Advertisment

Pravasi Bharatiya Divas 2025: ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି; ଆଗକୁ ହେବ ପ୍ରବାସୀ ଓଡ଼ିଆ ସମ୍ମିଳନୀ !

ଗତ ୩ ଦିନରେ ରାଜ୍ୟର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି ପ୍ରବାସୀ। ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ବି କରିଛନ୍ତି। ଏମିତି କି ଆଗକୁ ପୁଣି ଥରେ ଓଡ଼ିଶା ଆସିବାକୁ ଆଶା ରଖିଛନ୍ତି। ତେଣୁ ଏହା ସ୍ପଷ୍ଟ, ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟଙ୍କ ଭିଡ଼ ଓଡ଼ିଶାରେ ବଢିବ।

author-image
Sonali Ojha
Pravasi Bharatiya Divas

Pravasi Bharatiya Divas

ପ୍ରବାସୀ ଭାରତୀୟ ସମ୍ମିଳନୀର ମହାସମାପନ ପରେ ପ୍ରଶ୍ନ, ଓଡ଼ିଶାକୁ ମିଳିଲା କଣ ? ତାକୁ ନେଇ ଚାଲିଛି ଚର୍ଚ୍ଚା। ୮ରୁ ୧୦, ତିନି ଦିନ ଧରି ସମ୍ମିଳନୀ ଅବସରରେ ପ୍ରବାସୀମାନେ ଓଡ଼ିଶାର ଉତ୍କର୍ଷ କଳା ଓ ସଂସ୍କୃତିର ଝଲକ ଦେଖିବା ସହ ପୁରୀ-କୋଣାର୍କ ଭଳି ପର୍ଯ୍ୟଟନସ୍ଥଳୀରୁ ଯେଉଁ ଅଭୁଲା ଛାପ ସାଙ୍ଗରେ ଧରି ଫେରିଛନ୍ତି ସେଥିରୁ ରାଜ୍ୟରେ ଟୁରିଜିମ୍ ଓ ଶିଳ୍ପ କ୍ଷେତ୍ରରେ ନିବେଶର ବିରାଟ ଆଶା ସଂଚାର ହୋଇଛି। ଏମିତିକି କେହି ଏଠି ଆଇଟି କଂପାନୀ ଖୋଲିବାକୁ ତ ଅନ୍ୟ କିଏ ମ୍ୟାନୁଫାକଚର ୟୁନିଟ୍ ବସାଇବାକୁ ବି ସହାୟତା ମାଗି ସାରିଲେଣି।

Advertisment

ବିଶ୍ୱ ଦରବାରରେ ପହଞ୍ଚିଲା ଓଡ଼ିଶା। ହିଡେନ ଓଡ଼ିଶାକୁ ଦେଖିଲେ ପ୍ରବାସୀ। ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ସୃଷ୍ଟି ହେଲା ବଡ଼ ସମ୍ଭବନା। ପର୍ଯ୍ୟଟନ କ୍ଷେତ୍ରରେ ଆସିପାରେ ଆଖିଦୃଶିଆ ପରିବର୍ତ୍ତନ। ଓଡିଶାକୁ ଛୁଟିପାରେ ବିଦେଶୀ ପର୍ଯ୍ୟଟକଙ୍କ ସୁଅ। ଭୁବନେଶ୍ବରରେ ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ପରେ ଓଡିଶାରେ ଦେଖିବାକୁ ମିଳିଛି ଏମିତି ସମ୍ଭାବନା। ଯେମିତି ଜନ୍ମମାଟିରେ ସମ୍ମାନିତ ହୋଇଥିବା ରବି କୁମାର। କଗ୍ନିଜାଣ୍ଟର ସିଇଓ। ୧ ହଜାର ନିଯୁକ୍ତି ସହ ଓଡିଶାରେ ଏକ ଆଇଟି କମ୍ପାନୀ କରିବାକୁ ରାଜ୍ୟ ସରକାରଙ୍କୁ ଜମି ମାଗିଛନ୍ତି। ଖୁବଶୀଘ୍ର ତାଙ୍କୁ ଜମି ଦେବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରବି କୁମାରଙ୍କ ପରି ଦେଶ ବିଦେଶରେ ଥିବା ଅନେକ ପ୍ରବାସୀ ମଧ୍ୟ ଓଡ଼ିଶାରେ ଆଇଟି ସେକ୍ଟରରେ ନିବେଶ ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ଅନେକ ପ୍ରବାସୀଙ୍କୁ ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡିଶାରେ ବି ଯୋଗ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଡ କଥା ହେଲା ସମ୍ମିଳନୀ ସରିବା ପରେ ଆଜି ବି ନିବେଶ ପାଇଁ ଇଚ୍ଛୁକ ପ୍ରବାସୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡ଼ିଶାର ପର୍ଯ୍ୟଟନକୁ ମିଳିଛି ସବୁଠୁ ବଡ଼ ଏକ୍ସପୋଜର।

Advertisment

ଅଧିକ ପଢ଼ନ୍ତୁ: ବାଜିଲା ଖବର, ଆକାଉଣ୍ଟରେ କ୍ରେଡିଟ ହେଲା ୮୦ ହଜାର

ଗତ ୩ ଦିନରେ ରାଜ୍ୟର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି ପ୍ରବାସୀ। ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ବି କରିଛନ୍ତି। ଏମିତି କି ଆଗକୁ ପୁଣି ଥରେ ଓଡ଼ିଶା ଆସିବାକୁ ଆଶା ରଖିଛନ୍ତି। ତେଣୁ ଏହା ସ୍ପଷ୍ଟ, ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟଙ୍କ ଭିଡ଼ ଓଡ଼ିଶାରେ ବଢିବ। ତେଣୁ ପ୍ରବାସୀ ଭାରତୀୟ ସମ୍ମିଳନୀର ସଫଳ ଆୟୋଜନ ପରେ ଆଗକୁ ପ୍ରବାସୀ ଓଡ଼ିଆ ଦିବସ ବି ପାଳିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଆଇନମନ୍ତ୍ରୀ । ଓଡ଼ିଶା ପ୍ରତି ପ୍ରବାସୀଙ୍କ ଭଲ ପାଇବା ଏବଂ ନିବେଶ ଇଚ୍ଛା ଦେଖି ସମାନଙ୍କ ସହ ନିରନ୍ତର ସଂପର୍କ ରଖିବାକୁ ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେଉଁ ପ୍ରବାସୀ ଓଡିଶାରେ ନିବେଶ କରିବାକୁ ଚାହୁଁଛନ୍ତି ତାଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା କରିବାକୁ ବି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଏଣିକି ସୁଭଦ୍ରା ପୋର୍ଟାଲରେ ଯୋଡ଼ିହେବ ନାଁ; ଭୁଲରେ କଟିଥିଲେ ହୋଇପାରିବେ ସାମିଲ୍

Bhubaneswar Odisha CM Pravasi Bharatiya Divas 2025
Advertisment
Advertisment