• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

vlcsnap-error062
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଯାଜପୁର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ତଣ୍ଡରା ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ତଣ୍ଡରା ଗାଁର ନରେନ୍ଦ୍ର ମଲିକ ବୋଲି ଜଣାପଡିଛି। ନରେନ୍ଦ୍ର ତାଙ୍କ କୁକୁଡା ଫାର୍ମ ଛାତ ଉପରେ ଲୁହା ପାଇପ୍ ବିଛାଉଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ନରେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗାଁଲୋକେ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ଗାଁ ଭିତରେ କମ୍ ଉଚ୍ଚତାରେ ୧୧କେଭି […]

  • Monday, 19 July 2021
mm
ସମ୍ବିଧାନକୁ ସାକ୍ଷୀ ରଖି ଦୁଇ ପ୍ରେମୀ ଯୁଗଳ କଲେ ବିବାହ

ଭୁବନେଶ୍ୱର :  ବିନା ବାଜା ରୋଷଣୀ, ବରଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣରେ ସମ୍ପର୍ଣ୍ଣ ହେଲା ବିବାହ। ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅରିଜିତ ଓ ଶିବାଲିକା ।ରାଜଧାନୀ ଭୁବନେଶ୍ୱରରେ ବିନା ଜାତି, ଜାତକ, କର୍ମକାଣ୍ଡରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଅରିଜିତ ଓ ଶିବାଲିକା ପରସ୍ପରକୁ ଭଲ ପାଉଥିଲେ । ଆଉ ସେହି ପ୍ରେମସାଥିରୁ ଜୀବନସାଥି ହେବା ପାଇଁ ବାପା ମାଆଙ୍କ ସହମତିରେ ପ୍ରେମ ବିବାହ […]

  • Monday, 19 July 2021
bus
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

କଟକ/ବାଙ୍କୀ: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ବାଙ୍କୀ ରଣସଙ୍ଖ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବସ୍। ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତାକଡ଼ର ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବାଙ୍କୀରୁ କଟକ ଅଭିମୁଖେ ଆସୁଥିଲା ଘରୋଇ ଲୋକନାଥ ବସ୍।

  • Monday, 19 July 2021
jay narayan
ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ

ଭୁବନେଶ୍ୱର: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ ମିଳିଛି। ବନାବିରା ଗୁଳିକାଣ୍ଡ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କା ଲେଖାଏଁ ୨ ଜାମିନଦାର ବଦଳରେ ତାଙ୍କୁ ଜାମିନ ମିଳିଛି। ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ବାହାରକୁ ନଯିବାକୁ ସର୍ତ୍ତ ରହିଛି ବୋଲି ଜୟନାରାୟଣଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

  • Monday, 19 July 2021
criminal
ରାଜନୀତିରେ ଅପରାଧୀକରଣ ରୋକିବାକୁ ପାଳନ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର :  ଅପରାଧିକ ପୃଷ୍ଠଭୂମି ଥିଲେ ଲଢି ହେବନି କି ନିର୍ବାଚନ ? ରାଜନୀତିରେ ଅପରାଧୀକରଣ ରୋକିବାକୁ ଏ ପ୍ରଶ୍ନକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ ସେପ୍ଟେମ୍ବର ୨୫ରେ ବି ଅପରାଧିକ ମାମଲା ଥିଲେ ସତ୍ୟପାଠରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନିଜ ଦଳର ୱେବସାଇଟ୍ ସହ ଖବରକାଗଜ […]

  • Monday, 19 July 2021
pattamundai collage
ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅଶାନ୍ତି, ଫାଟକରେ ତାଲା

ପଟ୍ଟାମୁଣ୍ଡାଇ: କଲେଜରେ ଅଣଛାତ୍ର ପ୍ରବେଶକୁ ନେଇ ତାତିଲେ ଛାତ୍ର। ଟାୟାର ଜାଳି ଆନ୍ଦୋଳନ କରିଛନ୍ତି ପଟ୍ଟମୁଣ୍ଡାଇ କଲେଜ ଛାତ୍ର। ଗତକାଲି କିଛି ଅଣଛାତ୍ର କଲେଜରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିବା ପ୍ରତିବାଦରେ ପିଲାମାନେ କଲେଜ ଗେଟ୍‌ରେ ତାଲା ପକାଇଦେଇଛନ୍ତି। ବାରମ୍ବାର କଲେଜରେ ଅଣ ଛାତ୍ର ପ୍ରବେଶ କରୁଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ର। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯିବ ସେ ପର୍ଯ୍ୟନ୍ତ କଲେଜ […]

  • Monday, 19 July 2021
vlcsnap-error339
ଭୁବନେଶ୍ୱର- କୋଣାର୍କ ରାସ୍ତା ବିଚ୍ଛିନ୍ନ

କୋଣାର୍କ : ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରକୁ କୋଣାର୍କ ଓ କାକଟପୁରକୁ ସଂଯୋଗ କରୁଥିବା ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ଏହି ରାସ୍ତାର ଗରପଦା ନିକଟରେ ଧନୁଆ ନଦୀ ଉପରେ ନିର୍ମାଣାଧୀନ ପୋଲ ପାଇଁ ଏକ ଅସ୍ଥାୟୀ ବାଇ ପାସ୍ ରାସ୍ତା ନିର୍ମାଣ କରାଯାଇଥିଲା। ପ୍ରବଳ ବର୍ଷାରେ ଧନୁଆଁ ଓ ଏହାର ଆଖପାଖ ଗାଁର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବାର ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ରାସ୍ତାକୁ କଟା […]

  • Monday, 19 July 2021
old man -1
ପୁଅ ବୋହୂଙ୍କ ମାଡ଼ ଭୟରେ ଘର ଛାଡିଲେ ବୃଦ୍ଧ ବାପା

ବାଲେଶ୍ୱର/ସୋର : ପିଲାଟିଏ ଜନ୍ମ ହେଲେ ବାପା ମାଆ ଭାବିଥାନ୍ତି ବୁଢାକାଳେ ସେମାନଙ୍କୁ ସହାୟ ହେବ।  ହେଲେ ବୃଦ୍ଧ କାଳେ ଯଦି ବାପାମାଆଙ୍କୁ ପିଲାମାନେ ହେୟ କରିବେ, ତାହେଲେ ତାଙ୍କ ପାଇଁ ଜରା ନିବାସ, ନହେଲେ ଅନାଥ ଆଶ୍ରମ ସାହା ଭରସା।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।  ପୁଅର ମାଡ ଭୟରେ ଜଣେ ବୃଦ୍ଧ, ଘର ଛାଡି ଆସି ପହଞ୍ଚିଛନ୍ତି ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ। ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ତାଙ୍କୁ ଉଦ୍ଧାର କରି […]

  • Monday, 19 July 2021
ipsita
୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଲେ ଇପସିତା

କୋରାପୁଟ :  ଓଡ଼ିଆ କୁନି ଝିଅଙ୍କ କମାଲ। ମାତ୍ର ୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍‌ସିତା।  ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି। ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ ୭୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତିଯୋଗିତାକୁ ଆୟୋଜନ କରିଥିଲା ଏକ ଘରୋଇ କମ୍ପାନୀ। ଜାତୀୟସ୍ତରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଲକ୍ଷ ଶିଶୁ […]

  • Monday, 19 July 2021
heavy-rain
୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ ପ୍ରେସର୍ ଦୁର୍ବଳ ହୋଇଛି। ଏହା ଉତ୍ତର ଉପକୂଳ ଓଡ଼ିଶାରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଦୁର୍ବଳ ହୋଇଥିବାରୁ ବର୍ଷା କମିଛି। ତେବେ ମୌସୁମୀ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୧୯ ତାରିଖରେ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ […]

  • Monday, 19 July 2021
mao
ଗ୍ରାମବାସୀଙ୍କ ଆକ୍ରମଣରେ ମାଓବାଦୀ ମୃତ !

ମାଲକାନଗିରି : ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର ସ୍ଥିତ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡା ବିରୋଧ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳର ଜନ୍ତୁରାଇଗାଁକୁ ମାଓବାଦୀମାନେ […]

  • Monday, 19 July 2021
police
ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ ଯୁବତୀ […]

  • Monday, 19 July 2021
Naveen Patnaik
ସରକାରଙ୍କୁ କୋଣାର୍କ ଚିନ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ସରକାରଙ୍କୁ କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିରର ଚିନ୍ତା। ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ନବୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖି ସାମାନ୍ୟ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିରର ପରିସର ଜଳପ୍ଲାବିତ ହେଉଥିବା କଥା ଜଣାଇଛନ୍ତି। ଏଥିସହ ତୁରନ୍ତ ସ୍ଥାୟୀ ଡ୍ରେନେଜ୍‌ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଏଏସଆଇ ଯଦି ଅନୁମତି ଦିଏ, […]

  • Monday, 19 July 2021
airport5
ଏୟାରପୋର୍ଟ ଟ୍ରାଜେଡି : ୪ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ୪ ଜଣ ଗିରଫ । ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଠିକାଦାର ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାଁ ଆଶିଷ ସରକାର , ନିର୍ମାଣ କାମରେ ନିୟୋଜିତ ଦୁଇ ଜଣ ଇଂଜିନିୟର ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୌତମ ରାୟ ଓ ଅଭିଳାଷ […]

  • Monday, 19 July 2021
skill
ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ଛକାପଞ୍ଛା

ଭୁବନେଶ୍ୱର : ଯୁବପୀଢ଼ିଙ୍କୁ ଦରଦ ଦେଖାଇବା ପାଇଁ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା। ଉଭୟଙ୍କ ଅସ୍ତ୍ର ଦକ୍ଷତା ବିକାଶ । ବେରୋଜଗାରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କେଉଁ ସରକାର କଣ କରିଛନ୍ତି ଓ ଭବିଷ୍ୟତ ପନ୍ଥା କଣ ତାକୁ ନେଇ ଚାଲିଛି ପ୍ରଚାରର ପ୍ରତିଯୋଗିତା । କେନ୍ଦ୍ରର କାର୍ଯ୍ୟକ୍ରମକୁ ରାଜ୍ୟ ବୟକଟ୍ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଦକ୍ଷତା ବିକାଶ ପାଇଁ ଦିଅାଯାଉଥିବା ଟଙ୍କାକୁ ଖର୍ଚ୍ଚ କରୁନାହାଁନ୍ତି ରାଜ୍ୟ ସରକାର। ଛକାପଞ୍ଝା ଭିତରେ ଏବେ ଯୁବକଙ୍କ ଦକ୍ଷତା ବିକାଶକୁ ନେଇ […]

  • Monday, 19 July 2021
iimc
ପ୍ରକାଶ ପାଇଲା ଆଇଆଇଏମ୍‌ସି ପ୍ରବେଶିକା ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ଶାଖାର ପ୍ରବେଶିକା ପରୀକ୍ଷା ଫଳ। ଆଇଆଇଏମସିର ନିଜସ୍ୱ ୱେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଫଳ ଦେଖିପାରିବେ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଇଂରାଜୀ ଓ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ପାଇଁ ଫଳ ପ୍ରକାଶ ପାଇଛି। ତେବେ ଓଡ଼ିଆ ସାମ୍ବାଦିକତା ପାଇଁ ଆବେଦନ କରିଥିବା ପିଲାମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପିଲାଙ୍କୁ ଚୟନ କରାଯାଇଛି। ଜାତୀୟସ୍ତରୀୟ ଏହି ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତା  ଶିକ୍ଷା […]

  • Monday, 19 July 2021
vlcsnap-error973
କ୍ୟାମେରା ଅାଗରେ ମୁହଁ ଖୋଲିଲା ଟିଟୋ

ଭୁବନେଶ୍ୱର : ୧୬ ଦିନ ତଳେ ଗିରଫ, ୧୨ ଦିନ ଧରି ମାରାଥନ୍ ଜେରା। ଆଉ ଏସ୍‌ଟିଏଫ୍ ରିମାଣ୍ଡ ସରିବା ପରେ କେନ୍ଦ୍ରାପଡା ବାରିମୂଳ ଜେଲ୍‌ରେ ଗ୍ୟାଙ୍ଗଷ୍ଟର ଟିଟୋ। ତେବେ କୋର୍ଟକୁ ଆସିଥିବା ବେଳେ ଅାଜି ଗଣମାଧ୍ୟମ ଅାଗରେ ମୁହଁ ଖୋଲିଛି ଟିଟୋ। କହିଛି, ତାକୁ ଫସେଇ ଦିଅାଯାଇଛି। ତେବେ ଏଥିରେ ପଲିଟିକାଲ ଲିଙ୍କ୍ ଅଛି ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଟିଟୋକୁ କିଏ ଓ କାହିଁକି ଫସେଇଛି। ୧୯୯୮ରୁ ଦୁଇ ଦଶନ୍ଧିରୁ […]

  • Monday, 19 July 2021
weather
ଅାହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର : ବର୍ଷା ଅାହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ ପ୍ରେସର୍ ଏବେ ଉତ୍ତର ଉପକୂଳ ଓଡିଶାରେ କେନ୍ଦ୍ରୀଭୂତ ହୋଇଛି। ଧୀରେ ଧୀରେ ଏହା ଉତ୍ତର ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସହ ଅାଭ୍ୟନ୍ତୀରଣ ଓ ଉତ୍ତର ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୪ ଘଣ୍ଟା ଭିତରେ ଝାରସୁଗୁଡା, […]

  • Monday, 19 July 2021
beauty
ବାଂଲା ବ୍ୟୁଟିର ବ୍ରାଉନସୁଗାର ବେପାର

ଭୁବନେଶ୍ୱର : ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ । ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ […]

  • Monday, 19 July 2021
crocodile
ରାସ୍ତା ଉପରେ କୁମ୍ଭୀର ; ଲୋକେ ଭୟଭୀତ

କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ଗାଁରେ କୁମ୍ଭୀର ଆତଙ୍କ। ନଦୀ ବନ୍ଧରେ ଥିବା କୁମ୍ଭୀର ଏବେ ରାଜ ରାସ୍ତାକୁ ଆସିବା ଫଳରେ ଲୋକେ ଭୟଭୀତ। ଗତ ଦୁଇ ଦିନ ହେଲାଣି ୪ଟି କୁମ୍ଭୀର ସେହି ଅଚଳରେ ଡେରା ପକାଇଛନ୍ତି। ନିକଟସ୍ଥ ଗାଁ ପୋଖରୀକୁ ଖାଦ୍ୟ ଅନ୍ୱେଷଣରେ ଆସି ରାସ୍ତା ଉପରକୁ ଚାଲି ଆସିଥିଲେ। ଏହି ସମୟରେ ଗାଡ଼ି ଚାପାରେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁମ୍ଭୀର ପୋଖରୀରେ […]

  • Monday, 19 July 2021
congress
ଘର ସଜାଡିବାକୁ କଂଗ୍ରେସର କସରତ

ଭୁବନେଶ୍ୱର: କଂଗ୍ରେସରେ ଏବେବି ସବୁ ଠିକ୍ ନାହିଁ। ଖାସ୍ ସେଥିଲାଗି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଚାଲିଛି କସରତ। କନ୍ଦଳ ଦୂର କରି ୧୯ରେ କେମିତି ଏକାଠି ହୋଇ ଲଢିବେ ସେଥିପାଇଁ କେନ୍ଦ୍ରୀୟ ଟିମ୍‌ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟର ତୁଙ୍ଗ ନେତା। ଗୋଷ୍ଠୀ ବିବାଦ ଯୋଗୁଁ ପିସିସି ଓ ଡିସିସି କମିଟି ଗଠନ ହୋଇ ପାରିନଥିବାରୁ ଚିନ୍ତାରେ ପଡ଼ିଛି ଦଳ। ତେବେ ସଂଗଠନକୁ ସୁଦୃଢ଼ କରିବା ଲାଗି ଦଳ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ। ୩୦ ଜିଲ୍ଲାର ୩୦ […]

  • Monday, 19 July 2021
collector
ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣଙ୍କର  କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଥିଲେ । ଜିଲ୍ଲାପାଳ ଆସିବା ଖବର ଶୁଣି ଗାଁ ଲୋକେ ତାଙ୍କ ପାଇଁ ଚେୟାର ଓ ନିଜ ପାଇଁ ଦରିର ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲାପାଳ ଚେୟାରରେ ବସିନଥିଲେ। […]

  • Monday, 19 July 2021
corona
ଓଡ଼ିଶାରେ କରୋନା ଭାଇରସର ମୁକାବିଲା ପାଇଁ ଆଡଭାଇଜରି ଜାରି

ଭୁବନେଶ୍ୱର : ‘କରୋନା’ ଭାଇରସ୍‌ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭାଇରସ୍‌ରେ ଭାରତରେ ବହୁ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ରୋଗର ମୁକାବିଲା ପାଇଁ ଆଜି ଆଡଭାଇଜରି ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି ଲେଖିଛି। ‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସ୍ପିଟାଲ ଗୁଡ଼ିକୁ […]

  • Monday, 19 July 2021
cycle
ସ୍କୁଲ ଭିତରୁ ମିଳିଲା ମୃତଦେହ

ରେଢ଼ାଖୋଲ : ସ୍କୁଲ ଭିତରୁ ମିଳିଲା ମୃତଦେହ। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ। ବାସକୁସନ ବେପାରୀ ଅନୁଗୋଳ ଜିଲ୍ଲା କନ୍ଧଳ ଗାଁର ରାଜୁ ଜାନି ଗତକାଲି ସଞ୍ଜବେଳେ ଚାରମାଳ ଥାନା ଚାଟୁଣୀ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିଲେ। ଆଜି ସକାଳେ ତାଙ୍କ […]

  • Monday, 19 July 2021
strike
୬ ଘଣ୍ଟିଅା ରାସ୍ତାରୋକ୍‌

ସାଲେପୁର : କଟକ ସାଲେପୁର ସହରରେ ଦୀର୍ଘଦିନ ଧରି ଲାଗି ରହିଥିବା ଟ୍ରାଫିକ୍ ସମସ୍ୟାର ଦୂରୀକରଣ ଓ ବସ୍‌ଷ୍ଟାଣ୍ଡ ଠାରୁ ଥାନା ଛକ ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରହିବା ପ୍ରତିବାଦରେ ରାସ୍ତାରୋକ୍‌। ପ୍ରବଳ ବର୍ଷା ସତ୍ତ୍ୱେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ କଟକ-ଚାନ୍ଦବାଲି ରାସ୍ତାକୁ ୬ ଘଣ୍ଟା ଧରି ବନ୍ଦ ରଖିଥିଲେ। ବହୁ ସମୟ ଧରି ରାସ୍ତାରୋକ୍‌ ହେବାପରେ କଟକ ଉପଜିଲ୍ଲାପାଳ, ସାଲେପୁର ଏସଡ଼ିପିଓ ଓ ତହସିଲଦାର ପହଞ୍ଚି ଅାନ୍ଦୋଳନକାରୀଙ୍କ ସହ ଅାଲୋଚନା କରିଥିଲେ। ଏନେଇ […]

  • Monday, 19 July 2021