/odishatv-khabar/media/post_attachments/uploadimage/library/16_9/16_9_0/admission_1626081016.jpg)
admission
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଯେଉଁ କଲେଜ୍ ଗୁଡ଼ିକ ଚାହିଁବେ ଏନେଇ ଆବେଦନ କରିପାରିବେ । ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ କଲେଜ୍ । ସାମ୍ସ ଜରିଆରେ ଅନ୍ଲାଇନ୍ ଜରିଆରେ ଆବେଦନ କରିବାକୁ ନିର୍ଦ୍ଦେଶ ହୋଇଛି । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି । ତେବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛନ୍ତି ।
ତାହା ହେଲେ ବାକି ଛାତ୍ରଛାତ୍ରୀ କେଉଁଠି ପଢ଼ିବେ ? ଏହାକୁ ନେଇ ସାଧାରଣରେ ମତ ପ୍ରକାଶ ପାଇଥିଲା । ତେବେ ରାଜ୍ୟରେ କଲେଜ ଗୁଡ଼ିକରେ ସିଟ୍ ସଂଖ୍ୟା ବଢ଼ିଲେ, ଯୁକ୍ତ ଦୁଇରେ ପାଠ ପଢ଼ିବାରେ ସମସ୍ୟା ହେବନାହିଁ ବୋଲି ଅନେକ କହିଥିଲେ । ତେଣୁ ସରକାର ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛନ୍ତି ।
Also Read
ଏହି ସିଟ୍ ସଂଖ୍ୟା ବୃଦ୍ଧି ପୂର୍ବରୁ ରାଜ୍ୟରେ ମାଟ୍ରିକ୍ ପିଲାଙ୍କ ପରୀକ୍ଷା ବାତିଲ ଓ ତାଙ୍କୁ ମାର୍କ ଦେବା ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏନେଇ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ବୁଦ୍ଧିଜୀବୀ ମହଲରେ ମଧ୍ୟ ପରୀକ୍ଷା ନକରି ମାର୍କ ଦେବା ନିଷ୍ପତିକୁ ସମାଲୋଚନା କରାଯାଇଥିଲା । ସରକାର ପରୀକ୍ଷା ନକରି ମାର୍କ ଦେବା ଉଚିତ୍ ନଥିଲା । ଏହା ସରକାରଙ୍କ ସବୁଠୁ ବଡ଼ ଭୁଲ ନିଷ୍ପତି ବୋଲି ଅନେକ ମହଲରେ ମତ ପ୍ରକାଶ ପାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)