• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟଙ୍କ ଡାଟା ବିକ୍ରି କରିଦେଲେ ହ୍ୟାକର । ସାରା ବିଶ୍ୱରେ ୫୦ ଲକ୍ଷ ବ୍ୟକ୍ତିବିଶେଷଙ୍କ ଡାଟା ଚୋରି କରିନେଇଥିବା ବେଳେ ସେଥିମଧ୍ୟରୁ କେବଳ ଭାରତୀୟଙ୍କର ୬ ଲକ୍ଷ ଡାଟା ରହିଛି । ଭାରତୀୟ ମୁଦ୍ରାରେ ମାତ୍ର ୪୯୦ଟଙ୍କାରେ ବଟ୍ ମାର୍କେଟରେ ହ୍ୟାକର ବିକିଛନ୍ତି ସମ୍ବେଦନଶୀଳ ତଥ୍ୟ । ବଟ୍ ମାର୍କେଟରେ ସାରା ବିଶ୍ୱରୁ ବିକ୍ରି ହୋଇଥିବା ଡାଟା ମଧ୍ୟରୁ ଭାରତରୁ କେବଳ ୧୨ ପ୍ରତିଶତ ରହିଛି । ନଡ୍ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ ସର୍ଭେ ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ଅର୍ଥାତ ୨୦୧୮ରୁ ଏପର୍ଯ୍ୟନ୍ତ ଏସବୁ ଡାଟା ବିକ୍ରି ହୋଇଛି ।

ଚୋରି ହୋଇଥିବା ତଥ୍ୟ ମଧ୍ୟରେ ରହିଛି, ୟୁଜର ଲଗ୍ଇନ୍, କୋକିଜ୍, ଡିଜିଟାଲ ଫିଙ୍ଗର ପ୍ରିଣ୍ଟ୍ସ, ସ୍କ୍ରିନସଟ୍ ଆହୁରି ଅନେକ । ସାରା ବିଶ୍ୱରୁ ଚୋରି କରିଥିବା ତଥ୍ୟ ମଧ୍ୟରୁ କେବଳ ୨୬ ଲକ୍ଷ ୬ ହଜାର ୟୁର୍ଜର ଲଗଇନ୍ ଡାଟା ରହିଛି ଗୁଗୁଲ, ମାଇକ୍ରୋସଫ୍ଟ, ଫେସବୁକ ଭଳି ବଡ ବଡ ସଂସ୍ଥାର ଲଗଇନ୍ ଡାଟା ବି ରହିଛି । ସେହିପରି ଚୋରି ତଥ୍ୟ ମଧ୍ୟରୁ ୮୧ ହଜାର ଡିଜିଟାଲ ଫିଙ୍ଗରପ୍ରିଣ୍ଟ ରହିଛି, ଯାହା ସାଇବର ନିରାପତ୍ତା କ୍ଷେତ୍ରରେ ଉଦବେଗଜନକର ବିଷୟ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା, ହ୍ୟାକରମାନେ କେବଳ ଯେ ତଥ୍ୟ ବିକ୍ରି କରିଛନ୍ତି ତାହା ନୁହେଁ ବରଂ ବଟ୍ ମାର୍କେଟର୍ କ୍ରେତାଙ୍କୁ ଚୋରି ତଥ୍ୟର ଅପଡେଟ୍ ଦେବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି । ଅର୍ଥାତ୍ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଥରେ ବିକ୍ରି କରିଦେବା ପରେ ବି ଯଦି ବିଭିନ୍ନ ୟୁଜର କିଛି ଡାଟା ଅପଡେଟ୍ କରୁଛନ୍ତି ଅର୍ଥାତ ବଦଳାଉଛନ୍ତି, ତାହା ବି ବଟ୍ ମାର୍କେଟରେ ଉପଲବ୍ଧ ହେବ ।

ଏହା କେବଳ ସମ୍ଭବ, ଯପର୍ଯ୍ୟନ୍ତ ତଥ୍ୟ ଚୋରି ହୋଇଥିବା ୟୁଜର୍ସଙ୍କ ଡିଭାଇସରେ ବଟ୍ ମାଲେୱେର ଇନଷ୍ଟଲ ଥିବ । ଯଦି ବଟ୍ ମାଲେୱେରକୁ ୟୁଜର ଜାଣି ନପାରି ଅନ୍ଇନଷ୍ଟଲ କରିନଥିବେ , ତେବେ ସମ୍ପୃକ୍ତ ୟୁଜର ତଥ୍ୟ ଅପଡେଟ୍ କରିବା ମାତ୍ରେ ତାହା ବଟ୍ ମାର୍କେଟ୍ରେ ଉପଲବ୍ଧ ହେବ ।