• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

nj
ବିମାନ ସେବା କ୍ଷେତ୍ରରେ ରେକର୍ଡ କଲା ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଭୁବନେଶ୍ୱର ବିମାନବନ୍ଦର ଏକ ନୂଆ ରେକର୍ଡ କରିଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ବଢ଼ିଛି। ଏହାକୁ ଆଖି ଆଗରେ ରଖି ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆଗାମୀ ଦିନରେ ଟର୍ମିନାଲ୍ ଗୁଡ଼ିକୁ ଆହୁରି ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୩୨ ଲକ୍ଷ ୩୭ ହଜାର ୯୫୬ଜଣ ଯାତ୍ରୀ ଯିବା ଆସିବା କରିଥିଲେ। ଏମାନଙ୍କ ମଧ୍ୟରେ ୩୧ ଲକ୍ଷ […]

  • Tuesday, 20 July 2021
media employee
ଦୈନିକ ଖବରକାଗଜ ସର୍କୁଲେସନ୍‌ କର୍ମଚାରୀଙ୍କୁ ରାତି ଅଧରେ ନିର୍ମମ ହତ୍ୟା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଏକ ଦୈନିକ ଖବରକାଗଜର ସର୍କୁଲେସନ୍‌ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ। ସୂଚନା ଅନୁସାରେ, ୨୬ ତାରିଖ ଅଫିସ୍ ଛୁଟି ଥିବାରୁ ପ୍ରତାପ କୌଣସି କାମରେ ସମ୍ବଲପୁର ଯାଇଥିଲେ। ସେଠାରୁ ସେ ସୋନପୁର ଯାଇ ଗତକାଲି ରାତିରେ ବଲାଙ୍ଗିର ଫେରିଥିଲେ। ସେ ବସ୍‌ଷ୍ଟାଣ୍ଡରୁ ଅଫିସ୍‌କୁ ଯାଉଥିବା ବେଳେ ରେଲୱେ ଷ୍ଟେସନ୍‌ ରୋଡ୍‌ରେ କିଛି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛିମାସ […]

  • Tuesday, 20 July 2021
amit shah
ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସାଲେପୁରର କୁଳିଆ ପଡ଼ିଆରେ ସେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ। ଏଥିସହ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଥିବା ଦାୟିତ୍ୱର ହିସାବ ନେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଅମିତ ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ ନଜର ରହିବ। […]

  • Tuesday, 20 July 2021
ଇଏ
କୋରାପୁଟରେ ତ୍ରିମୁଖୀ ଲଢ଼େଇ

କୋରାପୁଟ: ଅଭିଜ୍ଞ ଏବଂ ନବାଗତଙ୍କ କୁରୁକ୍ଷେତ୍ର ସାଜିବ କୋରାପୁଟ। ଏଠି ଏଥର ତ୍ରିମୁଖୀ ଲଢ଼େଇ ହେବ। ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କୁ କଂଗ୍ରେସ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେବେ ୨୦୦୯ରେ ବିଜେଡି ଟିକେଟରେ ଜିତିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗିକୁ ପ୍ରାର୍ଥୀ କରି ବିଜେପି ଉଭୟଙ୍କୁ ମାତ୍ ଦେବା ଚକ୍କରରେ ରହିଛି। ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି, […]

  • Tuesday, 20 July 2021
vc
ସମର୍ଥକଙ୍କ ଚେତାବନୀ; ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଅନୁଭବ!

ଭୁବନେଶ୍ୱର: ଖଣ୍ଡପଡ଼ା ବିଜେଡିରେ ବିଦ୍ରୋହର ସ୍ୱର ଉଠିଛି। ସିଟିଂ ଏମ୍ଏଲ୍ଏ ଅନୁଭବ ପଟ୍ଟନାୟକଙ୍କୁ ଟିକେଟ୍ ନ ମିଳିଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ତାଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି। ଏଠାରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଅନୁଭବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଅନୁଭବଙ୍କ ସମର୍ଥକଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ୫ ବର୍ଷ ସରକାର ଓ ବିଜେଡି ପାଇଁ […]

  • Tuesday, 20 July 2021
naveen niwas
ନବୀନ ନିବାସ ପାଇଁ ଜମି ଜବର ଦଖଲ !

ଭୁବନେଶ୍ୱର :  ନବୀନ ନିବାସ ପାଇଁ ଜମି ଜବର ଦଖଲ ଅଭିଯୋଗ। ରାସ୍ତା ପ୍ରଶସ୍ତୀକରଣ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରୁ ମିଳିଥିବା ୧ ଦଶମିକ ୬ ଏକର ଜାଗା ଏବେ ନବୀନ ନିବାସ କବ୍‌ଜାରେ। ଏଭଳି ସଂଗୀନ ଅଭିଯୋଗ ଆଣିଛି କଂଗ୍ରେସ। ଦଳ ଅଭିଯୋଗ କରିଛି ୩ ଫେବ୍ରୁଆରି ୨୦୧୬ ରେ ରାସ୍ତା ସଂପ୍ରସାରଣ ପାଇଁ ୧ ଦଶମିକ ୬ ଏକର ଜମି ଅଦଳ ବଦଳ ପାଇଁ ଏୟାରପୋର୍ଟ ଅଥରିଟିଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର। […]

  • Tuesday, 20 July 2021
congress
୩ଦିନ ପରେ ସରିବ ନାମାଙ୍କନ ପ୍ରକ୍ରିୟା: ଛିଡୁନି କଂଗ୍ରେସର ଟିକେଟ୍ ଗଣିତ

ଭୁବନେଶ୍ୱର: ଜୋର୍‌ ଧରିଲାଣି ନିର୍ବାଚନୀ ପ୍ରଚାର। ନିଜ ସପକ୍ଷରେ ଭୋଟରଙ୍କୁ ମନାଇବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ପ୍ରାର୍ଥୀ। ତେବେ କଂଗ୍ରେସରେ ଚିତ୍ର କିନ୍ତୁ ଓଲଟା। ମୈଦାନରେ ବଦଳରେ ପିସିସି ସଭାପତିଙ୍କ ଘରେ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। କାରଣ ଏବେବି ଅଛିଣ୍ଡା ରହିଛି କଂଗ୍ରେସର ଟିକଟ ଅଙ୍କ। କିଛି ଆଶାୟୀ ଟିକଟ ନପାଇ ଅସନ୍ତୋଷ ଜାହିର କରିବାକୁ ଆସୁଥିବା ବେଳେ ଆଉ କିଛି ନିଜ ଅଞ୍ଚଳର  ଘୋଷିତ ପ୍ରାର୍ଥୀଙ୍କୁ ବଦଳାଇବା ଦାବିରେ ନିରଞ୍ଜନଙ୍କ ନିକଟରେ […]

  • Tuesday, 20 July 2021
Jagi Mangat Panda
‘OTVକୁ ସାଂଘାତିକ ହଇରାଣ କରାଯାଉଛି’

ଭୁବନେଶ୍ୱର: ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ବିଧାନସଭା ସ୍ୱାଧିକାର କମିଟି ଆଗରେ ଆଜି ହାଜର ହେବା ପରେ ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ସେ କାର୍ଯ୍ୟ କରି ଆସୁଛନ୍ତି। ଆଉ ରାଜ୍ୟରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ତେବେ ପ୍ରଥମ ଥର ଲାଗି ତାଙ୍କୁ ସାଙ୍ଘାତିକ ଭାବେ ହଇରାଣ କରାଯାଉଥିବା […]

  • Tuesday, 20 July 2021
gds
ଅଡୁଆରେ ପଡ଼ିପାରନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର: ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଲାଗି ଏଡିଏମ୍‌ଙ୍କ ନିକଟରେ ଦାବି କରିଛି ବିଜେପି। ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହାକି ଆଇନ୍‌ର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିଛି। ବିଜେପି ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ଏ ବାବଦରେ ଅଭିଯୋଗ […]

  • Tuesday, 20 July 2021
naba das..
ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାୟକ ପଦ ଛାଡିଲେ ନବ କିଶୋର ଦାସ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ବିଧିବଦ୍ଧ ଭାବେ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ନବ, ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ତେବେ ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି। କଂଗ୍ରେସରୁ ଇସ୍ତଫା ଦେବା ପରେ ନବ ଗତ ୨୪ ତାରିଖରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ଗତ ଜାନୁଆରୀ ୧୬ ତାରିଖ […]

  • Tuesday, 20 July 2021
ganga
ଗୁଣପୁର ନିର୍ବାଚନ ମଣ୍ଡଳୀରେ ଗମାଙ୍ଗ ପରିବାରର ଲଢ଼େଇ

ଗୁଣପୁର(ଇନ୍ଦ୍ରଜିତ୍ ପଣ୍ଡା): ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୧ ତାରିଖରେ ରାୟଗଡ଼ା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ  ମତଦାନ ହେବ। ଏଥିଲାଗି ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଠି ଚାରି କୋଣିଆ ଲଢ଼େଇ ହେବାକୁ ଯାଉଛି। ତେବେ ଏହି ଲଢ଼େଇ ହେବ ଗୋଟିଏ ପରିବାର ଭିତରେ। ଏଠାରୁ ନିର୍ବାଚନ ଲଢୁଥିବା ସମସ୍ତ ପ୍ରମୁଖ ପାର୍ଥୀ ଗମାଙ୍ଗ ପରିବାରର। ଏଣୁ ପାରିବାରିକ ରାଜନୀତିକୁ ନେଇ ସରଗରମ ହୋଇଛି ଏଠାକାର ନିର୍ବାଚନୀ ପରିବେଶ। ଏଠି ଅଜା-ନାତିଆ, ଦାଦା-ପୁତୁରା ଓ ମାମୁଁ- ଭଣଜା […]

  • Tuesday, 20 July 2021
jagannath temple
ଦଇତାପତି ନିଯୋଗ ନିର୍ବାଚନ ପାଇଁ ଚାଲିଛି ମତଦାନ

ପୁରୀ: ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ପାଇଁ ମତଦାନ ଚାଲିଛି। ଆଜି ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି। ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ଉପସଭାପତି, ସମ୍ପାଦକ, ସହ- ସମ୍ପାଦକ ଓ କୋଷାଧ୍ୟକ୍ଷ […]

  • Tuesday, 20 July 2021
jya
ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ଟିମ୍

ଭୁବନେଶ୍ୱର: କାଳିଆ ଟଙ୍କା ଅଟକାଇ ଦିଆଯାଇଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ ହୋଇଛି।  ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏ ସମ୍ପର୍କରେ ଘୋଷଣା ହୋଇଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାନ୍ତି।ଅନ୍ୟପକ୍ଷରେ ପିଏମ୍‌ କିଷାନ ଯୋଜନାରେ ଏବେ ବି ହିତାଧିକାରୀଙ୍କ ନାଁ ଭର୍ତ୍ତି ହେଉଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ବିଜେପିର ପ୍ରତିକ୍ରିୟା […]

  • Tuesday, 20 July 2021
sahid
ଜନ୍ମମାଟିରେ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ

ଖୋର୍ଦ୍ଧା: ଜନ୍ମମାଟିରେ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପରିବାର ଓ ଗାଁ ଲୋକେ ସହିଦ ହେମନ୍ତ ପଣ୍ଡାଙ୍କୁ ଗାଁ ଶ୍ମଶାନରେ ଅନ୍ତିମ ବିଦାୟ ଦେଇଛନ୍ତି। ଶାନ୍ତ ସ୍ୱଭାବର ଗାଁର ପୁଅକୁ ହରାଇ ଲୋକେ ଭାଙ୍ଗି ପଡ଼ିଛନ୍ତି। ହେମନ୍ତଙ୍କ ସାଙ୍ଗସାଥୀ ବି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି। ୪ ବର୍ଷ ହେଲା ଭାରତୀୟ ସେନାରେ ଲାନ୍ସ ନାୟକ ଥିବା ହେମନ୍ତ ସାଧାରଣତନ୍ତ୍ର ଦିବସରେ କଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ। ଗତକାଲି ହେମନ୍ତଙ୍କ […]

  • Tuesday, 20 July 2021
faf
ଚାନ୍ଦବାଲିରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ

ଭଦ୍ରକ (ବାସୁଦେବ ଦାସ): ଚାନ୍ଦବାଲିରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି। ଦିଗଛିଆ ମୁନି ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରାୟ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଏହି କର୍ମୀମାନେ ଆଜି ଦଳରେ ସାମିଲ୍ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବରିଷ୍ଠ […]

  • Tuesday, 20 July 2021
chaitanya majhi
ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ବୟସାଧିକ ଯୋଗୁ କିଛି ଦିନ ହେଲେ ସେ ଅସୁସ୍ଥ ଥିଲେ। ୧୯୨୯ ନଭେମ୍ବର ୧୯ରେ ଚୈତନ୍ୟ ମାଝୀ ଜନ୍ମଗ୍ରହଣ କରିଥିଲେ। ୧୯୭୯ରୁ ୧୯୮୫ ଯାଏ ସେ ଓପିଏସ୍‌ସିର ସଦସ୍ୟ ଥିଲେ।  କଂଗ୍ରେସ ଦଳରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ୧୯୭୨ରୁ ୧୯୭୮ଯାଏ ସେ କେନ୍ଦ୍ର କ୍ୟାବିନେଟର […]

  • Tuesday, 20 July 2021
bjd
ଭୋଟରଙ୍କୁ ଟଙ୍କା ଓ ଘର ଲୋଭ ଦେଖାଇଲେ ବିଜେଡି ନେତା: ଭିଡିଓ ଭାଇରାଲ୍

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଲେ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ନବ ଦାସ। କୁଚିଣ୍ଡାରେ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀ ନବ ଦାସ ଭାଷଣ ଦେବା ବେଳେ ଲୋକଙ୍କୁ ଲୋଭ ଦେଖାଇଥିବା ଦେଖିବାକୁ ମିଳିଛି। ନବ ଦାସ ଏକ ସଭାରେ ଭୋଟର୍‌ଙ୍କୁ ଟଙ୍କା ଓ ଘରର ଦେବାର ଲୋଭ ଦେଖାଉଥିବା ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି। ନିଜ ଭାଷଣରେ ନବ ଦାସ ‘ଆପଣଙ୍କ ଦାବି ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚାଇବି’ ବୋଲି କହିଛନ୍ତି। […]

  • Tuesday, 20 July 2021
practical exam
ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହୋଇଛି। ଏନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ଯୁକ୍ତ ୨ରେ ୩ଲକ୍ଷ ୬୭ହଜାର ୫ଶହ ଛାତ୍ରଛାତ୍ରୀ ପରୀକ୍ଷା […]

  • Tuesday, 20 July 2021
fa
ପଶ୍ଚିମ ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପ୍ରଚାର

ନୂଆପଡ଼ା(ମାୟାଧର ସରାଫ): ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ନୂଆପଡ଼ା ନିର୍ବାଚନମଣ୍ଡଳୀର ତରବୋଡରେ ଏକ ସମାବେଶରେ ସେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ କଂଗ୍ରେସର ଗରିବଙ୍କୁ ୭୨ ହଜାର ଟଙ୍କା ପ୍ରଦାନର ଘୋଷଣାକୁ ପ୍ରଶଂସା କରିବା ସହିତ କହିଛନ୍ତି, କଂଗ୍ରେସ ଯାହା କହେ, ତାହା କରେ। ଧର୍ମଗଡ଼ରେ ସେ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗ ଦେବେ। ବାଘେଲଙ୍କ ସହିତ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ତଥା […]

  • Tuesday, 20 July 2021
accident
ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌

କଳାହାଣ୍ଡି: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜୋଲ୍‌କୋ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ତଳକୁ ଯାତ୍ରୀବାହୀ ବସ୍‌ ଖସି ପଡ଼ିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଭବାନୀପାଟଣା ଓ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଭାବେ […]

  • Tuesday, 20 July 2021
fsa
ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ ରୋକିଲା ଷ୍ଟାଟିକ୍ ସର୍ଭିଲାନ୍ସ ସ୍କ୍ୱାଡ୍

ସୁନ୍ଦରଗଡ଼: ଶୋଭାଯାତ୍ରା ବେଳେ ସୁନ୍ଦରଗଡ଼ ଲୋକସଭାର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ଅଟକାଇଲା ନିର୍ବାଚନ କମିଶନଙ୍କ ଷ୍ଟାଟିକ୍ ସର୍ଭିଲାନ୍ସ ସ୍କ୍ୱାଡ୍। ସୁନୀତ ଆଜି ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ପ୍ରଚାର ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏଥିପାଇଁ ଆବଶ୍ୟକ ଅନୁମତି ନ ଥିବାରୁ ପୁଲିସ୍ ତାଙ୍କୁ ହାତୀବାରିରେ ଅଟକ ରଖିଥିଲା। ହେଲେ କିଛି ସମୟ ପରେ ସୁନୀତା ସେଠାରୁ ଆସି ରୋଡ୍ ଶୋ’ କରୁଥିବା ବେଳେ ପୁରୁଣାପାଣିରେ ତାଙ୍କୁ ଶୋଭାଯାତ୍ରା ଓ ସଭା ପାଇଁ ଅନୁମତି  ପତ୍ର ମାଗିଥିଲା […]

  • Tuesday, 20 July 2021
rainfall
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶ ଠାରୁ ଦକ୍ଷିଣ ଛତିଶଗଡ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଫଳରେ ଏହାର ପ୍ରଭାବରେ ପାଗ ମେଘୁଆ ରହିଛି। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର […]

  • Tuesday, 20 July 2021
gf
ପ୍ରଚାର ପାଇଁ କଳାହାଣ୍ଡିରେ ଧର୍ମେନ୍ଦ୍ର

କଳାହାଣ୍ଡି(ରାଜକୁମାର ସିଂହଦେଓ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି ଜିଲ୍ଲାର ତିନିଟି ସ୍ଥାନରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି। ଜୁନାଗଡ଼ ନିର୍ବାଚନମଣ୍ଡଳୀର ବୃନ୍ଦାବାହାଲରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଧର୍ମେନ୍ଦ୍ର। ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବର୍ଷିବା ସହ କାଳିଆ ଯୋଜନାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସେମାନଙ୍କ ସମ୍ପର୍କୀୟ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ଏହି […]

  • Tuesday, 20 July 2021
aap
୩୧ରେ ଓଡ଼ିଶା ଆସିବେ ଅରବିନ୍ଦ କେଜ୍ରିୱାଲ୍‌

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆସନ୍ତା ୩୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ଲୋୟର ପିମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ କେଜ୍ରିୱାଲ୍‌ ଯୋଗ ଦେବେ। ଏନେଇ ଆମ୍‌ ଆଦମୀ ପାର୍ଟି (AAP)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ସେହିଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିବାର […]

  • Tuesday, 20 July 2021