
ବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଠାକୁର । ଆଜି ପ୍ରତ୍ୟୁଷରେ ମଙ୍ଗଳ ଆତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ଗୋପାଳବଲ୍ଲଭ ଓ ଖେଚୁଡି ଭୋଗ ହୋଇଥିଲା । ସେନାପଟା ଲାଗି ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା ।
ଭୁବନେଶ୍ୱର: ରାଜ୍ୟ ସରକାର ଗତକାଲି IAS ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସ୍ଟି ବିଭାଗର କମିଶନର ଦାୟିତ୍ୱ ମିଳିବା ସହ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ OSDMAର ଦାୟିତ୍ୱ ମଧ୍ୟ ମିଳିଛି। ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଦାୟିତ୍ୱ ମିଳିଛି। କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏବେ କ୍ରିଷନ୍ କୁମାର ସମବାୟ ସଚିବ ଅଛନ୍ତି। ସେହିପରି ପ୍ରଶାନ୍ତ କୁମାର ଶତପଥୀଙ୍କୁ […]
କୁଜଙ୍ଗ: ଜଗତସିଂପୁର ଜିଲା କୁଜଙ୍ଗରେ ଥିବା ଏକ ବିବାହ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ମଙ୍ଗଳବାର ଏକ ବିବାହ ସମ୍ପନ୍ନ ହୋଇଥିଲା। ବେଦୀ ଉପରେ ବସିଥିଲେ ବରକନ୍ୟା। ମନ୍ତ୍ରପାଠ, ହୋମଯଜ୍ଞ ମଧ୍ୟରେ ପଡିଥିଲା ହାତଗଣ୍ଠି। ଉଭୟ ପରିବାର, ସମ୍ପର୍କୀୟ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କନ୍ୟାଦାନ ହୋଇଥିଲା। ବିବାହ ରୀତିନୀତି ସମ୍ପନ୍ନ ପରେ କାନାଡା ଝିଅ ହୋଇ ଯାଇଛନ୍ତି କୁଜଙ୍ଗ ବୋହୂ। ସିନ୍ଥିରେ ସିନ୍ଦୁର ଆଉ ହାତରେ ଚୁଡି ପିନ୍ଧି ବିଦେଶିନୀଜଣକ ପାଲଟିଗଲେ ଖାଣ୍ଟି ଓଡିଆଣୀ। ସଂପୂର୍ଣ୍ଣ ବୈଦିକ […]
ଗଜପତି: ଗଜପତି ଜିଲ୍ଲା ମୋହନାରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୋହନା ବ୍ଲକ କାମ୍ବାଇରେ ଗାଁର ସସ୍ମିତା ମାଝି ନାମ୍ନୀ ଯୁବତୀଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ। ଗତକାଲି ରାତିରେ ସସ୍ମିତା ହଠାତ୍ ଝାଡ଼ାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ମୃତ୍ୟୁ ବିଷକ୍ରିୟାଜନିତ ବୋଲି ଡାକ୍ତର କହିଛନ୍ତି। ଏନେଇ ଖୋଳତାଡ଼ ଆରମ୍ଭ କରିଛି ଅଡ଼ବା ପୁଲିସ୍। ଯୁବତୀଙ୍କର କିପରି ମୃତ୍ୟୁ […]
ଭୁବନେଶ୍ୱର: ପୂର୍ବତଟ ରେଲେଓ୍ୱର ବିଭାଜନକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି । ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା ସଂଗଠନ ପକ୍ଷରୁ ପୂର୍ବତଟ ରେଲେଓ୍ୱର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।ର କାର୍ଯ୍ୟକ୍ରମ ରହିଛି। ଦଳ ଅଭିଯୋଗ କରିଛି ଯେ, ପୂର୍ବତଟ ରେଲୱେ ଓଡ଼ିଶା ପକ୍ଷରୁ ରେଲୱେକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ପ୍ରତି କିନ୍ତୁ ଅବହେଳା ପ୍ରଦର୍ଶନ କରାଯାଉଛି । ଆଗାମୀ ନିର୍ବାଚନକୁ […]
ବ୍ରହ୍ମଗିରି ( ରବିନାରାୟଣ ପୂଜାରୀ) : ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ଅନ୍ୟତମ ପ୍ରମୁଖ ଆର୍କଷଣ ହେଲା ଡଲଫିନ।। ହେଲେ ବର୍ଷ ଆରମ୍ଭରୁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଜାନୁୟାରୀ ଓ ଫେବୃୟାରୀରେ ୪ଟି ବିରଳ ଇରାୱାଡି ଡଲଫିନର ମୃତ୍ୟୁ ହୋଇଛି। ଚିଲିକାରେ ଏହି ପ୍ରଜାତିର ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଏବେ ସ୍ୱେଚ୍ଛାସେବୀ ଓ ବନବିଭାଗର ଚିନ୍ତା ବଢାଇଛି। ଚଳିତବର୍ଷ ଆରମ୍ଭରୁ ଏଯାଏଁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ୪ ଛୁଇଁଲାଣି। ଡଲଫିନ ଗଣନା ତଥ୍ୟ କହୁଛି, ୨୦୧୫ରେ […]
ଭୁବନେଶ୍ୱର: ଗତକାଲି ଉତ୍କଳ ମଣ୍ଡପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବର୍ଷ ୨୦୧୭ ପାଇଁ ରବିଶଙ୍କର ପଟ୍ଟନାୟକ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି । ଫିଲ୍ମ ସଂପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ରବିଶଙ୍କରଙ୍କୁ ଏହି ସମ୍ମାନ ଦିଆଯାଇଛି । ସେହିଭଳି ‘ହେଲୋ ଆର୍ସି ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି । ‘ହେଲୋ ଆର୍ସି’ର ନିର୍ଦ୍ଦେଶକ ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ, ପାର୍ଥସାରଥୀ […]
ଭୁବନେଶ୍ୱର: ପୁଲ୍ୱାମା ହମ୍ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍ ସହ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରି ୨ଜଣ ଯୁବକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଯାତ୍ରୀଙ୍କ ମାଡରେ ଦୁଇ ଯୁବକ ଲହୁ ଲୁହାଣ ହୋଇଥିବା ସୂଚନା ମିଳିଛି। ଗତକାଲି ବରଗଡ଼ରୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଦେଇ କଟକ ଯାଉଥିବା ଏକ ସରକାରୀ ବସ୍ରେ ଏହି ଘଟଣା ଘଟିଛି। ବରଗଡ଼ରୁ ଆସୁଥିବା ଏହି […]
ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପ ବର୍ଷା ହେବାର ସମ୍ଭାବନା ଥିବାବେଳେ ୪ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ୫ ତାରିରେ ବିଭିନ୍ନ ସ୍ଥାନରେ ଅଳ୍ପ ବର୍ଷା […]
ଭୁବନେଶ୍ୱର(ବଳରାମ ମହାନ୍ତି) : ରାଜ୍ୟରେ ୨୨ହଜାର ୫୧୨ ଗଣଶିକ୍ଷକଙ୍କ ମଧ୍ୟରୁ ୧୮ ହଜାର ୫୧୨ଜଣଙ୍କ ନିୟମିତ ହୋଇଥିବା ବେଳେ ଅବଶିଷ୍ଟ ୫ ହଜାର ଗଣଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ରାଜରାସ୍ତାରେ ଭିକ ମାଗିଲେ ଗଣଶିକ୍ଷକ। ସେମାନଙ୍କୁ ନିୟମିତ କରିବା ଦାବି ନେଇ ଗତ ୫ ତାରିଖରୁ ବିଧାନସଭା ସମ୍ମୁଖରେ ଓଡିଶା ଗଣଶିକ୍ଷକ ମହାସଂଘ ଧାରଣା ଦେଇଛି। ୨୨ ଦିନ ଧରି ଧାରଣା ଦେବା ପରେ ଏହି ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ନ ନେବାରୁ […]
ଭୁବନେଶ୍ୱର (ଆଲୋକ ମହାନ୍ତି): ପୁଲ୍ଓ୍ୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏଭଳି ସ୍ଥିତିରେ ଓଡ଼ିଶାରେ ବି ଆଲର୍ଟ ଜାରି କରାଯାଇଛି। ଆଜି ନୌସେନା, ସ୍ଥଳସେନା, କୋଷ୍ଟଗାର୍ଡ, ସିଆରପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ, ଗୁଇନ୍ଦା ବିଭାଗ ଏବଂ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁରକ୍ଷା ସମୀକ୍ଷା କରିଛନ୍ତି। ଏଥିସହ ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ଡିଜିପି ରାଜେନ୍ଦ୍ର […]
ଝାରସୁଗୁଡ଼ା: ପୁଲିସ୍ ଭ୍ୟାନ୍-ଟ୍ରକ୍ ମୁହାଁମୁହିଁ ଧକ୍କା। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କୁ ବେଲପାହାଡ଼ ଟିଆର୍ଏଲ୍ ହସ୍ପିଟାଲ୍ ଓ ମଣ୍ଡଳିଆ ସ୍ଥିତ MCL ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବଡନୟନ ପୁରୁ ଛକରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ବଡନୟନ ପୁରୁ ଛକରେ ଥିବା ଏକ ଗାଡ଼ି ଗ୍ୟାରେଜ୍ ଉପରକୁ ୩ଜଣ ଯୁବକ ବାଇକ୍ରେ ଆସି ଗୁଳିମାଡ଼ […]
ପୁରୀ: ବାଲୁକା କଳାରେ ଏୟାର୍ ଫୋର୍ସ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରଶଂସା କରାଯାଇଛି। ପୁରୀ ବେଳାଭୂମୀରେ ଅଭିନନ୍ଦନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଗତକାଲି ସୀମାରେ ଅଦମ୍ୟ ସାହସ ଦେଖାଇ ଆକାଶ ମାର୍ଗରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନକୁ ଖସାଇ ଦେଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ତାଙ୍କୁ ନେଇ ସାରା ଦେଶ ଏବେ ଗର୍ବ କରୁଛି।
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ, ମନୋଜ ସ୍ୱାଇଁ) : ଝାଳବୁହା ପରିଶ୍ରମ କରି ଧାନ ଅମଳ କରିଥିବା ଚାଷୀ ଏବେ ଚିନ୍ତାରେ। କାରଣ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି। ସମବାୟ ଅଫିସ୍ ଆଗରେ ଧାନ ଥୋଇ ମାସେ ହେଲାଣି ବସି ରହିଛନ୍ତି ଚାଷୀ। ଖୋଲା ଆକାଶ ତଳେ ପଡ଼ିଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନ। ନିଜର କଷ୍ଟ ଅର୍ଜିତ ଧାନକୁ ଶୀତ କାକରରେ ଜଗି ବସିଛି। ମାସେ ବିତିଲାଣି, କିନ୍ତୁ ମିଲର୍ କି ସୋସାଇଟି କର୍ତ୍ତୃପକ୍ଷଙ୍କ ଦେଖାନାହିଁ। ଫଳରେ […]
କେନ୍ଦୁଝର: ଗୁଣିଗାରେଡ଼ି ଏବଂ ଡାହାଣୀ ସନ୍ଦେହରେ ଲୋକମାନେ ହତ୍ୟାକାଣ୍ଡ ପରି ସଙ୍ଗୀନ ଅପରାଧ ଘଟାଉଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ହେଉଛି। ଏହିପରି ଅନ୍ଧବିଶ୍ୱାସ ରୋକିବାକୁ ପୁଲିସ୍ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାମ ହାତକୁ ନିଆଯାଉଛି। ତେବେ ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ କେନ୍ଦୁଝର ପୁଲିସ୍ ପକ୍ଷରୁ କିନ୍ତୁ ଏକ ଅଭିନବ ଉଦ୍ୟମ କରାଯାଇଛି। ଲୋକଙ୍କ ମନରୁ ଏପରି ଅନ୍ଧବିଶ୍ୱାସ ଦୂର କରିବାକୁ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଏକ ନିଆରା ଉଦ୍ୟମ କରିଛନ୍ତି। […]
ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ନିକଟସ୍ଥ ପରସଲି ପଞ୍ଚାୟତରେ ୪ଟି ମାଓ ପୋଷ୍ଟର୍ ଦେଖିବାକୁ ମିଳିଛି। ପଞ୍ଚାୟତ ଅଫିସ୍ କାନ୍ଥରେ ୨ଟି ପୋଷ୍ଟର୍ ଲାଗିଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରରେ ୨ଟି ପୋଷ୍ଟର୍ ଲାଗିଛି। ବାଘୁନା ଡିଭିଜିନାଲ୍ ମାଓବାଦୀ କମିଟି ନାଁରେ ଲାଗିଥିବା ଏହି ପୋଷ୍ଟର୍ରେ ନିୟମଗିରି ଜନ ଆନ୍ଦୋଳନକୁ ଦୁର୍ବଳ କରିବାକୁ ସରକାରଙ୍କ ପ୍ରୟାସକୁ ବିରୋଧ କରାଯାଇଛି। ଏହାକୁ କମ୍ପାନୀ ହାତରେ ଟେକିଦେବାକୁ ସରକାରଙ୍କ ଉଦ୍ୟମକୁ ଫାସିବାଦ ନୀତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏହା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ପୋଲଗାଠାରୁ କୁଳିପୋସ୍ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଥିବାରୁ ଦୀର୍ଘ ଦିନ ହେଲା ଲୋକେ ବହୁ ଅସୁବିଧା ଭୋଗୁଥିଲେ। ଏମିତି କି ପିଲାଏ ବି ସ୍କୁଲ୍ ଯିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧୀଙ୍କୁ ଜଣାଇଥିଲେ। ହେଲେ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ମାତ୍ର ଏନେଇ […]
ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ସୋଶାଲ୍ ମିଡିଆରେ ବୁଲିବା ପରେ ସରକାରଙ୍କୁ ଘାରିଛି ଭାଇରାଲ୍ ଭୟ । ପ୍ରଶ୍ନପତ୍ର ଲିକ୍କୁ ରୋକିବାକୁ ଯୁକ୍ତ ଦୁଇ ପରୀକ୍ଷାରେ ଏଣିକି ସନ୍ଦେହପୂର୍ଣ୍ଣ ହାତ ଘଣ୍ଟା ଉପରେ ଲାଗିଛି କଟକଣା। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ଭିତରକୁ କ୍ୟାମେରା ଲାଗିଥିବା ହାତ ଘଣ୍ଟା ପିନ୍ଧି ଯାଇପାରିବେନି। ଏହାସହ ମୋବାଇଲ୍ ଉପରେ ବି ସମାନ କଟକଣା ଜାରି ରହିବ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ […]
ଭୁବନେଶ୍ୱର: କାଳିଆ ଯୋଜନାରେ ରାଜ୍ୟର ଆହୁରି ଅଧିକା ୧୦ ଲକ୍ଷ ଚାଷୀ ଉପକୃତ ହେବେ । ଆଜି ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି।କାଳିଆ ଯୋଜନାରୁ କେହି ଚାଷୀ ଯେପରି ବାଦ୍ ନ ପଡ଼ିବେ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ମାର୍ଚ୍ଚ ପହିଲା କିମ୍ବା ତା ପରେ ପରେ ଡ୍ରାଫ୍ଟ ତାଲିକା ପ୍ରକାଶ କରାଯିବ। ଏପ୍ରିଲ୍ ପହିଲା ପରେ ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ ନେଇ […]
ଗଞ୍ଜାମ : ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉନ୍ନତିକୃତ ନୂଆ ବର୍ଥର ଉଦ୍ଘାଟନ କରିଛନ୍ତି । ଏହାପରେ ଶେରଗଡ଼ରେ ୧୭୨ କୋଟି ଟଙ୍କାର ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୧୧ଟି ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଧରାକୋଟ ଓ ସାନଖେମୁଣ୍ଡି ବ୍ଲକର ୧୩ଟି ପାଇପ୍ ଜଳ […]
ଭୁବନେଶ୍ୱର: ଆଜି ମାଟ୍ରିକ୍ ପରୀକ୍ଷାର ଚତୁର୍ଥ ଦିନ। ପରୀକ୍ଷାର୍ଥୀମାନେ ତୃତୀୟ ଭାଷା ସଂସ୍କୃତରେ ଆଜି ପରୀକ୍ଷା ଦେବେ। ପ୍ରଥମ ୩ଟି ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଆଜି କିଭଳି ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପରୀକ୍ଷା ପୂର୍ବରୁ କିଭଳି ପ୍ରଶ୍ନପତ୍ର ଭାଇରାଲ୍ ନହୁଏ, ତା’ ଉପରେ ମାଧ୍ୟମିକ ଶିକ୍ଷା ପରିଷଦ ନଜର ରଖିଛି। ସେପଟେ ଗତକାଲି ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ […]
ଭୁବନେଶ୍ୱର: ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ପବନ ବହିବ। ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ଏହାପରେ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଠାରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଗତକାଲି ରାତିରେ […]
ଭୁବନେଶ୍ୱର: ମହିଳା କମିଶନ ସଦସ୍ୟା ତିଲୋତ୍ତମା ନାୟକଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦୁର୍ବବ୍ୟହାର ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି ଦଳର ମହିଳା ମୋର୍ଟ୍ଟା । ଦଳର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରଶ୍ନ କରିଛନ୍ତି, ସାମ୍ବିଧାନିକ ପଦବୀରେ ଥିବା ମହିଳା କମିଶନ ସଦସ୍ୟାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ମୁଖ୍ୟମନ୍ତ୍ରୀ ସାଧାରଣ ମହିଳାଙ୍କୁ ନ୍ୟାୟ ଦେଇ ପାରିବେ […]
କଳାହାଣ୍ଡି: ସରକାର ପାଓ୍ୱାର କଟ୍ ବନ୍ଦ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ଘୋଷଣା କେବଳ କାଗଜ କଲମରେ ସୀମିତ ଥିବା ଭଳି ଲାଗୁଛି । ଗତ ୬/୭ ମାସ ହେଲା କଳାହାଣ୍ଡିରେ ପାଓ୍ୱାରକଟ୍ ଚାଲିଥିବା ବେଳେ ଏବେ ତାତି ବଢିବା ସାଙ୍ଗକୁ ମୁଣ୍ଡରେ ବୋର୍ଡ ପରୀକ୍ଷାର ଚିନ୍ତ। ଏଥିରେ ଛାତ୍ରଛାତ୍ରୀ ସାଙ୍ଗକୁ ସାଧାରଣ ଲୋକ ବି ପ୍ରଭାବିତ ହେଉଛନ୍ତି। ବିଜୁଳି ଥିଲେ ଚଳଚଞ୍ଚଳ ଏବଂ ବିଜୁଳି ଗଲେ ଖାଁ ଖାଁ । […]