ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୦ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଫୁଲବାଣୀ ପୌରାଞ୍ଚଳର ୨ ନମ୍ବର ୱାର୍ଡ ଡାକପାଲର ସ୍କୁଲ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୬୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୧୮୫ ରହିଛି। ଖୋର୍ଦ୍ଧା ଜିଲ୍ଲାକୁ ମିଶାଇ ୩ ଜିଲ୍ଲାରେ ୭୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୨୨୪ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ […]
ସମ୍ବଲପୁର: ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ରାଗିଂ ଅଭିଯୋଗ ଆଣିଛନ୍ତି। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ଏହି ରାଗିଂ ଅଭିଯୋଗ ଆସିଛି। ଏନେଇ ଗତ ୧ ତାରିଖରେ ନ୍ୟାସନାଲ୍ ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଂ ସେଲ୍ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ସୂଚନାଥାଉ କି, ଗତ ୩୧ରେ ୨ ଛାତ୍ରୀ ଗୋଷ୍ଠୀଙ୍କ […]
ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(BMC) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାର୍କେଟ ବିଲ୍ଡିଂରେ ଥିବା ବିଶାଲ ମେଗା ମାର୍ଟକୁ ସିଲ୍ କରିବା ସହ ଅନ୍ୟ କେତେକ ଦୋକାନରୁ ୨୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। କୋଭିଡ ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ, ବିଏମ୍ସି ଅଧିକାରୀମାନେ ୟୁନିଟ ୨ ମାର୍କେଟରେ ଯାଞ୍ଚ କରିବା ବେଳେ ଦେଖିବାକୁ ମିଳିଥିଲା ଯେ, ଅନେକ ସ୍ଥାନରେ ନିୟମ ଠିକ୍ ଭାବେ ପାଳନ କରାଯାଉ […]
ପିପିଲି: ପିପିଲିରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ରାଲିରେ ଯିବାବେଳେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ପିପିଲି ଥାନା ଅନ୍ତର୍ଗତ ରାଇଗିରିପୁର ଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ରାଲିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ। ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ପ୍ରତିବାଦରେ ଗାଁ ଦାଣ୍ଡରେ ଆଶ୍ରିତ ପଟ୍ଟନାୟକଙ୍କ ସମେତ ରାଲିରେ ଥିବା ସମସ୍ତ […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କମିପାରେ ତାତି। ହେଲେ ଖରାରୁ ପୁରା ନିସ୍ତାର ନାହିଁ। ଗତ ତିନି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ଆଜି ଟିକିଏ କମିବ ବୋଲି ଆଶା କରାଯାଉଛି। ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି […]
କଟକ: କଟକ ସହରର ଶିଖରପୁର ଉପର ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଭାଉଜର ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ୍ ଦିଅରକୁ ଅଟକ ରଖି ପଚରାଉଚରା କରୁଛି। ସମ୍ପତ୍ତି ଲୋଭରେ ଦିଅର ହତ୍ୟା କରିଥିବା ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି। ଭିଣୋଇଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକ ନିକଟରେ ଏକ ଚଳନ୍ତା କାର୍ରେ ନିଆଁ ଲାଗି ଯାଇଛି। ଗାଡ଼ିରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାର୍ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କାର୍ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ୍ ଓ ଅବକାରୀ ବିଭାଗ ପହଞ୍ଚି ତନାଘନା ଚଳାଇଛନ୍ତି।
ଭୁବନେଶ୍ୱର: ଦୁର୍ବୃତ୍ତଙ୍କ କବଳରୁ ନିଜକୁ ରକ୍ଷା କରି ଘରକୁ ଫେରିଲେ ୧୧ ବର୍ଷର ଛାତ୍ର। ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ରଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ହୋଲି ପର ଦିନ ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତିବିହାର ଅଞ୍ଚଳରୁ ଜଣେ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ଠିକଣା ପଚାରିବା ବାହାନାରେ କାର୍ରେ ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଛାତ୍ରଙ୍କୁ କାର୍ରେ ନେଇ ତ୍ରିଶୁଳିଆ ପୂର୍ବରୁ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହାପରେ ଛାତ୍ର ଜଣକ ଦୌଡ଼ି […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ହିଟ୍ ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷେ, ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ହ୍ରାସ ପାଇପାରେ ଗ୍ରୀଷ୍ମ ପ୍ରବାହ। OTVକୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ଠାରୁ ତାତି ହ୍ରାସ ପାଇବାର ସମ୍ଭାବନା ରହିଛି। କାଲିଠାରୁ କାଳବୈଶାଖୀ ବର୍ଷା ହେବାର ଥିବାରୁ ତାତି କମିପାରେ। […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ହିଟ୍ ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଫଳରେ ଅସହ୍ୟ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଆଜି ବି ରାଜ୍ୟରେ ଏଭଳି ତାତି ଅନୁଭୂତ ହେବ ବୋଲି […]
ଖୋର୍ଦ୍ଧା: ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସବୁ ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଏବଂ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଉତ୍କଳ ଦିବସ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟର ନାମ ଫଳକ ଓଡ଼ିଆରେ ଲେଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ ଏବଂ ପରେ ଖିଲାପକାରୀଙ୍କ ବିରୋଧରେ ଆଇନତଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ଉମରକୋଟ: ଗୁଗଲ୍ରେ ସର୍ଚ୍ଚ କରି ୬ ମାସ ଶିଶୁ ପୁତ୍ରକୁ ଇଞ୍ଜେକ୍ସନ ଦେବା ପରେ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକ। ସୂଚନା ଅନୁସାରେ, ଗତକାଲି ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଓଲମା ଗାଁର ପ୍ରଶାନ୍ତ ବିଶୋଇଙ୍କ ୬ ମାସ ପୁଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଫଳରେ ଡାକ୍ତରଙ୍କୁ ଦେଖାଇବାକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବାତ୍ୟା ୟାସ ପ୍ରଭାବ । ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହୁଛି । ଆଜି ସକାଳୁ ହରିଚନ୍ଦନପୁର ବ୍ଲକରେ ପବନର ବେଗ ବଢ଼ିଥିବା ବେଳେ ଭୀଷଣ ପବନ ଯୋଗୁଁ ରାସ୍ତା ଉପରେ ବିରାଟ ବିରାଟ ଗଛ ଉପୁଡି ପଡିଛି । ଫଳରେ ଦୈତାରୀ – ପାରାଦ୍ୱୀପ ରାସ୍ତା ଅବରୋଧ ହୋଇଛି ଓ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ବାତ୍ୟା ହାସ୍ ଓଡ଼ିଶା ଉପକୂଳ […]
ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ୍ ଠାବ କରାଯାଇଛି। ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ଗତକାଲି ରାତିରେ ପୋଲିସ୍ ରେଡ୍ କରିଥିଲା। ଏହି ଘଟଣାରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୨ ଜଣ ଗ୍ରାହକଙ୍କୁ ପୋଲିସ୍ ଧରିଛି। ସୂଚନା ଅନୁସାରେ, ଦୀର୍ଘଦିନ ହେବ ଏହି ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍ ଚାଲିଥିଲା। ଖବର ପାଇ ଗତକାଲି ରାତିରେ ପୋଲିସ୍ ଆପାର୍ଟମେଣ୍ଟରେ ଥିବା ଏକ ଫ୍ଲାଟ୍ରେ ଚଢ଼ଉ କରି […]
ଭୁବନେଶ୍ୱର: ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୫% ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୫% ସଂରକ୍ଷଣ ନେଇ କିଛିଦିନ ତଳେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ହାଇ ପାଓ୍ୱାର କମିଟିର ସୁପାରିଶ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ […]
ଭୁବନେଶ୍ୱର : ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା ୟାସ୍ । ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ଆଜି ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ବାତ୍ୟା ‘ ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ୪୦ କିମି ଦୂରରେ ରହିଛି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍’ । ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ସେପଟେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍ ଅନ୍ତର୍ଗତ ବଡ଼ଝାର ଗାଁରେ ୭ ଦିନ ମଧ୍ୟରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଗୋଷ୍ଠୀ ସଂକ୍ରମଣ ଏଡାଇବାକୁ ସବୁ ପ୍ରବେଶ ପଥକୁ ବାଉଁଶ ବାନ୍ଧି ସିଲ୍ କରି ଦିଆଯାଇଛି। ମାର୍ଚ୍ଚ ୨୩ରୁ ଗତକାଲି ସୁଦ୍ଧା ୭ ଦିନ ମଧ୍ୟରେ ଆଣ୍ଟିଜେନ୍ ଟେଷ୍ଟ୍ରେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୌଣସି ଆକ୍ରାନ୍ତ ଗାଁ ବାହାରକୁ ଯାଇ […]
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ସମ୍ପର୍କରେ ଆଜି ଶକ୍ତି ବିଭାଗର ବୈଠକ ବସିଥିଲା । ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଟାଟା କମ୍ପାନୀକୁ ଅଧିକ ସଜାଗ ରହିବାକୁ […]
ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘରେ ଲାଗି ପାରିବନି ବିଜୁ ପକ୍କା ଘର ଯୋଜନାର ଲୋଗୋ। ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି ଜଣାଇଛି କେନ୍ଦ୍ର। ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାକୁ ରାଜ୍ୟରେ ଅବିକଳ ଭାବେ ଏବଂ ସେହି ନାଁରେ ଲାଗୁ କରାଯାଉ। ପ୍ରଧାନମନ୍ତ୍ରୀ ଆବାସ […]
ବାଲେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି । ବାଲେଶ୍ୱରରେ ବାତ୍ୟା ମୁକାବିଲା ସମୀକ୍ଷା ପରେ SRCଙ୍କ ପରାମର୍ଶ । ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ବାହାରନ୍ତୁ ନାହିଁ । ସେହିପରି ପବନ ବହିବା ବେଳେ ଯୁବପୀଢ଼ି ବାଇକରେ ଏଣେ ତେଣେ ନବୁଲି ଘରେ ରହୁନ୍ତୁ । କେବଳ ଏତିକି ନୁହେଁ ଆମ୍ବ, ନଡ଼ିଆ ଗୋଟାଇବା ପାଇଁ ନବାହାରିବାକୁ କୁହାଯାଇଛି । ଆଶ୍ରୟ ସ୍ଥଳକୁ ଯାଇନଥିଲେ ପିଇବା ପାଣି ଆଗୁଆ ମହଜୁଦ ରଖିବା ପାଇଁ […]
ଯାଜପୁର(ଅଭୟ ପତି):’ଆମେ ମାସ୍କ ପିନ୍ଧିବୁନି, ଆମର ଠାକୁର ଅଛନ୍ତି। ଆମର କିଛି ହବନି’। ଏଭଳି ରୋକଠୋକ ବାଣୀ ଶୁଣାଇଛନ୍ତି ନଗଡାବାସୀ। ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଓଟିଭି ପକ୍ଷରୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସମୟରେ ନଗଡ଼ାବାସୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଗାଁକୁ ନଯାଇ ରାସ୍ତା ଉପରୁ ସର୍ଭେ ଓ ସଚେତନ କରି ଫେରି ଆସୁଥିବା ଅଭିଯୋଗ […]
ପାତ୍ରପୁର : କରୋନା କଟକଣାକୁ ଫୁ । ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ । ନାଚ, ଗୀତ, ଡିଜେ ସହ ଗାଁରେ ବାହାରିଲା ବରଯାତ୍ରୀ । ଗଞ୍ଜାମ ପାତ୍ରପୁର ବ୍ଲକର ବାରଙ୍ଗ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳୁଛି । ଯେଉଁଠି ପିଲାଠୁ ବୁଢ଼ା ସମସ୍ତେ ଡିଜେ ଗୀତରେ ଏତେ ମସଗୁଲ ହୋଇଛନ୍ତି ଯେ ଭୁଲି ଯାଇଛନ୍ତି କରୋନା ମହାମାରୀର ପ୍ରକୋପ । ନା ଫିକର ଅଛି କଟକଣାର ନା ଡର । ଏକଦମ ବିନ୍ଦାସ ଓ […]
ବାଲେଶ୍ୱର,ନୀଳଗିରି (ରଞ୍ଜିତ ପାକଳ ଏବଂ ବିଶ୍ୱମ୍ବର ଦାସ): ରାଜ୍ୟରେ ଥମୁନି କରୋନା ସଂକ୍ରମଣର ସଂଖ୍ୟା । କୋରନା ଲଢେଇରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭଳି କରୋନା ଯୋଦ୍ଧା ରୋଗୀ ସେବାରେ ବ୍ୟସ୍ତ । କିନ୍ତୁ କିଛି ଏଭଳି ଯୋଦ୍ଧା ଅଛନ୍ତି ଯିଏ ଏ କୋଭିଡ୍ ସମୟରେ ଲୋକଙ୍କ ସେବା କରିବାକୁ ବ୍ରତ କରି ନେଇଛନ୍ତି । ନୀଳଗିରିରେ ଜଣେ ଡାକ୍ତର ଲୋକଙ୍କୁ ଡିଜିଟାଲ ସ୍ବାସ୍ଥ୍ୟସେବା ଯୋଗାଉଥିବାବେଳେ ବାଲେଶ୍ୱରର ଜଣେ ଦିବ୍ୟାଙ୍ଗ ଗଳିକନ୍ଦିରେ ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା […]
ଭୁବନେଶ୍ୱର: ଆଜି ବି ତାତିରେ ସିଝିବ ସାରା ଓଡ଼ିଶା। ଗତକାଲି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇପାରେ। ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଅନେକ ସହରରେ ରାସ୍ତାଘାଟ ଖାଁ ଖାଁ ହୋଇ […]