Advertisment

AFDO, SLA ପୋଷ୍ଟ୍‌ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ଘୋଷଣା

ଆସିଷ୍ଟାଣ୍ଟ ଫୋଡର୍ ଡେଭଲପମେଣ୍ଟ ଅଫିସର୍‌(AFDO) ଓ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ(SLA) -୨୦୧୯ ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଓଏସ୍‌ଏସ୍‌ସି ଜାରି କରିଥିବା ବିଜ୍ଞପ୍ତିରେ ତାରିଖ ଘୋଷଣା କରିଛି।

author-image
Pramod Behera
OSSC Releases Main Exam Schedule For AFDO, SLA Posts

OSSC Releases Main Exam Schedule For AFDO, SLA Posts

ଓଏସ୍‌ଏସ୍‌ସି ଜାରି କରିଥିବା ବିଜ୍ଞପ୍ତିରେ କହିଛି ଯେ ଆସିଷ୍ଟାଣ୍ଟ ଫୋଡର୍ ଡେଭଲପମେଣ୍ଟ ଅଫିସର୍‌ ଓ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ -୨୦୧୯ ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ମାର୍ଚ୍ଚ ୦୨, ୨୦୨ରେ କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା (ସିବିଆର୍‌ଇ) ମୋଡ୍‌ରେ ଅନୁଷ୍ଠିତ ହେବ। ଏହା ଭୁବନେଶ୍ୱରରେ ହେବ।

Advertisment

ପ୍ରୋଗ୍ରାମ ଅନୁଯାୟୀ, ୧୦୦ଟି ପ୍ରଶ୍ନକୁ ନେଇ ଗଠିତ କମ୍ପୋଜିଟ୍ ପେପରରେ ୧୦୦ ମାର୍କ ରହିବ। ପରୀକ୍ଷାର ସମୟ ଦେଢ ଘଣ୍ଟା ରହିବ। ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କର ନେଗେଟିଭ୍ ମାର୍କିଂ ହେବ।

ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦ ପାଇଁ ପ୍ରାର୍ଥୀମାନେ କେବଳ ଗୋଟିଏ ବିଷୟ ଯଥା (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ) କିମ୍ବା (ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ) ଓଡିଆ, ଇଂରାଜୀ ଏବଂ ସାଧାରଣ ପାଠ୍ୟକ୍ରମ ସହିତ ପରୀକ୍ଷା ଦେବାର ବିକଳ୍ପ ପାଇବେ ବୋଲି ଆୟୋଗ କହିଛି।

Advertisment

ପ୍ରାର୍ଥୀମାନଙ୍କୁ ସେମାନଙ୍କ ଆଡ୍‌ମିଶନ ଲେଟର ଆୟୋଗର ଅଫିସିଆଲ ୱେବ୍‌ସାଇଟ୍‌ www.ossc.gov.in ରୁ ଫେବୃଆରୀ ୨୬, ୨୦୨୨ ରୁ ସେମାନଙ୍କର ୟୁଜର୍-ଆଇଡି ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଡାଉନ୍‌ଲୋଡ୍ କରିବାକୁ କୁହାଯାଇଛି।

ପରୀକ୍ଷାର ସମୟ, ସ୍ଥାନ ଏବଂ ଅନ୍ୟାନ୍ୟ ବିବରଣୀ ଆଡ୍‌ମିଶନ ଚିଠିରେ ଉଲ୍ଲେଖ କରାଯିବ।

ସଂପୃକ୍ତ ପ୍ରାର୍ଥୀଙ୍କୁ ଏ ବାବଦରେ ଅଧିକ ଜାଣିବା ପାଇଁ ଆୟୋଗର ଉପରୋକ୍ତ ୱେବ୍‌ସାଇଟ୍ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଓଏସ୍‌ଏସ୍‌ସି କହିଛି।

ଆୟୋଗ କହିଛି ଯେ ପରୀକ୍ଷା ସମୟରେ କୋଭିଡ୍-୧୯ ର ପ୍ରୋଟୋକଲ୍ ଯଥା ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ଏବଂ ତିନି ସ୍ତରୀୟ ମାସ୍କ ପିନ୍ଧିବା ପରି ନିୟମ ପାଳନ କରାଯିବ।

Jobs
Advertisment
Advertisment