/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706106741.jpg)
Online Game Fraud
ହୁହୁ ହୋଇ ବଢୁଛି ସାଇବର କ୍ରାଇମ୍ । ୨୦୧୯ରେ ଏହି ସଂଖ୍ୟା ମାତ୍ର ୨୬ ହଜାର ଥିବା ବେଳେ ୨୦୨୩ରେ ୧୫ ଲକ୍ଷରୁ ଅଧିକ ସାଇବର କ୍ରାଇମ ହୋଇଥିବା ଅଭିଯୋଗ ଆସିଛି । ଏଥିପାଇଁ ସାଇବର ଲୁଟେରାମାନେ ଅନଲାଇନ୍ ଗେମକୁ ଟାର୍ଗେଟ କରୁଛନ୍ତି । ଏଣୁ ଅନଲାଇନରେ ଗେମ ଖେଳୁଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।
Advertisment
ଅନଲାଇନ୍ ଗେମ୍ ଖେଳିବା ବେଳେ ସାଇବର ଆଟାକ୍ ହେବାର ଅନେକ ଆଶଙ୍କା ରହିଛି । ଏଥିପାଇଁ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟର ସାଇବର ୱିଙ୍ଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆପ୍ ଗୁଡିକୁ କେବଳ ଅଫିସିଆଲ ୱେବସାଇଟ, ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିବେ। ଆକର୍ଷଣୀୟ ଅଫର ଗୁଡିକ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବ୍ୟକ୍ତିଗତ ତଥ୍ୟ ପ୍ରଦାନ ବେଳେ ଯଥାସମ୍ଭବ ସତର୍କ ରହିବା ଦରକାର । ବେଆଇନ ଭାବେ ଅନଲାଇନ୍ କାରବାର କରୁଥିବା ୫୮୧ଟି ଆପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ଲକ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)