
କୋଣାର୍କ: ଆସନ୍ତକାଲି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ପବିତ୍ର ମାଘ ସପ୍ତମୀ ତିଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେପଟେ ଆଜିଠୁ କୋଣାର୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପବିତ୍ର ତୀର୍ଥ ପୁଷ୍କରଣୀ […]
ମାଲକାନଗିରି: ପୁଣି ମଣ୍ଡିକୁ ନେଇ ଆନ୍ଦୋଳନ। ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାନ ବସ୍ତା ରଖି ଜିଲ୍ଲା କଂଗ୍ରେସର କର୍ମୀମାନେ ଧାରଣା ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡି ଆରମ୍ଭ ହେବାର ୩ ମାସ ପୂରିବାକୁ ବସିଥିବା ବେଳେ ଧାନ କିଣା ଶେଷ ହୋଇ ପାରୁନାହିଁ। ଚାଷୀମାନେ ଶୀତ କାକରରେ ବସି ବସି ନୟାନ୍ତ ହେଲେଣି। ହେଲେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ ନିରାଶ […]
ବରଗଡ଼: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସ୍ଆଇ ସସ୍ପେଣ୍ଡ୍। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍ଆଇ ବନମାଳି କୁଅଁରଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଗତକାଲି ଏହି ଅଭିଯୋଗ ଆସିବା ପରେ ବରଗଡ଼ ଏସ୍ପି ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ […]
କଟକ: ମେଡ଼ିକାଲ୍ ଫାଟକ ସାମ୍ନାରେ ରୋଗୀ ସମ୍ପର୍କୀୟଙ୍କ ବିକ୍ଷୋଭ ପ୍ରଦର୍ଶନ। ଚିକିତ୍ସା ଲାଗି ଡାକ୍ତର ନ ଥିବାରୁ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସେମାନଙ୍କ ଅଭିଯୋଗ, ଡାକ୍ତରଖାନାରେ ରୋଗୀ ଥିଲେ ବି ସେମାନଙ୍କ ଚିକିତ୍ସା ଲାଗି ଜଣେ ବି ଡାକ୍ତର ନାହାନ୍ତି। ୧୫ ଦିନ ହେଲା ବିନା ଡାକ୍ତରରେ କଟକ ଏସ୍ସିବି ମେଡିକାଲ୍ ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ଚାଲିଛି। ଏପରିକି ମେଡ଼ିକାଲ୍ରେ ଆଡମିଶନ କଲା ଦିନଠାରୁ ଡାକ୍ତରଙ୍କ […]
ଭୁବନେଶ୍ୱର: ଆଜି ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଇନଜୀବୀ ଭେଟିବେ। ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଶନିବାର ଦିନ ଖୋର୍ଦ୍ଧା ପୂର୍ତ୍ତ ଡାକ ବଙ୍ଗଳାଠାରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବିଚିତ୍ର କୁମାର ବଡଜେନାଙ୍କ ଅଧ୍ୟକ୍ଷତାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯିବା ନେଇ […]
ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗିବ ବିଜେପି ଯୁବ ମୋର୍ଚ୍ଚା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଠିକଣାରେ ଚିଠି ଲେଖାଯିବ। ଫେବୃଆରୀ ୧୨ରୁ ୧୫ ମଧ୍ୟରେ ଡାକ ଯୋଗେ ଚିଠି ପଠାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଚିଠିରେ ମୁଖ୍ୟତଃ ୩ ଟି ପ୍ରଶ୍ନ ପଚରାଯିବ ୧- ନିଯୁକ୍ତି ମେଳା ନାଁରେ ନିଆଯାଇଥିବା ୧୦୦ ଟଙ୍କା କେବେ ଫେରସ୍ତ କରାଯିବ? ୨-୧୦ ବର୍ଷରେ ପଞ୍ଜୀକୃତ ହୋଇଥିବା ୨୨ ଲକ୍ଷ ବେକାରୀଙ୍କୁ କେବେ […]
ଆନନ୍ଦପୁର : ମେଡିକାଲ୍ କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଯୋଗୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ବାମ ଗୋଡ଼ ବଦଳରେ ଡାହାଣ ଗୋଡ଼ ଡ୍ରେସିଂ କରଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି। ଶୁକ୍ରବାର ଖଡବିଲ ଗାଁର ମିତାରାଣୀ ଜେନା ତାଙ୍କ ବାମ ଗୋଡରେ ହୋଇଥିବା ଘାକୁ ଦେଖାଇବା ଲାଗି ଡାକ୍ତରଖାନା ଆସିଥିଲେ । ଡାକ୍ତର ଦେଖିବା ପରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡ୍ରେସିଂ ପାଇଁ କହିଥିଲେ। ହେଲେ କର୍ମଚାରୀ […]
ଢେଙ୍କାନାଳ: ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ। ଢେଙ୍କନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଥିବା ଜଣେ ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ସେସୁ କର୍ମଚାରୀ ମନୋଜ ସାହୁଙ୍କ ଘରେ ପଶି ସାଢେ ୩ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି। ଡକାୟତମାନେ ରାତି ପ୍ରାୟ ୯ଟା ୩୦ରେ ମନୋଜଙ୍କ ଘରେ ପଶି […]
ଭୁବନେଶ୍ୱର: ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍ମେଟ୍। ହେଲ୍ମେଟ୍ ନପିନ୍ଧିଲେ ବାଇକ୍ ଷ୍ଟାର୍ଟ ହେବନି। ଆଉ ଯଦି ମଦ୍ୟ ପାନ କରିଛନ୍ତି ତାହେଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହେବନି। ଖାଲି ଏତିକି ନୁହେଁ, ଯଦି ବାଇକ୍ ଦୁର୍ଘଟଣା ଘଟେ ତେବେ ଜିପିଏସ୍ ବ୍ୟବସ୍ଥାରେ ୧୬ ଜଣଙ୍କ ମୋବାଇଲକୁ ଦୁର୍ଘଟଣାସ୍ଥଳ ବିଷୟରେ ସୂଚନା ଯିବ। ଏପରିକି ବାଇକ୍ ଚୋରି ଉଦ୍ୟମ ହେଲେ ସେନ୍ସର୍ ମଧ୍ୟ ବାଜି ଉଠିବ। ବର୍ତ୍ତମାନର ସମୟରେ ଦୁର୍ଘଟଣାର ମୃତ୍ୟୁହାରକୁ କମାଇବା ଲାଗି ଏଭଳି ଏକ ଅଭିନବ […]
ଭୁବନେଶ୍ୱର: ଥମୁନି ଦାଦନ ଦୁଃଖ। ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର। ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଶ୍ରମିକମାନେ ତେଲେଙ୍ଗାନାର ପେଡାପାଲ୍ଲି ଜିଲ୍ଲାର କାର୍ଲାଚିଲ୍ଲାରେ ଏକ ଇଟାଭାଟିରେ କାମ କରୁଥିଲେ। ତେବେ ଇଟାଭାଟି ମାଲିକ […]
ରାୟଗଡ଼ା: ଚାଉଳରେ ପୋକ ସାଲୁବାଲୁ। ଖାଇବା ତ ଦୂରର କଥା ଦେଖିଲେ ବି ଘୃଣା ଲାଗିବ। ଏତେ ନିମ୍ନମାନର ଯେ, ହାତରେ ଘଷିଲେ ବି ଗୁଣ୍ଡ ହୋଇଯାଉଛି। ହେଲେ ଏମିତି ଚାଉଳ ଗରିବ ହିତାଧିକାରୀ ଖାଉଛନ୍ତି। ଜାତୀୟ ଖାଦ୍ୟ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଏଭଳି ନିମ୍ନମାନର ଚାଉଳ ମିଳୁଥିବା ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ କୁଜେନ୍ଦ୍ରୀ ପଞ୍ଚାୟତରେ ୩ ମାସ ହେଲାଣି ହିତାଧିକାରୀଙ୍କୁ ପୋକ ସାଲୁବାଲୁ ଚାଉଳ […]
ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବମୁଖର। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମା’ ସରସ୍ୱତୀଙ୍କ ପୂଜା ବେଶ୍ ଧୁମ୍ଧାମରେ ପାଳନ ହେଉଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନରେ ପହଞ୍ଚି ସରସ୍ୱତୀଙ୍କୁ ଆରାଧନା କରୁଛନ୍ତି। ସେପଟେ ବସନ୍ତ ପଞ୍ଚମୀ ଅବସରରେ ପୁରୀ ବେଳାଭୂମିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆକର୍ଷଣୀୟ ବାଲୁକା କଳା କରାଯାଇଛି। ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି କଳାକୃତି […]
ମାଲକାନଗିରି: ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏହିପରି ଅଭିନବ କୌଶଳ ଆପଣାଇ ଗଞ୍ଜେଇ ଚୋରା ଚାଲାଣ କରୁଥବା ୨ଜଣ ମାଲକାନଗିରି ଜିଲ୍ଲା ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଉକ୍ତ ଟ୍ରକ୍ଟି ଚିତ୍ରକୋଣ୍ଡାରୁ ଛତିଶଗଡ଼ ରାୟପୁର ଅଭିମୁଖେ ଯାଉଥବା ବେଳେ ପୁଲିସ୍ ସେହି ଟ୍ରକ୍ରୁ ୮ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ରାୟଗଡ଼ା(ନନ୍ଦକିଶୋର): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ତହସିଲ୍ ଅଫିସ ଆଗରେ ଆର୍ଥିକ ସଂସ୍ଥାଗୁଡ଼ିକ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ବିଭିନ୍ନ ସମୟରେ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆଇନ ଓ ରାଜ୍ୟ ସରକାରୀ ସହାୟତାରେ ଠକ ସଂସ୍ଥାମାନେ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ବିଭିନ୍ନ ପ୍ରକାର ସଂସ୍ଥା ଦ୍ୱାରା ୨୦୧୩ ରୁ ୨୦୧୯ର ଏପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। ସରକାର ଦ୍ୱାରା ଟଙ୍କା ଫେରାଇବା ପାଇଁ ୨୦୧୩ରେ ପ୍ରତିଶ୍ରୁତି ମିଳିଥିଲେ ବି ତାହା […]
ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଡୁଙ୍ଗୁରିପାଲ୍ଲି ଗାଁ ଭାଲୁଡୁଙ୍ଗୁରି ପାହାଡ଼ରୁ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ ଜବତ ହୋଇଛି। ଚୋରା ଚାଲାଣ ବେଳେ ଗ୍ରାମବାସୀ ଏହି ଟ୍ରକକୁ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଜବତ ମାଙ୍ଗାନିଜର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବେଲି ଜଣାଯାଇଛି।
ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବେକାରୀ ସମସ୍ୟା ନେଇ ବିଜେପି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଓ ପରେ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଅନ୍ୟପଟେ ଆଜି ଅପରାହ୍ଣରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥିରେ ୫୬,୯୨୧ କୋଟି […]
ବାରିପଦା: ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ ଥିବା ଏକ ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମୋରଡ଼ା ଥାନାରେ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏତଲା କରିଛନ୍ତି। ଏହି ଘଟଣାରେ ସେହି ଆଶ୍ରମ ସ୍କୁଲର ଜଣେ ନାବାଳକ ଛାତ୍ରଙ୍କୁ ପୁଲିସ୍ ଅଟକ ରଖିଛି। ନାବାଳିକା ଛାତ୍ରୀ ଜଣକ ଚାରି ମାସର ଗର୍ଭବତୀ ଥିବା […]
ଭୁବନେଶ୍ୱର: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ମୃତଦେହ ଉଦ୍ଧାର ପରେ ବୁଧବାର ଦିନ ଅଗ୍ନିଶମ ବାହିନୀ ଓଡିଶା ଫେରିଛି। ଗତବର୍ଷ ଡିସେମ୍ବର ୨୮ ତାରିଖରେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଓଡିଶାରୁ ଅଗ୍ନିଶମ ବାହିନୀ ଟିମ୍ ମେଘାଳୟ ଯାଇଥିଲେ। ସେଠାରେ ଶୂନ ଡିଗ୍ରୀରେ ଉଦ୍ଧାର କରିବା ସହ ବାୟୁସେନା ଓ ନୌସେନା ସହ କାମ କରି ଅଭିଜ୍ଞତା ହାସଲ କରିଥିବା ଟିମ୍ ସଦସ୍ୟ କହିଛନ୍ତି। ଡିସେମ୍ବର ୧୩ରୁ ମେଘାଳୟର ପୂର୍ବ […]
ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ନେଇ ଆସନ୍ତା ୮ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଦୁର୍ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସମ୍ବାଦିକଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଥିବା ବେଳେ ଅନ୍ୟପଟେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସୁରକ୍ଷା ନେଇ ଦାବି […]
ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଅସୁରକ୍ଷିତ ବନ୍ୟଜନ୍ତୁ। ବଡମାଲ ଗୋଳାବାରୁଦ କାରଖାନା ଭିତର ଜଙ୍ଗଲରେ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ପରେ ଏହି ଚର୍ଚ୍ଚା ଜୋର ଧରିଛି। କେବଳ ଏହି ଘଟଣା ନୁହେଁ ପୂର୍ବରୁ ଟିଟିଲାଗଡ଼ ଅଞ୍ଚଳରେ କଲରାପତରିଆ ବାଘ ଓ ଭାଲୁକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଓ ଲୋକଙ୍କ ମଧ୍ୟରେ ଲଢେଇ ହେଉଥିବା ସ୍ଥାନୀୟ ବାସିନ୍ଦା କହିବା ସହ ଏଥିପାଇଁ ବନ ବିଭାଗକୁ ଦାୟୀ […]
ଭୁବନେଶ୍ୱର: ଆଇନଜୀବୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ଦାବିରେ ଆସନ୍ତା ୧୧ ଏବଂ ୧୨ ତାରିଖରେ ରାଜ୍ୟର ସମସ୍ତ ଆଇନଜୀବୀ ପ୍ରତିବାଦ ସଭା କରିବେ। ୧୧ ତାରିଖରେ ସମସ୍ତ ବାର୍ ଆସୋସିଏସନର ସଦସ୍ୟ ସ୍ଥାନୀୟ କୋର୍ଟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବେ। ଏଥିସହ ଦାବି ପତ୍ର ସ୍ଥାନୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିବେ। ସେହିପରି ୧୨ ତାରିଖରେ ରାଜ୍ୟର ସମସ୍ତ ଆଇନଜୀବୀ ରାଜଧାନୀର ସିଭିଲ୍ ବାର୍ ଆସୋସିଏସନ୍ରେ ଏକାଠି ହୋଇ ରାଜଭବନ ଯିବାର […]
ଭୁବନେଶ୍ୱର: ଆଜି ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟ୍ର ଆକାର ୫୬ ହଜାର ୯୨୧ କୋଟି ଟଙ୍କାର ହେବ। ପୂର୍ବରୁ ମନ୍ତ୍ରୀ ପରିଷଦ ବଜେଟ୍ର ଆକାରକୁ ଅନୁମୋଦନ ଦେଇ ସାରିଛି। ଆଜି ଅପରାହ୍ଣରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥିରେ ୫୬,୯୨୧ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯିବ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବଜେଟ୍ ଉପରେ […]
ବାରିପଦା: ନିଆଁରେ ପୋଡ଼ି ପାଉଁଶ ହୋଇଗଲା ବିସ୍ଥାପିତଙ୍କ ଘର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିସ୍ଥାପିତଙ୍କ ୨୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଏହି କଲୋନୀରେ ଅଗ୍ନିକାଣ୍ଡ ଘଟି ୧୬ ବଖରା ଘର ପୋଡି ଯାଇଥିଲା। ଏହାସହ ଜଣେ ବ୍ୟକ୍ତି […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗୋଳାବାରୁଦ କାରଖାନାର କୋର ଏରିଆର କାଳକୁଟ ଜଙ୍ଗଲରୁ ଗୋଟିଏ ବାଘର ମୃତଦେହ ଠାବ କରାଯାଇଛି। ମୃତ ବାଘଟି କଲରାପତରିଆ ବୋଲି କୁହାଯାଉଛି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନି। ବାର୍ହା ଧରିବା ପାଇଁ ବିଛାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ଅନୁମାନ କରାଯାଛି। ସେପଟେ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାପୂର୍ବରୁ ସ୍ଥାନୀୟ ଲୋକେ ସଂପୃକ୍ତ ଅଞ୍ଚଳରେ ଗୋଟିଏ […]