନଟ କରିବେ ନାହିଁ। ବରଂ ସନ୍ଦିଗ୍ଧ ଚିହ୍ନଟ କରିବା ପାଇଁ ସରପଞ୍ଚ, ୱାର୍ଡ ମେମ୍ବର, କର୍ପୋରେଟ, କାଉନସିଲର, ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କରୋନା ଭାଇରସର ମୁକାବିଲା ନେଇ ରାଜ୍ୟ ସରକାର ଏକ ବୈଷୟିକ ପରାମର୍ଶଦାତା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଥିବା ‘ଓଡ଼ିଶା ସିଓଭିଆଇଡି-୧୯ […]
ଲଇକେରା: ପ୍ରାଚୀନ କାଳର ମଣିଷକୁ ଆପଣମାନେ କେବଳ ଫିଲ୍ମରେ ଦେଖୁଥିବେ। ହେଲେ ସେହି ମଣିଷ ଏବେ ବି ଜୀବିତ। ହୁଏତ ଏହା ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଯିଏ କେବଳ ଫଳମୂଳ ଖାଇ ଉଲ୍ଲଗ୍ନ ବେଶରେ ଜଙ୍ଗଲରେ ଘୁରି ବୁଲୁଛନ୍ତି। ସେହି ମଣିଷ ଯେତିକି ସମାଜ ଆଖିରେ ଯେତିକି ଅପରିଚିତ ସେତିକି ଅଦ୍ଭୁତ। କହିବାକୁ ଗଲେ ଏକବିଂଶ ଶତାବ୍ଦୀର ଟାର୍ଜନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ […]
ଉମରକୋଟ: ଜଣେ ନବବଧୂ ସାମାନ୍ୟ ଛିଙ୍କିବାରୁ କରୋନା ସନ୍ଦେହରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ପାଦରୁ ଅଳତା ନ ଲିଭିନଥିଲା କିନ୍ତୁ ଅତ୍ୟାଚାରର ସୀମା ଟପିଯାଇଥିଲା। ଅଭିଯୋଗ ଅନୁସାରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ଘଟଣାରୁପ୍ରକାଶ, ଗତ ୨ ତାରିଖରେ ୟୁଭି-୩ ମୁର୍ତ୍ତୁମା ଗାଁର ଆରାଧନା ସର୍କାରଙ୍କ ଝିଅ ପୂଜା ଉମରକୋଟ ସହର ସନ୍ତୋଷୀନଗର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କୁ ବିବାହ କରିଥିଲେ। ବିବାହ ବୈଦିକ […]
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ମୁଲତବୀ ରଖାଯିବାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା। ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସରକାର ଭୟଭୀତ ହୋଇ କରୋନା ବାହାନାରେ ଗୃହକୁ ବନ୍ଦ କରିଛନ୍ତି। ବିଧାନସଭା ଚାଲିଥିଲେ ସରକାରଙ୍କ ମୁଖା ଖୋଲିଥାନ୍ତା। ବିଜେଡି ସରକାରର ଚରିତ୍ର ପଦାକୁ ଆସିଥାନ୍ତା। କରୋନାକୁ ନେଇ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଭୀତ କରାଉଛନ୍ତି। ସରକାରଙ୍କ ଘୋଷଣା ଯୋଗୁଁ ଦୋକାନ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ବିଏମସି ପକ୍ଷରୁ ୩ଟି ଟିମ ଗଠନ କରାଯାଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୩ ଜଣିଆ ଟିମରେ ୩ ଜଣ ଆଡ଼ିସିନାଲ କମିଶନର ଓ ୨ ଜଣ ଏନଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି। ମାସ୍କ ଓ ସାନିଟାଇଜର୍ସର କଳାବଜାରୀର ତଦାରଖ କରିବେ ଏହି ଟିମ। ଏହାସହ ସକାଳୁ ୨ ଘଣ୍ଟା ଧରି ବିଭିନ୍ନ […]
ଢ଼େଙ୍କାନାଳ: ଯମ ମୁହଁରୁ ଟାଣି ନୂଆ ଜୀବନ ଦେଇଥିବା ଭାଇ ଶେଷରେ ଭେଟିଛନ୍ତି ତାଙ୍କର ଭଉଣୀକୁ। ବିବାହ ଉତ୍ସବରେ ଆସିବା ନେଇ ଭଉଣୀ ଦେଇଥିବା କଥାକୁ ସେ ପୂରଣ କରିଛନ୍ତି। ସେଦିନ ଜୀବନ ବଞ୍ଚାଇଥିବା ଭାଇକୁ ଦେଖି ଭଉଣୀର ଖୁସି କହିଲେ ନସରେ। ସମୟ କିପରି ଦୁଇ ଅପରିଚିତଙ୍କୁ ରକ୍ତ ସମ୍ପର୍କଠାରୁ ବି ଶ୍ରେଷ୍ଠ ସ୍ଥାନ ଦେଇପାରେ, ତାହା ଉଦାରହଣ ହେଉଛନ୍ତି ସୁବ୍ରତ ଓ ନିବେଦିତା। ସେଦିନ ଟ୍ରେନ୍ ମୁହଁରୁ ନିବେଦିତାଙ୍କୁ ବଞ୍ଚାଇ ଥିବା ସୁବ୍ରତ, ଆଜି […]
ବଲାଙ୍ଗିର/ଦାରିଙ୍ଗିବାଡ଼ି: ଯେକୌଣସି ବ୍ୟକ୍ତି ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଛନ୍ତି, ସେମାନଙ୍କୁ ଘାରିଛି କରୋନା ଭୟ। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦଂପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ ଗତକାଲି କାନାଡ଼ାରୁ ଓଡ଼ିଶା ଫେରିଛନ୍ତି। ତାଙ୍କ ଠାରେ କରୋନା ସଂପର୍କିତ କୌଣସି ଲକ୍ଷଣ ଦେଖାଯାଉନଥିଲେ ବି କାନାଡ଼ାରେ କରୋନା ବ୍ୟାପିଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମେଡିକାଲର ଆଇସୋଲେସନ ଓ୍ୱାର୍ଡରେ ରଖିଛନ୍ତି। ସେପଟେ […]
ପୁରୀ: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବାକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ଜିଲ୍ଲାପାଳଙ୍କ ସହ ୫ ଜଣଙ୍କ କୁଶପୁତ୍ତଳିକା ଦାହ କରିଛି ଜଗନ୍ନାଥ ସେନା। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ, ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଏବଂ ମନ୍ତ୍ରୀ ପ୍ରତାପ […]