• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଟ୍ ମାର୍କେଟ୍ କଣ ? ବଟ୍ ମାର୍କେଟ ହେଉଛି ଏକ ଡିଜିଟାଲ ସ୍ପେଶ୍ ବଜାର । ଯେଉଁଠାରେ ସାଇବର ହ୍ୟାକରମାନେ ଲୋକଙ୍କ ବ୍ୟକ୍ତିଗତ କିମ୍ବା ଅଫିସ ତଥ୍ୟକୁ ବିକ୍ରି କରିଥାନ୍ତି । ତେବେ ଏଇଠି ପ୍ରଶ୍ନ ଉଠୁଛି କିଭଳି ଏସବୁ ତଥ୍ୟକୁ ଚୋରାଇ ଥାନ୍ତି ହ୍ୟାକର । କୌଣସି ଡିଜିଟାଲ ଡିଭାଇସ୍ ଅର୍ଥାତ ମୋବାଇଲ, କମ୍ପ୍ୟୁଟରରେ ୟୁଜରଙ୍କ ଅଜାଣତରେ ବଟ୍ ମାଲେୱେର ଇନଷ୍ଟଲ କରିଦେଇଥାନ୍ତି ସାଇବର ଅପରାଧୀ । ଆଉ ବ୍ୟବହାରକାରୀଙ୍କ ଅଜାଣତରେ ବଟ୍ ମାଲେୱେର ସହାୟତାରେ ତଥ୍ୟ ଚୋରାଇଥାନ୍ତି ।

କମ୍ପ୍ୟୁଟର, ଲାପଟପରୁ ବ୍ୟକ୍ତିଗତ ଡାଟା ଚୋରି କରି ହ୍ୟାକରଙ୍କ ଡିଭାଇସକୁ ଡାଟା ପଠାଇଥାଏ । ଏହି ମା ମାଲେୱେର କଷ୍ଟମର ସର୍ଭିସ, ସର୍ଚ୍ଚ ଇଂଜିନ ଅପ୍ଟିମାଇଜେସନ୍, ଏଣ୍ଟରଟେନମେଣ୍ଟ ଆଦି ସେବା ନାଁରେ ତଥ୍ୟ ଚୋରାଇଥାନ୍ତି ହ୍ୟାକର୍ । ବଟ୍ ମାର୍କେଟ ପୁଣି ରହିଛି ୩ ପ୍ରକାର । ସେଗୁଡିକ ହେଲା ଦ ଜେନେସିସ୍ ମାର୍କେଟ, ଦ ରୁଷିଆନ ମାର୍କେଟ ଏବଂ ଟୁ ଇଜି ନାମକ ମାର୍କେଟ୍ । ତେବେ ସାଇବର ଅପରାଧୀଙ୍କ ଠାରୁ ବର୍ତ୍ତିବା ଲାଗି ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ ଭାରତୀୟଙ୍କ ଡାଟା ଏବେ ହ୍ୟାକରଙ୍କ ହାତରେ । ପ୍ରାୟ ୬ ଲକ୍ଷ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ କବଜାରେ । ପୁଣି ମାତ୍ର ଭାରତୀୟ ମୁଦ୍ରାରେ ପ୍ରାୟ ୪୯୦ଟଙ୍କାରେ ବଟ୍ ମାର୍କେଟରେ ହ୍ୟାକର ବିକିଛନ୍ତି ସମ୍ବେଦନଶୀଳ ତଥ୍ୟ । ସାରା ବିଶ୍ୱରୁ ୫୦ ଲକ୍ଷ ଡାଟା ଚୋରାଇ ନେଇଛନ୍ତି ହ୍ୟାକର । ଏଥି ମଧ୍ୟରୁ ଭାରତରୁ କେବଳ ୬ ଲକ୍ଷ ବ୍ୟକ୍ତିଙ୍କ ତଥ୍ୟ ରହିଛି । ନର୍ଡ ଭିପିଏନ୍ ପକ୍ଷରୁ ହୋଇଥିବା ସର୍ଭେରୁ ଏହି ରିପୋର୍ଟ ମିଳିଛି ।

ବଟ୍ ମାର୍କେଟରେ ସାରା ବିଶ୍ୱରୁ ବିକ୍ରି ହୋଇଥିବା ଡାଟା ମଧ୍ୟରୁ ଭାରତରୁ କେବଳ ୧୨ ପ୍ରତିଶତ ରହିଛି । ନଡ୍ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ ସର୍ଭେ ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ଅର୍ଥାତ ୨୦୧୮ରୁ ଏପର୍ଯ୍ୟନ୍ତ ଏସବୁ ଡାଟା ବିକ୍ରି ହୋଇଛି । ଚୋରି ହୋଇଥିବା ତଥ୍ୟ ମଧ୍ୟରେ ରହିଛି, ୟୁଜର ଲଗ୍ଇନ୍, କୋକିଜ୍, ଡିଜିଟାଲ ଫିଙ୍ଗର ପ୍ରିଣ୍ଟ୍ସ, ସ୍କ୍ରିନସଟ୍ ଆହୁରି ଅନେକ । ସାରା ବିଶ୍ୱରୁ ଚୋରି କରିଥିବା ତଥ୍ୟ ମଧ୍ୟରୁ କେବଳ ୨୬ ଲକ୍ଷ ୬ ହଜାର ୟୁର୍ଜର ଲଗଇନ୍ ଡାଟା ରହିଛି । ଗୁଗୁଲ, ମାଇକ୍ରୋସଫ୍ଟ, ଫେସବୁକ ଭଳି ବଡ ବଡ ସଂସ୍ଥାର ଲଗଇନ୍ ଡାଟା ବି ରହିଛି । ସେହିପରି ଚୋରି ତଥ୍ୟ ମଧ୍ୟରୁ ୮୧ ହଜାର ଡିଜିଟାଲ ଫିଙ୍ଗରପ୍ରିଣ୍ଟ ରହିଛି, ଯାହା ସାଇବର ନିରାପତ୍ତା କ୍ଷେତ୍ରରେ ଉଦବେଗଜନକର ବିଷୟ ହୋଇଛି ।