• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 25 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କାଲିଠୁ ପଞ୍ଚାୟତ ଭୋଟ୍ ଗଣତି: ପ୍ରାର୍ଥୀଙ୍କ ଛାତି ଧଡଧଡ

ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି କାଲି ଭୋଟ ବାକ୍ସ ଖୋଲିବା ପରେ ସ୍ପଷ୍ଟ ହେବ। More
  • Chandan Shishu
  • 2 years ago

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ

ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ। More
  • Otv Khabar Bureau
  • 2 years ago

୭ ବର୍ଷ ହେଲା ଘର ମାଲିକକୁ ଭୂଆଁ ବୁଲାଉଥିଲା, ଧରା ପଡିଗଲା କାରନାମା

ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀର ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ସପ୍ଲାଇ କରୁଥିଲା ଜୟ ପ୍ରକାଶ। ପଡୋଶୀ ଓ ଘର ମାଲିକଙ୍କୁ ସ୍ପେୟାର ପାର୍ଟ୍ସ ବେପାର କରୁଥିବା କହି ଚଳାଇଥିଲେ ଏହି କଳା ବ୍ୟବସାୟ। More
  • Otv Khabar Bureau
  • 2 years ago

ଓଃ କି ପ୍ରଦୂଷଣ,ବିଷ ବଳୟରେ ଅନୁଗୋଳ ଓ ତାଳଚେର ସହର

ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି ତାଳଚେର ଓ ଅନୁଗୋଳ ସହର । ପ୍ରଦୂଷଣରେ ଅଣିନିଶ୍ଵାସୀ ଜନସାଧାରଣ । ଜଳ,ବାୟୁ,ମୃତ୍ତିକା ସବୁକିଛି ପ୍ରଦୂଷିତ । ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୋଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ, ଏହା ସହ ରହିଛି ଅନେକ ଖଣି ଖାଦାନ । More
  • Rajalaxmi Sahoo
  • 2 years ago

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ଜାରି ହେଲା ସ୍ୱତନ୍ତ୍ର ସହାୟତା ସେଲ୍‌

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍‌ ଜାରି ହୋଇଛି।  More
  • Rajalaxmi Sahoo
  • 2 years ago

ୟୁକ୍ରେନରେ ଫସି ରହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। More
  • Rajalaxmi Sahoo
  • 2 years ago

ବାଜିଲା ପୌର ନିର୍ବାଚନ ବିଗୁଲ୍‌, ମାର୍ଚ୍ଚ ୨୪ରେ ଭୋଟ୍‌ ଗ୍ରହଣ

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ।। ଏନେଇ ଆଜି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୬ରେ ପୌର ନିର୍ବାଚନର ଭୋଟ୍‌ ଗଣତି ହେବ। More
  • Rajalaxmi Sahoo
  • 2 years ago

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର, ଏହା ଅସଲି ନା କନଲି ?

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର। କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। More
  • Otv Khabar Bureau
  • 2 years ago

ପ୍ରଭୁଦତ୍ତଙ୍କ ଇ-ସାଇକେଲ, ଥରେ ଚାର୍ଜରେ ଗଡୁଛି ୩୫କିମି, ପେଡାଲ୍ ମାରିଦେଲେ ହେଉଛି ରିଚାର୍ଜ

୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ। More
  • Otv Khabar Bureau
  • 2 years ago

ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ; ପରିବାର ପକ୍ଷରୁ ୧୦ ଲକ୍ଷ ଦାବି

ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମରୁ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗଞ୍ଜାମ ଜରଡ଼ା ଥାନା ଧାଡିଆମ୍ବ ଗାଁର ରାହାସ ଶବର ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଯାଇିଥିବାବେଳେ, ପୋଲିସକୁ ବିରୋଧର କରିବାରୁ ମହିଳା ଜଣକ ‌ଆକ୍ରମଣର ଶିକାର ହୋଇଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । More
  • Pramod Behera
  • 2 years ago

AFDO, SLA ପୋଷ୍ଟ୍‌ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ଘୋଷଣା

ଆସିଷ୍ଟାଣ୍ଟ ଫୋଡର୍ ଡେଭଲପମେଣ୍ଟ ଅଫିସର୍‌(AFDO) ଓ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ(SLA) -୨୦୧୯ ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଓଏସ୍‌ଏସ୍‌ସି ଜାରି କରିଥିବା ବିଜ୍ଞପ୍ତିରେ ତାରିଖ ଘୋଷଣା କରିଛି। More
  • Otv Khabar Bureau
  • 2 years ago

ଭୋଟ୍ ସରିଲା ଏବେ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ବାଲାଟ୍ ବକ୍ସରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ପଞ୍ଚାୟତ ଭୋଟ୍ ହିଂସା, ବିଶୃଙ୍ଖଳା, ଅନିୟମିତତାର ଶହ ଶହ ଅଭିଯୋଗ ଭିତରେ ସରିଛି ସମସ୍ତ ପାଞ୍ଚ ପର୍ଯ୍ୟାୟ ମତଗ୍ରହଣ । ଆଜି ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ପଡ଼ିଛି । More
  • Otv Khabar Bureau
  • 2 years ago

ମାଳ ମାଳ ବିଶୃଙ୍ଖଳାରେ ସରିଲା ପଞ୍ଚାୟତ ଭୋଟ୍

କେଉଁଠି ବାଲାଟ୍‌ ବକ୍ସ ନାଳରେ ଭାସିଲାଣି ତ କେଉଁଠି ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଅପରପକ୍ଷର ଲୋକେ ମାଡ଼ମାରି ଲହୁଲୁହାଣ କରିଲେଣି । More
  • Prangyan Parimita
  • 2 years ago

ପ୍ରତିଶୋଧରୁ ହତ୍ୟା ! ଖଳନାୟିକା ସାଜିଲା ପ୍ରେମିକା, ବରବେଶରେ ସଜେଇ ହେବା ପୂର୍ବରୁ ବାସୁଦେବଙ୍କ କୋକେଇ ଉଠିଲା

କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ । ବୟସ ୨୫ ବର୍ଷ । ବୃତ୍ତିରେ ଜଣେ ଶିକ୍ଷକ । ବିବାହ ପାଇଁ ଲଗ୍ନ ସ୍ଥିର ହୋଇସାରିଥିଲା । କିଛି ଦିନ ପରେ ହାତରୁ ଦିହାତ ହୋଇ ଥାଆନ୍ତେ More
  • Rajalaxmi Sahoo
  • 2 years ago

ଭାରସାମ୍ୟ ହରାଇ ସ୍କୁଟିରୁ ତଳେ ପଡ଼ିଗଲେ; ଫାଟିଗଲା ମୋବାଇଲ୍‌, ହେଲା ଏମିତି ଅବସ୍ଥା...

ମୋବାଇଲ ଫାଟି ଯିବା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପକେଟ୍‌ରେ ଥିବା ମୋବାଇଲ ଫୋନ୍ ଫାଟି ଯାଇଥିଲା। More