Advertisment

ନୂଆ ମତଦାତାଙ୍କୁ ପାଲରେ ପକାଇବାକୁ ପ୍ଲାନ୍ ବି !

ବିଜେଡିର ପରିବାର ସଂପର୍କ ଅଭିଯାନକୁ ବିଜେପିର କାଉଣ୍ଟର । କୋଟିଏ ପରିବାରକୁ ଛୁଇଁବା ପାଇଁ ରାଜ୍ୟ ବିଜେପିର ଯୋଜନା ।

author-image
Satyendu Shekher Mishra
BJP New Voter

BJP New Voter

ପ୍ରଥମ ଥର ପାଇଁ ବିଜେଡିର ପରିବାର ସଂପର୍କ ଅଭିଯାନ। ନେତାଜୀ ଜୟନ୍ତୀରୁ ବିଜୁ ଜୟନ୍ତୀ, ପ୍ରତି ପରିବାରକୁ ଛୁଇଁବାକୁ ବିଜେଡିର ଯୋଜନା। ହେଲେ ପ୍ରଶ୍ନ, ଗାନ୍ଧି ଜୟନ୍ତୀରେ ପଦଯାତ୍ରା ପରେ ପୁଣି କାହିଁକି ଆବଶ୍ୟକତା ପଡିଲା ପରିବାର ସଂପର୍କ ଅଭିଯାନ ? ଏମିତି କି ଚଳିତ ବର୍ଷ ପଦଯାତ୍ରାର ଅବଧି ବଢିବା ସତ୍ତ୍ୱେ ବି ନିର୍ବାଚନ ପୂର୍ବରୁ ପୁଣି କାହିଁକି ଏ ଅଭିଯାନ ?

Advertisment

କୁହାଯାଉଛି ପଦଯାତ୍ରାରେ ଆଶାତୀତ ଫଳ ପାଇନଥିଲା ବିଜେଡି। କାହିଁକି ନା ପଦଯାତ୍ରାରେ ତୀବ୍ର ହୋଇଥିଲା ଗୋଷ୍ଠୀ କନ୍ଦଳ। କେଉଁଠି ବିଦ୍ରୋହୀ ଗୋଷ୍ଠୀ ସମାନ୍ତରାଳ କାର୍ଯ୍ୟକ୍ରମ କରିଥିଲେ ତ, କେଉଁଠି ପଦଯାତ୍ରାରେ ଆଶାୟୀଙ୍କୁ ପ୍ରାର୍ଥୀ ଘୋଷଣା ଯୋଗୁଁ ସୃଷ୍ଟି ହୋଇଥିଲା ବିବାଦ। କୁହାଯାଉଛି ସେସବୁକୁ ଢାଙ୍କିବାକୁ ପରିବାର ସଂପର୍କ ଅଭିଯାନ ହାତକୁ ନେଇଛି ଦଳ। ଏହା ସହ ନିର୍ବାଚନ ପୂର୍ବରୁ ସାମ୍ଭାବ୍ୟ ପ୍ରାର୍ଥୀଙ୍କୁ ଲୋକଙ୍କ ଭିତରେ ଓହ୍ଲାଇବାକୁ ଏହା ଏକ ଷ୍ଟ୍ରାଟେଜି।

ଅନ୍ୟପଟେ ଏହାକୁ କାଉଣ୍ଟର କରିବାକୁ ବିରୋଧୀ ବି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଜେପି ପ୍ରାୟ କୋଟିଏ ଘରେ ପହଞ୍ଚିବାକୁ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଶକ୍ତି ବନ୍ଦନ କର୍ମଶାଳା କରି ମହିଳାଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିଛି। ଅନ୍ୟ ପକ୍ଷରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜାରି ରଖିବା ସହ ଫେବୁଆରୀ ୧ରୁ ବସରେ ରାଜ୍ୟ ବୁଲିବେ ଦଳର ତୁଙ୍ଗ ନେତା। 

Advertisment

ଅନ୍ୟପଟେ ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର। ଆସନ୍ତାକାଲି ଜାତୀୟ ଭୋଟର ଦିବସ ଅବସରରେ ନବ ମତଦାତା ସମ୍ମିଳନୀ କରିବ ବିଜେପି । ଓଡ଼ିଶାର ୨୫୦ଟି ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ନବ ମତଦାତା ସମ୍ମିଳନୀ ଆୟୋଜନ ହେବ। ଯେଉଁଥିରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲି ନୂଆ ଭୋଟରଙ୍କ ସହ କଥା ହେବେ। ପ୍ରତି ସମ୍ମିଳନୀରେ ୧୮ରୁ ୨୫ ବର୍ଷ ବୟସ୍କ ଏକ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଷ୍ଟ୍ରାଟେଜି କରିଛି ଦଳ।

ଅନ୍ୟପଟେ ନୂଆ ଓ' କାର୍ଯ୍ୟକ୍ରମରେ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଡିଜିଟାଲ୍ ପ୍ରତିଯୋଗିତା କରି ନୂଆ ଭୋଟରଙ୍କ ସହ ଯୋଡି ହୋଇ ରହିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ବିଜେଡି। ଗତ ମାସେ ଧରି କ୍ୟାମ୍ପସରେ ନୂଆ କାର୍ଯ୍ୟକ୍ରମ ଜରିଆରେ ସରକାରୀ ପାଣ୍ଠିରୁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟକୁ ୩ରୁ ୯ ଲକ୍ଷ ଯାଏଁ ଅନୁଦାନ ଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରଖିଛି। ଆସନ୍ତା ନିର୍ବାଚନରେ ରାଜ୍ୟରେ ପ୍ରାୟ ସାଢେ ୭ ଲକ୍ଷ ନୂଆ ମତଦାତା, ନିଜ ନିଜର ମତ ସାବ୍ୟସ୍ତ କରିବେ।

BJD BJP Congress Odisha Politics
Advertisment
Advertisment