• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

jawan
ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଜନ୍ମ ମାଟିରେ ସହିଦଙ୍କୁ ଦିଆଗଲା ଶେଷ ବିଦାୟ। ପୁଲ୍‌ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ଗତକାଲି ବିରାଟ ଶୋଭାଯାତ୍ରାରେ ତାଙ୍କ ଗାଁକୁ ନିଆଯାଇଥିଲା। ସେଠାରେ ଶୋକାକୂଳ ପରିବେଶ ଭିତରେ ପରିବାର, ପରିଜନ ଓ ଗାଁ ଲୋକେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ନିଆଳିରେ ସହିଦ ମନୋଜ କୁମାରଙ୍କ ଗାଁରେ ଉପସ୍ଥିତ ଥିଲେ। ବିମାନ […]

  • Tuesday, 20 July 2021
gd
ବୋମା ତିଆରିକୁ ବିରୋଧ କରିବାରୁ ଗାଁ ସଭାପତିଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ୱର: ଗାଁ ଭିତରେ ବୋମା ତିଆରିକୁ ବିରୋଧ କରିବାରୁ ଗାଁ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଭଳି ଘଟଣା ଘଟିଛି ପାହାଳ ନିକଟ ଗୋହଳ ଗ୍ରାମରେ। କିଛି ଦିନ ତଳେ ଗୋହଳ ଗ୍ରାମର ୨ଜଣ ଅସାମାଜିକ ଯୁବକ ଅନ୍ୟ ଦୁଇ ଜଣ ଅଚିହ୍ନା ଯୁବକଙ୍କ ସହିତ ଗାଁ ମୁଣ୍ଡରେ ଥିବା ଏକ ଘରେ ବୋମା ଭିଡୁଥିଲେ। ସେହି ଗାଁର ସଭାପତି ପ୍ରଭାତ କୁମାର ଦାସ ଏ ସଂପର୍କରେ ପାହାଳ ଫାଣ୍ଡିରେ ଏତଲା ଦେଇଥିଲେ। ଏଥିରେ ଉତ୍‌କ୍ଷିତ୍ପ ହୋଇ […]

  • Tuesday, 20 July 2021
Capture-9......
ସହିଦଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା

ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ରାଜ୍ୟର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ହୋଇଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଦୁଇ ମିନଟ୍ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି । ଏହି ପ୍ରାର୍ଥନା ସଭାରେ ସହିଦଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଛି । ସେହିପରି ମୟୂରଭଞ୍ଜ ଉଦଳାରେ ମଧ୍ୟ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ବ୍ଲକର ବିଭିନ୍ନ ସ୍କୁଲରେ ନୀରବ ପ୍ରାର୍ଥନା କରାଯାଇଛି। ସରକାରୀ, ବେସରକାରୀ […]

  • Tuesday, 20 July 2021
gun
ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

ଖୋର୍ଦ୍ଧା(ବଳରାମ ଲେଙ୍କା): ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ବଜାରରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଜାମୁସାହି ଗାଁର ସନ୍ତୋଷ ରାଉତରାୟ ନାମକ ଜଣ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସନ୍ତୋଷ ଗତ ସନ୍ଧ୍ୟାରେ ପରିଛଳ ବଜାରରେ ଚୁଟି କାଟୁଥିବାବେଳେ ୨ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ସନ୍ତୋଷଙ୍କ ବାମ ପଟ ଛାତିରେ ବାଜିଛି। ଗତ ୭ ତାରିଖରେ […]

  • Tuesday, 20 July 2021
Capture--8.....
ଅସୁସ୍ଥ ପୁଞ୍ଜିଲାଲ୍ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ଅସୁସ୍ଥ ହୋଇପଡିଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ବିଚାରଧିନ ବନ୍ଦୀ ପୁଞ୍ଜିଲାଲ୍ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାଟଣାଗଡ ଜେଲ୍‌ରୁ ଚମ୍ପଟ ମାରିବାକୁ ଉଦ୍ୟମ ପରେ ତାଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏହା ପ୍ରତିବାଦରେ ଗତ ୧୦ ଦିନ ହେଲା ସେ ଅନଶନ କରୁଥିଲେ। ଫଳରେ କିଛି ଖାଉନଥିବାରୁ ପୁଞ୍ଜିଲାଲ୍ ଅସୁସ୍ଥ […]

  • Tuesday, 20 July 2021
Capture-7......
କାମ କରିବାର ୨ ବର୍ଷ ପରେ ବି ମିଳୁନି ପାଉଣା

ବୌଦ୍ଧ : ସମସ୍ତଙ୍କୁ ମିଳିବ କାମ। ଏହି ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ମହାତ୍ମା ଗାନ୍ଧି ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା । ହେଲେ କାମ କରିବାର ୨ ବର୍ଷ ପରେ ପରେ ବି ମିଳୁନି ପାଉଣା । ଫଳରେ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲା ପାଳସାଗୋରା ପଞ୍ଚାୟତର ବଘାଡ଼ ଗାଁରେ । ଏଠାରେ ମନରେଗା ଯୋଜନାରେ କାମ କରିବାର ଦୁଇ ବର୍ଷ ବିତିଯାଇଥିଲେ […]

  • Tuesday, 20 July 2021
protest
ଜମା ଟଙ୍କା ଫେରି ପାଇବା ଲାଗି ଧାରଣା

ବ୍ରହ୍ମପୁର: ବ୍ରହ୍ମପୁର ଆସିକା ରୋଡ଼ରେ ଥିବା ଗୋଲଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନି ସମ୍ମୁଖରେ ଜମାକାରୀମାନେ ଧାରଣାରେ ବସିଛନ୍ତି। ଏତେ ଦିନ ଅପେକ୍ଷା କରିବା ସତ୍ତ୍ୱେ ମଧ୍ୟ ଜମା ଟଙ୍କା ଫେରି ନ ପାଇବାରୁ ଧୈର୍ଯ୍ୟହରା ହୋଇ ସେମାନ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏଥିରେ ବହୁ ଜମାକାରୀ ଓ ଏଜେଣ୍ଟ ସାମିଲ ହୋଇଥିଲେ। ଏତେ ଲୋକଙ୍କୁ ଦେଖି ଚିଟ୍‌ଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଯୁଗଳ ଖଣ୍ଡୁଆଳ ପଳାଇଥିଲେ । ପୋଲିସ ଆସି ବୁଝାଶୁଝା କରିଥିଲେ ମଧ୍ୟ ଜମା ଟଙ୍କା […]

  • Tuesday, 20 July 2021
swu
ଚଢ଼ାଉ ବେଳେ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ପାଟପୁରରେ ଗଂଜେଇ ଜବତ କରିବାକୁ ଯାଇଥିବା ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଜବତ ଗଂଜେଇକୁ ଛଡ଼ାଇ ନେବା ସହ ଫ୍ଲାଇଂ ସ୍କ୍ୱାଡ୍‌ ବ୍ୟବହାର କରୁଥିବା ଗାଡ଼ିକୁ ଭଂଗାରୁଜା କରିଛନ୍ତି। ସୂଚନାନୁସାର ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ଉ କରିବା ପାଇଁ ରୁପସାରୁ ପାଟପୁର ଗାଁକୁ ଯାଇଥିଲେ। ଏହି ଟିମ୍‌ରେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଓ ବାଲେଶ୍ୱର ଅବକାରୀ ବିଭାଗର ଟିମ୍ ସାମିଲ୍‌ ଥିଲେ। ସେମାନେ ଚଢ଼ାଉ କରୁଥିବା […]

  • Tuesday, 20 July 2021
accident
ଟ୍ରକ୍‌ ପଛରେ ପିଟି ହେଲା ଯାତ୍ରୀବାହୀ ବସ୍‌

କଟକ: କଟକ ଜିଲ୍ଲା ଜଗତପୁରର ଖଇରା ନାଳ ପୋଲ ଉପରେ ଏକ ଦୁର୍ଘଟଣା ଘଟିଛି। ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବାବାମଣି ନାମକ ଏକ ଘରୋଇ ବସ୍‌ ପୋଲ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକ ଜଣକ ଏକ ୭ ବର୍ଷର ଶିଶୁ ବୋଲି ଜଣାପଡ଼ିଛି। ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଦ୍ରୁତ ଗତିରେ […]

  • Tuesday, 20 July 2021
bhauja
ବଲାଙ୍ଗିରରେ ଏଥର ବି ରୟାଲ ଫାଇଟ୍: ମୁହାଁମୁହିଁ ରାଜପରିବାର ଦିଅର ଓ ଭାଉଜ

ବଲାଙ୍ଗିର(ମନରଂଜନ ଯୋଷୀ): ବଲାଙ୍ଗିର ଲୋକସଭା ଆସନରେ ଏଥର ବି ରୟାଲ୍ ଫାଇଟ୍ ଦେଖିବାକୁ ମିଳିବ। କାରଣ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ପାଟଣା ରାଜପରିବାର ଦିଅର-ଭାଉଜ। ବିଜେପି ପ୍ରାର୍ଥୀ ସଂଗୀତ ସିଂହଦେଓଙ୍କୁ ଟକ୍କର ଦେଉଛନ୍ତି ବିଜେଡିର କଳିକେଶ ସିଂହଦେଓ। ୨୦୦୯ ଓ ୨୦୧୪ରେ ବିଜେଡି କ୍ରମାଗତ ଭାବେ ଦୁଇ ଥର ଏହି ଆସନକୁ କବ୍‌ଜା କରିଛି। ଉଭୟ ଥର ରାଜ ପରିବାରର ଲାଲସାହେବ କଳିକେଶଙ୍କୁ ନିର୍ବାଚିତ କରିଛନ୍ତି ବଲାଙ୍ଗିରବାସୀ। ବାପା ଅନଙ୍ଗ ଉଦୟ ସିଂଦେଓ ଓ ଦଳୀୟ […]

  • Tuesday, 20 July 2021
Capture-6
ପୁଲୱାମା ହମଲା ପରେ ଭାରତର କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଂସଦର ଲାଇବ୍ରେରୀ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠକ ବସିଛି। ଏହି ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହ ମନ୍ତ୍ରୀ ରାଜନାଥ ସିଂ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବେ । ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକରେ ପାକିସ୍ତାନର ମୋଷ୍ଟ ଫେଭରଡ୍ ନେସନ ମାନ୍ୟତା ପ୍ରତ୍ୟାହାର କରି ନେବା ପାଇଁ ସ୍ଥିର ହୋଇଛି । ସେପଟେ ସର୍ବଦଳୀୟ ବୈଠକ ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ […]

  • Tuesday, 20 July 2021
naveen
ଆଜି ସୁନ୍ଦରଗଡ଼ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ନିର୍ବାଚନୀ ସଭାରେ ଯୋଗ ଦେବା ସହ ୨ଟି ରୋଡ୍ ଶୋ’ ମଧ୍ୟ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୩୫ ମିନିଟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ହେମଗିରିଠାରେ ପହଞ୍ଚି ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ତଳସରା ବିଧାନସଭାମଣ୍ଡଳୀର ତିଲେଇକାନୀ, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି ଓ ବଣାଇ ଏବଂ ପରେ ବୀରମିତ୍ରପୁର ବିଧାନସଭା ର୍ନିବାଚନମଣ୍ଡଳୀର ରାଏବଗାରେ ର୍ନିବାଚନୀ ସଭାରେ […]

  • Tuesday, 20 July 2021
accident
ଓଲଟି ପଡ଼ିଲା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି

ପାଟକୁରା: ଓଲଟି ପଡ଼ିଲା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି। କେନ୍ଦ୍ରାପଡା ଜିଲ୍ଲା ଚିତ୍ରତ୍ପୋଳା ନଦୀବନ୍ଧର ପହଣାଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଭରତ ଚନ୍ଦ୍ର ମଲ୍ଲିକ। ସୂଚନା ଅନୁସାରେ, ଗତକାଲି ରାତିରେ ବିବାହ ଉତ୍ସବରେ ଯୋଗଦେଇ ଏକ ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଫେରୁଥିବା ବେଳେ ଚିତ୍ରତ୍ପୋଳା ନଦୀବନ୍ଧର ପହଣାଠାରେ ଭାରସାମ୍ୟ ହରାଇ ନଦୀବନ୍ଧର ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତ ୩ […]

  • Tuesday, 20 July 2021
5666nnnnnnnnnnnnnn9999999999999999
ସଡ଼କ ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ, ଜଣେ ଗୁରୁତର

ପୁରୀ: ପିପିଲି ନିକଟ ପିଢ଼ପାଟଣା ଛକରେ ମର୍ମନ୍ତୁଦ ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉଜଣେ ମଧ୍ୟ ଆହତ ହୋଇଛନ୍ତି। ପଟ୍ଟନାୟିକିଆ-ଡେଲାଙ୍ଗ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ଏଭଳି ଦୁର୍ଘଟଣା ଘଟିଛି। ଦୁଇ ମୃତକ ହେଲେ ପାଟଣା ଗାଁର ୫୫ ବର୍ଷୀୟ ପବନା ବେହେରା ଓ ତାଙ୍କ ୩୫ ବର୍ଷର ପୁଅ ଧଡ଼ିଆ ବେହେରା। ଧଡ଼ିଆଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। […]

  • Tuesday, 20 July 2021
Capture-4....
ପିଇବା ପାଣିରେ ପୋକ ସାଲୁବାଲୁ

ବଲାଙ୍ଗିର: ପାଣିରେ ପୋକ ସାଲୁବାଲୁ ହେଉଛନ୍ତି। ଫୁଟାଇଲା ପରେ ବି ଯାଉନି ଦୁର୍ଗନ୍ଧ। ଏପରି ପାଣି ପିଇ ବଞ୍ଚୁଛନ୍ତି ବଲାଙ୍ଗିର ପୌରାଞ୍ଚଳ ବାସିନ୍ଦା। ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଫଳରେ ଗତ ଥର ଜଣ୍ଡିସର ଭୟଙ୍କର ରୂପ ଦେଖିଥିବା ପୌରାଞ୍ଚଳ ବାସିନ୍ଦା ଏଥର ବି ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବଲାଙ୍ଗିର ସହରରେ ଦୀର୍ଘ ଦିନ ଧରି ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଯୋଗାଇ ଦିଆଯାଏନି। ଆଉ ଯେବେ […]

  • Tuesday, 20 July 2021
fd
ତତ୍ପର ନିର୍ବାଚନ କମିଶନ: ଜବତ ହେଲାଣି ୨ କୋଟିର ମଦ, କୋଟିଏ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମୁକ୍ତ ଓ ଅବାଧ ମତଦାନ ପାଇଁ ନିର୍ବାଚନ କମିଶନ ପୂରା ତତ୍ପର। ନିର୍ବାଚନରେ ବିଶେଷ କରି ମଦ ଓ ଟଙ୍କାର ଯେମିତି ପ୍ରଭାବ ଦେଖିବାକୁ ନ ମିଳେ, ସେଥିପାଇଁ କମିଶନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଆଜି ପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଟଙ୍କାର ମଦ ଜବତ ହୋଇଥିବା ବେଳେ କୋଟିଏରୁ ଅଧିକ ନଗଦ ଟଙ୍କା ଜବତ ହୋଇସାରିଲାଣି। ଚେକ୍ ପୋଷ୍ଟ କରାଯାଇ ଗାଡ଼ି ମଟର ଯାଞ୍ଚ କରାଯାଉଛି। ଷ୍ଟାଟିକ୍ ଟିମ୍ […]

  • Tuesday, 20 July 2021
vlcsnap-error344
ଓଲଟିଲା ବରଯାତ୍ରୀ ଭ୍ୟାନ୍

କେନ୍ଦୁଝର: ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଉଥିବା ଏକ ବରଯାତ୍ରୀ ଭ୍ୟାନ୍ କେନ୍ଦୁଝର ପଣ୍ଡାପଡ଼ା ବଡପିଛୁଳା ଛକରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆହତମାନଙ୍କୁ ପଣ୍ଡାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ହରିଚନ୍ଦନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଡି ଚାଳକଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ […]

  • Tuesday, 20 July 2021
Capture2....
ଘରକୁ ଫେରିବା ବେଳେ ଅଟଘଣ

ସୋନପୁର: ସୋନପୁର-ବଲାଙ୍ଗୀର ରାସ୍ତାର ଝିଂକି ଛକରେ ଏକ ଟ୍ରକ ଧକ୍କା ଦେବାରୁ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୌଦ୍ଧ ମନମୁଣ୍ଡା ଫଗୁଣାମାଳ ଗାଁର ରଞ୍ଜିତ ମଲ୍ଲିକ ଏବଂ ମରମେଶ୍ୱର ବଘାର । ଉଭୟ ବଲାଙ୍ଗୀରରୁ ଘରକୁ ଫେରୁଥିବାବେଳେ ଝିଂକି ଛକରେ ସାମନା ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଗାଡି ଚାଳକ ଫେରାର ହୋଇଯାଇଥିଲେ। ସୋନପୁର […]

  • Tuesday, 20 July 2021
Capture-1....
ପରିବାରର ୪ଜଣଙ୍କୁ ଆଜୀବନ ଜେଲ୍‌

ଯାଜପୁର: ଯାଜପୁର ଜିଲ୍ଲା ଦୌରାଜଜ୍ ଏକ ନବବଧୂ ହତ୍ୟା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବିଚାରପତି ଏକ ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୧୪ ମସିହାରେ ପାଣିକୋଇଲିରେ ଜଣେ ନବବଧୂ କୁସୁମଲତା ସାହୁଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବହୁ ଖୋଜାଖୋଜି ପରେ ଏକ ପୋଖରୀରୁ କୁସୁମଲତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାରେ ଶାଶୂ, ଶ୍ୱଶୁର, ସ୍ୱାମୀ, ଦିଅର ଓ ନଣନ୍ଦଙ୍କୁ […]

  • Tuesday, 20 July 2021
heavy rainfall
ପାଣିିପାଗରେ ଆକସ୍ମିକ ପରିବର୍ତ୍ତନ: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ପାଣିପାଗରେ ପରିବର୍ତ୍ତନ ଦେଖା ଦେଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିସହ ପାଗ କୋହଲା ମଧ୍ୟ ରହିଛି। ଫଳରେ ପୁଣି ଶୀତ ବଢ଼ିବାର ଆଶଙ୍କା ଦେଖା ଦେଇଛି। ଆଜି ସକାଳୁ ସକାଳୁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ମଧ୍ୟ ସୂଚନା ମିଳିଛି। ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, […]

  • Tuesday, 20 July 2021
odia jawan
ଆଜି ଭୁବନେଶ୍ୱରରେ ପହଞ୍ଚିବ ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ସକାଳେ ଉଭୟଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଗାଡିରେ ସେମାନଙ୍କ ଜନ୍ମମାଟିକୁ ନିଆଯିବ। ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀରକୁ ଜଗତସିଂହପୁର ନାଉଗାଁ ଓ ସହିଦ ମନୋଜ କୁମାର ବେହେରାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି କଟକ ନିଆଳିର ରତନପୁରକୁ ନିଆଯିବ। ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଶେଷକୃତ୍ୟରେ ଦେଶ ସାରା କେନ୍ଦ୍ର […]

  • Tuesday, 20 July 2021
Capture-5-...
ଜଳିଗଲା ଆଖୁ କିଆରି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଣ୍ଡୁଗୁଡ଼ା ପଞ୍ଚାୟତ ବାଦପୁର ଗାଁ ଆଖୁ କିଆରିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ଶହେ ଏକରରୁ ଅଧିକ ଅଞ୍ଚଳରେ ହୋଇଥିବା ଆଖୁ ଫସଲ ଜଳି ନଷ୍ଟ ହୋଇଯାଇଛି । କୋଷାଗୁମୁଡ଼ା ଅଗ୍ନିଶମ ଗାଡ଼ି ପହଞ୍ଚିଥିଲେ ବି କ୍ଷେତକୁ ଯାଇ ନ ପାରିବାରୁ ସମସ୍ତ ଫସଲ ଜଳି ଯାଇଥିଲା । କେମିତି ଋଣ ଶୁଝିବେ ଓ ପରିବାର ପୋଷିବେ ସେ ଚିନ୍ତାରେ ମୁଣ୍ଡରେ ହାତ ଦେଇବସିଛନ୍ତି ବାଦପୁର ଓ କୋଣ୍ଡାପୁରୀ […]

  • Tuesday, 20 July 2021
Capture-4-...
ଦୁର୍ଗମ ଅଞ୍ଚଳରେ ବଢୁଛି ଶିଶୁ ଶ୍ରମିକ ଚାଲାଣ

ଗଜପତି: ଦାରିଦ୍ରତା ଓ ନିରକ୍ଷରତାକୁ ଅସ୍ତ୍ର କରି ବଢି ଚାଲିଛି ଶିଶୁ ଚାଲାଣ। ବିଭିନ୍ନ ପ୍ରଲୋଭନ ଦେଖାଇ ଦଲାଲମାନେ ନିରୀହ ପିଲାଙ୍କୁ ରାଜ୍ୟ ବାହାରେ କମ୍ପାନୀ ଓ ଘରୋଇ କାମରେ ନିୟୋଜିତ କରାଉଛନ୍ତି । ଏହାର ବେଶି ପ୍ରଭାବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକରେ। ବାହାର ରାଜ୍ୟରେ ନିର୍ଯାତନାର ଶିକାର ହୋଇ ବହୁ ପିଲା ଗାଁକୁ ଫେରି ଆସଥିବାବେଳେ ଏବେ ବି କିଛି ପିଲା ସହାୟତାକୁ ଅପେକ୍ଷା କରି ବସିଛନ୍ତି। ଗତ ୨ ବର୍ଷ […]

  • Tuesday, 20 July 2021
Capture-3...
ନିର୍ବାଚନକୁ ଅବାଧ କରିବ ‘ସିଟିଜେନ୍ ଭିଜିଲାନ୍ସ ଆପ୍’

ଭୁବନେଶ୍ୱର: ଓଡିଶା ଗସ୍ତରେ ଥିବା ନିର୍ବାଚନ କମିଶନର ଅଶୋକ ଲାଭାସା ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଚଳିତ ଥର ସିଟିଜେନ୍ ଭିଜିଲାନ୍ସ ଆପ୍ ଲଞ୍ଚ କରାଯିବ। ଯଦି କିଛି ଅଭିଯୋଗ ଥାଏ ,ତେବେ କୌଣସି ବ୍ୟକ୍ତି ଚାହିଁଲେ ଫଟୋଗ୍ରାଫ୍ ନେଇ ଆପେ ଅଭିଯୋଗ କରିପାରିବେ ବୋଲି ସେ କହିଥିଲେ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ୧୦୦ ମିନିଟ୍ ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅବଗତ କରାଯିବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ସୁରୁଖୁରରେ ଶେଷ […]

  • Tuesday, 20 July 2021
l1
ଆଳୁ ବ୍ୟବସାୟୀ ଲୁଟ୍‌ ଘଟଣା: ୬ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିର ଆଳୁ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ୬ ଜଣିଆ ଡକାୟତ ଦଳକୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାସ୍ଥଳରୁ ମିଳିଥିବା ଫୋନ୍‌କୁ ଟ୍ରାକ୍‌ କରି ପୁଲିସ୍‌ ଏହି ସଫଳତା ପାଇଥିବା କହିଛି। ଡକାୟତଙ୍କଠାରୁ ବିଭିନ୍ନ ମାରାଣାସ୍ତ୍ର ସହ ୧୮ ହଜାର ଟଙ୍କା, ୬ଟି ମୋବାଇଲ ଓ ୪ଟି ବାଇକ୍‌ ଜବତ ହୋଇଛି। ଗତ ୧ ତରିଖ ରାତିରେ ଏହି […]

  • Tuesday, 20 July 2021