• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

vimsar-director
କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର: କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଏନେଇ ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। କଂଗ୍ରେସର ସମୀକ୍ଷା ବୈଠକରେ କର୍ମୀଙ୍କ ଦୁର୍ବ୍ୟବହାର ଓ ଗାଳିଗୁଲଜ କରାଯାଇଥିବା ଅଭିଯୋଗ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢ଼ିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା […]

  • Tuesday, 20 July 2021
Capture-6..........
ମୋବାଇଲ ପାଇଁ ସାଙ୍ଗକୁ ହତ୍ୟା 

ବରଗଡ଼: ମୋବାଇଲ ନ ଫେରାଇବାରୁ ସାଙ୍ଗକୁ ହତ୍ୟା। ଏପରି ଅଭାବନୀୟ ଘଟଣା ବରଗଡ଼ରେ ଘଟିଛି । ମୃତକ ହେଲେ ବରଗଡ଼ ବାନ୍ଦୁଟିକ୍ରାର ସଦାନନ୍ଦ ତାଣ୍ଡିଙ୍କ ପୁଅ ଇନେଶ ତାଣ୍ଡି । ଇନେଶଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ଦୁଇ ସାଙ୍ଗ ଆଶିଷ ଭୋଇ ଓ ବିକାଶ ବାଗଙ୍କୁ ବରଗଡ଼ ଟାଉନ୍ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବେ ଆଶିଷଙ୍କଠାରୁ ଇନେଶ ଏକ ମୋବାଇଲ ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ୱେ […]

  • Tuesday, 20 July 2021
Capture--5-...
 ୮୨ କିଲୋ ଗଞ୍ଜେଇ ଜବତ

ଗଜପତି : ଗଜପତି ଜିଲ୍ଲା ଅଡ଼ବା ପୋଲିସ ୪ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮୨ କିଲୋ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତମାନେ ଗଞ୍ଜେଇ ନେଇ ଅଡ଼ବା ଥାନା ରେଣୁଗାଁରୁ ବ୍ରହ୍ମପୁର ଅଭିମୁଖେ ଆସିବାର ଯୋଜନା ଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେମାନଙ୍କୁ ପୋଲିସ ଗିରଫ କରିଛି । ସମସ୍ତଙ୍କ ଘର ବ୍ରହ୍ମପୁରରେ […]

  • Tuesday, 20 July 2021
h
ଭଉଣୀକୁ ବାହା ଦେବାକୁ ମନା କରିବାରୁ ଭାଇକୁ ହତ୍ୟା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭଉଣୀକୁ ବାହା ଦେବାକୁ ମନା କରିବାରୁ ଯୁବତୀଙ୍କ ବଡ଼ଭାଇଙ୍କୁ ହତ୍ୟା କଲା ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଙ୍କରିଆପଦର ଗାଁରେ। ମୃତକ ହେଲେ ବରପାଲି ଥାନା କୁଟ୍ରାପାଲି ଗାଁର ଗୋବର୍ଦ୍ଧନ ଗିରି। ସୂଚନାନୁସାରେ, ଗୋବର୍ଦ୍ଧନଙ୍କ ଭଉଣୀଙ୍କୁ ନାନୁ ସନ୍ୟାସୀ ନାମକ ଜଣେ ଯୁବକ ଭଲ ପାଉଥିଲେ। କିନ୍ତୁ ଗୋବର୍ଦ୍ଧନ ତାଙ୍କ ଭଉଣୀକୁ ବାହା ଦେବାକୁ ମନା କରିବାରୁ ଏଥିରେ ଖୁବ୍‌ ରାଗି ଯାଇଥିଲେ ନାନୁ। ଗୋବର୍ଦ୍ଧନ ଦୁଇ […]

  • Tuesday, 20 July 2021
Capture--4--........
ମୂଳପୋଛ ହେବା ପରିବର୍ତ୍ତେ ବଢି ଚାଲିଛି ‘କୁଷ୍ଠ’

କୋରାପୁଟ :  କୋରାପୁଟ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୫ ମସିହାରେ ଏହି ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ମୂଳପୋଛ ହେଲା ବୋଲି ଘୋଷଣା ହୋଇଥିଲା । କିନ୍ତୁ ଏକ ଆକଳନ ଅନୁସାରେ, ଧୀରେ ଧୀରେ ଏହି ରୋଗୀଙ୍କ ସଂଖ୍ୟା ବଢୁଛି। କେବଳ ମଝିରେ ମଝିରେ ସଚେତନତା ସଭା ହେଉଛି। କିନ୍ତୁ ରୋଗୀଙ୍କ ପ୍ରତି କାହାରି ନଜର ନାହିଁ । ଗତ ୩ ବର୍ଷରେ ସରକାରୀ ଭାବେ […]

  • Tuesday, 20 July 2021
mbbs
MBBS ଓ BDS ପାଇଁ ଆଜି ପ୍ରକାଶ ପାଇବ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର: ମେଡିକାଲ୍ ପାଠ୍ୟକ୍ରମ ଏମ୍‌ବିବିଏସ୍ ଓ ବିଡିଏସ୍ ପାଇଁ ଆଜି ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ ଓ ଲକିଙ୍ଗ କରିପାରିବେ। ପ୍ରଥମ ପର୍ଯ୍ୟାୟ ମେଡିକାଲ୍ ସିଟ୍ ଆଲଟ୍‌ମେଣ୍ଟ ଜୁଲାଇ ୪ ତାରିଖରେ ପ୍ରକାଶ ପାଇବ। ଏମ୍‌ବିବିଏସ୍‌ରେ ୧୨୫୦ ଓ ବିଡିଏସ୍‌ରେ ୧୫୦ ସିଟ୍ ଲାଗି ଓଜେଇଇ ଆଡମିଶନ୍ କରୁଛି। ଗତକାଲି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୩ ହଜାର ୬ ଶହ ୫୪ ଜଣ […]

  • Tuesday, 20 July 2021
Capture--3-...
‘ରୁଗ୍‌ଣ ଶୀତଳଭଣ୍ଡାର ଚାଲୁ କରିବାକୁ ସହାୟତା ଦିଅ’

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢିଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍‌ଣ ଅବସ୍ଥାରେ ପଡ଼ିଛି। ତେଣୁ ସମସ୍ତ ରୁଗ୍‌ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବୀ ହୋଇଛି । ଏହାସହ ବିଦ୍ୟୁତ୍‌ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଏବଂ ବ୍ୟାଙ୍କ ଲୋନ କ୍ଷେତ୍ରରେ ସୁଧା ହାର କମାଇବାକୁ ରାଜ୍ୟ ଶୀତଳଭଣ୍ଡାର ସଂଘ ପକ୍ଷରୁ ଦାବୀ ହୋଇଛି । […]

  • Tuesday, 20 July 2021
sarak
ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ ପ୍ରତିକ୍ରିୟା ରଖିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ଏସ୍‌ସି/ଏସ୍‌ଟି ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ଏ ସମ୍ପର୍କରେ ସେ ଅବଗତ ଅଛନ୍ତି, ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ଘଟଣା ସଂପର୍କରେ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଜଣାଇ ଦିଆ ଯାଇଛି।  ଏଥିସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳର […]

  • Tuesday, 20 July 2021
Capture-2...........
 ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ମୋ ଘର ବିଜେପି ଘର, ମୋ ପରିବାର ବିଜେପି ପରିବାର ନାଁରେ ବିଜେପି ପକ୍ଷରୁ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରୁ କାର୍ଯ୍ୟକ୍ରମ ଅ।ରମ୍ଭ ହୋଇଛି । ବିଜେପିର ସମସ୍ତ କର୍ମୀ ଓ ନେତାଙ୍କ ଘରେ ଏଣିକି ବିଜେପି ପତାକା ଲଗାଯିବ । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ […]

  • Tuesday, 20 July 2021
Capture1...........
 ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ  

ଦେବଗଡ଼ : ରେଙ୍ଗାଳି ବନ୍ଧ ଯୋଗୁ ବାସଚ୍ୟୁତ ହୋଇଥିବା ଅଞ୍ଚଳବାସୀଙ୍କୁ ଦୀର୍ଘ ବର୍ଷ ପରେ ବି ଥଇଥାନ କରାଯିବାକୁ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ  ନିଆଯାଉ ନାହିଁ। ଏହାବ୍ୟତୀତ ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉ ନାହିଁ। ଏଥିରେ ଅତିଷ୍ଠ ହୋଇ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ସୋମବାର ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ  ଦୋକାନ ବଜାର ସମେତ ଗାଡ଼ି ଚଳାଚଳ […]

  • Tuesday, 20 July 2021
BJD_MLA
ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଆଜି

ବଲାଙ୍ଗିର: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ୱର ଆଡିସନାଲ୍ ଡିଷ୍ଟ୍ରିକ୍ଟ୍ ଆଣ୍ଡ୍ ସେସନ୍ କୋର୍ଟରେ ହେବ। ଏଥିପାଇଁ ତାଙ୍କୁ ପାଟଣାଗଡ଼ ଜେଲ୍‌ରୁ ରାତି ୩ଟା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରକୁ ଅଣାଯାଇଛି। ଶୁଣାଣି ବେଳେ ସ୍ପେଶାଲ ଜଜ୍‌ଙ୍କ କୋର୍ଟରେ ଉପସ୍ଥିତ ରହିବା ପାଇଁ ପାଟଣାଗଡ ଏ.ଡି.ଜେ କୋର୍ଟ, ବିଧାୟକ ସରୋଜ ମେହେର, ଯନ୍ତ୍ରୀ ଜୟକାନ୍ତ ଶବର, ଅଭିଯୋଗକାରିଣୀ ପ୍ରବୀଣା ରାଜହଂସ, ପାଟଣାଗଡ଼ ଏସ୍‌ଡିପିଓ ଏବଂ ପାଟଣାଗଡ଼ ଏ.ଡି.ଜେ କୋର୍ଟର ସରକାରୀ […]

  • Tuesday, 20 July 2021
Volleyball tournament
ଚଉଦକୁଲାଟରେ ରାଜ୍ୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଚଉଦକୁଲାଟର ଆଜାଦ ସ୍ପୋର୍ଟିଂ କ୍ଲକ୍‌ ଆନୁକୂଲ୍ୟରେ ପଞ୍ଚଦଶ ରାଜ୍ୟ ସ୍ତରୀୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ହଜାର ହଜାର ଦର୍ଶକ ପୂର୍ବତନ ସାଂସଦଙ୍କୁ ସ୍ୱାଗତ କରିଥିଲେ। କ୍ରୀଡାର ବିକାଶ ପାଇଁ ୨୪ଟି ମିନି ଷ୍ଟାଡିୟମ୍‌ ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଛି। ତଥାପି ଅନେକ ଭିତ୍ତିଭୂମିର ଅଭାବ ଅଛି ବୋଲି ବୈଜୟନ୍ତ କହିଛନ୍ତି। ଆଗାମୀ ଦିନରେ ଲୋକେ ସହଯୋଗ […]

  • Tuesday, 20 July 2021
rain
ଆଠଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ: ୩ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଅସମ୍ଭାଳ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଏହି ବର୍ଷା ହେଉଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଅତ୍ୟଧିକ ବର୍ଷା ସମ୍ଭାବନା ଯୋଗୁ ଆଜି ରାଜ୍ୟର ୮ଟି ଜିଲ୍ଲାରେ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, […]

  • Tuesday, 20 July 2021
traders calls bandh
ପୁଲ୍‌ଓ୍ୱାମା ଆକ୍ରମଣର ପ୍ରତିବାଦରେ ଆଜି ଦେଶବ୍ୟାପୀ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଲ୍‌ଓ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଆଜି ବନ୍ଦ ପାଳନ କରୁଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଏହି ଆକ୍ରମଣକୁ ନିନ୍ଦା କରି ରାଜ୍ୟ ସମେତ ଦେଶର ବିଭିନ୍ନ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ଆଜି ଅପରାହ୍ନ ୪ଟା ଯାଏ ଦୋକାନ ବଜାର ନ ଖୋଲିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି। ପୁଲ୍‌ୱାମା ହମ୍‌ଲାରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା […]

  • Tuesday, 20 July 2021
sdfsadf
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ

ଭୁବନେଶ୍ୱର: ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି। ଦଳୀୟ ଟିକେଟ୍ ନ ମିଳିବାରୁ ଗତକାଲି ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ସିପ୍ରା। ପ୍ରାର୍ଥିପତ୍ର ପ୍ରତ୍ୟାହାର ନିଷ୍ପତ୍ତି ପରେ ସିପ୍ରା କହିଛନ୍ତି,“ଏଥର ନିର୍ବାଚନ ଲଢ଼ିବାକୁ ଇଚ୍ଛାଥିଲା। […]

  • Tuesday, 20 July 2021
sura baba
ସୁର ବାବାଙ୍କ ନାଁରେ ପୁଣି ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ସୁର ବାବାଙ୍କ ନାଁରେ ପୁଣି ଅଭିଯୋଗ। ପୂଜା ବାହାନାରେ ଅଧ ରାତିରେ ଜଣେ ମହିଳାଙ୍କୁ ନିଜ କୋଠରୀକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ହତ୍ୟା କରିବାକୁ ତ୍ରାହି ଅଚ୍ୟୁତ ଆଶ୍ରମର ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ଚେଲାମାନେ ଧମକ ଦେଉଥିବା ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି। ଏତଲା ଅନୁସାରେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ […]

  • Tuesday, 20 July 2021
representational image
ଯୋଗ କରୁଥିବା ବେଳେ ଟଳି ପଡ଼ିଲେ

ପାରଳାଖେମୁଣ୍ଡି: ମୃତ୍ୟୁ କୌଣସି ବି ମୁହୂର୍ତ୍ତରେ ଆସିପାରେ। ଯାହାର ଜ୍ୱଳନ୍ତ ଉଦାହରଣ ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। ଯୋଗ କରୁଥିବା ବେଳେ ଜଣେ ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ତେବେ ବୃଦ୍ଧଙ୍କ ପରିଚୟ ଜଣାପଡ଼ି ନାହିଁ। ଆଜି ସକାଳେ ହାଇଟେକ୍‌ ପ୍ଲାଜା ପଡ଼ିଆରେ ଯୋଗ ଶିବିର ଚାଲିଥିଲା। ଯୋଗ ଚାଲିଥିବା ସମୟରେ ହଠାତ୍‌ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • Tuesday, 20 July 2021
ree
ନିର୍ଦୟ, ରାସ୍ତକଡ଼ରେ ଦୁଇ ଶିଶୁ କନ୍ୟାକୁ ଛାଡ଼ି ପଳାଇଲେ

ସୋର(ଶଶିକାନ୍ତ ବେହେରା): ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ରାସ୍ତା କଡ଼ରୁ ୨ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ବାସୁଦେବପୁର-ଅନନ୍ତପୁର ରାସ୍ତାର ଗୁଡ୍ ଛକରୁ ଏହି ଦୁଇ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।  କିଏ ଓ କାହିଁକି ଏଠାରେ ନବଜାତଙ୍କୁ ଏଠାରେ ଛାଡ଼ି ଦେଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

  • Tuesday, 20 July 2021
mandi
ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା

କେନ୍ଦୁଝର: ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା। କେନ୍ଦୁଝର ଜିଲ୍ଲା ତେଲକୋଇ ସମବାୟ ସମିତିର ଅବହେଳା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନ କିଣାନଯିବାରୁ ଶହ ଶହ ଧାନ ବସ୍ତା ବର୍ଷାରେ ଭିଜିଯାଇଛି। ଜାନୁଆରୀ ୨୫ ତାରିଖରୁ ଧାନ କିଣା ବନ୍ଦ ହୋଇଯାଇଥିଲା। ହେଲେ ୨ ହଜାର ବସ୍ତା ଧାନ କିଣାଯିବ ବୋଲି ଅନୁମତି ଆସିଥିଲା। ଆଉ ୧୫ ତାରିଖ ଶୁକ୍ରବାର ଦିନ ଧାନ କିଣାଯିବ ବୋଲି ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ କୁହାଯାଇଥିଲା। ସେହି […]

  • Tuesday, 20 July 2021
fdgfg
ଭୋଟ୍‌ ଗ୍ରହଣ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ ପ୍ରସ୍ତୁତି କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ନିର୍ବାଚନ ହେବ। ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଚ୍ଛିନ୍ନାଞ୍ଚଳ ଓ ମାଓ ଉପଦ୍ରୁତ ଅଞ୍ଚଳକୁ ହେଲିକପ୍ଟର୍ ଯୋଗେ ପୋଲିଂ ପାର୍ଟି ଓ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି। ନିର୍ବାଚନ କାର୍ଯ୍ୟରେ ବାୟୁସେନାର ହେଲିକପ୍ଟର୍ ନିୟୋଜିତ କରାଯାଇଛି। ଚିତ୍ରକୋଣ୍ଡାର କୁନ୍ତରପଦରରେ ୧୦ଟି ବୁଥ ଥିବାରୁ ଥରକେ ୨ରୁ ୩ଟି ପୋଲିଂ ପାର୍ଟିକୁ  ହେଲିକପ୍ଟର୍‌ରେ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦ଟି ବୁଥକୁ […]

  • Tuesday, 20 July 2021
jajpur
ବୋହୂକୁ ଆକ୍ରମଣ କରି ଶ୍ୱଶୁର ଆତ୍ମହତ୍ୟା କରିଥିବା ଅଭିଯୋଗ

ଯାଜପୁର: ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଶ୍ୱଶୂର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବରୁଣେଇପଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି କୌଣସି କଥାକୁ ନେଇ ଶ୍ୱଶୁର ଓ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଶ୍ୱଶୁର ଏକ ଧାରୁଆ ଅସ୍ତ୍ରରେ ବୋହୂଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବୋହୂଙ୍କୁ ଯାଜପୁର ରୋଡ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ […]

  • Tuesday, 20 July 2021
fdsdf
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ଧର୍ମଗଡ଼: ରାଜ୍ୟରେ ନିର୍ବାଚନୀ ମାହୋଲ ଚାଲୁଥିବାରୁ ବିଭିନ୍ନ ଆଡ଼ୁ ଟଙ୍କା ଓ ମଦ ଜବତ ହେଉଥିବା ବେଳେ ଆଜି ଖୋଦ୍‌ ଶାସକ ଦଳର ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ଏହି ମୋଟା ଅଙ୍କର ଅର୍ଥରାଶି ଜବତ ହୋଇଛି। ଜୟପାଟଣାରେ ପ୍ରଦୀପଙ୍କ କାର୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାଡ୍। ତେବେ ଏହି ଟଙ୍କା କେଉଁଠୁ ଆସିଲା ସେ […]

  • Tuesday, 20 July 2021
rajnath singh
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭଦ୍ରକ ଉପକଣ୍ଠ ରାଣୀତାଲ୍‌ରେ ଏକ ସାଧାରଣ ସଭାରେ ରାଜନାଥ ସିଂ ଯୋଗଦେବେ। ରାଜନାଥଙ୍କ ଗସ୍ତକୁ ନେଇ ଭଦ୍ରକ ଜିଲ୍ଲା ବିଜେପି ଚଳଚଞ୍ଚଳ ହୋଇଛି। ରାଜନାଥ ସିଂହ ରାଣୀତାଲ୍‌ରେ ବୁଥ୍‌ ସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସମାବେଶରେ ଭଦ୍ରକ ବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କର୍ମୀ ଯୋଗଦେବେ। ରାଜନାଥ ସିଂହଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା […]

  • Tuesday, 20 July 2021
jawan
ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଜନ୍ମ ମାଟିରେ ସହିଦଙ୍କୁ ଦିଆଗଲା ଶେଷ ବିଦାୟ। ପୁଲ୍‌ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ଗତକାଲି ବିରାଟ ଶୋଭାଯାତ୍ରାରେ ତାଙ୍କ ଗାଁକୁ ନିଆଯାଇଥିଲା। ସେଠାରେ ଶୋକାକୂଳ ପରିବେଶ ଭିତରେ ପରିବାର, ପରିଜନ ଓ ଗାଁ ଲୋକେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ନିଆଳିରେ ସହିଦ ମନୋଜ କୁମାରଙ୍କ ଗାଁରେ ଉପସ୍ଥିତ ଥିଲେ। ବିମାନ […]

  • Tuesday, 20 July 2021
gd
ବୋମା ତିଆରିକୁ ବିରୋଧ କରିବାରୁ ଗାଁ ସଭାପତିଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ୱର: ଗାଁ ଭିତରେ ବୋମା ତିଆରିକୁ ବିରୋଧ କରିବାରୁ ଗାଁ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଭଳି ଘଟଣା ଘଟିଛି ପାହାଳ ନିକଟ ଗୋହଳ ଗ୍ରାମରେ। କିଛି ଦିନ ତଳେ ଗୋହଳ ଗ୍ରାମର ୨ଜଣ ଅସାମାଜିକ ଯୁବକ ଅନ୍ୟ ଦୁଇ ଜଣ ଅଚିହ୍ନା ଯୁବକଙ୍କ ସହିତ ଗାଁ ମୁଣ୍ଡରେ ଥିବା ଏକ ଘରେ ବୋମା ଭିଡୁଥିଲେ। ସେହି ଗାଁର ସଭାପତି ପ୍ରଭାତ କୁମାର ଦାସ ଏ ସଂପର୍କରେ ପାହାଳ ଫାଣ୍ଡିରେ ଏତଲା ଦେଇଥିଲେ। ଏଥିରେ ଉତ୍‌କ୍ଷିତ୍ପ ହୋଇ […]

  • Tuesday, 20 July 2021