/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689080118.jpg)
Odisha Govt
ଯୁବକ ଯୁବତୀ ମାନଙ୍କ ପାଇଁ ଖୁସି ଖବର । ଯେଉଁ ଯୁବକ ଯୁବତୀମାନେ ଶିକ୍ଷକତା ପାଇଁ ଇଚ୍ଛୁକ ରହିଛନ୍ତି ସେମାନଙ୍କ ପାଇଁ ଏକ ସୁଯୋଗ ନେଇ ଆସିଛନ୍ତି ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ସୃଷ୍ଟି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି । ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ପାଇଁ ରହିଥିବା ବେଳେ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବା ନେଇ କୁହାଯାଇଛି । ତାହା ସହ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ପାଇଁ ୨୪ଟି ପଦବୀ ରହିଛି । ବିଜ୍ଞପ୍ତିରେ ୧୦୬ଟି ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦବୀ ରହିଥିବାବେଳେ ୧୦୬ଟି ଜୁନିଅର୍ କ୍ଲର୍କ୍ ପଦବୀ ରହିଛି ।
ଚଳିତ ବର୍ଷ ସରକାର ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଫଳରେ ଏହି ସବୁ ବିଦ୍ୟାଳୟ ଗୁଡ଼ିକରେ +୨ ଖୋଲାଯାଇଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ନିଜ ବିଦ୍ୟାଳୟରେ +୨ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ କରିବାକୁ ଏହି ନୂତନ ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବା ସୂଚନା ଦିଆଯାଇଛି ।
ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ୍ କାର୍ଯ୍ୟ, ଲାବ୍ ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପଦବୀ ସୃଷ୍ଟି କରାଯାଇଛି । ଅଣ-ଶିକ୍ଷକ ପଦବୀ ଗୁଡ଼ିକୁ ନିଯୁକ୍ତି ଦେବାକୁ ମଞ୍ଜୁର ପ୍ରଦାନ କରିଛନ୍ତି ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ସୃଷ୍ଟି ହୋଇଛି। ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ।
୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ
୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦବୀ
୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ପଦବୀ
୧୦୬ଟି ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦବୀ
୧୦୬ଟି ଜୁନିଅର୍ କ୍ଲର୍କ୍… pic.twitter.com/TMML659RlT
— I & PR Department, Odisha (@IPR_Odisha) July 11, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)