Advertisment

ବାହାନଗା ଟ୍ରାଜେଡି: ସିବିଆଇ ହାତରେ ଲାଗିଛି କି ସୁରାକ୍ ?

ସତ ଓଗାଳୁଛି ସିବିଆଇ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡ । ସମନ୍ ହୋଇଥିବା ୩ ଜଣଙ୍କ ସହ ମୁହାଁମୁହିଁ ଜେରା ପ୍ଲାନ୍ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Bahanaga train tragedy

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା CBI । ଅଭିଯୁକ୍ତଙ୍କ ମୁହଁରୁ ଓଗାଳିବ ଅଧୁରା ସତ । ସମନ ହୋଇଥିବା ଆଉ ୩ ରେଳ କର୍ମଚାରୀଙ୍କ ସହ କରିବ ସାମ୍ନାସାମ୍ନି ଜେରା । ଖୋଜି ବାହାର କରିବ ଟ୍ରେନ ଟ୍ରାଜେଡି ପଛର ବାସ୍ତବ ସତ । ଏପଟେ ଗିରଫ ଅଭିଯୁକ୍ତଙ୍କ ଜାମିନ ପାଇଁ ସିବିଆଇ କୋର୍ଟରେ ଆବେଦନ ହୋଇଛି ।....

Advertisment

ବାହାନଗା ଟ୍ରେନ ଟ୍ରାଜେଡି ପଛରେ କେବଳ ୩ ଅଭିଯୁକ୍ତ ନା ଆଉ କିଏ ? ସିବିଆଇ ହାତରେ ଲାଗିଛି କି କି ସୁରାକ୍ ? ରିମାଣ୍ଡ ବେଳେ ଗିରଫ ଅଭିଯୁକ୍ତଙ୍କଠୁ କେତେ ସତ ଓଗାଳିଛି ସିବିଆଇ ? ଉଦ୍ଦେଶ୍ୟମୂଳକ ଥିଲା କି ଅଭିଯୁକ୍ତଙ୍କ ବ୍ୟକ୍ତିଗତ ଅବହେଳା ? ନା ଦୁର୍ଘଟଣା ପଛରେ ଥିଲା ଅନ୍ୟ କାହାର ପ୍ରରୋଚନା ? ଅଭିଯୁକ୍ତମାନଙ୍କୁ ସିବିଆଇ ଆଉ ୪ ଦିନ ରିମାଣ୍ଡ ନେଇଥିବାରୁ ବଢ଼ିବ କି ଗିରଫଦାରୀ ?

ଟ୍ରେନ ଟ୍ରାଜେଡି ଘଟଣାରେ ଆଜି ୩ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କ ୫ ଦିନିଆ ରିମାଣ୍ଡ ପୂରିଥିଲା। ଏହାପରେ ଅଭିଯୁକ୍ତଙ୍କୁ ମେଣ୍ଢାଶାଳ ହସ୍ପିଟାଲରେ ଡାକ୍ତରୀ ମାଇନା କରାଇବା ସହ କଡ଼ା ସୁରକ୍ଷା ବଳୟ ଭିତରେ କୋର୍ଟରେ ହାଜର କରାଯାଇଥିଲା। ଟ୍ରେନ ଦୁର୍ଘଟଣାରେ ୨୯୩ ଜଣଙ୍କ ଜୀବନ ଯାଇଥିବାରୁ ଅଧିକ ଅନୁସନ୍ଧାନ ଲାଗି ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଯୁକ୍ତି ବାଢ଼ିଥିଲା ସିବିଆଇ।

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ ଦିନ ରିମାଣ୍ଡ ମିଳିଛି । ତେଣୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ସିବିଆଇ ହାତରେ କିଛି ସୁରାକ୍ ଲାଗିଥିବା ଅନୁମାନ କରାଯାଉଛି। ଏସବୁ ଭିତରେ ଆଉ ୩ ରେଳ କର୍ମଚାରୀଙ୍କୁ ହାଜର ହେବାକୁ ସମନ ଜାରି କରିଛି ସିବିଆଇ।

ରେଳ ବିଶେଷଜ୍ଞ କହିଛନ୍ତି, ଏ ଘଟଣାରେ ତଳୁ ଉପର ଯାଏଁ ସବୁ ସ୍ତରର ଅଧିକାରୀଙ୍କ ତ୍ରୁଟି ଜଳଜଳ, ଆଗକୁ ଆଉ କିଛି ରେଳ ଅଧିକାରୀ ସିବିଆଇ ଜାଲରେ ପଡ଼ିବାର ଆଶଙ୍କା ରହିଛି । ଏବେ ଅପେକ୍ଷା କେବେ ବାହାନଗା ଟ୍ରେନ ଟ୍ରାଜେଡି ପଛର ସତ ଉପରୁ ଉଠିବ ପରଦା ।

Train Accident Train Mishap
Advertisment
Advertisment