• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

passenger
ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ !

ଭୁବନେଶ୍ୱର: ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଯାତ୍ରୀ ଜଣକ ଗତକାଲି ‘ମୋ ବସ୍‌’ରେ ଯାତ୍ରା କରୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଚଳନ୍ତା ଗାଡ଼ିରୁ ଉକ୍ତ ଯାତ୍ରୀଙ୍କୁ ‘ମୋ ବସ୍’ କର୍ମଚାରୀ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣକ ତଳେ […]

  • Tuesday, 13 July 2021
kantabanji
ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ, ରାତିସାରା ବେହୋସ ହୋଇ ପଡ଼ିରହିଲେ ଯୁବକ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) : ସମ୍ପର୍କୀୟ ଘରକୁ ଯାଇଥିଲେ, ପାଖ ଗାଁରୁ ଆସୁଛି କହି ଫେରିଲେନି । ବଲାଙ୍ଗୀର ଜିଲ୍ଲା ଗୁଡିଘାଟ ପଞ୍ଚାୟତର ବାବେଜୁରୀ ହରଗୌରୀ ମନ୍ଦିର ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ । ରାତିସାରା ଅଚେତ ଅବସ୍ଥାରେ ପଡି ରହିଲେ ଯୁବକ । ଆଜି ସକାଳେ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଟଣାଗଡ଼ ଥାନା ଭଇଁସା ନିକଟସ୍ଥ ବାନ୍ଧନପାଲି ଗ୍ରାମର ମୁରଲୀ ସଲତରଙ୍କ ପୁଅ ବିଦେଶୀ ସଲତର ଡଙ୍ଗରପଡା […]

  • Tuesday, 13 July 2021
mr majnu
"ଓଫା" ଆୱାର୍ଡ: ‘ମିଷ୍ଟର ମଜନୁ’ ସର୍ବଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍‌ର ଫିଲ୍ମ ‘ମିଷ୍ଟର ମଜନୁ’କୁ “ଓଫା” ଆୱାର୍ଡ ୨୦୧୯-ର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହି ଫିଲ୍ମ ଲାଗି ଓଲିଉଡ୍‌ ଚକଲେଟ୍ ବୟ ବାବୁଶାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତାଙ୍କୁ ମିଳିଛି ପୁରସ୍କାର। ଓଡ଼ିଆ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ଅଜିତ ଦାସଙ୍କୁ ଲାଇଫ୍ ଟାଇମ ଆଚିଭ୍‌ମେଣ୍ଟ୍‌‌ ପୁରସ୍କାର ପ୍ରଦାନ କରାଯାଇଛି l ତାଙ୍କ ପତ୍ନୀ ମାୟା ଦାସ ଏହି […]

  • Tuesday, 13 July 2021
corona
ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍‌କୁ ସିଲ୍‌ କଲା BMC

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟ୍‌ରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଇନଷ୍ଟିଚ୍ୟୁଟ୍‌କୁ ସିଲ୍‌ କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସୂଚନା ଦିଆଯାଇଛି। ଇନଷ୍ଟିଚ୍ୟୁଟ୍ ଭିତରେ ଥିବା ହଷ୍ଟେଲ/ମେସ୍‌କୁ ପ୍ରବେଶ ବାରଣ କରାଯାଇଥିବା ବେଳେ କେହିବି ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ କିମ୍ବା ବାହାରକୁ ବାହାରିବା ଲାଗି ଅନୁମତି ନାହିଁ। କେବଳ ସ୍ୱୀକୃତିପ୍ରାପ୍ତ BMC ଅଧିକାରୀଙ୍କୁ ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆଲେନ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କ […]

  • Tuesday, 13 July 2021
mo bus
କାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଡ଼ିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ହୋଲିରେ ‘ମୋ ବସ୍’ ସେବା ପ୍ରଥମାର୍ଦ୍ଧରେ ବନ୍ଦ ରହିବ। କାଲି ଅପରାହ୍ନ ୩ଟାରୁ ‘ମୋ ବସ୍’ ସେବା ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ କାଲି ବନ୍ଦ ରହିବ। ଏନେଇ Capital Region Urban Transport(CRUT) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ? ?????? On #Holi (???? ?????,????) #Mobus? will remain off roads in the first half of the day.Service will resume […]

  • Tuesday, 13 July 2021
night curfew
ଓଡ଼ିଶାର ଏହି ଜିଲ୍ଲାରୁ ଉଠିଲା ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। ନାଇଟ୍ କର୍ଫ୍ୟୁ କଟକଣା ଉଠିବା ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ କିଛି ଦିନ ହେଲା ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମୁ ଥିବାରୁ ନାଇଟ୍ କର୍ଫ୍ୟୁକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ […]

  • Tuesday, 13 July 2021
99
ଅଭିଶପ୍ତ ଶୈଶବ : କିଡନୀ ରୋଗରେ ଆକ୍ରାନ୍ତ ହୋଇ ନାହିଁନଥିବା ଯନ୍ତ୍ରଣା ଭୋଗୁଛି ୮ ବର୍ଷର କୁନି ପୁଅ

କୋଣାର୍କ(ସଞ୍ଜୟ ପତି) : ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ନିମାପଡାର ତୁଳସୀପୁର ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କିଡନୀ ରୋଗରେ ଆକ୍ରାନ୍ତ ଅମୀରଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ପରିବାର ଲୋକ ଆକୁଳ ନିବେଦନ କରିଛନ୍ତି । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁର ଜଲିଲ ଖାଁ ଓ ସମି ବିବିଙ୍କ ୮ […]

  • Tuesday, 13 July 2021
corona
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ଦିନକରେ ୨୯୦ ପଜିଟିଭ୍ ଚିହ୍ନଟ, ଲୋକାଲ୍ କେସ୍ କେବଳ ୧୧୯

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୭୧ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୧୧୯ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୧୯୪ରେ ପହଞ୍ଚିଛି। Covid-19 Report For 27th March New Positive Cases: 290 In quarantine: 171 Local contacts: 119 (Details of local contacts […]

ganjam
ସୁରତରେ କରୋନା ସଂକ୍ରମଣ ବୃଦ୍ଧି ଓ ନାଇଟ୍ କର୍ଫ୍ୟୁ ଜାରି ପରେ ପୁଣି ଗଞ୍ଜାମ ମୁହାଁ ପ୍ରବାସୀ

ଖଲ୍ଲିକୋଟ: ପୁଣି ଗଞ୍ଜାମ ମୁହାଁ ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ। ଗୁଜୁରାଟର ସୁରତରେ ନାଇଟ୍ କର୍ଫ୍ୟୁ ଜାରି ଓ ବଢ଼ୁଥିବା ସଂକ୍ରମଣ ପରେ ଏବେ ଘରକୁ ଫେରୁଛନ୍ତି ବହୁ ଶ୍ରମିକ। ଗତ କିଛି ଦିନ ଧରି ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ ଗଞ୍ଜାମ ଫେରୁଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଭୟଭୀତ ହୋଇ ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ତେବେ ଏହି ଶ୍ରମିକମାନଙ୍କୁ ରାଜ୍ୟରେ କାମ ନ ମିଳିବାରୁ ପୁଣିଥରେ ସୁରତ ଫେରି […]

  • Tuesday, 13 July 2021
corona
ସରକାରୀ ସ୍କୁଲ୍‌ରୁ ୬ କରୋନା ପଜିଟିଭ ଚିହ୍ନଟ

ବିନିକା: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ ସରକାରୀ ହାଇସ୍କୁଲ୍‌ରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ଛାତ୍ର ଏବଂ ୨ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ସମ୍ପୃକ୍ତ ସ୍କୁଲ୍‌ର ମୋଟ ୫୧ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ସ୍କୁଲ୍‌‌ କ୍ୟାମ୍ପସରେ ୨୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିବା ବେଳେ ୧୩ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଅନ୍ୟମାନଙ୍କ ବିନିକା […]

  • Tuesday, 13 July 2021
truck
ଗାଡ଼ି ପାର୍କିଂ ବେଳେ ଟ୍ରାନ୍ସଫର୍ମରରେ ପିଟି ହେଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ଟ୍ରକ୍‌ ପିଟି ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର  ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନାପୁର ଥାନା ଅନ୍ତର୍ଗତ ଅନନ୍ତରାୟପୁରରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ତାମିଲନାଡୁ ଅଞ୍ଚଳର ଡ୍ରାଇଭର ପଂଖିଲ ନାଥନ ସୁବ୍ରମଣ୍ୟମ ଓ ସୁପରଭାଇଜର ମଧମ କୁମାର ମୁଥୁଗଞ୍ଜନ। ସୂଚନା ଅନୁସାରେ, ଗତକାଲି ରାତିରେ ଏମାନେ ଅନ୍ତନରାୟପୁର ଗାଁରେ ପହଞ୍ଚି ମାଛ ଲୋଡ଼ କରିବା ପାଇଁ ଟ୍ରକକୁ ପାର୍କିଂ କରୁଥିଲେ। ଏହି […]

  • Tuesday, 13 July 2021
murder-in-puri
ଯୁବତୀଙ୍କୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଲେ ପରିବାର ଲୋକେ !

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁରର ତଳଜଙ୍ଘ ନଈକୂଳ ସାହିରେ ଅନର କିଲିଂ ଅଭିଯୋଗ ହୋଇଛି। ଗାଁର ଭାରତୀ ଜେନା ନାମକ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ପରିବାର ଲୋକେ ହତ୍ୟା କରି ପୋଡ଼ିବା ପରେ ତରବରିଆ ଭାବେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା। ଗାଁ ଲୋକେ ଓ ଶବ ପୋଡ଼ା ଯାଇଥିବା ପ୍ଲଟ୍ ମାଲିକ ଥାନାରେ ଅଭିଯୋଗ ପରେ ଏସ୍‌ଡିପିଓଙ୍କ ତତ୍ତ୍ୱାବଧାନରେ ପୋଲିସ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଥିଲା। […]

  • Tuesday, 13 July 2021
husband kills wife
ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ଫେରାର

ବଲାଙ୍ଗିର: ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ। କିନ୍ତୁ କିଛି ଜାଗାରେ ପିଶାଚ ସାଜିଯାଏ ସ୍ୱାମୀ। ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥାଏ। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ସଂସା ଗାଁରେ ଏଭଳି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ସୂଚନା […]

  • Tuesday, 13 July 2021
anganwadi center
ଓଡ଼ିଶାରେ ଖୋଲିବ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦିଯାଉଥିବା ରାଜ୍ୟ ସରକାର କହିଛନ୍ତି। ଆଜି ବିଧାନସଭାରେ ଏନେଇ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି। ଏଥିଲାଗି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏତଦ୍‌ବ୍ୟତୀତ ଆହୁରି ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଏବେ ୬୨ ହଜାର ୧୭୧ଟି […]

  • Tuesday, 13 July 2021
re
ଅବ୍ୟବସ୍ଥା ଘେରରେ ବାତ୍ୟା ଆଶ୍ରୟସ୍ଥଳୀ : କେଉଁଠି ପିଇବା ପାଣି ସୁବିଧା ନାହିଁ ଆଉ କେଉଁଠି ବିଦ୍ୟୁତ ବ୍ୟବସ୍ଥା ନାହିଁ

ସୋର(ନିରଞ୍ଜନ ବେହେରା) : ଉପକୂଳିଆ ଲୋକଙ୍କୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ୟାସ । ଆସନ୍ତା ୨୬ ତାରିଖରେ ବାଲେଶ୍ବରରେ ‘ୟାସ’ ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ଥିବା କେଉଁ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ବାତ୍ୟା ଆଶ୍ରୟସ୍ଥଳୀ ଅପରିଷ୍କାର ହୋଇ ପଡିରହିଛି । ଗୋଟିଏ ପଟେ କରୋନା ମହାମାରୀ ସମସ୍ତଙ୍କୁ ଛଟପଟ କରାଉଥିବା ବେଳେ ଅନ୍ୟପଟେ […]

Lav Agarwal On Corona
କରୋନା ସଂକ୍ରମଣ: ଟପ୍‌ ୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା

ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଏହାସହ ରାଜସ୍ଥାନର ସର୍ବାଧିକ ୯ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି

GANJA
ଟ୍ରକରୁ ପ୍ରାୟ ୨୨ କ୍ୱିଣ୍ଟାଲର ଗଂଜେଇ ଜବତ

ଟ୍ରକର କ୍ୟାବିନରେ ହେଉଥିଲା ଚୋରା ଚାଲାଣ ଯାଞ୍ଚବେଳେ ଟ୍ରକକୁ ଧରିଲା ଅବକାରୀ ବିଭାଗ ରାୟଗଡ଼ା : ରାୟଗଡ଼ା ଜିଲ୍ଲାରୁ ପୁଣି ଧରାପଡିଲା ଗଂଜେଇ । ୪ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଚାଲାଣ ହେଉଥିବାବେଳେ ଧରିଛି ଅବକାରୀ ବିଭାଗ । ଅଭିନବ ଉପାୟରେ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହେଇଯାଇଛି । ରାତିରେ ଟ୍ରକଟି ରାୟଗଡା-ଭବାନୀପାଟଣା ରାଜ୍ୟ ରାଜପଥର ଚାନ୍ଦିଲି ଥାନାର ରାସ୍ତାକଡରେ ଛିଡା ହୋଇଥିବା ବେଳେ ଟ୍ରକଟିକୁ […]

  • Tuesday, 13 July 2021
vaccination
କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ମେ ୩ରୁ ନେଇପାରିବେ ଟିକା

ଭୁବନେଶ୍ୱର : ଆଜି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍ । ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ କେମିତି ଟିକା ଦିଆଯିବ, ତାର ଅଭ୍ୟାସ କରାଯାଉଛି । କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଛଳରେ ଚାଲିଛି ଏହି ଡ୍ରାଏ ରନ୍ । ସୋମବାରରୁ ଟିକାକରଣ ହେବାର ଅଛି, ସେଥିପାଇଁ ଆଜି ଡ୍ରାଏ ରନ୍ କରାଯାଉଛି । ବୈଷୟିକ ଏବଂ ପରିଚାଳନାଗତ ସ୍ତରରେ ଯେପରି କୌଣସି ତ୍ରୁଟି ନରହେ ସେଥିପାଇଁ ଏହି ଟ୍ରାଏଲ କରାଯାଉଥିବା ବିଏମସି କମିଶନର […]

  • Tuesday, 13 July 2021
lassi
ବିଷାକ୍ତ ଲସି ପିଇ ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

ମାଲକାନଗିରି: ଲସି ପିଇ ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର । ମାଲକାନଗିରି କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ ସମସ୍ତେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଟିମ୍ ଅସୁସ୍ଥ ମାନଙ୍କୁ ପଡିଆ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲା । ସ୍ୱାସ୍ଥ୍ୟ ବିଭାଗ ଟିମ୍ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି । ବର୍ତ୍ତମାନ ସୁଦ୍ଧା […]

  • Tuesday, 13 July 2021
11dead
ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୧୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିୟମିତ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ସମସ୍ତ ରେକର୍ଡ଼ ଭାଙ୍ଗି ଦୈନିକ ସଂକ୍ରମଣ ୧୦ ହଜାର ଟପିଥିବା ବେଳେ ଆଜି କରୋନାରେ୧୧ ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୫୪କୁ ବୃଦ୍ଧି ପାଇଛି । […]

  • Tuesday, 13 July 2021
courtre-agua
କରୋନା ପାଇଁ ହାଇକୋର୍ଟ ସହ ସବୁ କୋର୍ଟରେ ଆଗୁଆ ଖରାଛୁଟି : ଜୁନ୍ ୫ ଯାଏ ବନ୍ଦ ରହିବ ସମସ୍ତ କୋର୍ଟ

  ଆଗୁଆ ଖରାଛୁଟି ମେ ୨୪ ବଦଳରେ ମେ ୩ରୁ ହାଇକୋର୍ଟରେ ଖରାଛୁଟି ଜୁନ୍ ୫ ଯାଏ ବନ୍ଦ ରହିବ ସମସ୍ତ କୋର୍ଟ ମେ ୨୨ ପରିବର୍ତ୍ତେ ମେ ୩ରୁ ଜୁନ୍ ୫ ଯାଏଁ ତଳ କୋର୍ଟ ଛୁଟି କଟକ : ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଭାବେ ଲାଗୁ କରାଯାଉଛି । ଆସନ୍ତା ମେ ୩ ତାରିଖରୁ […]

  • Tuesday, 13 July 2021
rice
ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ଦେବାକୁ ଘୋଷଣା

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ମେ ମାସରୁ ଅତିରିକ୍ତ ୫ କେଜି ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମେ ଓ ଜୁନ୍ ମାସ ପାଇଁ ହିତାଧିକାରୀ ଅତିରିକ୍ତ ୫ କେଜି ଲେଖାଏଁ ପାଇବେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ ଅତିରିକ୍ତ ଚାଉଳ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ କୋଭିଡ୍ ପରିଚାଳନା ପାଇଁ ବିଏମସିକୁ ୧୦ କୋଟି ମଂଜୁର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ କୋଟି ଟଙ୍କା ମଂଜୁର ଭୁବନେଶ୍ୱର […]

  • Tuesday, 13 July 2021
shutdown
କରୋନା ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି : ଅମାନିଆଙ୍କୁ ଲକଡାଉନ ଓ ସଟଡାଉନ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଅମାନିଆ ହେଲେ ସଟଡାଉନ୍ ! ଲକଡାଉନ ଓ ସଟଡାଉନ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଯେଉଁଠି ଲୋକ ଅମାନିଆ ଭିଡ଼ ଜମାଇବେ ସେଠାରେ ପଦକ୍ଷେପ ନିଆଯାଇପାରେ ବର୍ତ୍ତମାନ ଲକଡାଉନ, ସଟଡାଉନର ଆବଶ୍ୟକତା ସବୁ ଜାଗାରେ ନାହିଁ ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି କରୁଛୁ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର : ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍ । ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ ଓ […]

  • Tuesday, 13 July 2021
thunderstorm
ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା : ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ କେନ୍ଦୁଝର, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ଗତକାଲି ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ […]

  • Tuesday, 13 July 2021