Advertisment

Viral Video: ଗୁମ୍ଫାରୁ ମିଳିଲେ ଜଣେ ବୃଦ୍ଧ ସନ୍ଥ; କୁହାଯାଉଛି ବୟସ ୧୮୮ ବର୍ଷ

ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ କୁହାଯାଉଛି ଯେ ୧୮୮ ବର୍ଷ ବୟସ୍କ ଜଣେ ବାବାଙ୍କୁ ବେଙ୍ଗାଲୁରୁ ନିକଟସ୍ଥ ଏକ ଗୁମ୍ଫାରୁ ଉଦ୍ଧାର କରାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
188 year old man rescued from a cave near bengaluru

188 year old man rescued from a cave near bengaluru

ସୋସିଆଲ ମିଡିଆରେ କ’ଣ କେତେବେଳେ ଭାଇରାଲ ହୁଏ ତାହା କେହି ଜାଣନ୍ତି ନାହିଁ। ଏଠି ଏମିତି ଅନେକ ଭିଡିଓ ଭାଇରାଲ୍ ହୁଏ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ କୁହାଯାଉଛି ଯେ ୧୮୮ ବର୍ଷ ବୟସ୍କ ଜଣେ ବାବାଙ୍କୁ ବେଙ୍ଗାଲୁରୁ ନିକଟସ୍ଥ ଏକ ଗୁମ୍ଫାରୁ ଉଦ୍ଧାର କରାଯାଇଛି।

Advertisment

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଦୁଇଜଣ ବ୍ୟକ୍ତି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଧରିଛନ୍ତି ଏବଂ ତାଙ୍କୁ ଚାଲିବାରେ ସାହାଯ୍ୟ କରୁଛନ୍ତି। ଏହି ବ୍ୟକ୍ତିଙ୍କର ଧଳା ଲମ୍ବା ଦାଢି ଥିବାବେଳେ ସେ ଅଣ୍ଟାରୁ ପୂରା ଭାଙ୍ଗି ପଡିଛନ୍ତି। ତାଙ୍କ ହାତରେ ଏକ ବାଡି ମଧ୍ୟ ଅଛି ଯାହା ସହିତ ସେ ନିଜର ସନ୍ତୁଳନ ବଜାୟ ରଖୁଛନ୍ତି।

ଏହି ଭିଡିରେ X ରେ 'Concerned Citizen' ଆକାଉଣ୍ଟରେ ଶେୟାର୍ ହୋଇଥିବା ବେଳେ ଏହାକୁ ୩କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓର ପୋଷ୍ଟରେ ଲେଖାଅଛି, "ଏହି ଭାରତୀୟ ବ୍ୟକ୍ତି ବର୍ତ୍ତମାନ ଗୁମ୍ଫାରୁ ମିଳିଛନ୍ତି। ତାଙ୍କୁ ୧୮୮ ବର୍ଷ ବୟସ ବୋଲି କୁହାଯାଉଛି।"

Advertisment

୨୪ ସେକେଣ୍ଡ୍ କ୍ଲିପ୍‌ର ଏହି ଭିଡିଓ ଯେମିତି ଭାଇରାଲ ହୋଇଛି, ଏହାକୁ ନେଇ ଅନେକ ମତ ସାମ୍ନାକୁ ଆସିଛି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ବୟସ ୧୧୦ ବର୍ଷ ଏବଂ ସେ ମଧ୍ୟପ୍ରଦେଶର ଜଣେ ସାଧୁ ଅଟନ୍ତି।

ଏହି ପୋଷ୍ଟ୍‌ର ଉତ୍ତରରେ X ମଧ୍ୟ ଏକ ଦାବିପତ୍ର ପ୍ରଦାନ କରି ଦର୍ଶାଇଛି ଯେ ଏହାଙ୍କ ବୟସ ସଠିକ୍ ହୋଇ ନପାରେ। "ଭୁଲ ସୂଚନା! ବୃଦ୍ଧ ଜଣକ ହେଉଛନ୍ତି ଭାରତର ମଧ୍ୟପ୍ରଦେଶରେ ରହୁଥିବା 'ସିୟାରାମ ବାବା' ନାମକ ଜଣେ ହିନ୍ଦୁ ସନ୍ଥ। ରିପୋର୍ଟ ଅନୁଯାୟୀ ତାଙ୍କୁ ପ୍ରାୟ ୧୧୦ ବର୍ଷ ବୟସ।”

ଏହି ପ୍ଲାଟଫର୍ମରେ ୦୨ ଜୁଲାଇ ୨୦୨୪ ରେ ନବଭାରତ ଟାଇମ୍ସର ଏକ ଆର୍ଟିକିଲକୁ ଦର୍ଶାଯାଇଥିଲା, ଯାହା ଭିଡିଓରେ ଥିବା ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ପ୍ରକାଶ କରିଥିଲା। ଖବର ଅନୁଯାୟୀ, ବୃଦ୍ଧ ବ୍ୟକ୍ତି ସିୟାରାମ ବାବାଙ୍କୁ ୧୦୯ ବର୍ଷ ବୟସ ହୋଇଛି। ସିୟାରାମ ବାବା ଏହି ଅଞ୍ଚଳରେ ଲୋକପ୍ରିୟ ଏବଂ ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାରେ ରୁହନ୍ତି।

ଏପରିକି ଡାଟା ଯାଞ୍ଚ ଗୋଷ୍ଠୀ ଡି-ଇଣ୍ଟେଣ୍ଟ୍ ଡାଟା ମଧ୍ୟ ଭାଇରାଲ୍ ଭିଡିଓକୁ ବିଭ୍ରାନ୍ତକାରୀ ବୋଲି କହିଛି। X ରେ, ଡି-ଇଣ୍ଟେଣ୍ଟ ଡାଟା ପୋଷ୍ଟ କରି କହିଛି, "ବିଶ୍ଳେଷଣ: ବିଭ୍ରାନ୍ତିକର। ତଥ୍ୟ: ଜଣେ ବୃଦ୍ଧଙ୍କୁ କିଛି ଲୋକ ସାହାଯ୍ୟ କରୁଥିବାର ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ଏକ ଗୁମ୍ଫାରେ ଜଣେ ୧୮୮ ବର୍ଷ ବୟସ୍କ ଭାରତୀୟ ବ୍ୟକ୍ତି ମିଳିଛନ୍ତି। ପ୍ରକୃତ କଥା ହେଉଛି ଏହି ଦାବିଗୁଡିକ ସତ୍ୟ ନୁହେଁ। ବୃଦ୍ଧ ଜଣକ ହେଉଛନ୍ତି ଭାରତର ମଧ୍ୟପ୍ରଦେଶରେ ରହୁଥିବା 'ସିୟାରାମ ବାବା' ନାମକ ଜଣେ ସାଧୁ।”

X ପୋଷ୍ଟ ଆହୁରି ମଧ୍ୟ ଚେତାବନୀ ଦେଇଛି ଯେ, “ଇନ୍‌ଫ୍ଲ୍ୟୁଏନ୍ସରମାନେ ସୋସିଆଲ ମିଡିଆରେ ଭିୟୁ ପାଇବା ପାଇଁ ଏଭଳି ସ୍ୱ-ନିର୍ମିତ ଦାବି ସହିତ ଭିଡିଓ ପ୍ରସାରଣ କରୁଛନ୍ତି।”

Social Media Viral Video
Advertisment
Advertisment