• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ ନେଇ ଝିଅ ସୁନୀତା ସୂଚନା ଦେଇଛନ୍ତି। ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ। ୧୯୮୯ରୁ ୯୦, ୧୯୯୯ରୁ ୨୦୦୦ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ। 

Former CM Hemananda BiswalFormer CM Hemananda Biswal

୧୯୭୪ରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୮୦ରୁ ୨୦୦୪ ଯାଏଁ ୬ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସୁନ୍ଦରଗଡ଼ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ବିୟୋଗରେ ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି। 

୧୯୩୯ ମସିହା ଡିସେମ୍ବର ୧ରେ ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ହେମାନନ୍ଦ। ଜାତୀୟ କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ହେମାନନ୍ଦ ବିଶ୍ୱାଳଙ୍କ ପରିଚୟ ଥିଲା ୧୯୯୮-୯୯ ଯାଏଁ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରେ ଥିଲେ। ଏହାବାଦ ଜାତୀୟ ଓ ରାଜ୍ୟ ସ୍ତରରେ ବିଭିନ୍ନ ରାଜନୈତିକ ଓ ସାମ୍ବିଧାନିକ ଅନୁଷ୍ଠାନର ବହୁ ପଦପଦବୀରେ ରହିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋର ଛାୟା ଖେଳିଯାଇଛି।

ଏନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ତାଙ୍କ ପରି ସାଧାରଣ ଜୀବନଯାପନ କରୁଥିବା ଲୋକ କ୍ୱଚିତ୍ ଦେଖିବାକୁ ମିଳେ। ସେ ଜଣେ ମହାନ୍‌ ଆଦିବାସୀ ନେତା ଥିଲେ। ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ସବୁବେଳେ ପଦକ୍ଷେପ ନେଉଥିଲେ। ସେ ମୁଖ୍ୟମନ୍ତ୍ରୀ  ଓ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ସୂଚାରୁ ରୂପେ ଦାୟିତ୍ୱ ତୁଲାଉଥିଲେ। ଓଡ଼ିଶା ଆଜି ଜଣେ ବିରାଟ ନେତାଙ୍କୁ ହରାଇଛି। ତାଙ୍କର ପରଲୋକରେ ମୁଁ ମର୍ମାହତ ଓ ଦୁଃଖ ପ୍ରକାଶ କରୁଛି। 

OTV is now on Whatsapp

Join and get latest news update delivered to you via whatsapp

Join Now