
କେନ୍ଦ୍ରାପଡ଼ା: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍ ଫାଟକରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବାରଡ଼ିଆ ହାଇସ୍କୁଲରେ। ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ୍ ଫାଟକର ତାଲା ପକାଇ ଧାରଣାରେ ବସିଥିଲେ। ଏଠାରେ ୮ଜଣ ଶିକ୍ଷକଙ୍କ ଆବଶ୍ୟକ ଥିବାବେଳେ ମାତ୍ର ୩ ଜଣ ଶିକ୍ଷକଙ୍କୁ ପାଠପଢ଼ା ଚାଲିଛି। ଫଳରେ […]
ଭୁବନେଶ୍ୱର: ଏଥର ରେଳ ବଜେଟ୍ରେ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଲାଗି ୫୮୦୦ରୁ ୬୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇଛି। ମଧ୍ୟବର୍ତ୍ତିକାଳୀନ ବଜେଟ୍ରେ ବଡ଼ ବଡ଼ ପ୍ରକଳ୍ପ ଲାଗି ଯେଉଁ ବ୍ୟୟବରାଦ ହୋଇଥିଲା ସେଥିରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଏବେ ଆସନ୍ତୁ ଜାଣିବା କେଉଁ ପ୍ରକଳ୍ପ ପାଇଁ କେତେ ବ୍ୟୟ ବରାଦ ହୋଇଛି- ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୨୫୦ କୋଟି,ହରିଦାସପୁର-ପାରାଦୀପ ପାଇଁ ୪୦୦ […]
କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବାରେ ବିଳମ୍ବ କରିଛି କଂଗ୍ରେସ। ବିଜେପି ଓ ବିଜେଡି ପୂରା ଦମ୍ରେ ଲାଗିଥିବାବେଳେ ବାହୁଡ଼ା ପରେ ପ୍ରଚାର କରାଯିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସମସ୍ତ ବିଧାୟକ ଓ ସାଂସଦଙ୍କୁ ୨ ଦିନ ଲେଖାଏ ପାଟକୁରାରେ ରହିବା ଲାଗି କୁହାଯାଇଛି। ଏହାସହ କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ପ୍ରଚାର ପାଇଁ ଆସିବାକୁ କୁହାଯାଇଛି ବୋଲି ନିରଞ୍ଜନ ଜଣାଇଛନ୍ତି। ଦଳର ଯେଉଁ ସ୍ଥିତି, ସେଥିରେ ଅର୍ଥ ବଳରେ […]
ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତି ବିକ୍ଷୋଭ ପ୍ରଦର୍ଶନ କରିଛି। କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ନବୀକରଣ, ଆର୍ଥିକ ଏବଂ ଯନ୍ତ୍ରପାତି ସହାୟତା ଦାବିରେ ଶ୍ରମିକ ସଂଗଠନ ବିକ୍ଷୋଭ କରିଛି। ସକାଳେ ଶ୍ରମିକମାନେ ଏକ ଶୋଭାଯାତ୍ରାରେ ବନ୍ତ ଛକ, କଚେରୀ ଛକ ଓ ଅପର୍ତ୍ତିବିନ୍ଧା ଛକ ଦେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ। ଏହାପରେ ପ୍ରତିବାଦ କରିବା ସହ ୧୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଭୁବନେଶ୍ୱର: କେନ୍ଦୁପତ୍ର ଶ୍ରମିକଙ୍କୁ ଝଟ୍କା। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍ ହ୍ରାସ କଲେ ସରକାର। କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତ ରୁ ୫୦ ପ୍ରତିଶତକୁ ଓ କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। GST ଓ ପ୍ରତିକୂଳ ପାଣିପାଗ ପ୍ରଭାବରୁ ହେଉଥିବା କ୍ଷତି ହ୍ରାସ କରିବାକୁ ସରକାର ବୋନସ୍ ହ୍ରାସ କରିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ […]
ଭୁବନେଶ୍ୱର: ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସୁରକ୍ଷା। ଏଥିପାଇଁ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟ ଆଧାରରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଗତ ୫ ତାରିଖରେ ଓଡ଼ିଶା ସରକାର ଗେଜେଟ୍ ନୋଟିଫିକେସନ୍ ଜରିଆରେ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରାଯାଇଥିବା ଗୃହ ବିଭାଗ ପକ୍ଷରୁ […]
ଭୁବନେଶ୍ୱର: ମିଶନ୍ ପାଟକୁରା ପାଇଁ ଚକ୍ରବ୍ୟୁହ ରଚନା କରୁଛି ବିଜେଡି। ପ୍ରତିପକ୍ଷକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ପାଟକୁରାରେ ଜବରଦସ୍ତ ପ୍ରସ୍ତୁତି ଚଳାଇଛି ବିଜେଡି। ପଞ୍ଚାୟତରୁ ବ୍ଳକ୍ ଯାଏ, ଗଡ଼ ଜଗିଛନ୍ତି ଗଣ୍ଡାଗଣ୍ଡା ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଡେରାବିଶ୍ ବ୍ଲକ୍ର ୨୬ଟି ପଞ୍ଚାୟତ ମଧ୍ୟରୁ ୧୪ଟି ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ଦଳର ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା। ଅନ୍ୟ ୧୨ଟି ପଞ୍ଚାୟତ କଥା […]
ଭୁବନେଶ୍ୱର: ଚାଷୀଙ୍କୁ ଦିଆଯାଉଥିବା କୃଷିଋଣର ସୁଧ ଛାଡ଼ରେ ବଡ଼ ଧରଣର ଘୋଟାଲା ହୋଇଛି। ନାବାର୍ଡର ତଦନ୍ତ ରିପୋର୍ଟରେ ଏହି ଅନିୟମିତତା ଉପରୁ ପରଦା ହଟିଛି। ବ୍ୟାଙ୍କକୁ ସୁଧ ଛାଡ଼ ବାବଦକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଟଙ୍କାରେ ଏହି କେଳଙ୍କାରୀ ହୋଇଛି। ୨୦୧୬- ୧୭ ବର୍ଷରେ କୃଷି ଋଣ ସୁଧ ଛାଡ଼ ବାବଦକୁ କେନ୍ଦ୍ର ପାଖରୁ ନାବାର୍ଡ ମାଧ୍ୟମରେ ୫୬ କୋଟି ଟଙ୍କା ଅଧିକ ଆସିଛି। ଏଥରୁ ରାଜ୍ୟ ସମବାୟ ବ୍ୟାଙ୍କ ଖାତାକୁ ୨୧ […]
କଟକ: ଆଠଗଡ଼ ପାଖ କପୁରସିଂ ରାସ୍ତାରେ ଗୁଳି ଚଳାଇ ଲୁଟ୍ ହୋଇଛି। କଟକ-ଢେଙ୍କାନାଳ ରାସ୍ତାର କପୁରସିଂ ପାଖରେ ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ ପାଖରୁ ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି। ଢେଙ୍କାନାଳର ହୋମିଓପ୍ୟାଥି ଡାକ୍ତର ଜଣକ ଜମି କିଣିବା ଲାଗି ଭୁବନେଶ୍ୱରରୁ କାର୍ ଯୋଗେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିଲେ। କପୁରସିଂ ପାଖରେ ୩ ଜଣ ଯୁବକ ଏକ ବାଇକରେ ଆସି ଡାକ୍ତରଙ୍କ କାର ଅଟକାଇଥିଲେ। କାର୍ ଅଟକିବା ପରେ ଓ୍ୱିଣ୍ଡ ସିଲ୍କୁ […]
କେନ୍ଦୁଝର: ଗାଁକୁ ରାସ୍ତା ଅଛି, ତଥାପି ଭାରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ବଙ୍ଗଲାସାହିରେ। ବର୍ଷା ଯୋଗୁ ରାସ୍ତାସାରା କାଦୁଅରେ ଭର୍ତ୍ତି ଥିବାରୁ ରୋଗୀଙ୍କୁ ଖଟିଆରେ ପାର କରି ଅଟୋରେ ନେଉଛନ୍ତି ଲୋକେ। ମନରେଗା ଯୋଜନାରେ 10 ଲକ୍ଷ ଟଙ୍କା ବ୍ୟୟବରାଦରେ ୨୦୧୮-୧୯ରୁ ଏହି କାମ ଆରମ୍ଭ ହୋଇଛି। ବର୍ଷା ପୂର୍ବରୁ କାମ ସରିନଥିବାରୁ ରାସ୍ତା ସାରା କାଦୁଅରେ ଭରି ହୋଇ ରହିଛି। ସ୍କୁଲ୍ ପିଲାଙ୍କ […]
କେନ୍ଦୁଝର: କେନ୍ଦୁଝରରେ ପୁଣି ମାତିଲା ଦନ୍ତାହାତୀ। ବଂଶପାଳ ବ୍ଲକ୍ ଦଆଳା ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଆଜି ଭୋରରୁ ହାତୀଟି ଗାଁର ଟୁପୁଲି ମୁଣ୍ଡାଙ୍କ ଘରେ ଧାନ, ଚାଉଳ ଖାଇବା ପାଇଁ ପଶିଯାଇଥିଲା। ତେବେ ଏହାକୁ ଘଉଡ଼ାଇବାକୁ ବୃଦ୍ଧା ଜଣକ ଚେଷ୍ଟା କରିଥିଲେ। ଏହି ସମୟରେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଛି। ଘଟଣା ପରେ ଏନେଇ ବନ ବିଭାଗକୁ ସୂଚନା ଦିଆଯାଇଛି। ଏହି ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଛି। ଏନେଇ ବନବିଭାଗକୁ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆଜି ରେଳ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ଜିଲ୍ଲାର ମୁନିଗୁଡ଼ା ରେଳ ଫାଟକ ନିକଟରେ ଏକ ମାଲ୍ବାହୀ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କର ଦୁଇ ହାତ କଟି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଟିକାଟଣା ରେଳ ଫାଟକ ପାଖରେ ଜଣେ ମହିଳାଙ୍କୁ ଧକ୍କା ଦେଇ ମାରିଦେଇଛି ଲୌହ ଦାନବ। ମୃତ ଯୁବକ ଜଣକ ମୁନିଗୁଡ଼ା ସୁଣ୍ଡି ସାହି ସ୍ଥିତ ଠାକୁର ବେହେରା ବୋଲି ଜଣାପଡ଼ିଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନି। […]
ଭୁବନେଶ୍ୱର : ୧୯ ବର୍ଷ କ୍ଷମତାରେ ରହିବା ପରେ ନବୀନ ସରକାର ବିରୋଧରେ ହାଓ୍ୱା ଯେତିକି ଜୋର୍ ଧରିଛି, କଳେ ବଳେ କୌଶଳେ ଭୋଟ୍ ହାତେଇବା ପାଇଁ ସେତିକି ଜୋର୍ ଲଗାଯାଉଛି ବିଜେଡି । ସ୍ଥିତି ଏଭଳି ହୋଇଛି ଯେ, କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟା ବଦଳରେ ଢେର ଆଗୁଆ ଉତ୍କଳ ଦିବସରେ ବାଣ୍ଟିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କଂଗ୍ରେସ୍ ଏହାକୁ ଭୋଟ୍ ପାଇଁ ଲାଞ୍ଚ କହୁଥିବା ବେଳେ କେନ୍ଦ୍ରମନ୍ତ୍ରୀ […]
ପୁରୀ (ସଞ୍ଜୟ ପତି )- ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜାରି ରଖିଛନ୍ତି ଜୀବନ ସଂଗ୍ରାମ । ଦୁର୍ଦ୍ଦିନରେ କାଳ କାଟୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର। ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର କାହ୍ନୁଚରଣ ମଲ୍ଲିକଙ୍କ ମଝିଆ ପୁଅ ସର୍ବେଶ୍ୱରଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ । ପରିବାରକୁ ଆଜି ଯାଏ କୌଣସ ସରକାରୀ ସୁବିଧା ମିଳି ନାହିଁ। ଭଙ୍ଗା ଦଦରା […]
ଭଦ୍ରକ (ବାସୁଦେବ ଦାସ ) : କିଛି ଦିନ ପରେ ମହା ଶିବରାତ୍ରୀ । ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ପୀଠରେ ବି ଲାଗିବ ପ୍ରବଳ ଭିଡ଼ । ଶୈବପୀଠରେ ଜାଗର ଜାଳିବେ ହଜାର ହଜାର ଶ୍ରଦ୍ଧାଳୁ । ଖାଲି ମହା ଶିବରାତ୍ରୀ ନୁହେଁ ଅନ୍ୟ ଦିନରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ଭିଡ ଜମିଥାଏ । ଶୈବ ପୀଠର ବିକାଶ ପାଇଁ ଅର୍ଥ ଆସିଛି। ହେଲେ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ସ୍ଥାନୀୟ ବାସିନ୍ଦା […]
ସମ୍ବଲପୁର: ଇଷ୍ଟକୋଷ୍ଟ ରେଳ ଧାରଣାରେ ପ୍ରଥମ ଥର ଲାଗି ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ କିଲୋମିଟର ଦୈର୍ଘ୍ୟର ମାଲବାହୀ ଟ୍ରେନ। ସମ୍ବଲପୁର ରେଳ ଡିଭିଜନର ଗଡଭାଗାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ ଚଲାଯାଇଥିଲା । ଟ୍ରେନରେ ୪ଟି ଇଞ୍ଜିନ, ୧୪୭ଟି ବଗି ରହିଥିଲା । ଟ୍ରେନର ପ୍ରଥମ ରେଗ୍ରେ ୫୪ଟି ୱାଗନରେ ମାଲବାହୀ କଣ୍ଟେନର ଥିଲା। ଦ୍ୱିତୀୟରେ ଏବଂ ତୃତୀୟ ର୍ୟାକରେ ୫୧ଟି ଲେଖାଏ ଖାଲି ଆଲୁମିନିୟମ କଣ୍ଟେନର ଯାତାୟତ କରିଛି । ଏହି ସବୁ […]
ପୁରୀ:ପୁରୀ ବସ୍ ଭିତରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ୍ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି। ଏହାସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍ ପୂର୍ବରୁ ଅଟକ ରଖିଥିବା ଉକ୍ତ ବସ୍ର ହେଲପରକୁ ଗିରଫ କରିଛି। ଗତ ରାତିରେ ଏକ ଲକ୍ଜୁରି ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଶରଧାବାଲିରେ ପୀଡ଼ିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ୍ ପୀଡ଼ିତାକୁ ଉଦ୍ଧାର କରିବା ସହ ଅଭିଯୋଗ କ୍ରମେ ବସ୍ […]
ଯାଜପୁର(ଗୁଲାମ ଗସ୍) : ଯାଜପୁର ଜିଲ୍ଲାରେ ପ୍ରେମରେ ଅସଫଳ ଜଣେ ପ୍ରେମିକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ନିଜଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ପ୍ରଥମେ ଯୁବକଜଣକ ଭୁଜାଲିରେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ପରେ ଏଥିରେ ଅନୁତପ୍ତ ହୋଇ ନିଜକୁ ମଧ୍ୟ ଭୁଜାଲିରେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନନ୍ତର କରାଯାଇଛି । ଏଭଳି […]
ଗଞ୍ଜାମ : ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଉପରେ ଦାଉ ସାଜିଛି ଜଉ ପୋକ । କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ମଧ୍ୟ ଏକଥାକୁ ସ୍ୱୀକାର କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ରୋଗ ପୋକ ଦାଉରୁ ରକ୍ଷା ଲାଗି କୃଷି ବିଭାଗ […]
ମାଲକାନଗିରି : ମାଲକାନଗିରି ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଅତି ନିମ୍ନମାନର ଉପକରଣ ଯୋଗାଇ ଦିଆଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ପାଇଁ ଆସିଥିବା କିଟ୍ ବ୍ୟାଗରେ ଶସ୍ତା ଉପକରଣ ଯୋଗାଇ ଦିଆଯାଉଛି। ୫ ହଜାର ଟଙ୍କା ମୂଲ୍ୟର ଏହି ଶସ୍ତା କିଟ୍ ବ୍ୟାଗକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଅପହଞ୍ଚ ଅଞ୍ଚଳର ଶ୍ରମିକ, ମିସ୍ତ୍ରୀ, ବଢେଇ ଓ କୁଶଳୀ କାରିଗରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି କିଟ୍ ଦିଆଯାଇଛି। […]
ବାଲେଶ୍ୱର : ବାଲେଶ୍ୱର ସୋରର ତାଳପଦା ବଜାରରେ ଥିବା ଟାଟା ଇଣ୍ଡିକ୍ୟାସ୍ ATM ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ସେ ନେଇ ସୂଚନା ମିଳିପାରିନି । ATMରେ ପଶି ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି। ହେଲେ ଦୁର୍ବୃତ୍ତଙ୍କ କିଛି ସୂଚନା ପାଇପାରିନି ।
ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଜାରି ଚାଲିଛି। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଉଛି। ଏଥିପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି। ଆଜ୍ଞାମାଳ ବିଜେ ପରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡ଼ଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବାର ପରମ୍ପରା ରହିଛି। ଆଜି ଦ୍ୱାରଫିଟା ନୀତି ବିଳମ୍ବରେ ଆରମ୍ଭ ହୋଇଥିବାରୁ ସମସ୍ତ ନୀତି ବିଳମ୍ବରେ ଚାଲୁଥିଲା।
କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭରୁ ହିଁ ବିଭ୍ରାଟ ଦେଖା ଦେଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଯାଇଛି। ଏହି ଘଟଣାର ତଦନ୍ତରେ ତତ୍ପରତା ଦେଖାଇ କୋରାପୁଟ୍ ଜିଲ୍ଲାର ଦୁଇ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଛି । କୋରାପୁଟ DEOଙ୍କ ଏତଲାକୁ ଭିତ୍ତି କରି ବନ୍ଧୁଗାଁ ହାଇସ୍କୁଲ୍ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍ ଓ ଅନ୍ୟ ଜଣେ ଶିକ୍ଷକଙ୍କ ନାଁରେ ଏହି […]