• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ଅନେକ ବାହାଘର ଦେଖିଥିବେ । ଗୋଟିଏ ବାହାଘରର ପ୍ରସ୍ତୁତି କରିବା ଯେ, କେତେ କଷ୍ଟ, ତାହା କହିବା ମୁସ୍କିଲ । ସମସ୍ତଙ୍କ କ୍ଷେତ୍ରରେ ବାହାଘର ଆୟୋଜନ ସହଜ ହୋଇନଥାଏ । ସେ ବର ପକ୍ଷର ହୁଅନ୍ତୁ ବା କନ୍ୟା ପକ୍ଷର । ବାହାଘର ଆୟୋଜନ ଅର୍ଥାତ ପ୍ରବଳ ଟେନ୍‌ସନ୍‌ । କିଏ କିଏ ଆସିବେ, କାହାକୁ କ’ଣ ଖାଇବାକୁ ଦିଆଯିବ, କିଏ କେଉଁଠି ରହିବେ ଇତ୍ୟାଦି ଇତ୍ୟାଦି । ମାର୍କେଟିଂ ମେକ୍‌ଅପ୍‌ ଡ୍ରେସିଂ ଇତ୍ୟାଦି କଥା ଭାବୁ ଭାବୁ ସମୟ ଗଡ଼ିଯାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର କଥା କହିବୁ ଯାହା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ଭଡିଓରେ ବାହାଘର ହେବାର ତ ଦେଖାଯାଉନି କିନ୍ତୁ ଏହା ବାହାଘର ପୂର୍ବରୁ ହେଉଥିବା ସଙ୍ଗୀତ କାର୍ଯ୍ୟକ୍ରମ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ପ୍ରବଳ ଯୁବକ ଯୁବତୀଙ୍କ ସମାଗମ ହୋଇଛି । ସମସ୍ତେ ମଜା ମସ୍ତି ମୁଡ୍‌ରେ ରହିଛନ୍ତି । ଗୀତ ବାଜୁଛି । ସମସ୍ତେ ଡ୍ୟାନ୍ସ କରୁଛନ୍ତି । କିନ୍ତୁ ଏହା ବାହାଘର ନଥିଲେ ବି ବର କନ୍ୟା ବେଶରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି । 

ତେବେ ଆପଣ ଭାବୁଥିବେ ଆମେ କ’ଣ ସବୁ କହିଯାଉଛୁ । ଆଜ୍ଞା ହଁ ଆମେ ଯାହା କହୁଛୁ ସତ କହୁଛୁ । ଏଠାରେ ବର ବେଶରେ ଜଣେ ଯୁବକ ରହିଛନ୍ତି । ଆଉ କନ୍ୟା ବେଶରେ ଜଣେ ଯୁବତୀ ରହିଛନ୍ତି । ଆଉ ସେମାନଙ୍କ ଚାରିପଟେ ବେଢ଼ି ରହିଛନ୍ତି ଅନେକ ଯୁବକ ଯୁବତୀ । ସମସ୍ତେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମୁଛନ୍ତି । ଆଉ ନାଚଗୀତରେ ମସଗୁଲ ଅଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଭିଡିଓରେ ବିବାହ ସତସତିକା ଭଳି ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ମିଛ ବିବାହ । ଭିଡିଓଟି ପାକିସ୍ତାନର ଲାହୋରରେ ଥିବା ଲାହୋର ୟୁନିଭର୍ସିଟି ଅଫ୍‌ ମ୍ୟାନେଜମେଣ୍ଟ ସାଇନ୍‌ସ (LUMS)ର ଏକ କାର୍ଯ୍ୟକ୍ରମ ବୋଲି ଜଣାପଡ଼ିଛି । ସେଠାରେ ପ୍ରତି ବର୍ଷ ଦୁଇ ଜଣ ସିନିଅରଙ୍କୁ ବଛାଯାଇଥାଏ । ଆଉ ସେମାନଙ୍କର ମିଛିମିଛିକା ବାହାଘର ଅୟୋଜନ କରାଯାଇଥାଏ । ସେହି ବାହାଘରର ଏକ ଝଲକ ହେଉଛି ଏହି ଭାଇରାଲ ହେଉଥିବା ଭିଡିଓ ।

ତେବେ ଏହା ଏକ ସ୍ୱତନ୍ତ୍ର ଇଭେଣ୍ଟ ବୋଲି କଲେଜର ଛାତ୍ରଛାତ୍ରୀମାନେ କହିଛନ୍ତି । ଦୁଇ ସିନିଅରଙ୍କୁ ସେହି ଛାତ୍ରଛାତ୍ରୀ ହିଁ ବାଛିଥାନ୍ତି । ଏହି ଇଭେଣ୍ଟ କେବଳ ମଜା ମସ୍ତି ପାଇଁ ଆୟୋଜନ କରାଯାଇଥାଏ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।