Advertisment

ହାର୍ଟବ୍ରେକ୍‌ ଇନ୍‌ସ୍ୟୁରାନ୍ସ ଫଣ୍ଡ୍‌: ଧୋକା ଦେଲେ ମିଳିବ ଟଙ୍କା...

ବ୍ରେକ୍‌ଅପ୍‌ ପରେ ସମ୍ପୃକ୍ତ ଯୁବକ ୨୫ ହଜାର ଟଙ୍କା ପାଇଛନ୍ତି। ପ୍ରେମିକା ପ୍ରତାରଣା କରିବା ପରେ ତାଙ୍କୁ ଏହି ଟଙ୍କା ମିଳିଛି। ତେବେ ଏହି ଟଙ୍କା ବୀମା ରାଶି ଭାବେ ଯୁବକଙ୍କୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Gets Rs 25,000 After GF's Betrayal

Man Gets Rs 25,000 After GF's Betrayal

ବ୍ରେକ୍‌ଅପ୍‌, ଯାହାକି ସବୁଠାରୁ ଯନ୍ତ୍ରଣାଦାୟକ। ବ୍ରେକ୍‌ଅପ୍‌ ପରେ ଜଣେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥାନ୍ତି। ବେଳେ ବେଳେ ଏମିତି ବି ପରିସ୍ଥିତି ସୃଷ୍ଟି ହୁଏ କେହି କେହି ଭୁଲ୍ ନିଷ୍ପତ୍ତି ନେବାକୁ ମଧ୍ୟ ପଛାନ୍ତି ନାହିଁ। ପ୍ରସ୍ତାବ ପ୍ରତ୍ୟାଖାନ, ଆତ୍ମସମ୍ମାନ, ଅଧିକ ଚିନ୍ତା ଇତ୍ୟାଦି ବ୍ରେକ୍‌ଅପ୍‌ର କାରଣ ହୋଇପାରେ। ହେଲେ ଥରଟିଏ, ଭାବନ୍ତୁ, ଯଦି ବ୍ରେକ୍‌ଅପ୍‌ ପରେ ଆପଣଙ୍କୁ ଟଙ୍କା ମିଳୁଛି, ତା’ହେଲେ କ’ଣ ହେବ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏପରିକ କିଛି ଜଣେ ଯୁବକଙ୍କ ସହ ଘଟିଛି। ବ୍ରେକ୍‌ଅପ୍‌ ପରେ ସମ୍ପୃକ୍ତ ଯୁବକ ୨୫ ହଜାର ଟଙ୍କା ପାଇଛନ୍ତି। ପ୍ରେମିକା ପ୍ରତାରଣା କରିବା ପରେ ତାଙ୍କୁ ଏହି ଟଙ୍କା ମିଳିଛି। ତେବେ ଏହି ଟଙ୍କା ବୀମା ରାଶି ଭାବେ ଯୁବକଙ୍କୁ ମିଳିଛି। 

Advertisment

ଟ୍ୱିଟରରେ ୟୁନିକ୍‌ ଆଇଡିଆ ଶେୟାର କରି ପ୍ରତୀକ ଆର୍ଯ୍ୟନ ନାମକ ଯୁବକ ଏବେ ଚର୍ଚ୍ଚାରେ। ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ ଶେୟାର କରିଛ ସେ କହିଛନ୍ତି, ‘ଗର୍ଲଫ୍ରେଣ୍ଡ୍‌ ମୋତେ ପ୍ରତାରଣା କରିବାରୁ ମୁଁ ୨୫ ହଜାର ଟଙ୍କା ପାଇଲି। ଯେତେବେଳେ ଆମର ରିଲେସନଶିପ୍‌ ଆରମ୍ଭ ହେଲା ଜଏଣ୍ଟ ଆକାଉଣ୍ଟରେ ମାସକୁ ୫ଶହ ଟଙ୍କା ଡିପୋଜିଟ୍‌ କରି ଏକ ପଲିସି କରିଥିଲୁ। ଏହି ପଲିସି ଅନୁସାରେ, ପିଏ ପ୍ରତାରଣାର ଶିକାର ହୋଇଥିବେ ସେ ସମସ୍ତ ଟଙ୍କା ନେଇ ପାରିବେ। ଯାହାକି ହାର୍ଟବ୍ରେକ୍‌ ଇନ୍‌ସ୍ୟୁରାନ୍ସ ଫଣ୍ଡ୍‌(HIF-Heartbreak Insurance Fund)। 

Advertisment

ପ୍ରତୀକ ଆହୁରି କହିଛନ୍ତି ଯେ, ‘ମହିଳାମାନେ ଭାବନ୍ତି ଯେ ରିଲେସନଶିପ୍‌ରେ ପୁରୁଷଙ୍କୁ HIFର ସୁବିଧା ମିଳିପାରିବ ନାହିଁ। ହେଲେ ଏହି ପଲିସି କେବଳ ବିଶ୍ୱସ୍ତଙ୍କ ପାଇଁ। ତେବେ ପ୍ରତୀକଙ୍କ ୟୁନିକ୍‌ ଆଇଡିଆ ଆଜିର ଯୁବପିଢ଼ିଙ୍କ ମନକୁ ବେଶ୍‌ ଛୁଇଁଛି। ଏହା ଉପରେ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଇଛନ୍ତି।


— Respectfully Tanmay (@taannmay) March 15, 2023


— Athene Babe (@Shai_kespeare) March 15, 2023

Advertisment
Advertisment