• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ଅଭିଯୋଗ ମିଛ

  • ଯଦି ସେମିତି କିଛି ବୋହୂ ଜାଣିଥିଲା, ମୋତେ କାହିଁକି କହିନଥିଲା

  • ମୋ ପୁଅର ସାଙ୍ଗମାନେ ତାକୁ ଫୋନ କରନ୍ତି, ରାକ୍ଷୀ ମଧ୍ୟ ବାନ୍ଧନ୍ତି

ପାରଳାଖେମୁଣ୍ଡି : ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । କିଏ ସତ କହୁଛି, କିଏ ମିଛ କହୁଛି ସ୍ପଷ୍ଟ ହୋଇପାରୁନି । ସ୍ୱାମୀଙ୍କ ପରକୀୟା ପ୍ରୀତି ଥିବା ନେଇ ବିଦ୍ୟାଭାରତୀ ମୁହଁ ଖୋଲିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମା‌ଆ । ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ପୁଅର ପରକୀୟା ସମ୍ପର୍କ ବିଷୟରେ ବୋହୂକୁ ଯଦି ଜଣାଥିଲା, ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି କହିନଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସୌମ୍ୟର ଝିଅ ସାଙ୍ଗମାନେ ତାକୁ ଫୋନ କରନ୍ତି ଓ ରାକ୍ଷୀ ମଧ୍ୟ ବାନ୍ଧନ୍ତି । ସେମିତି କୌଣସି ଝିଅ ସହ ସମ୍ପର୍କ ଥିବା କଥା ଆଜିସୁଦ୍ଧା ଆମେ ଜାଣିନାହୁଁ । ଷଡ଼ଯନ୍ତ୍ର ରଚିବା ପରେ ଖସିଯିବା ପାଇଁ ବୋହୂ ଚାଲ୍ ଖେଳୁଥିବା ସେ କହିଛନ୍ତି ।

ସେହିପରି ସୌମ୍ୟଙ୍କ ବାପା ମଧ୍ୟ ବିଦ୍ୟାଭାରତୀଙ୍କ ଅଭିଯୋଗକୁ ମିଛ ବୋଲି କହିଛନ୍ତି । ସ୍ୱାମୀ ପୋଡ଼ି ହୋଇଯିବା ପରେ ବିଦ୍ୟାଭାରତୀଙ୍କ ହାବଭାବ ନେଇ ବରଂ ସେ ପ୍ରଶ୍ନ କରିଛନ୍ତି । ସ୍ୱାମୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଆଗ, ନା ଗହଣାଗାଣ୍ଠି ଠୁଳେଇବା ଆଗ ବୋଲି ସେ କହିଛନ୍ତି । ଅଭିଯୋଗରୁ ଖସି ଯିବାକୁ ଜାଣିଶୁଣି ନୂଆ ଅଭିଯୋଗ କରାଯାଉଛି । ଆଜି ସୁଦ୍ଧା ବୋହୂ ଏ ସମ୍ପର୍କରେ ପରିବାର ସହିତ କାହିଁକି ଆଲୋଚନା କରିନଥିଲା ବୋଲି ସୌମ୍ୟଙ୍କ ବାପା କହିଛନ୍ତି ।

ସେପଟେ ଆଜି ଜ୍ୱାଇଁର ମୃତ୍ୟୁ ଘଟଣା ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା । ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା । ଉଭୟଙ୍କ ମଧ୍ୟରେ ଯାହା ବି ଅସୁବିଧା ଥିଲା, ତାହା ସମାଧାନ ହୋଇ ସାରିଥିଲା । ଝିଅର ଶାଶୁଘର ଲୋକ ଭଲ ଏବଂ ଜ୍ୱାଇଁ ମୋର ଦେବତା ବୋଲି ସେ କହିଛନ୍ତି । ସେହିପରି IIC ମମତା ପଣ୍ଡାଙ୍କ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଙ୍କ ବାପା। ମମତାଙ୍କୁ ବ୍ୟକ୍ତିଗତ ଭାବେ ଜାଣନି, କିନ୍ତୁ ସେ ଆମ ଦୂର ସଂପର୍କୀୟ। ଘଟଣାଦିନ ଝିଅକୁ ମାନସିକ ସାନ୍ତ୍ୱନା ଦେବାକୁ ମମତାଙ୍କୁ କହିଥିଲି ।

ସୂଚନାଯୋଗ୍ୟ ଶ୍ୱଶୁର ଘର ଲୋକ ଆଣିଥିବା ଅଭିଯୋଗ ଉପରେ ଗତକାଲି ବିଦ୍ୟାଭାରତୀ ମୁହଁ ଖୋଲିଥିଲେ । ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନାହିଁ । ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ବିଦ୍ୟାଭାରତୀ ଅସ୍ୱୀକାର କରିଛନ୍ତି । ତାହା ବ୍ୟାଚଲର ପାର୍ଟି ନଥିଲା, ବିବାହ ପରବର୍ତ୍ତୀ ଭୋଜି ଥିଲା । କରୋନା ଯୋଗୁ ସାଙ୍ଗମାନଙ୍କୁ ବିବାହରେ ଡାକି ପାରି ନଥିଲି । ତେଣୁ ବିବାହ ପରେ ଏକ ଭୋଜି ଦେଇଥିଲି ବୋଲି କହିଥିଲେ ।